ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ

ଭାରତୀୟ ଶିକ୍ଷାବିଦ୍ ଓ ଓଡ଼ିଆ ଲେଖିକା

ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ, ଜଣେ ଓଡ଼ିଆ ସାହିତ୍ୟିକା । ସାହିତ୍ୟର ବହୁବିଧା ଯଥା ଉପନ୍ୟାସ, ଗଳ୍ପ, କବିତା ଓ ସମାଲୋଚନାରେ ସେ ଲେଖନୀ ଚାଳନା କରନ୍ତି । ତାଙ୍କର ୧୭ଟି ପୁସ୍ତକ ପ୍ରକାଶିତ ହୋଇସାରିଛି ।

ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ
୨୦୨୩ ମସିହାର ସାଳନ୍ଦୀ ବହିମେଳାରେ ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ
ଜନ୍ମ (1980-07-15) ୧୫ ଜୁଲାଇ ୧୯୮୦ (ବୟସ ୪୪)
ଶିକ୍ଷାପିଏଚଡ଼ି
ଶିକ୍ଷାନୁଷ୍ଠାନସାରଙ୍ଗଧର ଉଚ୍ଚ ବିଦ୍ୟାଳୟ, ରମାଦେବୀ ମହିଳା ମହାବିଦ୍ୟାଳୟରେ
ବୃତ୍ତି(ସମୂହ)ସାହିତ୍ୟିକା, ଅଧ୍ୟାପିକା[]
ପୁରସ୍କାରରାଜଧାନୀ ପୁସ୍ତକ ମେଳା ପୁରସ୍କାର

ରଚନାବଳୀ

ସମ୍ପାଦନା

ପ୍ରଜ୍ଞା ପ୍ରବର୍ତ୍ତିକା ବିଦ୍ୟାଳୟରେ ପାଠ ପଢ଼ିବାବେଳୁ ଲେଖାଲେଖି ଆରମ୍ଭ କରିଥିଲେ । ଦଶମ ଶ୍ରେଣୀରେ ପଢ଼ିବା ବେଳେ ତାଙ୍କ କବିତା ପ୍ରକୃତି ତାଙ୍କ ବିଦ୍ୟାଳୟ ପତ୍ରିକାରେ ପ୍ରକାଶ ପାଇଥିଲା । ମହାବିଦ୍ୟାଳୟରେ ପଢ଼ିବାବେଳେ ତାଙ୍କ ଲେଖା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହେବା ଆରମ୍ଭ ହୋଇଥିଲା । ଏଯାବତ ତାଙ୍କର ୧୦ଟି ଉପନ୍ୟାସ, ୩ଟି କବିତା ସଂକଳନ, ୨ଟି ଗଳ୍ପ ଓ ୨ଟି ସମାଲୋଚନା ପୁସ୍ତକ ପ୍ରକାଶିତ ହୋଇ ସାରିଛି ।

ରଚନାବଳୀ

ସମ୍ପାଦନା

ଉପନ୍ୟାସ

ସମ୍ପାଦନା
  • ବହ୍ନିକନ୍ୟା - ୨୦୦୭ (ଶୌର୍ଯ୍ୟ ପ୍ରକାଶନ, କଟକ)
  • ନୂଆ ସକାଳ
  • ତଥାପି ପୁନଃଶ୍ଚ - ୨୦୧୨ (ଜଗନ୍ନାଥ ରଥ ପ୍ରକାଶନ, କଟକ)[]
  • ଲେଡି଼ଜ ହଷ୍ଟେଲ
  • ନ ପାହୁ ରାତି
  • ନିଖୋଜ
  • ଶେଷ ଚିଠି
  • ପ୍ରତୀଚୀର ସୂର୍ଯ୍ୟ
  • ଅପରାଜିତା
  • ଅଣ ନାୟକ
  • ପ୍ରତିଦ୍ୱନ୍ଦୀ
  • ଶବ୍ଦାନ୍ତର
  • ତୁମ ପାଇଁ - ୨୦୧୧ (ଜଗନ୍ନାଥ ରଥ ପ୍ରକାଶନ, କଟକ)
  • ତୁମ କଥା ମନେ ପଡ଼େ
  • ଝଡ଼
  • ଦୁଷ୍ଟପରି ଓ ଅନ୍ୟାନ୍ୟ କାହାଣୀ - ୨୦୧୩ (ଜଗନ୍ନାଥ ରଥ ପ୍ରକାଶନ, କଟକ)
  • ପାପୁଲିଏ ସ୍ପର୍ଶ

