ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ

ଓଡ଼ିଆ ରାଜନୀତିଜ୍ଞ

ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ (ଜନ୍ମ: ୧୫ ଡିସେମ୍ବର ୧୯୪୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ପ୍ରଫୁଲ୍ଲ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି । ୧୯୬୭ ଓ ୧୯୭୧ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଯାଜପୁର ପଶ୍ଚିମରୁ ଯଥାକ୍ରମେ ୪ର୍ଥ, ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ଏହାପରେ ୧୯୯୦, ୧୯୯୫, ୨୦୦୦, ୨୦୦୪ ଓ ୨୦୦୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସୁକିନ୍ଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ, ୧୫ଶ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ
Prafulla Ghadei.jpg
ବିଧାୟକ: ୧୦ମ, ୧୧ଶ, ୧୨ଶ, ୧୩ଶ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୨୦୧୪
ପୂର୍ବ ଅଧିକାରୀଶରତ ରାଉତ
ପର ଅଧିକାରୀପ୍ରୀତିରଞ୍ଜନ ଘଡ଼ାଇ
ନିର୍ବାଚନ ମଣ୍ଡଳୀସୁକିନ୍ଦା
ବିଧାୟକ: ୪ର୍ଥ, ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୩
ନିର୍ବାଚନ ମଣ୍ଡଳୀଯାଜପୁର ପଶ୍ଚିମ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1940-12-15) ୧୫ ଡିସେମ୍ବର ୧୯୪୦ (ବୟସ ୮୨)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ଦଳ, ଜନ କଂଗ୍ରେସ, କଂଗ୍ରେସ (ଆର୍)
ଜୀବନ ସାଥୀପ୍ରତିମା ଘଡ଼ାଇ
ସନ୍ତାନପ୍ରୀତିରଞ୍ଜନ ଘଡ଼ାଇ
ବାପା/ବୋଉକୁଞ୍ଜ ବିହାରୀ ଘଡ଼ାଇ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷାସମ୍ପାଦନ କରନ୍ତୁ

ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ୧୯୪୦ ମସିହାର ଡିସେମ୍ବର ମାସ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ କୁଞ୍ଜ ବିହାରୀ ଘଡ଼ାଇ ଏବଂ ପତ୍ନୀଙ୍କ ନାମ ପ୍ରତିମା ଘଡ଼ାଇ ।[୧] ପ୍ରଫୁଲ୍ଲଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକୋତ୍ତର ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।[୧] ପ୍ରଫୁଲ୍ଲଙ୍କର ପୁଅ ପ୍ରୀତିରଞ୍ଜନ ଘଡ଼ାଇ ଜଣେ ରାଜନୀତିଜ୍ଞ ଏବଂ ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।

ରାଜନୈତିକ ଜୀବନସମ୍ପାଦନ କରନ୍ତୁ

ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳ କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ୭ଥର ଏବଂ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି ।[୧]

ବିଧାନ ସଭା ସଭ୍ୟ ବିବରଣୀସମ୍ପାଦନ କରନ୍ତୁ

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୬୧ ୧୯୬୭ ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା ପଶ୍ଚିମ ଯାଜପୁର ଜନ କଂଗ୍ରେସ
୧୯୭୧ ୧୯୭୩ ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା ପଶ୍ଚିମ ଯାଜପୁର କଂଗ୍ରେସ (ଆର୍)
୧୯୯୦ ୧୯୯୫ ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା ସୁକିନ୍ଦା ଜନତା ଦଳ
୧୯୯୫ ୨୦୦୦ ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା ସୁକିନ୍ଦା ଜନତା ଦଳ
୨୦୦୦ ୨୦୦୪ ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା ସୁକିନ୍ଦା ବିଜୁ ଜନତା ଦଳ
୨୦୦୪ ୨୦୦୯ ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା ସୁକିନ୍ଦା ବିଜୁ ଜନତା ଦଳ
୨୦୦୯ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା ସୁକିନ୍ଦା ବିଜୁ ଜନତା ଦଳ

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Shri Prafulla Chandra Gharai". odishaassembly.nic.in. Odisha Assembly. Retrieved 7 November 2019.