Selected biography 1

ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected biography/1

ଜେମ୍‌ସ ୱାଟଙ୍କ ଛବି
ଜେମ୍‌ସ ୱାଟ
b. ୧୭୩୬/୧୮୧୯

ଜେମ୍‌ସ ୱାଟ ୱାଟ ହେଉଛନ୍ତି ଜଣେ ସ୍କଟଲ୍ୟାଣ୍ଡୀୟ ଉଦ୍ଭାବକ ଓ ଯନ୍ତ୍ର ବିଜ୍ଞାନୀ । ବାଷ୍ପଚାଳିତ ଯନ୍ତ୍ରରେ ସେ କରିଥିବା ଉନ୍ନତି ଶିଳ୍ପ ବିପ୍ଳବ ସମୟରେ ଏକ ନୂତନ ଦିଗ ଉନ୍ମୋଚନ କରିଥିଲା । ଗ୍ଲାସ୍‌ଗୋ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଥିବାବେଳେ ସେ ବାଷ୍ପଚାଳିତ ଯନ୍ତ୍ର ପ୍ରତି ଆଗ୍ରହୀ ହେଲେ । ସେ ଅନୁଭବ କଲେ ଯେ ତତ୍କାଳୀନ ଯନ୍ତ୍ର ଅନେକ ଶକ୍ତି ଅପଚୟ କରୁଛନ୍ତି । ସେ ଯନ୍ତ୍ରରେ ଏମିତି ପରିବର୍ତ୍ତନ କଲେ ଯାହା କାର୍ଯ୍ୟଦକ୍ଷତା ବଢାଇବା ସହ ଶକ୍ତି ମଧ୍ୟ ସଞ୍ଚୟ କଲା ।

ସେ ଅଶ୍ୱକ୍ଷମତା ଶବ୍ଦର ପ୍ରଚଳନ କରିଥିଲେ । ତାଙ୍କ ନାମାନୁସାରେ ଶକ୍ତିର ଏକକକୁ ୱାଟ କୁହାଯାଏ ।

ଆହୁରି ଅନେକ ନିର୍ବାଚିତ ଜୀବନୀ ପଢନ୍ତୁ... ଅଧିକ ପଢନ୍ତୁ...

Selected biography 2

ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected biography/2

ଜର୍ଜ ସାଇମନ ଓମ
ଜର୍ଜ ସାଇମନ ଓମ
b. ୧୭୮୯/୧୮୫୪

ଜର୍ଜ୍ ସାଇମନ୍ ଓମ୍‌ ଜଣେ ଜର୍ମାନ ପଦାର୍ଥ ବିଜ୍ଞାନୀ ଓ ଗଣିତଜ୍ଞ ଥିଲେ । ସେ "ଓମ୍‌ଙ୍କ ନିୟମ" ପାଇଁ ଜଣାଶୁଣା ।
ଆହୁରି ଅନେକ ନିର୍ବାଚିତ ଜୀବନୀ ପଢନ୍ତୁ... ଅଧିକ ପଢନ୍ତୁ...

Selected biography 3

ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected biography/3

୩୭ ବର୍ଷୀୟ ଟେସ୍‌ଲା, ୧୮୯୩, ନାପୋଲିଅନ ସରୋନୀଙ୍କ ଦ୍ଵାରା ଉତ୍ତୋଳିତ ଫୋଟୋ
ନିକୋଲା ଟେସ୍‌ଲା
b. ୧୮୫୬/୧୯୪୩

ନିକୋଲା ଟେସ୍‌ଲା ଜଣେ ସର୍ବୀୟ ଆମେରିକୀୟ ଉଦ୍ଭାବକ, ପଦାର୍ଥ ବିଜ୍ଞାନୀ, ଯାନ୍ତ୍ରିକ ଓ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର୍ ଥିଲେ । ସେ ତତ୍କାଳୀନ ଅଷ୍ଟ୍ରିଆ-ହଙ୍ଗେରୀର ସ୍ମି‌ଲ୍‌ଜା‌ନ୍‌ରେ ଜନ୍ମଗ୍ରହଣ କରିଥିଲେ, ଯାହା ଏବେ କ୍ରୋଏସିଆ ଦେଶରେ ଅଛି । ପରେ ସେ ଆମେରିକୀୟ ନାଗରିକ ହୋଇଥିଲେ ।

