ମାଇକ୍ରୋପ୍ରୋସେସରର ଉଦ୍ଭାବନ ପୂର୍ବରୁ, କମ୍ପ୍ୟୁଟର ଗୁଡିକ ବିଶାଳ କାର୍ଡ଼ର ଯନ୍ତା ଭଳି ବା ମେନଫ୍ରେମ ସହ ବହୁଗୁଡ଼ିଏ ତାର ଯୋଡ଼ା ହୋଇ ତିଆରି କରାଯାଉଥିଲା; ଯାହା ମଧ୍ୟରେ ଅନେକ ଗୁଡିଏ ଧାରକ(ସ୍ଲଟ) ରହୁଥିଲା। ପୁରାତନ ଗଠନ ପ୍ରଣାଳୀରେ ତାର ଗୁଡ଼ିକ ବିକ୍ଷିପ୍ତ ଅବସ୍ଥାରେ କାର୍ଡ଼ ଓ ପିନ ମାନଙ୍କୁ ସଂଯୋଗ କରୁଥିଲେ, କିନ୍ତୁ ଚିତ୍ରିତ ସର୍କିଟ ବୋର୍ଡ଼ ପରେ ମାନକ ହୋଇଗଲା। ସେଣ୍ଟ୍ରାଲ ପ୍ରୋସେସିଙ୍ଗ ୟୁନିଟ ବା କେନ୍ଦ୍ରୀୟ ସଂଗଣକ ବିଭାଗ (ସି.ପି.ୟୁ.), ମେମୋରୀ ଓ ଅନ୍ୟାନ୍ୟ ଆନୁସଙ୍ଗିକ ଯନ୍ତ୍ରାଂଶ ଗୁଡ଼ିକ ଅଲଗା ଅଲଗା ଚିତ୍ରିତ ସର୍କିଟ ବୋର୍ଡ଼ରେ ଏକ ବଡ଼ ପ୍ଲେଟରେ ଲଗାଯାଉଥିଲା । ୧୯୮୦ ଓ ୧୯୯୦ ଦଶକରେ ବର୍ଦ୍ଧିଷ୍ଣୁ ଆନୁସଙ୍ଗିକ ଯନ୍ତ୍ରାଂଶ ପାଇଁ ମଦରବୋର୍ଡ଼ର ବ୍ୟବହାର ଆର୍ଥିକ ଦୃଷ୍ଟିରୁ ସହଜ ହୋଇଗଲା। ୧୯୮୦ ଦଶକର ଶେଷ ଭାଗରେ ମଦରବୋର୍ଡ଼ ଗୁଡ଼ିକରେ ଆଇ.ସି. (ଇଣ୍ଟିଗ୍ରେଟେଡ଼ ଚିପ)ର ବ୍ୟବହାର ପାଇଁ ସହିତ ସ୍ୱଳ୍ପ ବେଗ ବିଶିଷ୍ଟ ଆନୁସଙ୍ଗିକ ଯେପରିକି: କି ବୋର୍ଡ଼, ମାଉସ, ଫ୍ଲପି ଡିସ୍କ, ସିରିଆଲ ପୋର୍ଟ ଓ ପାରାଲେଲ ପୋର୍ଟ ଆଦି ସହଜରେ ସଂଯୁକ୍ତ କରାଯାଇପାରିଲା। ଏଥିସହିତ ୧୯୯୦ ଦଶକର ଶେଷ ଭାଗରେ ବ୍ୟକ୍ତିଗତ କମ୍ପୁଟର ଗୁଡ଼ିକରେ ସମସ୍ତ ଅଡ଼ିଓ ଏବଂ ଭିଡ଼ିଓ ସହିତ ନେଟୱାର୍କିଂ ର ସୁବିଧା କୌଣସି ବାହ୍ୟିକ ଆନୁସଙ୍ଗିକ କାର୍ଡ଼ ବ୍ୟବହାର ବିନା ମଧ୍ୟ ହୋଇପାରିଲା। ଆରମ୍ଭ ସମୟର କିଛି ମଦରବୋର୍ଡ଼ ବନାଉଥିବା କମ୍ପାନୀ ଗୁଡ଼ିକ ହେଲେ ମାଇକ୍ରୋନିକ୍ସ , ମାଇଲେକ୍ସ , ଆମେରିକାନ ମେଗାଟ୍ରେଣ୍ଡସ ଇନକର୍ପୋରେଟେଡ଼ , ଅର୍ଚିଡ଼ ଟେକ୍ନୋଲୋଜି , ଇଲାଇଟ ଗ୍ରୁପ , ଡାଇମଣ୍ଡ ଫ୍ଲାଓର ଇନକର୍ପୋରେଟେଡ଼ ଏବଂ ଅନେକ ତାଇୱାନ ଦେଶୀୟ କମ୍ପାନୀ । ବହୁଳ ବ୍ୟବହାର ହେଉଥିବା ଆପଲ-୨ ଓ ଆଇ.ବି.ଏମ. ବ୍ୟକ୍ତିଗତ କମ୍ପୁଟର, ସଂପୂର୍ଣ୍ଣ ବିଷୟ ଜ୍ଞାନ ସହ ମଦରବୋର୍ଡ ବାହାର କରିବାରୁ, ପଛୁଆ-ଯାନ୍ତ୍ରିକ ବିଜ୍ଞାନ ସହାୟତାରେ ତୃତୀୟ ପକ୍ଷ ଅତି ଶିଘ୍ର ନୂଆ ମଦରବୋର୍ଡ଼ ବାହାର କରିପାରିଲେ। ଫଳରେ ଅନେକ ମଦରବୋର୍ଡ଼ ଗୁଡ଼ିକ ଉପଯୋଗିତା ମାନ ଉନ୍ନତ ହୋଇପାରିଲା ।
