ବ୍ରଣ

ଏହା ଦେଖିବାକୁ ଧଳା ବା କଳା, ତେଲିଆ ଚର୍ମ ଓ ସ୍କାର (scar) ସଂଯୁକ୍ତ ହୋଇପାରେ ।

ବ୍ରଣ (ଇଂରାଜୀ ଭାଷାରେ Acne/ ଆକନେ, ବା acne vulgaris/ ଆକନେ ଭଲଗାରିସ) ଏକ ଦୀର୍ଘକାଳୀବ ଚର୍ମ ରୋଗ ଯାହା ମୃତ ଚର୍ମ ଜୀବକୋଷ (dead skin cells) ଓ ସେବମ (oil from the skin) ମିଶି ହେୟାର ଫଲିକ୍ଲରେ (hair follicle) ଜମା ହୋଇଯାଏ । [୮] ଏହା ଦେଖିବାକୁ ଧଳା ବା କଳା, ତେଲିଆ ଚର୍ମ ଓ ସ୍କାର (scar) ସଂଯୁକ୍ତ ହୋଇପାରେ । [୧][୨][୯] ଅଧିକ ସଂଖ୍ୟକ ସେବାସେଅସ ଗ୍ରନ୍ଥି ଥିବା ସ୍ଥାନମାନଙ୍କରେ ଏହି ରୋଗ ଅଧିକ ହୁଏ । [୧୦] ଏହି ରୋଗ ହେଲେ ରୋଗୀର ଉଦ୍‌ବେଗ, ଆତ୍ମ ସମ୍ମାନ ଓ ଅବସାଦ ତ‌ଥା ଆତ୍ମହତ୍ୟା ଚିନ୍ତାଧାରା ଦେଖାଯାଇପାରେ । [୧୧][୧୨]

ବ୍ରଣ
Acne vulgaris
Photograph of an 18-year-old male with moderate severity acne vulgaris demonstrating classic features of whiteheads and oily skin distributed over the forehead
Acne vulgaris in an 18-year-old male during puberty
ବିଭାଗDermatology
ଲକ୍ଷଣBlackheads, whiteheads, pimples, oily skin, scarring[୧][୨]
ଆକ୍ରାନ୍ତ ସମୟPuberty[୩]
ବିପଦ କାରକGenetics[୨]
ସଠିକ ରୋଗ ନିର୍ଣ୍ଣୟFolliculitis, rosacea, hidradenitis suppurativa, miliaria[୪]
ଔଷଧAzelaic acid, benzoyl peroxide, salicylic acid, antibiotics, birth control pills, isotretinoin[୫]
ଚିକିତ୍ସାLifestyle changes, medications, medical procedures[୬][୫]
ପୁନଃପୌନିକ633 million affected (2015)[୭]

ଶତକଡ଼ା ୮୦ ଭାଗ ରୋଗୀଙ୍କର ରୋଗର ପ୍ରାଥମିକ କାରଣ ଜେନେଟିକ (Genetics) ଥିବାର ଚିନ୍ତା କରାଯାଏ । [୨] ଧୂମ୍ରପାନ (cigarette smoking), ଖାଦ୍ୟର ପ୍ରଭାବ, ସ୍ୱାସ୍ଥ୍ୟରକ୍ଷା ବା ସୂର୍ଯ୍ୟାଲୋକ, ଏହି ରୋଗର କାରଣରୂପେ ସ୍ପଷ୍ଟ ହୋଇନାହିଁ ।[୨][୧୩][୧୪] ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ଆଣ୍ଡ୍ରୋଜେନ (androgen) ହରମୋନ (hormone) ଯୋଗୁ ଅଧିକ ସେବାସେଅସ ଗ୍ରନ୍ଥିରୁ ସେବମ (sebum) ନିର୍ଗତ ହୁଏ ଓ ତାହାହିଁ ଆଂଶିକ ଭାବରେ ଏହି ରୋଗ ସୃଷ୍ଟି କରୁଥିବା ଜଣାଯାଏ । [୩] ସାଧାରଣତଃ ଚର୍ମରେ ଥିବା ଜୀବାଣୁ କ୍ୟୁଟିବ୍ୟାକ୍ଟେରିଅମ ଆକନେ (Cutibacterium acnes) ଜୀବାଣୁମାନଙ୍କର ଅତ୍ୟାଧିକ ସଂଖ୍ୟା ବୃଦ୍ଧି ଯୋଗୁ ମଧ୍ୟ ଏହି ରୋଗର ଏକ ଘଟକ ହେବାର ସମ୍ଭାବନା ହୋଇପାରେ ।[୧୫]

