ନିତ୍ୟାନନ୍ଦ ସାମନ୍ତରାୟ

ଓଡ଼ିଆ ରାଜନୀତିଜ୍ଞ

ନିତ୍ୟାନନ୍ଦ ସାମନ୍ତରାୟ (୨୫ ଅପ୍ରେଲ ୧୯୩୩ - ୨୩ ଫେବୃଆରୀ ୨୦୧୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ତିର୍ତ୍ତୋଲ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ନିତ୍ୟାନନ୍ଦ ସାମନ୍ତରାୟ
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୫ – ୧୯୯୦
ପୂର୍ବ ଅଧିକାରୀବସନ୍ତ କୁମାର ବିଶ୍ୱାଳ
ପର ଅଧିକାରୀବସନ୍ତ କୁମାର ବିଶ୍ୱାଳ
ନିର୍ବାଚନ ମଣ୍ଡଳୀତିର୍ତ୍ତୋଲ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1933-04-25)୨୫ ଅପ୍ରେଲ ୧୯୩୩
ମୃତ୍ୟୁ୨୩ ଫେବୃଆରୀ ୨୦୧୮(2018-02-23) (ବୟସ ୮୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀହେମଲତା ସାମନ୍ତରାୟ
ସନ୍ତାନଦେବାଶିଷ ସାମନ୍ତରାୟ (ପୁଅ)
ବାପା/ବୋଉଭଗବାନ ସାମନ୍ତରାୟ (ବାପା)
ରାଧାମଣି ସାମନ୍ତରାୟ (ମାଆ)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ନିତ୍ୟାନନ୍ଦ ସାମନ୍ତରାୟ ୧୯୩୩ ମସିହାର ଅପ୍ରେଲ ୨୫ ତାରିଖରେ ଅବିଭକ୍ତ କଟକ ଜିଲ୍ଲାର କୋଲାର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ଭଗବାନ ସାମନ୍ତରାୟ ଓ ପତ୍ନୀଙ୍କ ନାମ ହେମଲତା ସାମନ୍ତରାୟ ।[୨] ସେ ଅଟୋମୋବାଇଲ୍ ଇନିନିୟରିଂ ଡିଗ୍ରୀ ହାସଲ ପରେ ଜଣେ ଶିଳ୍ପ ଉଦ୍ୟୋଗୀ ଭାବରେ ନିଜର ପରିଚୟ ସୃଷ୍ଟି କରିଥିଲେ ।[୩] ତାଙ୍କ ପୁଅ ଦେବାଶିଷ ସାମନ୍ତରାୟ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି ।[୧]

ରାଜନୈତିକ ଜୀବନ ସମ୍ପାଦନା

ନିତ୍ୟାନନ୍ଦ ସାମନ୍ତରାୟ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୨]

ସେ ଛାତ୍ର ଜୀବନରୁ ରାଜନୀତି ପ୍ରତି ଆକୃଷ୍ଟ ଥିଲେ ଏବଂ କଂଗ୍ରେସରେ ଯୋଗ ଦେଇ ପ୍ରତକ୍ଷ୍ୟ ରାଜନୀତିରେ ପ୍ରବେଶ କରିଥିଲେ ।[୩] ୧୯୮୫ ମସିହାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ କଂଗ୍ରସର ପ୍ରାର୍ଥୀ ଭାବରେ ତିର୍ତ୍ତୋଲ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୯ମ ଓଡ଼ିଶା ବିଧାନ ସଭା ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୯୦ ମସିହାଯାଏଁ କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।

୧୯୯୧୧୯୯୬ ଭାରତୀୟ ସାଧାରଣ ନିର୍ବାଚନରେ ଜଗତସିଂହପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ହେଁ ପରାଜୟ ବରଣ କରିଥିଲେ । ୨୦୦୦ ମସିହାରେ ସେ ରାଜନୀତିରୁ ସନ୍ୟାସ ନେଇଥିଲେ ।[୩]

ମୃତ୍ୟୁ ସମ୍ପାଦନା

ନିତ୍ୟାନନ୍ଦ ସାମନ୍ତରାୟ ୨୦୧୮ ମସିହାର ଫେବୃଆରୀ ୨୩ ତାରିଖରେ ହୃଦ୍‌ଘାତରେ[୪] ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିଲେ ।[୫] ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ "Former Odisha lawmaker Nityananda Samantray passes away". KalingaTV (in English). Cuttack. 23 February 2018. Archived from the original on 18 May 2022. Retrieved 18 May 2022.{{cite news}}: CS1 maint: unrecognized language (link)
  2. ୨.୦ ୨.୧ "Shri Nityananda Samntaray". odishaassembly.nic.in. Odisha Assembly. Retrieved 18 May 2022.
  3. ୩.୦ ୩.୧ ୩.୨ "ପରଲୋକରେ ପୂର୍ବତନ ବିଧାୟକ ନିତ୍ୟାନନ୍ଦ ସାମନ୍ତରାୟ". ଧରିତ୍ରୀ. କଟକ: ଧରିତ୍ରୀ. 24 February 2018. p. ୯. Archived from the original on 18 May 2022. Retrieved 18 May 2022.
  4. "Ex-MLA Nityananda Samantray dead". The New Indian Express (in English). Cuttack. 24 February 2018. Archived from the original on 18 May 2022. Retrieved 18 May 2022. {{cite news}}: |archive-date= / |archive-url= timestamp mismatch; 23 ଅକ୍ଟୋବର 2019 suggested (help)CS1 maint: unrecognized language (link)
  5. "Former Odisha MLA Nityananda Samantaray passes away | Sambad English". Sambad English (in English). Cuttack: sambadenglish.com. 23 February 2018. Archived from the original on 18 May 2022. Retrieved 18 May 2022.{{cite news}}: CS1 maint: unrecognized language (link)