ପ୍ରତୀକ୍ଷା

୨୦୨୨ ଓଡ଼ିଆ କଥାଚିତ୍ର

ପ୍ରତୀକ୍ଷା ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଜାତୀୟ ପୁରସ୍କାରପ୍ରାପ୍ତ ଏକ ଓଡ଼ିଆ କଥାଚିତ୍ର[୨][୩] ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଗୌରହରି ଦାସ[୪] ରୋଶନ ବିଷୋୟୀ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ।[୫]

ପ୍ରତୀକ୍ଷା
ପ୍ରତୀକ୍ଷା କଥାଚିତ୍ର ପୋଷ୍ଟର
ନିର୍ଦ୍ଦେଶକଅନୁପମ ପଟ୍ଟନାୟକ
ପ୍ରଯୋଜକଅନୁପମ ପଟ୍ଟନାୟକ
ଚିତ୍ରନାଟ୍ୟରୋଶନ ବିଷୋୟୀ
କାହାଣୀଗୌରହରି ଦାସ
କଳାକାରଦୀପନ୍ୱିତ ଦାଶମହାପାତ୍ର
ବର୍ଷା ପଟ୍ଟନାୟକ
ଚୌଧୁରୀ ଜୟପ୍ରକାଶ ଦାସ
ସଙ୍ଗୀତଅଙ୍କେଶ ଆନନ୍ଦ
ଆଶିଷ ପ୍ରଧାନ
ଚିତ୍ରଗ୍ରହଣଦୀପକ କୁମାର
ସମ୍ପାଦକଦେବେନ ମିଶ୍ର
ମୁକ୍ତିଲାଭ ତାରିଖ
୨ ଡିସେମ୍ବର ୨୦୨୨
କଥାଚିତ୍ରର ସମୟ
୧୩୭ ମିନିଟ୍[୧]
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦୀପନ୍ୱିତ ଦାଶମହାପାତ୍ର ଓ ବର୍ଷା ପଟ୍ଟନାୟକ । ଚୌଧୁରୀ ଜୟପ୍ରକାଶ ଦାସ, ସିଦ୍ଧାନ୍ତ ମହାପାତ୍ର ଶ୍ରୀଲା ତ୍ରିପାଠୀ, ରୂପାମ୍ବିକା ନାୟକ, ଅବକାଶ ମିଶ୍ର, ସୁଶୀଲ ମିଶ୍ର, ରୋଶନ ବିଷୋୟୀ ଅଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୪] ଏହି କଥାଚିତ୍ରଟି ୨୦୨୨ ମସିହାର ଡିସେମ୍ବର ୨ ତାରିଖରେ ମୁକ୍ତିଲାଭ କରିଥିଲା ।[୬]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଙ୍କେଶ ଆନନ୍ଦ ଓ ଆଶିଷ ପ୍ରଧାନ । ଦୁର୍ଗା ମାଧବ ପଣ୍ଡା, ପ୍ରିୟରଞ୍ଜନ ସାହୁ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୪] ଆଶିଷ ପ୍ରଧାନ, ବିଭାଶ ରଥ, ବିଶ୍ୱଜିତ ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତକବିଗାୟକସମୟ
1."କହରେ ଆକାଶ"ଦୁର୍ଗା ମାଧବ ପଣ୍ଡାଆଶିଷ ପ୍ରଧାନ୦୫:୩୪
2."ତୁ ଆଉ ମୁଁ"ପ୍ରିୟରଞ୍ଜନ ସାହୁବିଭାଶ ରଥ୦୩:୨୯
3."ଭୁଲ ଯେବେ"ଦୁର୍ଗା ମାଧବ ପଣ୍ଡାବିଶ୍ୱଜିତ ମହାପାତ୍ର୦୪:୪୫