ବ୍ରଣର ଅନେକ ପ୍ରକାରର ଚିକିତ୍ସା ବିଧିରେ ଜୀବନ‌ଚର୍ଯ୍ୟାର ପରିବର୍ତ୍ତନ, ଯୋଗାଭ୍ୟାସ ଓ ଡାକ୍ତରୀ ଚିକିତ୍ସା କରାଯାଏ । ଏମାନଙ୍କ ମଧ୍ୟରୁ ଅଳ୍ପ ପରିମାଣର ମୋନୋସାକାରାଇଡ (simple carbohydrates) ଯେପରିକି ଚିନି ଖାଇଲେ ସାହାଯ୍ୟ ମିଳେ । [୬] ରୋଗାକ୍ରାନ୍ତ ଚର୍ମ ଉପରେ ସାଧାରଣତଃ ଆଜେଲିକ ଏସିଡ (azelaic acid), ବେଞ୍ଜେଲ ପେରକ୍ସାଇଡ (benzoyl peroxide) ଓ ସାଲିସିଲିକ ଏସିଡ (salicylic acid) ଲଗାଯାଏ । [୫] ଫର୍ମାସୀ କମ୍ପାନୀ ପ୍ରସ୍ତୁତ ଆଣ୍ଟିବାୟୋଟିକ ଓ ରେଟିନଏଡ ଔଷଧ ବ୍ରଣ ଉପରେ ଲଗାଯାଏ ବା ପାଟିରେ ଦିଆଯାଏ । [୫] କିନ୍ତୁ ଆଣ୍ଟିବାୟୋଟିକ ଚିକିତ୍ସାର ବ୍ୟବ‌ହାର ଯୋଗୁ ପ୍ରତିରୋଧ ହୋଇପାରେ ।[୧୬] ମହିଳାଙ୍କ କ୍ଷେତ୍ରରେ ମିଶ୍ରିତ ଜନ୍ମ ନିରୋଧ (birth control pills ) ବଟିକା ବ୍ୟବ‌ହାର କଲେ ଫଳପ୍ରଦ ହୁଏ । [୫] ସାଂଘାତିକ ଧରଣର ରୋଗ ନିମନ୍ତେ ଆଇସୋଟ୍ରେଟିନଏନ (Isotretinoin) ବଟିକା ସଞ୍ଚୟ ବା ରିଜର୍ଭ ରଖାଯାଇପାରେ । [୫][୧୭] କେତେକ ଚିକିତ୍ସାକଙ୍କ ମତରେ ରୋଗ ଆରମ୍ଭ ହେବା ସଙ୍ଗେ ସଙ୍ଗେ ଚିକିତ୍ସା ଆରମ୍ଭ କଲେ ଦୀର୍ଘକାଳୀନ ପ୍ରଭାବ କମିଯାଏ । [୧୨]

