ପ୍ରଦୀପ କୁମାର ଅମାତ
ପ୍ରଦୀପ କୁମାର ଅମାତ (ଜନ୍ମ: ୧୮ ଅକ୍ଟୋବର ୧୯୫୨) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଏବେ କାର୍ଯ୍ୟ କରୁଛନ୍ତି । ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବୌଦ୍ଧ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ଶ, ୧୩ଶ, ୧୪ଶ, ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ପ୍ରଦୀପ କୁମାର ଅମାତ | |
---|---|
![]() | |
ବିଧାୟକ: ୧୨ଶ, ୧୩ଶ, ୧୪ଶ, ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୦ – ଏବେଯାଏଁ | |
ପୂର୍ବ ଅଧିକାରୀ | ସଚ୍ଚିଦାନନ୍ଦ ଦଲାଲ |
ନିର୍ବାଚନ ମଣ୍ଡଳୀ | ବୌଦ୍ଧ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୮ ଅକ୍ଟୋବର ୧୯୫୨ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ସୀମା ରାଣୀ ଅମାତ |
ବାପା/ବୋଉ | ଗୌରୀ ଶଙ୍କର ଅମାତ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନ କରନ୍ତୁ
ପ୍ରଦୀପ କୁମାର ଅମାତ ୧୯୫୨ ମସିହାର ଅକ୍ଟୋବର ୧୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୌରୀ ଶଙ୍କର ଅମାତ ଓ ପତ୍ନୀଙ୍କ ନାମ ସୀମା ରାଣୀ ଅମାତ ।[୧]
ରାଜନୈତିକ ଜୀବନ ସମ୍ପାଦନ କରନ୍ତୁ
ପ୍ରଦୀପ କୁମାର ଅମାତ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଏବେ କାର୍ଯ୍ୟ କରୁଛନ୍ତି । ୨୦୦୮ ମସିହାରୁ ୨୦୧୭ ମସିହାଯାଏଁ ସେ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି ଏବଂ ୨୦୧୭ ମସିହାରୁ ୨୦୧୯ ମସିହାଯାଏଁ ସେ ବିଧାନ ସଭାର ବାଚସ୍ପତି ଭାବରେ କାର୍ଯ୍ୟ କରିଛନ୍ତି ।[୧]
ବିଧାନ ସଭା ସଭ୍ୟ ବିବରଣୀ ସମ୍ପାଦନ କରନ୍ତୁ
ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୨୦୦୦ | ୨୦୦୪ | ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା | ବୌଦ୍ଧ | ସ୍ୱାଧୀନ |
୨୦୦୪ | ୨୦୦୯ | ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା | ବୌଦ୍ଧ | ବିଜୁ ଜନତା ଦଳ |
୨୦୦୯ | ୨୦୧୪ | ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା | ବୌଦ୍ଧ | ବିଜୁ ଜନତା ଦଳ |
୨୦୧୪ | ୨୦୧୯ | ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା | ବୌଦ୍ଧ | ବିଜୁ ଜନତା ଦଳ |
୨୦୧୯ | ଏବେଯାଏଁ | ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା | ବୌଦ୍ଧ | ବିଜୁ ଜନତା ଦଳ |
ଆଧାର ସମ୍ପାଦନ କରନ୍ତୁ
- ↑ ୧.୦ ୧.୧ "Shri Pradip Kumar Amat". odishaassembly.nic.in. Odisha Assembly. Retrieved 6 May 2021.
ବାହାର ଆଧାର ସମ୍ପାଦନ କରନ୍ତୁ
- ଉଇକିମିଡ଼ିଆ କମନ୍ସରେ Pradip Kumar Amat-ସମ୍ପର୍କିତ ମିଡ଼ିଆ