ପ୍ରେମରେ ରିସ୍କ ହେଲା ମୋତେ ଇସ୍କ
ପ୍ରେମରେ ରିସ୍କ ହେଲା ମୋତେ ଇସ୍କ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସଞ୍ଜୟ କୁମାର ପାତ୍ର ଓ ଉମେଶ ସାହୁ ।[୧] ରଜନୀ ରଞ୍ଜନ ଏହି କଥାଚିତ୍ରଟିର କାହାଣୀ ଓ ସଂଳାପ ରଚନା କରିଥିଲେ ।[୨] ନିର୍ଦ୍ଦେଶକ କେ. ମୂରଲୀକ୍ରିଷ୍ଣା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩]
ପ୍ରେମରେ ରିସ୍କ ହେଲା ମୋତେ ଇସ୍କ | |
---|---|
ନିର୍ଦ୍ଦେଶକ | କେ. ମୂରଲୀକ୍ରିଷ୍ଣା |
ପ୍ରଯୋଜକ | ସଞ୍ଜୟ କୁମାର ପାତ୍ର ଉମେଶ ସାହୁ |
ସଂଳାପ | ରଜନୀ ରଞ୍ଜନ |
ଚିତ୍ରନାଟ୍ୟ | କେ. ମୂରଲୀକ୍ରିଷ୍ଣା |
କାହାଣୀ | ରଜନୀ ରଞ୍ଜନ |
କଳାକାର | ଶୈଳେନ୍ଦ୍ର ସାମନ୍ତରାୟ ଦିବ୍ୟା ମହାନ୍ତି ରତନ ମେହେର ରବି ମିଶ୍ର |
ସଙ୍ଗୀତ | ସଞ୍ଜୟ ପାତ୍ର, ଶୀତୁ ରଥ |
ଚିତ୍ରଗ୍ରହଣ | ନରେନ୍ଦ୍ର ଗୌଡ଼ |
ସମ୍ପାଦକ | ରଞ୍ଜନ ଖଟେଇ |
ମୁକ୍ତିଲାଭ ତାରିଖ | ୯ ଅକ୍ଟୋବର ୨୦୨୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଶୈଳନ୍ଦ୍ର ସାମନ୍ତରାୟ ଓ ଦିବ୍ୟା ମହାନ୍ତି ।[୪] ରତନ ମେହେର, ରବି ମିଶ୍ର, ଅଞ୍ଜନା ମିଶ୍ର, ଟୁଲୁ ଚୌଧୁରୀ, ଚିନ୍ତାମଣି ବିଶ୍ୱାଳ, ବିଜୟ, ଷଣ୍ଢ, ସୂର୍ଯ୍ୟନ ରଥ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୫]
ଏହି କଥାଚିତ୍ରଟି ୨୦୨୨ ମସିହାର ଅକ୍ଟୋବର ୯ ତାରିଖରେ ମୁକ୍ତିଲାଭ କରିଥିଲା । ଓଡ଼ିଶାରେ ପ୍ରେକ୍ଷାଳୟ ନ ମିଳିବାରୁ ଏହାକୁ ଏକ କଲ୍ୟାଣ ମଣ୍ଡପରେ ମୁକ୍ତିଲାଭ କରାଯାଇଥିଲା ।[୧] ନୟାଗଡ଼ ଜିଲ୍ଲାର ଓଡ଼ଗାଁଠାରେ ଥିବା ଏକ ସରକାରୀ କଲ୍ୟାଣ ମଣ୍ଡପରେ ଏହା ମୁକ୍ତିଲାଭ କରିଥିଲା, ଯେଉଁଠି ୩୦୦ ଦର୍ଶକ ବସିବା ପାଇଁ ବ୍ୟବସ୍ଥା ଥିବାବେଳେ ଦିନକୁ ୩ଟି ଶୋ'ର ଆୟୋଜନ କରାଯାଇଥିଲା ।[୬][୭] ପରବର୍ତ୍ତୀ ସମୟରେ ଏହା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୮]
ଅଭିନୟ
ସମ୍ପାଦନା- ଶୈଳେନ୍ଦ୍ର ସାମନ୍ତରାୟ
- ଦିବ୍ୟା ମହାନ୍ତି
- ରତନ ମେହେର
- ରବି ମିଶ୍ର
- ଅଞ୍ଜନା ମିଶ୍ର
- ଟୁଲୁ ଚୌଧୁରୀ
- ଚିନ୍ତାମଣି ବିଶ୍ୱାଳ
- ବିଜୟ