ସନ ୨୦୧୫ରେ ସାରା ପୃଥିବୀରେ ୬୩୩ ନିୟୁତ ଲୋକ ଆକନେ ରୋଗର ଶିକାର ହୋଇଥିଲେ ଯାହା ସେହି ବର୍ଷର ଅଷ୍ଟମ ସାଧାରଣ ରୋଗରେ ପରିଗଣିତ ହୋଇଥିଲା ।[୭][୧୮] କିଶୋର ଅବସ୍ଥାରେ ଏହି ରୋଗ ହୁଏ; ପଶ୍ଚିମ ପୃଥିବୀରେ ପ୍ରାୟ ୮୦-୯୦% କିଶୋର ଓ କିଶୋରୀଙ୍କୁ ଏ ରୋଗ ହୁଏ । [୧୯][୨୦][୨୧] ଗାଁଗ‌ହଳିରେ ଏହି ରୋଗ କମ୍ ହେଉଥିବାର ରିପୋର୍ଟ ମିଳିବା ଦେଖାଯାଏ । [୨୧][୨୨] କିଶୋର ବୟସ ପୂର୍ବରୁ ଓ ପରେ ମଧ୍ୟ ରୋଗ ହୋଇପାରେ । [୨୩] ବୟଃପ୍ରାପ୍ତ ହୋଇଗଲେ ଏହି ରୋଗ କମିଯାଏ, ବିଂଶ ଓ ତ୍ରିଂଶ ବୟସ ବେଳକୁ ପ୍ରାୟ ଅଧା ଲୋକଙ୍କର ଏହା ରହେ ଓ ଚାଳିଷ ଦଶକ ବେଳକୁ ଅଳ୍ପ ସଂଖ୍ୟକ ଲୋକଙ୍କର ଏହି ରୋଗ ରହେ ।[୨]