ମୁକ୍ତିଲାଭ ସମ୍ପାଦନା

ଏହି କଥାଚିତ୍ରଟି ଗୋଆରେ ଅନୁଷ୍ଠିତ ଇଣ୍ଟରନେସନାଲ୍ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆରେ ପ୍ରଦର୍ଶିତ ହୋଇଥିଲେ ।[୭][୮] ୨ ଡିସେମ୍ବର ୨୦୨୨ରେ ଏହାକୁ ପ୍ରେକ୍ଷାଳୟରେ ମୁକ୍ତିଲାଭ କରାଯାଇଥିଲା ।

ପୁରସ୍କାର ସମ୍ପାଦନା

ଆଧାର ସମ୍ପାଦନା

  1. "Pratikshya - IFFI 53". IFFI, Goa. 8 November 2022. Archived from the original on 2 December 2022. Retrieved 2 December 2022.
  2. ୨.୦ ୨.୧ "69th National Film Awards: Pratikshya adjudged Best Odia feature film | Sambad English" (in ଆମେରିକୀୟ ଇଂରାଜୀ). 2023-08-24. Retrieved 2023-08-24.
  3. "ସୁସ୍ଥ ପ୍ରତିଦ୍ୱନ୍ଦିତା ଚଳଚ୍ଚିତ୍ର ଶିଳ୍ପର ଶ୍ରୀବୃଦ୍ଧି କରିବ". ସମାଜ. No. ରବିବାର. 1 October 2023. p. 8. Archived from the original on 8 October 2023. Retrieved 8 October 2023.
  4. ୪.୦ ୪.୧ ୪.୨ Panda, Padmaja (20 September 2022). "Odia filmmaker Anupam Patnaik announces his upcoming movie". Sambad English (in English). Bhubaneswar: sambadenglish.com. Archived from the original on 10 November 2022. Retrieved 2 December 2022.{{cite news}}: CS1 maint: unrecognized language (link)
  5. "'IFFI' ରେଡ୍‌ କାର୍ପେଟ୍‌ରେ 'ପ୍ରତୀକ୍ଷା', ପ୍ରଡକ୍ସନ୍‌ ଟିମ୍ ବଖାଣିଲେ ଫିଲ୍ମର କାହାଣୀ". Prameya News7. ଭୁବନେଶ୍ୱର. 23 November 2022. Archived from the original on 2 December 2022. Retrieved 2 December 2022.
  6. "ମୁକ୍ତିଲାଭ କଲା ବହୁପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର 'ପ୍ରତୀକ୍ଷା'". ସମ୍ବାଦ. ଭୁବନେଶ୍ୱର: sambad.in. 2 December 2022. Archived from the original on 4 December 2022. Retrieved 4 December 2022.
  7. "Odia Feature Film 'Pratikshya' To Be Screened At International Film Festival Of India". Pragativadi (in English). Bhubaneswar. 22 October 2022. Archived from the original on 10 November 2022. Retrieved 2 December 2022.{{cite news}}: CS1 maint: unrecognized language (link)
  8. "IFFI 53-Indian Panorama-International Film Festival of India 2022" (in ଆମେରିକୀୟ ଇଂରାଜୀ). 2022-11-01. Archived from the original on 2022-11-28. Retrieved 2022-12-02.
  9. Pioneer, The. "'Pratikshya' wins big at Washington fest". The Pioneer (in ଇଂରାଜୀ). Retrieved 2022-12-02.
  10. "Anupam Kher announces Hindi remake of Odia film 'Pratikshya' - Times of India". The Times of India (in ଇଂରାଜୀ). Retrieved 2022-12-02.
  11. "ଓଡ଼ିଆ ଚଳଚ୍ଚିତ୍ର 'ପ୍ରତୀକ୍ଷା'ର ହିନ୍ଦୀ ରିମେକ୍‌ କରିବେ ଅନୁପମ ଖେର". ସମ୍ବାଦ. ଭୁବନେଶ୍ୱର: sambad.in. 24 November 2022. Archived from the original on 2 December 2022. Retrieved 2 December 2022.

ବାହାର ଆଧାର ସମ୍ପାଦନା