ପାର୍ବତୀ ଗିରି

ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ

ପାର୍ବତୀ ଗିରୀ (୧୯ ଜାନୁଆରୀ ୧୯୨୬- ୧୯୯୫)[୧] ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ଥିଲେ, ସେ ପଶ୍ଚିମ ଓଡ଼ିଶାର ମଦର ଟେରେସା ଭାବେ ପରିଚିତ । ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ନାରୀ ସ୍ୱାଧୀନତା ସଂଗ୍ରାମୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି । ସେ ଅବିଭାଜିତ ସମ୍ବଲପୁର ଜିଲ୍ଲା ତଥା ବର୍ତ୍ତମାନର ବରଗଡ଼ ଜିଲ୍ଲାର ବିଜେପୁର ନିକଚବର୍ତ୍ତୀ ସମଲାଇପଦର ଗ୍ରାମରେ ୧୯ ଜାନୁଆରୀ ୧୯୨୬ ମସିହାରେ ଜନ୍ମ ଗ୍ରହଣ କରିଥିଲେ।

ପାର୍ବତୀ ଗିରି
Parbati Giri.jpg
ଜନ୍ମ ଓ ଜନ୍ମସ୍ଥାନ
ପାର୍ବତୀ ଗିରି
ଜାତୀୟତାଭାରତୀୟ

ପ୍ରାରମ୍ଭିକ ଜୀବନ ଓ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣସମ୍ପାଦନ କରନ୍ତୁ

ପାର୍ବତୀ ମାତ୍ର ଦଶ ବର୍ଷ ବୟସର ହୋଇଥିବା ସମୟରେ ତାଙ୍କ ଅଞ୍ଚଳରେ ହଉଥିବା ସ୍ୱାଧୀନତା ସଂଗ୍ରାମର ସଭାମାନଙ୍କୁ ଯାଉଥିଲେ । ସେ ସେହି ସମୟରୁ ହିଁ ମହାତ୍ମା ଗାନ୍ଧୀଙ୍କ ଡକରାରେ ପ୍ରଭାବିତ ହେଇ ସଭା ହେବା ଆଗରୁ ଘର ଘର ବୁଲି ଲୋକଙ୍କୁ ବହୁ ସଂଖ୍ୟାରେ ଆସିବାକୁ ଅନୁରୋଧ କରୁଥିଲେ ।ତାଙ୍କର ଏହି ନିଷ୍ଠା ଦେଖି ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମାଳତୀ ଚୌଧୁରୀପ୍ରାଣକୃଷ୍ଣ ପଢ଼ିଆରୀ ତାଙ୍କ ପିତାମାତାଙ୍କୁ ପାର୍ବତୀଙ୍କୁ ପୂର୍ଣ କାଳୀନ ଭାବରେ କଂଗ୍ରେସ ସଂଗଠନରେ ଭାଗ ନେଇ ସାଙ୍ଗଠନିକ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ । ପାର୍ବତୀଙ୍କ ପିତାମାତା ପ୍ରଥମେ ଅମଙ୍ଗ ହଉଥିଲେ ମଧ୍ୟ ପରେ ଜାତିର ସ୍ୱାର୍ଥ ପାଇଁ ରାଜି ହେଇଥିଲେ । ପାର୍ବତୀ ତାଙ୍କର ଆଉ ଜଣେ ବନ୍ଧୁ, ଯେ ବାଳିକା ଅବସ୍ଥାରେ ବିଧବା ହେଇଥିଲେ,ଙ୍କ ସହ ୧୪ ଜାନୁଆରୀ ୧୯୩୮ ମସିହାରେ ରମା ଦେବୀଙ୍କଦ୍ୱାରା ପରିଚାଳିତ ବେରି ଆଶ୍ରମରେ ଯୋଗଦାନ କରିଥିଲେ । ତାହା ପରଠୁ ସେ ଆଉ ଘରକୁ ପୂର୍ଣକାଳୀନ ପାଇଁ ନ ଫେରି ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇଥିଲେ । ତାଙ୍କର ଇଂରେଜ ସରକାର ବିରୋଧାତ୍ମକ କାର୍ଯ୍ୟକଳାପ ପାଇଁ ସେ ଦୁଇ ବର୍ଷ କାରାବାସ ଦଣ୍ଡ ଭୋଗିଥିଲେ । ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ଼ ଆନ୍ଦୋଳନ ଡାକରାରେ ପ୍ରଭାବିତ ହୋଇ ସେ ମାତ୍ର ୧୬ ବର୍ଷ ବୟସରେ ବିପ୍ଳବର ନେତୃତ୍ୱ ନେଉଥିଲେ ।[୨]