ଆଧାର ସମ୍ପାଦନା

  1. ୧.୦ ୧.୧ Vary JC (November 2015). "Selected Disorders of Skin Appendages--Acne, Alopecia, Hyperhidrosis". The Medical Clinics of North America (Review). 99 (6): 1195–211. doi:10.1016/j.mcna.2015.07.003. PMID 26476248.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ Bhate K, Williams HC (March 2013). "Epidemiology of acne vulgaris". The British Journal of Dermatology (Review). 168 (3): 474–85. doi:10.1111/bjd.12149. PMID 23210645.
  3. ୩.୦ ୩.୧ James WD (April 2005). "Clinical practice. Acne". The New England Journal of Medicine (Review). 352 (14): 1463–72. doi:10.1056/NEJMcp033487. PMID 15814882.
  4. Kahan, Scott (2008). In a Page: Medicine (in ଇଂରାଜୀ). Lippincott Williams & Wilkins. p. 412. ISBN 9780781770354. Archived from the original on 6 September 2017.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ Titus S, Hodge J (October 2012). "Diagnosis and treatment of acne". American Family Physician (Review). 86 (8): 734–40. PMID 23062156. Archived from the original on 18 February 2015.
  6. ୬.୦ ୬.୧ Mahmood SN, Bowe WP (April 2014). "Diet and acne update: carbohydrates emerge as the main culprit". Journal of Drugs in Dermatology (Review). 13 (4): 428–35. PMID 24719062.
  7. ୭.୦ ୭.୧ GBD 2015 Disease Injury Incidence Prevalence Collaborators (October 2016). "Global, regional, and national incidence, prevalence, and years lived with disability for 310 diseases and injuries, 1990-2015: a systematic analysis for the Global Burden of Disease Study 2015". Lancet. 388 (10053): 1545–1602. doi:10.1016/S0140-6736(16)31678-6. PMC 5055577. PMID 27733282. {{cite journal}}: |author1= has generic name (help)CS1 maint: numeric names: authors list (link)
  8. Aslam I, Fleischer A, Feldman S (March 2015). "Emerging drugs for the treatment of acne". Expert Opinion on Emerging Drugs (Review). 20 (1): 91–101. doi:10.1517/14728214.2015.990373. PMID 25474485.ଛାଞ୍ଚ:Paywall
  9. Tuchayi, Sara Moradi; Makrantonaki, Evgenia; Ganceviciene, Ruta; Dessinioti, Clio; Feldman, Steven R.; Zouboulis, Christos C. (September 2015). "Acne vulgaris". Nature Reviews. Disease Primers. 1: 15033. doi:10.1038/nrdp.2015.33. PMID 27227877.
  10. "Frequently Asked Questions: Acne" (PDF). U.S. Department of Health and Human Services, Office of Public Health and Science, Office on Women's Health. July 2009. Archived from the original (PDF) on 10 December 2016. Retrieved 30 July 2009.
  11. Barnes LE, Levender MM, Fleischer AB, Feldman SR (April 2012). "Quality of life measures for acne patients". Dermatologic Clinics (Review). 30 (2): 293–300, ix. doi:10.1016/j.det.2011.11.001. PMID 22284143.
  12. ୧୨.୦ ୧୨.୧ Goodman G (July 2006). "Acne and acne scarring - the case for active and early intervention". Australian Family Physician (Review). 35 (7): 503–4. PMID 16820822. Archived from the original on 21 April 2013.
  13. Knutsen-Larson S, Dawson AL, Dunnick CA, Dellavalle RP (January 2012). "Acne vulgaris: pathogenesis, treatment, and needs assessment". Dermatologic Clinics (Review). 30 (1): 99–106, viii–ix. doi:10.1016/j.det.2011.09.001. PMID 22117871.
  14. Schnopp C, Mempel M (August 2011). "Acne vulgaris in children and adolescents". Minerva Pediatrica (Review). 63 (4): 293–304. PMID 21909065.
  15. ଆଧାର ଭୁଲ: ଅଚଳ <ref> ଚିହ୍ନ; Zaenglein2018 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  16. Beylot C, Auffret N, Poli F, Claudel JP, Leccia MT, Del Giudice P, Dreno B (March 2014). "Propionibacterium acnes: an update on its role in the pathogenesis of acne". Journal of the European Academy of Dermatology and Venereology (Review). 28 (3): 271–8. doi:10.1111/jdv.12224. PMID 23905540.
  17. Vallerand IA, Lewinson RT, Farris MS, Sibley CD, Ramien ML, Bulloch AG, Patten SB (January 2018). "Efficacy and adverse events of oral isotretinoin for acne: a systematic review". The British Journal of Dermatology. 178 (1): 76–85. doi:10.1111/bjd.15668. PMID 28542914.
  18. Hay RJ, Johns NE, Williams HC, Bolliger IW, Dellavalle RP, Margolis DJ, et al. (June 2014). "The global burden of skin disease in 2010: an analysis of the prevalence and impact of skin conditions". The Journal of Investigative Dermatology. 134 (6): 1527–1534. doi:10.1038/jid.2013.446. PMID 24166134.
  19. Taylor M, Gonzalez M, Porter R (May–June 2011). "Pathways to inflammation: acne pathophysiology". European Journal of Dermatology (Review). 21 (3): 323–33. doi:10.1684/ejd.2011.1357. PMID 21609898.
  20. Dawson AL, Dellavalle RP (May 2013). "Acne vulgaris". BMJ (Review). 346 (5): 30–33. doi:10.1136/bmj.f2634. JSTOR 23494950. PMID 23657180.
  21. ୨୧.୦ ୨୧.୧ Goldberg DJ, Berlin AL (October 2011). Acne and Rosacea: Epidemiology, Diagnosis and Treatment. London: Manson Pub. p. 8. ISBN 978-1-84076-150-4. Archived from the original on 2 July 2016.
  22. Spencer EH, Ferdowsian HR, Barnard ND (April 2009). "Diet and acne: a review of the evidence". International Journal of Dermatology (Review). 48 (4): 339–47. doi:10.1111/j.1365-4632.2009.04002.x. PMID 19335417.
  23. Admani S, Barrio VR (November 2013). "Evaluation and treatment of acne from infancy to preadolescence". Dermatologic Therapy (Review). 26 (6): 462–6. doi:10.1111/dth.12108. PMID 24552409.