ପ୍ରେମଲତା ମହାପାତ୍ର

ଓଡ଼ିଆ ରାଜନୀତିଜ୍ଞ

ପ୍ରେମଲତା ମହାପାତ୍ର (୧୫ ଜୁଲାଇ ୧୯୫୦ - ୧ ମଇ ୨୦୧୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ଓଡ଼ିଶା ବିଧାନ ସଭାରେ ସେ ଜଣେ ବିଧାୟିକା ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୯୭ ମସିହାରେ କାମାକ୍ଷାନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ସେ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ପ୍ରେମଲତା ମହାପାତ୍ର
ବିଧାୟିକା: ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୨ ଫେବୃଆରୀ ୧୯୯୭ – ୨୦୦୦
ପୂର୍ବ ଅଧିକାରୀକୈଳାଶ ଚନ୍ଦ୍ର ମହାପାତ୍ର
ପର ଅଧିକାରୀବ୍ରହ୍ମାନନ୍ଦ ବିଶ୍ୱାଳ
ନିର୍ବାଚନ ମଣ୍ଡଳୀକାମାକ୍ଷାନଗର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1950-07-15)୧୫ ଜୁଲାଇ ୧୯୫୦


ମୃତ୍ୟୁ୧ ମଇ ୨୦୧୫(2015-05-01) (ବୟସ ୬୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀକୈଳାଶ ଚନ୍ଦ୍ର ମହାପାତ୍ର
ସନ୍ତାନ୨ ପୁଅ, ୧ ଝିଅ
ବାପା/ବୋଉକୃଷ୍ଣ ଚନ୍ଦ୍ର ସାମନ୍ତରାୟ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ଶିକ୍ଷ ଓ ପରିବାର ସମ୍ପାଦନା

ପ୍ରେମଲତା ମହାପାତ୍ର ୧୯୫୦ ମସିହାର ଜୁଲାଇ ମାସ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କୃଷ୍ଣଚନ୍ଦ୍ର ସାମନ୍ତରାୟ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍‌ରୁ କମ ଥିଲା । ପ୍ରେମଲତାଙ୍କ ପତିଙ୍କ ନାମ କୈଳାଶ ଚନ୍ଦ୍ର ମହାପାତ୍ର । ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ ସମେତ ସମୁଦାୟ ସନ୍ତାନ ସଂଖ୍ୟା ତିନି ।

ରାଜନୈତିକ ଜୀବନ ସମ୍ପାଦନା

ପ୍ରେମଲତା ମହାପାତ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ କାର୍ଯ୍ୟ କରିଥିଲେ ।

୧୯୯୭ ମସିହାରେ ହୋଇଥିବା ଉପ-ନିର୍ବାଚନରେ ପ୍ରେମଲତା ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ କାମାକ୍ଷାନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୨ ଫେବୃଆରୀ ୧୯୯୭ରୁ ୨୦୦୦ ମସିହାରେ ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ କାର୍ଯ୍ୟ କରିଥିଲେ ।

ମୃତ୍ୟୁ ସମ୍ପାଦନା

ପ୍ରେମଲତା ୨୦୧୫ ମସିହାର ମଇ ମାସ ୧ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. "Late Premalata Mohapatra". odishaassembly.nic.in. Odisha Assembly. Retrieved 23 June 2019.