ଟେସ୍‌ଲା ରେଡିଓର ଗୋଟିଏ ପ୍ରାରମ୍ଭିକ ରୂପ ତିଆରି କରିଥିଲେ । ସେ ମୁଖ୍ୟତଃ ଚୁମ୍ବକତ୍ୱ ଓ ଇଲେକ୍ଟ୍ରିସିଟି କ୍ଷେତ୍ରରେ ଆବିଷ୍କାର କରିଥିଲେ । ସଳଖ ବିଦ୍ୟୁତ୍ ବଦଳରେ ଆବର୍ତ୍ତୀ ବିଦ୍ୟୁତ୍‌ର ପ୍ରୟୋଗ ପାଇଁ ଟେସ୍‌ଲା ବେଶ୍ ଜଣାଶୁଣା । ଦୂର ସ୍ଥାନ ପ୍ରେରଣ କରିଲା ବେଳେ କମ୍ ନଷ୍ଟ ହେଉଥିବାରୁ ଆବର୍ତ୍ତୀ ବିଦ୍ୟୁତ୍‌ର ଚାହିଦା ବଢ଼ିଲା ।

ତାଙ୍କ ନାମରେ ଚୁମ୍ବକୀୟ ସାନ୍ଦ୍ରତା ମାପିବାର ଏକକ ଟେସ୍‌ଲା କୁହାଯାଏ । ସେ କିଛି ଦୋଳକ ମଧ୍ୟ ଉଦ୍ଭାବନ କରିଥିଲେ ।

ଆହୁରି ଅନେକ ନିର୍ବାଚିତ ଜୀବନୀ ପଢନ୍ତୁ... ଅଧିକ ପଢନ୍ତୁ...

Selected biography 4

ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected biography/4

ଥୋମାସ ଅଲଭା ଏଡ଼ିସନ
ଥୋମାସ ଅଲଭା ଏଡ଼ିସନ
b. ୧୮୪୭/୧୯୩୧

ଥୋମାସ ଆଲଭା ଏଡ଼ିସନ (English: Thomas Alva Edison) ଜଣେ ଆମେରିକୀୟ ଉଦ୍ଭାବକ, ବୈଜ୍ଞାନିକ ଓ ବାବସାୟୀ ଥିଲେ । ସେ ଅନେକ ଯନ୍ତ୍ର ବାହାର କରିଥିଲେ ଯାହାକି ସାରା ବିଶ୍ଵଜୀବନକୁ ବହୁତ ପ୍ରଭାବିତ କରିଥିଲା । ଫୋନୋଗ୍ରାଫ , ଚଳଚ୍ଚିତ୍ର କ୍ୟାମେରା , ବହୁତ ଦିନ ଚାଲିପାରୁଥିବା ବିଦ୍ୟୁତ ବଲ୍ବ ଇତ୍ୟାଦି ତାଙ୍କରି ଅବଦାନ । ଜଣେ ଖବରକାଗଜ ସାମ୍ବାଦିକ ତାଙ୍କୁ ମେନଲୋପାର୍କର (ଏବେ ଏଡ଼ିସନ, ନିଉ ଜର୍ସି) ଯାଦୁକର ଭାବେ ସମ୍ବୋଧନା କରିଥିଲେ । ସେ ପ୍ରଥମ ଉଦ୍ଭାବକ ଥିଲେ ଯିଏକି ସମୂହ ଉତ୍ପାଦନର ତତ୍ତ୍ଵ (the principles of mass production) ଓ ବହୁ ପରିମାଣରେ ଏକତ୍ର କାମ କରି(large-scale teamwork) ଉଦ୍ଭାବନ କରିବା ସୂତ୍ର ବ୍ୟବହାର କରିଥିଲେ । ଏଣୁ ତାଙ୍କୁ ପ୍ରଥମ ଶିଳ୍ପ ଭିତ୍ତିକ ଗବେଷଣାଗାରର ନିର୍ମାତା ବୋଲି ମଧ୍ୟ କୁହାଯାଏ ।
ଆହୁରି ଅନେକ ନିର୍ବାଚିତ ଜୀବନୀ ପଢନ୍ତୁ... ଅଧିକ ପଢନ୍ତୁ...

