ପ୍ରଫୁଲ୍ଲ ଦାସ (୩୦ ସେପ୍ଟେମ୍ବର ୧୯୨୭ - ୪ ମାର୍ଚ୍ଚ ୨୦୧୮)[] ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖକ ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ । ତାଙ୍କର ବହ୍ନିମାନ ପୁସ୍ତକ ନିମନ୍ତେ ସେ ଶାରଳା ପୁରସ୍କାରରେ ପାଇଥିଲେ ।[] ସେ ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନରେ ଯୋଗଦେଇ ପ୍ରାୟ ଏଗାର ଶହ ଏକର ଜମି ସଂଗ୍ରହ କରିଥିଲେ । ଏଥି ସହ ସେ ଗ୍ରାମ ସଂଗଠନ, ନିଶା ନିବାରଣ, ଦାରିଦ୍ର୍ୟ-ଅଶିକ୍ଷା, ଜମିଦାରୀ ଆଦି ବିରୋଧରେ ଏବଂ କୁଷ୍ଠ ନିରାକରଣ ପାଇଁ ଆନ୍ଦୋଳନ କରିଥିଲେ । ତାଙ୍କର ଉଲ୍ଲେଖନୀୟ ରଚନା ମଧ୍ୟରେ ନେତାଜୀ ଆଉ ଫେରିନାହାନ୍ତି, ଫାଶୀ ମଞ୍ଚରେ ବିପ୍ଳବୀ, ପ୍ରତାରଣାର ଶହେ ବର୍ଷ, ସେହି ରକ୍ତାକ୍ତ ଅଗଷ୍ଟ ପନ୍ଦର, ଭାରତ ବିଭାଜନ, ରାଜଦ୍ରୋହୀ, ଅଗ୍ନି ଯୁଗର ଆହ୍ଲାନ, ରକ୍ତସ୍ନାତା, ବହ୍ନିମାନ ଆଦି ପ୍ରଧାନ ।

ପ୍ରଫୁଲ୍ଲ ଦାସ
ଜନ୍ମ ଓ ଜନ୍ମସ୍ଥାନ(1927-09-30)୩୦ ସେପ୍ଟେମ୍ବର ୧୯୨୭
ଜରିସାହି, କେନ୍ଦ୍ରାପଡ଼ା
ମୃତ୍ୟୁ୩ ମାର୍ଚ୍ଚ ୨୦୧୮(2018-03-03) (ବୟସ ୯୦)
ଭାଷାଓଡ଼ିଆ
ସାହିତ୍ୟ କୃତିବହ୍ନିମାନ
ପୁରସ୍କାରଶାରଳା ପୁରସ୍କାର (୨୦୧୪)

୨୦୧୮ ମସିହା ମାର୍ଚ୍ଚ ମାସ ୩ ତାରିଖରେ କେନ୍ଦ୍ରାପଡ଼ାର ରାଜକନିକାଠାରେ ୯୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।[]

