ମୁଖ୍ୟ ସୂଚୀ ଦେଖିବେ

ମାଇକେଲ ଫାରାଡ଼େ, ଇଂରେଜ ପଦାର୍ଥ ବିଜ୍ଞାନୀ ଏବଂ ରସାୟନବିଦ ଥିଲେ । ସେ ବିଦ୍ୟୁତ୍-ସ୍ରୋତର ଚୁମ୍ବକୀୟ ପ୍ରଭାବ ଆବିଷ୍କାର କରିଥିଲେ । ସେ ବିଦ୍ୟୁତ୍-ଚୁମ୍ବକୀୟ ପ୍ରେରଣର ଗବେଷଣା କରି ତାକୁ ନିୟମଭୁକ୍ତ କରିଥିଲେ । ଏହାଦ୍ୱାରା ଡାଇନାମୋ ଏବଂ ବିଦ୍ୟୁତ୍ ମୋଟରର ନିର୍ମାଣ ହୋଇଥିଲା । ପରେ 'ଗସ' (Gauss) ଙ୍କର ବିଦ୍ୟୁତ-ଚୁମ୍ବକତ୍ୱର ଚାରି ସମୀକରଣରେ ଫାରାଡ଼େଙ୍କର ଏହି ନିୟମ ମଧ୍ୟ ମିଶିଲା । ଫାରାଡ଼େ ବିଦ୍ୟୁତ୍ ରସାୟନ ଉପରେ ମଧ୍ୟ ଅନେକ ଗବେଷଣା କରିଥିଲେ ଏବଂ ଦୁଇଟି ନିୟମ ମଧ୍ୟ ଦେଇଥିଲେ ।

ମାଇକେଲ୍ ଫାରାଡ଼େ
Faraday-Millikan-Gale-1913.jpg
ମାଇକେଲ୍ ଫାରାଡ଼େ
ଜନ୍ମ ଓ ଜନ୍ମସ୍ଥାନ୨୨ ସେପ୍ଟେମ୍ବର ୧୭୯୧(1791-09-22)
ମୃତ୍ୟୁ୨୫ ଅଗଷ୍ଟ ୧୮୬୭ (୭୫ ବର୍ଷ)
ଘରଇଂଲଣ୍ଡ
ଜାତୀୟତାଇଂରେଜ
ପ୍ରସିଦ୍ଧିଫାରାଡ଼େଙ୍କ ପ୍ରେରଣ ନୀୟମ
ବିଦ୍ୟୁତ୍ ରସାୟନ
ଫାରାଡ଼େ ପ୍ରଭାବ
ଫାରାଡ଼େ ଯନ୍ତା
ଫାରାଡ଼େ ସ୍ଥିରାଙ୍କ
ଫାରାଡ଼େ କପ୍
ଫାରାଡ଼େଙ୍କ ବିଦ୍ୟୁତ୍ ବିଘଟନ ନୀୟମ
ଫାରାଡ଼େ ବିରୋଧାଭାସ
ଫାରାଡ଼େ ଘୂର୍ଣନକାରୀ
ଫାରାଡ଼େ-ଦକ୍ଷତା ପ୍ରଭାବ
ଫାରାଡ଼େ ତରଙ୍ଗ
ଫାରାଡ଼େ ଚକ୍ର
ବଳରେଖା
ପୁରସ୍କାରରୟାଲ୍ ପଦକ (୧୮୩୫ ଏବଂ ୧୮୪୬)
କୋପ୍ଲେ ପଦକ (୧୮୩୨ ଏବଂ ୧୮୩୮)
ରମ୍ଫୋର୍ଡ୍ ପଦକ (୧୮୪୬)
ବିଜ୍ଞାନୀ ଜୀବନ
କ୍ଷେତ୍ରପଦାର୍ଥ ବିଜ୍ଞାନ ଏବଂ ରସାୟନ ବିଜ୍ଞାନ
କର୍ମାନୁଷ୍ଠାନରୟାଲ୍ ଇନ୍‌ଷ୍ଟିଚୁଟ୍
ପ୍ରଭାବିତ କରିଥିଲେହମ୍ଫ୍ରୀ ଡେଭୀ
ବିଲିୟମ୍ ଥୋମାସ୍ ବ୍ରାଣ୍ଡେ
ଦସ୍ତଖତ
Michael Faraday signature.svg

ବିଷୟସୂଚୀ

ଜୀବନୀସମ୍ପାଦନ କରନ୍ତୁ

ଏହି ମହାନ ବୈଜ୍ଞାନିକଙ୍କର ଜନ୍ମ ୨୨ ସେପ୍ଟେମ୍ବର, ୧୭୯୧ରେ ହୋଇଥିଲା । ତାଙ୍କ ପିତା ବହୁତ ଗରିବ ଥିଲେ ଓ କମାର କାମ କରୁଥିଲେ । ସେ ପେଷାଗତ ଜୀବନ ଲଣ୍ଡନରେ ବହିବନ୍ଧାଳୀ ଚାକିରୀରୁ ଆରମ୍ଭ କରିଥିଲେ । ସମୟ ମିଳିଲେ ସେ ରସାୟନ ଏବଂ ବିଦ୍ୟୁତ୍ ଆଧାରିତ ପୁସ୍ତକ ପଢୁଥିଲେ । ସନ୍ ୧୮୧୩ରେ ପ୍ରସିଦ୍ଧ ରସାୟନବିଦ, ସାର୍ ହାମ୍ପ୍ରୀ ଡେଭୀଙ୍କର ଉଦବୋଧନ ଶୁଣିବାର ସୌଭାଗ୍ୟ ତାଙ୍କୁ ପ୍ରାପ୍ତ ହେଲା । ଏହି ଉଦବୋଧନ ଉପରେ ଟୀକା ଲେଖି ଫାରାଡ଼େ ଡେଭୀଙ୍କ ପାଖକୁ ପଠାଇଲେ । ସାର୍ ହାମ୍ପ୍ରୀ ଡେଭୀ ଏହି ଟୀକାଦ୍ୱାରା ଅତ୍ୟନ୍ତ ପ୍ରଭାବିତ ହେଲେ ଓ ନିଜ ଗବେଷଣାଗାରରେ ତାଙ୍କୁ ସହଯୋଗୀ ରଖିଲେ । ଫାରାଡ଼େ ମନଧ୍ୟାନ ଦେଇ କାମ କଲେ ଓ ୧୮୩୩ ଖ୍ରୀଷ୍ଟାବ୍ଦରେ ରୟାଲ୍ ଇନ୍‌ଷ୍ଟିଚ୍ୟୁଟ୍ରେ ରସାୟନ ଅଧ୍ୟାପକ ହେଲେ ।