ଆଜୀବନ ସମାଜସେବାସମ୍ପାଦନ କରନ୍ତୁ

ଭାରତ ସ୍ୱାଧୀନ ହେବା ପରେ ମଧ୍ୟ ସେ ବିଭିନ୍ନ ପ୍ରକାରର ସମାଜ ସେବାରେ ନିଜକୁ ନିୟୋଜିତ କରିଥିଲେ। ସେ ନିଜର ଜନପ୍ରିୟତାକୁ ନେଇ ରାଜନୀତି ମଧ୍ୟ ଯାଇପାରିଥାନ୍ତେ । କିନ୍ତୁ ସେ ସମାଜ ସେବା ପାଇଁ ନିଜକୁ ସମର୍ପଣ କରିଦେଇଥିଲେ । ସେ ଆଚାର୍ଯ୍ୟ ବିନୋବା ଭାବେଙ୍କ ଭୁଦାନ ଯଜ୍ଞ ଯୋଗଦାନ କରି ପଦଯାତ୍ରା କରି ତାଙ୍କ ଅଞ୍ଚଳରେ ଜମି ମାଲିକ ମନକୁ ବଳକା ଜମି ଦାନ କରିବାକୁ ପ୍ରବର୍ତେଇ ଥିଲେ । ସେ ପାଇକମାଳ ଗ୍ରାମରେ ଏକ ଅନାଥାଶ୍ରମ ପ୍ରତିଷ୍ଠା କରିଥିଲେ ଏବଂ ନିଜର ଶେଷ ଜୀବନ ଅନାଥମାନଙ୍କର ମଙ୍ଗଳପାଇଁ ସମର୍ପି ଦେଇଥିଲେ ।[୩]

ସମ୍ମାନସମ୍ପାଦନ କରନ୍ତୁ

ପାର୍ବତୀ ଗିରିଙ୍କୁ ତାଙ୍କର ସମାଜସେବା କାର୍ଯ୍ୟ ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ତରଫରୁ ସମ୍ମାନଜନକ ଡକ୍ତରେଟ ଉପାଧି ୧୯୯୮ ମସିହାରେ କୁଳାଧିପତି ତଥା ଓଡ଼ିଶାର ରାଜ୍ୟପାଳ ସି ରଙ୍ଗରାଜନଙ୍କଦ୍ୱାରା ପ୍ରଦାନ କରାଯାଇଥିଲା । [୪]ଓଡ଼ିଶା ସରକାର ମଧ୍ୟ ତାଙ୍କ ସମ୍ମାନାର୍ଥେ ଡିସେମ୍ବର ୨୦୧୬ରେ ରାଜ୍ୟ କ୍ୟାବିନେଟରେ ମଞ୍ଜୁର ହେଇଥିବା ଏକ ବୃହତ ଜଳସେଚନ ଯୋଜନାକୁ "ପାର୍ବତୀ ଗିରି ଜଳସେଚନ ପ୍ରକଳ୍ପ" ଭାବରେ ଘୋଷଣା କରିଛନ୍ତି ।[୫]

ଆଧାରସମ୍ପାଦନ କରନ୍ତୁ

  1. "StreeShakti - The Parallel Force". Retrieved 11 March 2016.
  2. http://www.branoliachemicals.com/parbati-giri-the-mother-teresa-of-western-orissa/
  3. http://www.orissa.gov.in/e-magazine/Orissareview/aug2005/engpdf/parbati%20giri.pdf
  4. http://www.branoliachemicals.com/parbati-giri-the-mother-teresa-of-western-orissa/
  5. http://sambad.in/news/state/25143.html