ପ୍ରସନ୍ନ କୁମାର ପାଳ
ପ୍ରସନ୍ନ କୁମାର ପାଳ (୪ ମଇ ୧୯୨୨ - ୨୫ ଡିସେମ୍ବର ୨୦୦୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ପ୍ରଜା ସ୍ୱତନ୍ତ୍ର ପାର୍ଟିର ଜଣେ କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ଓଡ଼ିଶା ବିଧାନ ସଭାରେ ସେ ଜଣେ ବିଧାୟକ ଭାବରେ ୪ ଥର କାର୍ଯ୍ୟ କରିଥିଲେ । ୧୯୫୭, ୧୯୬୧, ୧୯୬୭ ଓ ୧୯୭୧ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପ୍ରଜା ସ୍ୱତନ୍ତ୍ର ପାର୍ଟିର ପ୍ରାର୍ଥୀ ଭାବରେ ଜଳେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ, ୩ୟ, ୪ର୍ଥ ଓ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ପ୍ରସନ୍ନ କୁମାର ପାଳ | |
---|---|
ବିଧାୟକ: ୨ୟ, ୩ୟ, ୪ର୍ଥ ଓ ୫ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୭ – ୧୯୭୩ | |
ପୂର୍ବ ଅଧିକାରୀ | କରୁଣାକର ପାଣିଗ୍ରାହୀ |
ପର ଅଧିକାରୀ | ଗଦାଧର ଗିରି |
ନିର୍ବାଚନ ମଣ୍ଡଳୀ | ଜଳେଶ୍ୱର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୪ ମଇ ୧୯୨୨ |
ମୃତ୍ୟୁ | ୨୫ ଡିସେମ୍ବର ୨୦୦୫ | (ବୟସ ୮୩)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ପ୍ରଜା ସ୍ୱତନ୍ତ୍ର ପାର୍ଟି |
ଜୀବନ ସାଥୀ | ହେମାଙ୍ଗିନୀ ପାଳ |
ସନ୍ତାନ | ୩ ପୁଅ, ୪ ଝିଅ |
ବାପା/ବୋଉ | ଗୋପିନାଥ ପାଳ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ଶିକ୍ଷା ଓ ପରିବାର
ସମ୍ପାଦନାପ୍ରସନ୍ନ କୁମାର ପାଳ ୧୯୨୨ ମସିହାର ମଇ ମାସ ୪ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୋପିନାଥ ପାଳ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ । ସେ ୧୯୫୦ ମସିହାରେ ଶିକ୍ଷକତା ଆରମ୍ଭ କରିଥିଲେ ଏବଂ ପରେ ୧୯୫୨ ମସିହାରେ ଶିକ୍ଷକତାରୁ ବାହାରି ସକ୍ରିୟ ରାଜନୀତିରେ ଯୋଗ ଦେଇଥିଲେ । ତାଙ୍କ ପତ୍ନୀଙ୍କ ନାମ ହେମାଙ୍ଗିନୀ ପାଳ । ପ୍ରସନ୍ନଙ୍କର ୩ ପୁଅ ଓ ୪ ଝିଅଙ୍କ ସମେତ ୭ ଜଣେ ସନ୍ତାନସନ୍ତତି ।
ରାଜନୈତିକ ଜୀବନ
ସମ୍ପାଦନାପ୍ରସନ୍ନ ୧୯୫୨ ମସିହାରେ ଓଡ଼ିଶା ରାଜନୀତିରେ ଯୋଗ ଦେଇଥିଲେ ଏବଂ ପ୍ରଜା ସ୍ୱତନ୍ତ୍ର ପାର୍ଟିର ଜଣେ କର୍ମକର୍ତ୍ତା ଭାବରେ ସେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ୪ ଥର ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି ।
୧୯୫୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପ୍ରଜା ସ୍ୱତନ୍ତ୍ର ପାର୍ଟିର ପ୍ରାର୍ଥୀ ଭାବରେ ଜଳେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୫୨ ମସିହାରୁ ୧୯୫୭ ମସିହାଯାଏଁ କାର୍ଯ୍ୟ କରିଥିଲେ ।
ଏହାପରେ ସେ ୧୯୬୧, ୧୯୬୭ ଓ ୧୯୭୧ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ପୁଣିଥରେ ପ୍ରଜା ସ୍ୱତନ୍ତ ପାର୍ଟିର ପ୍ରାର୍ଥୀ ଭାବରେ ସେ ଜଳେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ଏବଂ ନିର୍ବାଚନରେ ବିଜୟୀ ହୋଇ ଯଥାକ୍ରମେ ୨ୟ, ୩ୟ ଓ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ବିଧାନ ସଭା ସଭ୍ୟ ବିବରଣୀ
ସମ୍ପାଦନାଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୫୭ | ୧୯୬୧ | ସଭ୍ୟ, ୨ୟ ଓଡ଼ିଶା ବିଧାନ ସଭା | ଜଳେଶ୍ୱର | ପ୍ରଜା ସୋସିଆଲିଷ୍ଟ ପାର୍ଟି |
୧୯୬୧ | ୧୯୬୭ | ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା | ଜଳେଶ୍ୱର | ପ୍ରଜା ସୋସିଆଲିଷ୍ଟ ପାର୍ଟି |
୧୯୬୭ | ୧୯୭୧ | ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା | ଜଳେଶ୍ୱର | ପ୍ରଜା ସୋସିଆଲିଷ୍ଟ ପାର୍ଟି |
୧୯୭୧ | ୧୯୭୩ | ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା | ଜଳେଶ୍ୱର | ପ୍ରଜା ସୋସିଆଲିଷ୍ଟ ପାର୍ଟି |
ଆଧାର
ସମ୍ପାଦନା- ↑ "Late Prasanna Kumar Paul". odishaassembly.nic.in. Odisha Assembly. Retrieved 9 June 2019.