Selected biography 5

ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected biography/5

ମାଇକେଲ ଫାରାଡ଼େ
ମାଇକେଲ ଫାରାଡ଼େ
b. ୧୭୯୨/୧୮୬୭

ମାଇକେଲ ଫାରାଡ଼େ, ଇଂରେଜ ପଦାର୍ଥ ବିଜ୍ଞାନୀ ଏବଂ ରସାୟନବିଦ ଥିଲେ । ସେ ବିଦ୍ୟୁତ୍-ସ୍ରୋତ ର ଚୁମ୍ବକୀୟ ପ୍ରଭାବ ଆବିଷ୍କାର କରିଥିଲେ । ସେ ବିଦ୍ୟୁତ୍-ଚୁମ୍ବକୀୟ ପ୍ରେରଣ ର ଗବେଷଣା କରି ତାକୁ ନିୟମଭୁକ୍ତ କରିଥିଲେ । ଏହା ଦ୍ୱାରା ଡାଇନାମୋ ଏବଂ ବିଦ୍ୟୁତ୍ ମୋଟର ର ନିର୍ମାଣ ହୋଇଥିଲା । ପରେ 'ଗସ' (Gauss) ଙ୍କର ବିଦ୍ୟୁତ-ଚୁମ୍ବକତ୍ଵର ଚାରି ସମୀକରଣ ରେ ଫାରାଡ଼େଙ୍କର ଏହି ନିୟମ ମଧ୍ୟ ମିଶିଲା । ଫାରାଡ଼େ ବିଦ୍ୟୁତ୍ ରସାୟନ ଉପରେ ମଧ୍ୟ ଅନେକ ଗବେଷଣା କରିଥିଲେ ଏବଂ ଦୁଇଟି ନିୟମ ମଧ୍ୟ ଦେଇଥିଲେ ।

ଏହି ମହାନ ବୈଜ୍ଞାନିକଙ୍କର ଜନ୍ମ ୨୨ ସେପ୍ଟେମ୍ବର, ୧୭୯୧ ରେ ହୋଇଥିଲା । ତାଙ୍କ ପିତା ବହୁତ ଗରିବ ଥିଲେ ଓ କମାର କାମ କରୁଥିଲେ । ସେ ପେଷାଗତ ଜୀବନ ଲଣ୍ଡନରେ ବହିବନ୍ଧାଳୀ ଚାକିରୀରୁ ଆରମ୍ଭ କରିଥିଲେ । ସମୟ ମିଳିଲେ ସେ ରସାୟନ ଏବଂ ବିଦ୍ୟୁତ୍ ଆଧାରିତ ପୁସ୍ତକ ପଢୁଥିଲେ । ସନ୍ ୧୮୧୩ ରେ ପ୍ରସିଦ୍ଧ ରସାୟନବିଦ, ସାର୍ ହାମ୍ପ୍ରୀ ଡେଭୀଙ୍କର ଉଦବୋଧନ ଶୁଣିବାର ସୌଭାଗ୍ୟ ତାଙ୍କୁ ପ୍ରାପ୍ତ ହେଲା । ଏହି ଉଦବୋଧନ ଉପରେ ଟୀକା ଲେଖି ଫାରାଡ଼େ ଡେଭୀଙ୍କ ପାଖକୁ ପଠାଇଲେ । ସାର୍ ହାମ୍ପ୍ରୀ ଡେଭୀ ଏହି ଟୀକା ଦ୍ୱାରା ଅତ୍ୟନ୍ତ ପ୍ରଭାବିତ ହେଲେ ଓ ନିଜ ଗବେଷଣାଗାରରେ ତାଙ୍କୁ ସହଯୋଗୀ ରଖିଲେ । ଫାରାଡ଼େ ମନଧ୍ୟାନ ଦେଇ କାମ କଲେ ଓ ୧୮୩୩ ଖ୍ରୀଷ୍ଟାବ୍ଦରେ ରୟାଲ୍ ଇନ୍‌ଷ୍ଟିଚ୍ୟୁଟ୍ ରେ ରସାୟନ ଅଧ୍ୟାପକ ହେଲେ ।