ସଂକ୍ଷିପ୍ତ ଜୀବନ

ସମ୍ପାଦନା

ପ୍ରଫୁଲ୍ଲ ଦାସ ୧୯୨୭ ମସିହା ସେପ୍ଟେମ୍ବର ୩୦ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ଜରିସାହିଠାରେ ଜନ୍ମଗ୍ରହଣ କରିଥିଲେ । ସେ ଆଦ୍ୟଶୈଶବରେ ପିତାଙ୍କୁ ହରାଇ ସେଠାରେ ନିଜ ମାମୁଁ ଘରେ ପିଲାବେଳୁ ବଢ଼ିଥିଲେ ଓ ସେଠାରେ ରହିଆସୁଥିଲେ ।[] ସେ କନିକା, କୁଜଙ୍ଗ, ସାଲେପୁର, ବାଲେଶ୍ୱରପାରଳାଖେମୁଣ୍ଡି ଆଦି ସ୍ଥାନରେ ବିଦ୍ୟାଳୟ ଶିକ୍ଷା ଗ୍ରହଣ କରିଥିଲେ । ସେ ଛାତ୍ର-ଜୀବନରେ ଆନନ୍ଦ ଚନ୍ଦ୍ର ଜେନାଙ୍କ "ଦୁଃଖିନୀ କନିକା" ଗୀତରୁ ବିପ୍ଲବୀ ହେବା ପାଇଁ ପ୍ରେରଣା ପାଇଥିଲେ । ୧୯୪୮ରେ ସେ କନିକା ଅଞ୍ଚଳର ପ୍ରାୟ ଅଶୀ ଜଣ ଦଳିତଙ୍କ ସହ ଆରଡ଼ି ଆଖଣ୍ଡଳମଣି ମନ୍ଦିରରେ ପ୍ରବେଶ କରି ଚହଳ ସୃଷ୍ଟି କରିଥିଲେ । ୧୯୫୧ରେ ସେ ପୁରୀର ରାମକୃଷ୍ଣ ମିଶନ ପାଠାଗାରରେ ସ୍ନେଚ୍ଛାସେବକ ଭାବେ କାର୍ଯ୍ୟ କରିବା ସହ ସାହିତ୍ୟ ରଚନା ଆରମ୍ଭ କରିଥିଲେ । ପୁରୀରେ ରହିବା ବେଳେ ସେ ଶତଦଳ ନାମକ ସାହିତ୍ୟ ପତ୍ରିକା ପ୍ରକାଶ କରୁଥିଲେ । ସେଠାରେ ସାହିତ୍ୟ ସଭା ଆୟୋଜନ କରିବା ସହ ପ୍ରସିଦ୍ଧ ସାହିତ୍ୟିକମାନଙ୍କ ଜନ୍ମଦିନ ପାଳନ କରୁଥିଲେ । ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନ ସହ ସଂପୃକ୍ତ ହୋଇ କାଳିକାପୁରରେ ଭୂଦାନ ମେଳା ଆୟୋଜନ କରିଥିଲେ ଓ ପ୍ରାୟ ଏଗାର ଶହ ଏକର ଜମି ସଂଗ୍ରହ କରିଥିଲେ । ନେତାଜୀ ଆଉ ଫେରିନାହାନ୍ତି, ଫାଶୀ ମଞ୍ଚରେ ବିପ୍ଳବୀ, ପ୍ରତାରଣାର ଶହେ ବର୍ଷ, ସେହି ରକ୍ତାକ୍ତ ଅଗଷ୍ଟ ପନ୍ଦର, ଭାରତ ବିଭାଜନ, ରାଜଦ୍ରୋହୀ, ଅଗ୍ନି ଯୁଗର ଆହ୍ଲାନ, ରକ୍ତସ୍ନାତା, ବହ୍ନିମାନ ଆଦି ତାଙ୍କଦ୍ୱାରା ଲିଖିତ ପ୍ରସିଦ୍ଧ ପୁସ୍ତକ ।

ଦୀର୍ଘ ଅସୁସ୍ଥତା ପରେ ୨୦୧୮ ମସିହା ମାର୍ଚ୍ଚ ମାସ ୩ ତାରିଖରେ କେନ୍ଦ୍ରାପଡ଼ାର ରାଜକନିକାଠାରେ ୯୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।[]

ରଚନାବଳୀ

ସମ୍ପାଦନା
  • ଅଗ୍ନିଯୁଗର ଆହ୍ୱାନ (୧୯୭୫)
  • ଭାରତର ସଶସ୍ତ୍ର ମୁକ୍ତି ସଂଗ୍ରାମ (୧୯୮୦)
  • କଳାପାଣିରେ ଅଗ୍ନିଶିଖା (୧୯୮୨)
  • ଅଗ୍ନିଯୁଗ ପୁରାଣ (୧୯୮୮)
  • ରକ୍ତସ୍ନାତା (୧୯୯୨)
  • ବହ୍ନିମାନ (ମାଳତୀ ଚୌଧୁରୀଙ୍କ ଜୀବନ ଚରିତ)
  • ଶହୀଦ ବାସୁ ବିଶିନି
  • କନିକା ପ୍ରଜା ଆନ୍ଦୋଳନର ଇତିହାସ
  • ନେତାଜୀ ଆଉ ଫେରି ନାହାନ୍ତି
  • ଅଗ୍ନିଯୁଗର ଆଶ୍ରମ

ପୁରସ୍କାର ଓ ସମ୍ମାନ

ସମ୍ପାଦନା
  1. Kartik Chandra Dutt (1 January 1999). Who's who of Indian Writers, 1999: A-M. Sahitya Akademi. pp. 279–. ISBN 978-81-260-0873-5.
  2. "Prafulla Das gets Sarala Award". ଟାଇମ୍ସ ଅଫ ଇଣ୍ଡିଆ. Retrieved 30 October 2014.
  3. ୩.୦ ୩.୧ ୩.୨ "ପରଲୋକରେ ସ୍ୱାଧୀନତା ସଂଗ୍ରାମୀ, ବିଶିଷ୍ଟ ଐତିହାସିକ ତଥା ବିପ୍ଳବୀ କବି ପ୍ରଫୁଲ୍ଲ ଦାସ". ସମ୍ବାଦ. 3 March 2018. Retrieved 4 March 2018.
  4. Abraham, Priya. "DLitt for singer and historian". The Telegraph. Retrieved 1 August 2015.