ଗଦାଧର ଗିରି
ଗଦାଧର ଗିରି (୧୩ ଅକ୍ଟୋବର ୧୯୪୩ - ୧୨ ଜାନୁଆରୀ ୧୯୮୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ସୋସିଆଲିଷ୍ଟ ପାର୍ଟି, ଜନତା ପାର୍ଟି, ଜନତା ଦଳ ଆଦିର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ଓଡ଼ିଶା ବିଧାନ ସଭାରେ ସେ ଜଣେ ବିଧାୟକ ଭାବରେ ୩ ଥର କାର୍ଯ୍ୟ କରିଥିଲେ । ୧୯୭୪, ୧୯୭୭ ଓ ୧୯୮୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଜଳେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୬ଷ୍ଠ, ୭ମ ଓ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଗଦାଧର ଗିରି | |
---|---|
ବିଧାୟକ: ୬ଷ୍ଠ, ୭ମ ଓ ୮ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୪ – ୧୯୮୫ | |
ପୂର୍ବ ଅଧିକାରୀ | ପ୍ରସନ୍ନ କୁମାର ପାଳ |
ପର ଅଧିକାରୀ | ଯୁଧିଷ୍ଟିର ଜେନା |
ନିର୍ବାଚନ ମଣ୍ଡଳୀ | ଜଳେଶ୍ୱର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୩ ଅକ୍ଟୋବର ୧୯୪୩ |
ମୃତ୍ୟୁ | ୧୨ ଅକ୍ଟୋବର ୧୯୮୭ | (ବୟସ ୪୩)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଜନତା ପାର୍ଟି |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଜନତା ଦଳ, ସୋସିଆଲିଷ୍ଟ ପାର୍ଟି |
ଜୀବନ ସାଥୀ | ଲବଙ୍ଗଲତା ଗିରି |
ସନ୍ତାନ | ୩ ପୁଅ |
ବାପା/ବୋଉ | ବାବୁରାମ ଗିରି (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ଶିକ୍ଷା ଓ ପରିବାର
ସମ୍ପାଦନାଗଦାଧର ଗିରି ୧୯୪୩ ମସିହାର ଅକ୍ଟୋବର ମାସ ୧୩ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ବାବୁରାମ ଗିରି । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ବିଜ୍ଞାନରେ ସ୍ନାତକ । ପ୍ରତ୍ୟକ୍ଷ ରାଜନୀତିରେ ଯୋଗ ଦେବା ପୂର୍ବରୁ ସେ ଜଣେ ଅଧ୍ୟାପକ ଭାବରେ କାର୍ଯ୍ୟ କରୁଥିଲେ ।[୧] ଗଦାଧରଙ୍କର ପତ୍ନୀଙ୍କ ନାମ ଲବଙ୍ଗଲତା ଗିରି ।
ରାଜନୈତୀକ ଜୀବନ
ସମ୍ପାଦନାଗଦାଧର ଛାତ୍ର ଜୀବନରୁ ରାଜନୀତି ପ୍ରତି ଆକୃଷ୍ଟ ହୋଇଥିଲେ ।[୧] ସେ ସରକାରଙ୍କର ବିଭିନ୍ନ ଦୁର୍ନିତୀକୁ ସିଧାସଳଖ ବିରୋଧ କରିବା ସହ ବିଭିନ୍ନ ଜନ ଆନ୍ଦୋଳନ କରାଇଥିଲେ ।[୧] ୧୯୭୧ ମସିହାରୁ ୧୯୭୪ ମସିହା ମଧ୍ୟରେ ସେ ଭାରତୀୟ ଜାତୀୟ କଂଗ୍ରେସର ବିଭିନ୍ନ ଭ୍ରଷ୍ଟାଚାର ବିରୋଧରେ ସ୍ୱର ଉତ୍ତୋଳନ କରି ୪ ଥର ଗିରଫ ହୋଇଥିଲେ ।[୧]
୧୯୭୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସୋସିଆଲିଷ୍ଟ ପାର୍ଟିର ପ୍ରାର୍ଥୀ ଭାବରେ ଜଳେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ଏହି ବିଧାନ ସଭାରେ ସେ ୧୯୭୪ ମସିହାରୁ ୧୯୭୭ ମସିହାଯାଏଁ କାର୍ଯ୍ୟ କରିଥିଲେ ।
ଏହାପରେ ୧୯୭୭ ମସିହାରେ ଜନତା ଦଳର ଏବଂ ୧୯୮୦ ମସିହାରେ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ଜଳେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ ଓ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]