- କାଳିଆ ଷଣ୍ଢ
- ଦୀପାଞ୍ଜଳି
- ସୂର୍ଯ୍ୟନ ରଥ
- ପ୍ରୀତିରାଜ ଶତପଥୀ (ଅତିଥି କଳାକାର)
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସଞ୍ଜୟ ପାତ୍ର ଓ ଶୀତୁ ରଥ ।[୪] ସତ୍ୟାନନ୍ଦ ନାୟକ, ସଞ୍ଜୟ କୁମାର ପାତ୍ର, ଏମ୍ବିଜେ ବଣ୍ଟି ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୯] କ୍ରିଷ୍ଣା ବେଉରା, ଲିପ୍ସା ମହାପାତ୍ର, ଅସୀମା ପଣ୍ଡା, କୁଳଦୀପ ପଟ୍ଟନାୟକ, ଅର୍ପିତା ଚୌଧୁରୀ, ହ୍ୟୁମାନ ସାଗର, ସତ୍ୟଜିତ ପ୍ରଧାନ, ନଭ୍ୟା ଜ୍ୟୋତି, ସୁଶାନ୍ତ ମିଶ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୧] ୧୧ ମାର୍ଚ୍ଚ ୨୦୨୨ରେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ମୁକ୍ତିଲାଭ କରିଥିଲା ।[୧୦]
ଗୀତ
ସମ୍ପାଦନାକ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ତତେ ପାଇ ମୁଁ" | ସତ୍ୟାନନ୍ଦ ନାୟକ | ହ୍ୟୁମାନ ସାଗର, ଅର୍ପିତା ଚୌଧୁରୀ | ୦୪:୧୭ |
2. | "ଗୋଲି ମାର୍" | ସଞ୍ଜୟ କୁମାର ପାତ୍ର | କୁଳଦୀପ ପଟ୍ଟନାୟକ | ୦୩:୩୪ |
3. | "ପ୍ରେମରେ ରିସ୍କ ହେଲା ମତେ ଇସ୍କ" | ସତ୍ୟାନନ୍ଦ ନାୟକ | କ୍ରିଷ୍ଣା ବେଉରା, ଲିପ୍ସା ମହାପାତ୍ର, ସୁଶାନ୍ତ ମିଶ୍ର | ୦୪:୪୩ |
4. | "ଓ ସୁନ୍ଦରୀ" | ଏମ୍ବିଜେ ବଣ୍ଟି | ଅସୀମା ପଣ୍ଡା, କୁଳଦୀପ ପଟ୍ଟନାୟକ | ୦୩:୨୨ |
5. | "ହାଏ ରାମା" | ସଞ୍ଜୟ କୁମାର ପାତ୍ର | ସତ୍ୟଜିତ ପ୍ରଧାନ, ନଭ୍ୟା ଜ୍ୟୋତି | ୦୩:୨୮ |
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "କଲ୍ୟାଣମଣ୍ଡପରେ ଓଡ଼ିଆ ସିନେମା ରିଲିଜ୍". ପ୍ରମେୟ. No. ଭୁବନେଶ୍ୱର. ଭୁବନେଶ୍ୱର. 9 October 2022. p. ୫. Archived from the original on 20 December 2022. Retrieved 20 December 2022.
- ↑ Barik, Bikash Chandra (9 October 2022). "ଓଡ଼ିଆ "ପ୍ରେମରେ ରିସ୍କ ହେଲା ମୋତେ ଇସ୍କ"ର ଶୁଭମୁକ୍ତି -". ନନ୍ଦିଘୋଷ ଟିଭି. ନୟାଗଡ଼. Archived from the original on 20 December 2022. Retrieved 20 December 2022.