ମାଇକେଲ ଫାରାଡ଼େ b. ୧୭୯୨/୧୮୬୭ମାଇକେଲ ଫାରାଡ଼େ , ଇଂରେଜ ପଦାର୍ଥ ବିଜ୍ଞାନୀ ଏବଂ ରସାୟନବିଦ ଥିଲେ । ସେ ବିଦ୍ୟୁତ୍-ସ୍ରୋତ ର ଚୁମ୍ବକୀୟ ପ୍ରଭାବ ଆବିଷ୍କାର କରିଥିଲେ । ସେ ବିଦ୍ୟୁତ୍-ଚୁମ୍ବକୀୟ ପ୍ରେରଣ ର ଗବେଷଣା କରି ତାକୁ ନିୟମଭୁକ୍ତ କରିଥିଲେ । ଏହା ଦ୍ୱାରା ଡାଇନାମୋ ଏବଂ ବିଦ୍ୟୁତ୍ ମୋଟର ର ନିର୍ମାଣ ହୋଇଥିଲା । ପରେ 'ଗସ' (Gauss) ଙ୍କର ବିଦ୍ୟୁତ-ଚୁମ୍ବକତ୍ଵର ଚାରି ସମୀକରଣ ରେ ଫାରାଡ଼େଙ୍କର ଏହି ନିୟମ ମଧ୍ୟ ମିଶିଲା । ଫାରାଡ଼େ ବିଦ୍ୟୁତ୍ ରସାୟନ ଉପରେ ମଧ୍ୟ ଅନେକ ଗବେଷଣା କରିଥିଲେ ଏବଂ ଦୁଇଟି ନିୟମ ମଧ୍ୟ ଦେଇଥିଲେ ।
ଏହି ମହାନ ବୈଜ୍ଞାନିକଙ୍କର ଜନ୍ମ ୨୨ ସେପ୍ଟେମ୍ବର, ୧୭୯୧ ରେ ହୋଇଥିଲା । ତାଙ୍କ ପିତା ବହୁତ ଗରିବ ଥିଲେ ଓ କମାର କାମ କରୁଥିଲେ । ସେ ପେଷାଗତ ଜୀବନ ଲଣ୍ଡନରେ ବହିବନ୍ଧାଳୀ ଚାକିରୀରୁ ଆରମ୍ଭ କରିଥିଲେ । ସମୟ ମିଳିଲେ ସେ ରସାୟନ ଏବଂ ବିଦ୍ୟୁତ୍ ଆଧାରିତ ପୁସ୍ତକ ପଢୁଥିଲେ । ସନ୍ ୧୮୧୩ ରେ ପ୍ରସିଦ୍ଧ ରସାୟନବିଦ, ସାର୍ ହାମ୍ପ୍ରୀ ଡେଭୀଙ୍କର ଉଦବୋଧନ ଶୁଣିବାର ସୌଭାଗ୍ୟ ତାଙ୍କୁ ପ୍ରାପ୍ତ ହେଲା । ଏହି ଉଦବୋଧନ ଉପରେ ଟୀକା ଲେଖି ଫାରାଡ଼େ ଡେଭୀଙ୍କ ପାଖକୁ ପଠାଇଲେ । ସାର୍ ହାମ୍ପ୍ରୀ ଡେଭୀ ଏହି ଟୀକା ଦ୍ୱାରା ଅତ୍ୟନ୍ତ ପ୍ରଭାବିତ ହେଲେ ଓ ନିଜ ଗବେଷଣାଗାରରେ ତାଙ୍କୁ ସହଯୋଗୀ ରଖିଲେ । ଫାରାଡ଼େ ମନଧ୍ୟାନ ଦେଇ କାମ କଲେ ଓ ୧୮୩୩ ଖ୍ରୀଷ୍ଟାବ୍ଦରେ ରୟାଲ୍ ଇନ୍ଷ୍ଟିଚ୍ୟୁଟ୍ ରେ ରସାୟନ ଅଧ୍ୟାପକ ହେଲେ ।
ଆର୍ଯ୍ୟଭଟ୍ଟ
ଆପଣ କିପରି ସହଯୋଗ କରିପାରିବେ
ସମ୍ପର୍କିତ ଅନ୍ୟାନ୍ୟ ପୋର୍ଟାଲ
Purge server cache