ଆହୁରି ଅନେକ ନିର୍ବାଚିତ ଜୀବନୀ ପଢନ୍ତୁ... ଅଧିକ ପଢନ୍ତୁ...

Selected biography 6

ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected biography/6

ହେନେରି କ୍ୟାଭେଣ୍ଡିସ୍
ହେନେରି କ୍ୟାଭେଣ୍ଡିସ୍
b. ୧୭୩୧/୧୮୧୦

ହେନେରି କ୍ୟାଭେଣ୍ଡିସ୍ ଜଣେ ବ୍ରିଟିସ୍ ବୈଜ୍ଞାନିକ । ସେ ଉଭୟ ଭୌତିକ ବିଜ୍ଞାନରସାୟନ ବିଜ୍ଞାନରେ ଦକ୍ଷତା ହାସଲ କରିଥିଲେ । ସେ ଫ୍ରାନ୍ସର ନାଇସ ନାମକ ସ୍ଥାନରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କର ନାମ ଥିଲା ଲର୍ଡ ଚାର୍ଲସ୍‌ କ୍ୟାଭେଣ୍ଡିସ୍‌ । ଅନେକ ସମୟରେ ସେ ନିସଙ୍ଗରେ ସମୟ ବିତାଇବାକୁ ପସନ୍ଦ କରୁଥିଲେ । ତାଙ୍କର ଅଧିକାଶଂ ତଥ୍ୟ ମୃତ୍ୟୁର ବହୁବର୍ଷପରେ ପ୍ରକାଶିତ ହୋଇଥିଲା । ଅନେକ ବିଷୟରେ ସେ ଗବେଷଣା କରିଥିଲେ ମଧ୍ୟ ତାପ ସମ୍ପର୍କୀୟ ଗବେଷଣା ପାଇଁ ସେ ବିଖ୍ୟାତ । ଏହି ସମୟରେ ସେ ଅନେକ ବସ୍ତୁର ସ୍ପେସିଫିକ ହିଟ ସମ୍ପର୍କରେ ସେ ସୂଚନା ଦେଇଥିଲେ । ବାୟୁର ବିଭିନ୍ନ ଉପାଦାନ, ଓ ସେହି ଉପାଦାନ ଗୁଡିକ ମଧ୍ୟରୁ ସେ ଉଦ୍‌ଜାନ ସଂପର୍କରେ ସୂଚନା ଦେଇଥିଲେ । ଉଦ୍‌ଜାନକୁ ସେ "inflammable air ନାମରେ ନାମକରଣ କରିଥିଲେ । ଜଳ ଅଣୁର ଗଠନ ବିଷୟରେ ମଧ୍ୟ ସେ ତଥ୍ୟ ପ୍ରଦାନ କରିଥିଲେ । କୁଲମ୍ବ ଓ ଫାରାଡେ ବିଦ୍ୟୁତ ବିଷୟରେ ଊଦ୍ଭାବନ କରିଥିବା ଅନେକ ତଥ୍ୟ ସମ୍ବନ୍ଧରେ ସେ ପୂର୍ବରୁ ସୁଚନା ଦେଇସାରିଥିଲେ । ସେ ପୃଥିବୀର ସାନ୍ଦ୍ରତା ଜଳର ସାନ୍ଦ୍ରତାର ୫.୪୮ଗୁଣ ବୋଲି ଦର୍ଶାଇଥିଲେ । ତାଙ୍କ ଦ୍ୱାରା ଲିଖିତ ତଥ୍ୟଗୁଡିକୁ ନେଇ ୧୯୨୧ ମସିହାରେ ୨ଟି ବହି (Electrical Researches and Chemical and Dynamical) ପ୍ରକାଶିତ ହୋଇଥିଲା । ସେ ମଧ୍ୟ ପୃଥିବୀର ବସ୍ତୁତ୍ୱ ୫.୯୭୨୫ ବିଲିଅନ ଟ୍ରିଲିଅନ ଟନ୍ ବୋଲି ଦର୍ଶାଇଥିଲେ ।
ଆହୁରି ଅନେକ ନିର୍ବାଚିତ ଜୀବନୀ ପଢନ୍ତୁ... ଅଧିକ ପଢନ୍ତୁ...

