ପ୍ରିୟନାଥ ଦେ

ଓଡ଼ିଆ ରାଜନୀତିଜ୍ଞ

ପ୍ରିୟନାଥ ଦେ (୨ ନଭେମ୍ବର ୧୯୨୨ - ୪ ଫେବୃଆରୀ ୨୦୧୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଜଗତସିଂହପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ପ୍ରିୟନାଥ ଦେ
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୬୭
ପୂର୍ବ ଅଧିକାରୀନୀଳମଣି ପ୍ରଧାନ, କଣ୍ଡୁରି ଚରଣ ମଲ୍ଲିକ
ପର ଅଧିକାରୀକଣ୍ଡୁରି ଚରଣ ମଲ୍ଲିକ
ନିର୍ବାଚନ ମଣ୍ଡଳୀଜଗତସିଂହପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1922-11-02)୨ ନଭେମ୍ବର ୧୯୨୨
ମୃତ୍ୟୁ୪ ଫେବୃଆରୀ ୨୦୧୯(2019-02-04) (ବୟସ ୯୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀସତୀ ଦେ
ବାପା/ବୋଉକ୍ଷୀରୋଦ ପ୍ରସାଦ ଦେ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନ କରନ୍ତୁ

ପ୍ରିୟନାଥ ଦେ ୧୯୨୨ ମସିହାର ନଭେମ୍ବର ମାସ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କ୍ଷୀରୋଦ ପ୍ରସାଦ ଦେ ଓ ପତ୍ନୀଙ୍କ ନାମ ସତୀ ଦେ ।[୧] ସେ ଜଗତସିଂହପୁରର ସ୍ୱାମୀ ବିବେକାନନ୍ଦ ମେମୋରିଆଲ୍ କଲେଜର ସଂସ୍ଥାପକ ମଧ୍ୟରୁ ଜଣେ ଥିଲେ । ସେ ରାଜନୀତିରେ ଯୋଗ ଦେବା ପୂର୍ବରୁ ସାଲେପୁରର ପଦ୍ମପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରୂପେ କାର୍ଯ୍ୟ କରିଥିଲେ ।[୨]

ରାଜନୈତିକ ଜୀବନ ସମ୍ପାଦନ କରନ୍ତୁ

ପ୍ରିୟନାଥ ଦେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନ କରନ୍ତୁ

ପ୍ରିୟନାଥ ଦେ ୨୦୧୯ ମସିହାର ଫେବୃଆରୀ ୪ ତାରିଖରେ ମୃତ୍ୟୁବରଣ କରିଥିଲେ ।[୩] ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନ କରନ୍ତୁ

  1. ୧.୦ ୧.୧ "Shri Priyanath Dey". odishaassembly.nic.in. Odisha Assembly. Retrieved 30 April 2022.
  2. Pioneer, The (5 February 2019). "Freedom fighter Dey no more". The Pioneer (in ଇଂରାଜୀ). Archived from the original on 30 April 2022. Retrieved 30 April 2022.
  3. India, Press Trust of (2019-02-04). "Noted freedom fighter Priyanath Dey dies". Business Standard India. Archived from the original on 2022-04-30. Retrieved 2022-04-30.