ୟୁଭିଆଇଟିସ

ଚକ୍ଷୁ ଭିତରେ ପ୍ରଦାହ ।

ୟୁଭିଆଇଟିସ ଆଖି ଭିତର ପ୍ରଦାହକୁ କୁହାଯାଏ ।[୧] ଆରମ୍ଭ ହେବା ସାଧାରଣତଃ ହଠାତ୍ ହୋଇଥାଏ ।[୧] ପ୍ରାରମ୍ଭିକ ଲକ୍ଷଣ ମଧ୍ୟରେ ଅସ୍ପଷ୍ଟ ଦୃଷ୍ଟି, ଆଖିରେ ଭାସମାନ, ଆଖି ଯନ୍ତ୍ରଣା, ଲାଲ୍ ଆଖି ଏବଂ ଆଲୋକ ପ୍ରତି ସମ୍ବେଦନଶୀଳତା ହୋପାରେ ।[୧] ଗୋଟିଏ କିମ୍ବା ଉଭୟ ଆଖି ପ୍ରଭାବିତ ହୋଇପାରେ ।[୧] ରୋଗ ଜଟିଳ ହେଲେ ଦୃଷ୍ଟିହାନୀ ଏବଂ ଗ୍ଲକୋମା ହୋଇପାରେ | [୧] [୨]

Uveitis
Inflammation of the eye and keratic precipitates due to uveitis
ଉଚ୍ଚାରଣ
ବିଭାଗOphthalmology
ଲକ୍ଷଣBlurry vision, floaters, eye pain, red eye, sensitivity to light[୧]
ଆକ୍ରାନ୍ତ ସମୟSudden[୧]
କାରଣInfection: Cytomegalovirus, histoplasmosis, shingles, toxoplasmosis[୧]
Autoimmune: Behcet’s disease, psoriasis, ulcerative colitis, lupus[୧]
ବିପଦ କାରକCigarette smoking[୧]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms and eye exam[୧]
ସଠିକ ରୋଗ ନିର୍ଣ୍ଣୟRetinoblastoma, lymphoma, glaucoma[୨]
ଚିକିତ୍ସାSteroids, atropine, underlying cause[୩][୨]
PrognosisUsually good with treatment[୩]
ପୁନଃପୌନିକ1 in 3,000 per year[୪]

କାରଣଗୁଡିକ ଅଜ୍ଞାତ ହୋଇପାରେ ବା ଆଖି ସଂକ୍ରମଣ, କିମ୍ବା ଅଟୋମ୍ୟୁମ୍ୟୁନ୍ ଅବସ୍ଥା ଯୋଗୁ ହୋଇପାରେ ।[୧] [୪] ସିଗାରେଟ୍ ଧୂମ୍ରପାନ ଏହି ସଙ୍କଟ ଆଣିପାରେ । [୧] ୟୁଭିଆ ମଧ୍ୟରେ ଆଇରିସ୍, ସିଲିଆରି ବଡି ଏବଂ କୋରଏଡ ଅନ୍ତର୍ଭୁକ୍ତ ।[୧] ଏହାକୁ ପୂର୍ବ, ମଧ୍ୟବର୍ତ୍ତୀ ଏବଂ ପରବର୍ତ୍ତୀ ୟୁଭାଇଟିସରେ ବିଭକ୍ତ କରାଯାଇଛି; ଯଦିଓ ପାନୟୁଭିଆଇଟିସରେ ସମସ୍ତ ଅଂଶ ପ୍ରଭାବିତ ହୋଇପାରେ ।[୧] ରୋଗର ଲକ୍ଷଣ ଏବଂ ଚକ୍ଷୁ ପରୀକ୍ଷା ଅନୁସାରେ ରୋଗ ନିର୍ଣ୍ଣୟ କରାଯାଏ। [୧]

