ଜହ୍ନମାମୁଁ ଏକ କ୍ଲାସିକ ଭାରତୀୟ ମାସିକ ପତ୍ରିକା ଥିଲା । ଚନ୍ଦାମାମା ନାମରେ ବିଭିନ୍ନ ଭାରତୀୟ ଭାଷାରେ ପ୍ରକାଶିତ ସଂସ୍କରଣ ଭିତରୁ ଓଡ଼ିଆ ସଂସ୍କରଣର ନାମ ଜହ୍ନମାମୁଁ । ଏହା ଦୀର୍ଘ ଦିନ ପୌରାଣିକ/ଯାଦୁକରୀ କାହାଣୀମାଳା ମଧ୍ୟ ଚଳାଇଥିଲା । ମୂଳତଃ ତେଲୁଗୁ ଚଳଚ୍ଚିତ୍ର ନିର୍ମାତା ବି. ନାଗି ରେଡ୍ଡୀ ଏବଂ ଚକ୍ରପାଣି ତେଲୁଗୁରେ "ଚନ୍ଦାମାମା" ଆରମ୍ଭ କରିଥିଲେ । ଏହା ଚକ୍ରପାଣିଙ୍କ ଜଣେ ଘନିଷ୍ଠ ବନ୍ଧୁ ଏବଂ ତେଲୁଗୁ ସାହିତ୍ୟିକ କୋଡ଼ବତୀଗଣ୍ଟି କୁଟୁମ୍ବ ରାଓଙ୍କଦ୍ୱାରା ସମ୍ପାଦିତ ହେଉଥିଲା । ସେ ୧୯୮୦ ମସିହା ଅଗଷ୍ଟରେ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଏହାକୁ ୨୮ ବର୍ଷ ଧରି ସମ୍ପାଦନା କରୁଥିଲେ ।

୨୦୦୭ ମସିହାରେ ଚନ୍ଦାମାମାକୁ ମୁମ୍ବାଇରେ ସବସ୍ଥାପିତ ସଫ୍ଟୱେର ସେବା ପ୍ରଦାନକାରୀ କମ୍ପାନୀ ଜିଓଡେସିକ କିଣିନେଇଥିଲା । ସେ ସେହି ୬୦ ବର୍ଷ ପୁରୁଣା ପତ୍ରିକାକୁ ଡିଜିଟାଲ ଯୁଗରେ ନେବା ପାଇଁ ଯୋଜନା କରିଥିଲା । ତେବେ ଜିଓଡେସିକ ନିଜେ ଉଲ୍ଲେଖନୀୟ ଋଣ କରି ଦେବାଳିଆ ଘୋଷିତ ହୋଇ ମୁମ୍ବାଇ ଉଚ୍ଚନ୍ୟାୟାଳୟଦ୍ୱାରା ଭରଣା ପାଇଁ ଆଦେଶ ପାଇବା ପରେ ପତ୍ରିକା ପ୍ରକାଶନ ବର୍ତ୍ତମାନ ବନ୍ଦ ରହିଛି ।

ଜୁଲାଇ ୨୦୧୬ ମସିହା ପର୍ଯ୍ୟନ୍ତ ଏହି ପତ୍ରିକାର ସାମ୍ପ୍ରତିକ ସ୍ଥିତି ଅଜଣା କାରଣ ମୂଳ କମ୍ପାନୀ ଜିଓଡେସିକ ପରିଶୋଧ ପ୍ରକ୍ରିୟାରେ ରହିଛି । ଚନ୍ଦାମାମା ବ୍ରାଣ୍ଡ ଏବଂ ବୌଦ୍ଧିକ ସମ୍ପତ୍ତି (ଆଇପି) ଉପଯୁକ୍ତ ସମୟରେ ବିକ୍ରି ହେବାର ଆଶା କରାଯାଉଛି । ପତ୍ରିକାର ମୂଳ ୱେବସାଇଟକୁ ପତ୍ରିକା ମାଲିକମାନେ ଛାଡ଼ିଦେଇଥିଲେ । ସାମ୍ପ୍ରତିକ ୱେବସାଇଟଟି ଚନ୍ଦାମାମା ପତ୍ରିକା ସହ ଜଡ଼ିତ ନୁହେଁ ।

ଆଧାର ସମ୍ପାଦନା

ବାହାର ଲିଙ୍କ ସମ୍ପାଦନା

  • "ମୂଳ ୱେବସାଇଟ". Archived from the original on 17 May 2014.
  • ଛାଞ୍ଚ:Gcdb publisher
  • ଛାଞ୍ଚ:Inducks publisher
  • ଚାନ୍ଦମାମା ସଂଖ୍ୟାଗୁଡ଼ିକର ଅଭିଲେଖ
  • ବି ବିଶ୍ୱନାଥ ରେଡ୍ଡୀଙ୍କ ସହ ସାକ୍ଷାତକାର
  • ନୂଆ ଚନ୍ଦାମାମା ସାଇଟ