ସମାଲୋଚନା

ସମ୍ପାଦନା
  • ମନୋଜ ଦାସଙ୍କ ଗଳ୍ପରେ କୁହୁକ ବାସ୍ତବତା
  • ନବଜନ୍ମର କଥାକାର

ବ୍ୟକ୍ତିଗତ ଜୀବନ

ସମ୍ପାଦନା

ପ୍ରଜ୍ଞା ପ୍ରବର୍ତ୍ତିକା, ୧୯୮୦ ମସିହା ଜୁଲାଇ ୧୫ ତାରିଖରେ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗରଠାରେ ଜନ୍ମଗ୍ରହଣ କରିଥିଲେ । ଢେଙ୍କାନାଳର ସାରଙ୍ଗଧର ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ କରିବାପରେ ସେ ଭୁବନେଶ୍ୱରର ରମାଦେବୀ ମହିଳା ମହାବିଦ୍ୟାଳୟରେ +୨ ବିଜ୍ଞାନ ଓ ଯାଜପୁରର ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ +୩ ପଢ଼ିଥିଲେ । ତାପରେ ସେ ଇଂରାଜୀରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରି ୨୦୦୪ ମସିହାରୁ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟାପନା ଆରମ୍ଭ କରିଥିଲେ । ୨୦୧୩ ମସିହାରେ ସେ ମନୋଜ ଦାସଙ୍କ ସାହିତ୍ୟ ଉପରେ ଗବେଷଣା କରି ପିଏଚଡ଼ି ହାସଲ କରିଥିଲେ ।

ସମ୍ମାନ ଓ ପୁରସ୍କାର

ସମ୍ପାଦନା
  • ରାଜଧାନୀ ପୁସ୍ତକ ମେଳା ପୁରସ୍କାର[]
  • ଯାଜପୁର ପୁସ୍ତକ ମେଳା ସମ୍ମାନ
  • ବ୍ୟାସ ସ୍ୱର୍ଣ୍ଣ ସମ୍ମାନ
  • ବ୍ୟାସ ଗୌରବ
  • ଅନୁରାଗ ସମ୍ମାନ
  • ଗୋକର୍ଣ୍ଣିକା ଲେଖିକା ସମ୍ମାନ
  • କଥା ସାଗର ସମ୍ମାନ[]
  1. "shasakprashasak.com/index.php/state/1654-2018-05-18-11-09-57". www.shasakprashasak.com/. shasakprashasak.com. Retrieved 1 September 2021.
  2. [www.http://opac.nationallibrary.gov.in/cgi-bin/gw/chameleon "National Library Online Catalogue"]. www.opac.nationallibrary.gov.in. National Library. Retrieved 1 September 2021.
  3. "ପ୍ରଥମ ରୋଜଗାରରେ କ୍ୟାରମ୍ ବୋର୍ଡ଼ କିଣିଥିଲି". No. ଧରିତ୍ରୀ ଛୁଟିଦିନ ୨୯ ଅଗଷ୍ଟ ୨୦୨୧ - ୪ ସେପ୍ଟେମ୍ବର ୨୦୨୧. ଧରିତ୍ରୀ. Retrieved 2021-10-01.
  4. "ଅଳ୍ପ ଆଳାପ". ସମ୍ବାଦ ୩୦ ଜୁଲାଇ ୨୦୨୨ ପୃଷ୍ଠା ୭. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 31 July 2023. Retrieved 31 July 2023.

ବାହାର ଆଧାର

ସମ୍ପାଦନା