ଏହାର ଚିକିତ୍ସାରେ ସାଧାରଣତଃ ଷ୍ଟିରଏଡ ଦିଆଯାଏ । ସାଧାରଣତଃ ପ୍ରେଡନିସୋଲୋନ ଚକ୍ଷୁ ବୁନ୍ଦା ଦେଇ ଚିକିତ୍ସା କରାଯାଏ ।[୧] [୫] ଗୁରୁତର ଅବସ୍ଥାରେ ପାଟିରେ କିମ୍ବା ଇଞ୍ଜେକ୍ସନ ଆକାରରେ ଷ୍ଟିରଏଡ ବ୍ୟବହାର କରାଯାଇପାରେ । [୫] ଷ୍ଟିରଏଡ ପ୍ରଭାବଶାଳୀ ନହେଲେ ମେଥୋଟ୍ରକ୍ସେଟ ଭଳି ଇମ୍ୟୁନୋସପ୍ରେସାଣ୍ଟ ବ୍ୟବହାର କରାଯାଇପାରେ ।[୫] ଯନ୍ତ୍ରଣାରେ ସାହାଯ୍ୟ କରିବା ଏବଂ ଜଟିଳତାକୁ ରୋକିବା ନିମନ୍ତେ ଆଟ୍ରୋପିନ ଭଳି ସାଇକ୍ଲୋପ୍ଲେଜିକ ବ୍ୟବହୃତ ହୋଇପାରେ ।[୩] ସଂକ୍ରମଣ ଅନୁଯାୟୀ ନିର୍ଦ୍ଦିଷ୍ଟ ଚିକିତ୍ସା ମଧ୍ୟ ଆବଶ୍ୟକ ହୁଏ। [୨]

ୟୁଭିଆଇଟିସ ରୋଗରେ ବର୍ଷକୁ ପ୍ରାୟ ୩,000 ଲୋକ ପ୍ରଭାବିତ ହୁଅନ୍ତି । [୪] ଏହା ସାଧାରଣତ ୨୦-୬୦ ବର୍ଷ ବୟସ ମଧ୍ୟରେ ଦେଖାଯାଏ; ଯଦିଓ ଯେ କୌଣସି ବୟସରେ ହୋଇପାରେ ।[୧] ସମାନ ହାରରେ ପୁରୁଷ ଏବଂ ମହିଳା ପ୍ରଭାବିତ ହୁଅନ୍ତି । [୪] ଏହା ବିଶ୍ୱ ସ୍ତରରେ ପ୍ରାୟ ୫-୧୦% ଦୃଷ୍ଟି ସମସ୍ୟା ଏବଂ ବିକାଶଶୀଳ ଦେଶମାନଙ୍କରେ ୨୫% ଅନ୍ଧତ୍ୱର କାରଣ ଅଟେ ।[୪] ଉପଯୁକ୍ତ ଚିକିତ୍ସା ମିଳିଲେ ଫଳାଫଳ ଭଲ ହୋଇଥାଏ ।[୩]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ "Uveitis | National Eye Institute". www.nei.nih.gov. Archived from the original on 3 December 2021. Retrieved 21 January 2022.
  2. ୨.୦ ୨.୧ ୨.୨ ୨.୩ Gueudry, J; Muraine, M (January 2018). "Anterior uveitis". Journal francais d'ophtalmologie. 41 (1): e11–e21. doi:10.1016/j.jfo.2017.11.003. PMID 29290458.
  3. ୩.୦ ୩.୧ ୩.୨ ୩.୩ Duplechain, A; Conrady, CD; Patel, BC; Baker, S (January 2022). "Uveitis". PMID 31082037. {{cite journal}}: Cite journal requires |journal= (help)
  4. ୪.୦ ୪.୧ ୪.୨ ୪.୩ ୪.୪ Tsirouki, T; Dastiridou, A; Symeonidis, C; Tounakaki, O; Brazitikou, I; Kalogeropoulos, C; Androudi, S (2018). "A Focus on the Epidemiology of Uveitis". Ocular immunology and inflammation. 26 (1): 2–16. doi:10.1080/09273948.2016.1196713. PMID 27467180.
  5. ୫.୦ ୫.୧ ୫.୨ Gamalero, L; Simonini, G; Ferrara, G; Polizzi, S; Giani, T; Cimaz, R (July 2019). "Evidence-Based Treatment for Uveitis". The Israel Medical Association journal : IMAJ. 21 (7): 475–479. PMID 31507124.