Selected biography 7

ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected biography/7

ଜନ୍ ଡାଲଟନ୍‌ଙ୍କ ଛବି
ଜନ୍ ଡାଲଟନ୍
b. ୧୭୬୬/୧୮୪୪

ଜନ୍ ଡାଲଟନ୍ ଜଣେ ଇଂରେଜ ରସାୟନବିଦ୍, ପଦାର୍ଥବିଜ୍ଞାନୀ ଓ ପାଣିପାଗ ବିଶେଷଜ୍ଞ (Meteorologist) ଥିଲେ । ଡାଲଟନ୍ ତାଙ୍କର ପରମାଣୁ ତତ୍ତ୍ଵ ପାଇଁ ସବୁଠୁ ଅଧିକ ଜଣାଶୁଣା । ବର୍ଣ୍ଣାନ୍ଧତା (colour blindness) ସମ୍ପର୍କିତ ତାଙ୍କ ଗବେଷଣାକୁ କେତେକ ଡାଲଟନ୍-ବାଦ (Daltonism) ବୋଲି କହିଥାନ୍ତି ।

ଡାଲଟନ୍ ତାଙ୍କର ପ୍ରଥମ ରଚନା ୧୭୯୩ ମସିହାରେ ପାଣିପାଗ ସମ୍ବନ୍ଧୀୟ କରିଥିଲେ ଯେତେବେଳେ ତାଙ୍କୁ ମାତ୍ର ୨୭ ବର୍ଷ ହେଇଥଲା । ଆଉ ଡାଲଟନ ଦୃଷ୍ଟିଶକ୍ତି ଉପରେ ଏକ ନୂଆ ମତ ପ୍ରକାଶ କରିଥଲେ ।

ଆହୁରି ଅନେକ ନିର୍ବାଚିତ ଜୀବନୀ ପଢନ୍ତୁ... ଅଧିକ ପଢନ୍ତୁ...

Selected biography 8

Selected biography 9

Selected biography 10

Selected biography 11

Selected biography 12

Selected biography 13

Selected biography 14

Selected biography 15

Selected biography 16

Selected biography 17

Selected biography 18

Selected biography 19

Selected biography 20

Selected biography 21

Selected biography 22

Selected biography 23

Selected biography 24

Selected biography 25

Selected biography 26

Selected biography 27

Selected biography 28

Selected biography 29

Selected biography 30

Selected biography 31

Selected biography 32

Selected biography 33

Selected biography 34

Selected biography 35

Selected biography 36

Selected biography 37

Selected biography 38

Selected biography 39

Selected biography 40

Selected biography 41

Selected biography 42

Selected biography 43

Selected biography 44

Selected biography 45

Selected biography 46

Selected biography 47

Selected biography 48

Selected biography 49

Selected biography 50