- ↑ Premare Risk Hela Mate Ishq Movie: Showtimes, Review, Trailer, Posters, News & Videos | eTimes, retrieved 2022-12-20
- ↑ ୪.୦ ୪.୧ "ଓଡ଼ିଆ ଚଳଚ୍ଚିତ୍ର ରିଲିଜ୍ରେ ଇତିହାସ: ସରକାରୀ କଲ୍ୟାଣ ମଣ୍ଡପରେ ରିଲିଜ୍". ପ୍ରମେୟ. No. ଭୁବନେଶ୍ୱର. ଓଡ଼ଗାଁ. 10 October 2022. p. ୭. Archived from the original on 20 December 2022. Retrieved 20 December 2022.
- ↑ "ପରଦାରେ ୩ ଓଡ଼ିଆ ଚଳଚ୍ଚିତ୍ର". ଧରିତ୍ରୀ. No. ଭୁବନେଶ୍ୱର. 14 October 2022. p. 6. Archived from the original on 23 December 2022. Retrieved 23 December 2022.
- ↑ "ଓଡ଼ିଆ ଚଳଚ୍ଚିତ୍ର ଜଗତର ନୂଆ ଇତିହାସ : ସିନେମା ହଲ ନୁହେଁ କଲ୍ୟାଣ ମଣ୍ଡପରେ ରିଲିଜ ହେଲା ଓଡ଼ିଆ ସିନେମା | Kanak News". Kanak News. 10 October 2022. Archived from the original on 20 December 2022. Retrieved 20 December 2022.
- ↑ MISHRA, MINATI (11 October 2022). "ମିଳିଲାନି ହଲ୍, ସରକାରୀ କଲ୍ୟାଣ ମଣ୍ଡପରେ ରିଲିଜ ହେଲା ଓଡ଼ିଆ ସିନେମା". ଓଟିଭି ଖବର. Archived from the original on 20 December 2022. Retrieved 20 December 2022.
- ↑ "ମୁକ୍ତିଲାଭ କରୁଛି ୩ ଓଡ଼ିଆ ଚଳଚ୍ଚିତ୍ର: କମ୍ ହଲ୍ ମିଳୁଥିବାରୁ ଅସନ୍ତୁଷ୍ଟ ପ୍ରଯୋଜନା ସଂସ୍ଥା". ପ୍ରମେୟ. ଭୁବନେଶ୍ୱର. 14 October 2022. p. 19. Archived from the original on 22 December 2022. Retrieved 22 December 2022.
- ↑ "ଓଡଗାଁରେ ମୁକ୍ତିଲାଭ କଲା "ପ୍ରେମରେ ରିସ୍କ ହେଲା ମୋତେ ଇସ୍କ", ଲିଡ୍ ରୋଲରେ ଦିବ୍ୟା ଓ ଶୈଳେନ୍ଦ୍ର". Prameya News7. ଭୁବନେଶ୍ୱର. 10 October 2022. Archived from the original on 20 December 2022. Retrieved 20 December 2022.
- ↑ "'ପ୍ରେମରେ ରିସ୍କ ହେଲା ମୋତେ ଇସ୍କ' ଅଡିଓ ଏବଂ ଫାଷ୍ଟ୍ ଲୁକ୍ ରିଲିଜ୍, ଖୁବ୍ଶୀଘ୍ର ବଡ ପରଦାରେ ନଜର ଆସିବେ ଡ୍ୟାନ୍ସିଂ ଷ୍ଟାର୍ ଶୈଳେନ୍ଦ୍ର ଓ ଦିବ୍ୟା". PRAMEYA. ଭୁବନେଶ୍ୱର. 12 March 2022. Archived from the original on 20 December 2022. Retrieved 20 December 2022.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ପ୍ରେମରେ ରିସ୍କ ହେଲା ମୋତେ ଇସ୍କ