ନିଜ ଜୀବନକାଳରେ ଫାରାଡ଼େ ଅନେକ ସନ୍ଧାନ କରିଛନ୍ତି । ୧୮୩୧ରେ ବିଦ୍ୟୁତ୍ ଚୁମ୍ବକୀୟ ପ୍ରେରଣ ଉପରେ ଗୁରୁତ୍ୱପୂର୍ଣ ସନ୍ଧାନ କଲେ । ଚୁମ୍ବକୀୟ କ୍ଷେତ୍ରରେ ଏକ ଆର୍ମେଚର ଘୁରେଇ ସେ ବିଦ୍ୟୁତ୍ ବାହକ ବଳ ଉତ୍ପନ୍ନ କଲେ । ଏହି ସିଦ୍ଧାନ୍ତ ଉପରେ ଭବିଷ୍ୟତର ଜେନେରେଟର୍ (generator) ତିଆରି ହେଲା ଏବଂ ଆଧୁନିକ ବିଦ୍ୟୁତ୍ ଇଞ୍ଜିନିୟରିଂର ମୂଳଦୁଆ ପଡ଼ିଲା । ସେ ବିଦ୍ୟୁତ୍ଦ୍ରାବକ (Electrolyte) ଉପରେ ନିୟମ ସ୍ଥାପନ କଲେ ଯାହାକୁ ଫାରାଡ଼େଙ୍କ ନିୟମ କୁହାଯାଏ । ବିଦ୍ୟୁତ୍ଦ୍ରାବକରେ ଯେଉଁ ବୈଜ୍ଞାନିକ ଶବ୍ଦର ପ୍ରୟୋଗ କରାଯାଏ, ସେଗୁଡ଼ିକର ନାମକରଣ ମଧ୍ୟ ଫାରାଡ଼େ କରିଥିଲେ । ସେ କ୍ଲୋରିନ୍ ଗ୍ୟାସ୍‌ର ଦ୍ରବଣ କରିବାରେ ମଧ୍ୟ ସଫଳ ହେଲେ । ସେ ଅନେକ ପୁସ୍ତକ ଲେଖିଛନ୍ତି, ଯେଉଁଥିରେ ସବୁଠୁ ଉପଯୋଗୀ "ବିଦ୍ୟୁତ୍ର ପ୍ରାୟୋଗିକ ଗବେଷଣା" (Experimental Researches in Electricity) ଅଟେ ।

ଫାରାଡ଼େ ଜୀବନ ସାରା ଅନେକ ଉଦ୍ଭାବନ କରିଛନ୍ତି । ସେ ଏତେ ନମ୍ର ଥିଲେ ଯେ କୌଣସି ଉପାଧି ବା ପଦ ଗ୍ରହଣ କରୁ ନଥିଲେ । ରୟାଲ୍ ସୋସାଇଟିର ଅଧ୍ୟକ୍ଷ ପଦ ମଧ୍ୟ ଅଗ୍ରାହ୍ୟ କରିଦେଲେ । ତାଙ୍କ ପରି ମନ ଓ ପ୍ରାଣରେ କାର୍ଯ୍ୟ କରି, ମହାନ ବୈଜ୍ଞାନିକ ହେବାର ଭଲ ଉଦାହରଣ ବୈଜ୍ଞାନିକ ଇତିହାସରେ ଖୁବ କମ୍ ମିଳେ । ଡେଭୀ ସବୁବେଳେ ଫାରାଡ଼େଙ୍କୁ ନିଜର ସବୁଠୁ ବଡ଼ ଆବିଷ୍କାର ଭାବୁଥିଲେ ।

ଏହି ମହାନ ବୈଜ୍ଞାନିକଙ୍କ ମୃତ୍ୟୁ ୧୮୬୭ମସିହା ଅଗଷ୍ଟ ୨୫ତାରିଖରେ ହୋଇଥିଲା ।

ଆହୁରି ଦେଖନ୍ତୁସମ୍ପାଦନ କରନ୍ତୁ

  • ଫାରାଡ଼େଙ୍କ ବିଦ୍ୟୁତ୍ ବିଘଟନର ନିୟମ
  • ଫାରାଡ଼େଙ୍କ ବିଦ୍ୟୁତ୍-ଚୁମ୍ବକୀୟ ପ୍ରେରଣର ନିୟମ

ବାହାର ଲିଙ୍କ୍ସମ୍ପାଦନ କରନ୍ତୁ


ଜୀବନୀସମ୍ପାଦନ କରନ୍ତୁ

ଅନ୍ୟାନ୍ୟସମ୍ପାଦନ କରନ୍ତୁ