ନାଜିଆ ଆଲାମ

ଭାରତୀୟ କଣ୍ଠଶିଳ୍ପୀ

ନାଜିଆ ଆଲାମ ଜଣେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ କଣ୍ଠଶିଳ୍ପୀ । ମୁଖ୍ୟତଃ ଓଡ଼ିଆ, ହିନ୍ଦୀ ଏବଂ ବଙ୍ଗଳା ଭାଷାରେ ଗୀତ ଗାଇଥାନ୍ତି ।[୧] ନାଜିଆ ଆକାଶବାଣୀର ଜଣେ ନିୟମିତ ଗାୟିକା । ସେ ବିଭିନ୍ନ ଓଡ଼ିଆ ଧାରାବାହିକରେ ଗୀତ ମଧ୍ୟ ଗାଇଛନ୍ତି । ଡିଡି ଓଡ଼ିଆରେ ପ୍ରସାରିତ ଦୁହିତା, ବିଧାତାର ଖେଳ, ମୁଁ ତୁମକୁ ଭଲପାଏ ଭଳି ଲୋକପ୍ରିୟ ଧାରାବାହିକରେ ସେ କଣ୍ଠଦାନ କରିଥିଲେ । ଜୀ ଟିଭିଦ୍ୱାରା ପ୍ରସାରିତ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ସାରେଗାମାରେ ସେ ଫାଇନାଲିଷ୍ଟ ଥିଲେ । ସେ ଭଜନ ସମାରୋହ ଓ ମଞ୍ଚରେ ଓଡ଼ିଶୀ ସଙ୍ଗୀତ ପରିବେଷଣ କରିଛନ୍ତି । ଏକଦା ଭୁବନେଶ୍ୱରରେ ଭାରତୀୟ ସଙ୍ଗୀତ ଜଗତର ଅନ୍ୟତମ ଲୋକପ୍ରିୟ କଣ୍ଠଶିଳ୍ପୀ ମାନ୍ନା ଦେ ତାଙ୍କ ଉପରେ ଟିପ୍ପଣୀ ଦେଇ କହିଥିଲେ କି, "ଆପଣ ସଙ୍ଗୀତ ପ୍ରତି ଅନୁରାଗୀ ଅଟନ୍ତି ଏବଂ ଆପଣଙ୍କର ଲକ୍ଷ୍ୟସ୍ଥଳ ବହୁତ ଆଗକୁ ଅଛି, ଏହାକୁ ଜାରୀ ରଖିବେ ନିଶ୍ଚୟ ।"[୨]

ନାଜିଆ ଆଲାମ
ଏକ ମଞ୍ଚରେ ସଙ୍ଗୀତ ପରିବେଷଣ କରିବାବେଳେ ନାଜିଆ
Occupationକଣ୍ଠଶିଳ୍ପୀ
Parent(s)ସିକନ୍ଦର ଆଲାମ (ବାପା)
ନାଇମା ଆଲାମ (ମାଆ)
Relativesସୋଫିଆ ଆଲାମ (ଭଉଣୀ)
Awardsକେନ୍ଦ୍ର ନାଟ୍ୟ ସଙ୍ଗୀତ ଅକାଦମୀ ପୁରସ୍କାର

ପରିବାର ଓ ଶିକ୍ଷା ସମ୍ପାଦନା

ନାଜିଆ ଆଲାମ କଣ୍ଠଶିଳ୍ପୀ ଦମ୍ପତ୍ତି ମହମ୍ମଦ ସିକନ୍ଦର ଆଲାମନଇମା ଆଲାମଙ୍କ ସାନ ଝିଅ ।[୨] । ତାଙ୍କ ବଡ଼ ଭଉଣୀ ସୋଫିଆ ଆଲାମ ଜଣେ ଅଭିନେତ୍ରୀ ଓ ମୁଖ୍ୟତଃ ଓଡ଼ିଆ ଦୂରଦର୍ଶନ ଧାରାବାହିକ ତଥା କଥାଚିତ୍ରରେ ଅଭିନୟ କରନ୍ତି ।

ନାଜିଆ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତରେ ଅଳଙ୍କାର ସମ୍ମାନ ସହ ଉଭୟ ଓଡ଼ିଶୀ ସଙ୍ଗୀତ ଓ ସାମାଜିକ ବିଜ୍ଞାନରେ ସ୍ନାତକୋତ୍ତର କରିଛନ୍ତି ।[୩]

ସଙ୍ଗୀତକାର ଜୀବନ ସମ୍ପାଦନା

ନାଜିଆ ଆଲାମ ତାଙ୍କ ମାଆ ନଇମା ଆଲାମଙ୍କଠାରୁ ପ୍ରଥମେ ସଙ୍ଗୀତ ଶିକ୍ଷା ଗ୍ରହଣ କରିବା ଆରମ୍ଭ କରିଥିଲେ ।[୩] ସେ ଗୀତଗୋବିନ୍ଦର ଅଷ୍ଟପଦୀ ପରମ୍ପରା ଉପରେ ଗବେଷଣା କରି ଡକ୍ଟରେଟ ଡିଗ୍ରୀ ଲାଭ କରିଥିଲେ । ୨୦୦୬ ମସିହାରୁ ସେ ଗୀତଗୋବିନ୍ଦରୁ ଆଧାରିତ ବିଭିନ୍ନ ଗୀତ ଉପରେ ସଙ୍ଗୀତ ପରିବେଷଣ ଆରମ୍ଭ କରିଥିଲେ । ୨୦୦୮ ମସିହାରେ ଓଡ଼ିଆର ପୂର୍ବତନ ମୁଖ୍ୟ ଶାସନ ସଚିବ ସୁବାଷ ପାଣିଙ୍କ ଗୀତଗୋବିନ୍ଦ ଉପରେ ମୁକ୍ତିଲାଭ କରିଥିବା ଆଲବମରେ ନାଜିଆ କଣ୍ଠଦାନ କରିଥିଲେ ।[୪]

୨୦୧୭ ମସିହାରେ ଭରଦ୍ୱାଜ ପଣ୍ଡାଙ୍କ ରଚିତ ଏବଂ ପ୍ରକୃତି ମିଶ୍ରମୀରା ଦାସ ପ୍ରମୁଖ ଅଭିନୀତ ଆମେ ଭୁବନେଶ୍ୱରିଆ ଶୀର୍ଷକ ଓଡ଼ିଆ ମ୍ୟୁଜିକ ଭିଡ଼ିଓରେ ନାଜିଆ କଣ୍ଠଦାନ କରିଥିଲେ ।[୫][୫] ୨୦୨୦ ମସିହାରେ ବର୍ଷ ସେ ଏମ୍‌. ଏସ୍. ଧୋନି - ଦ ଅନ୍‌ଟୋଲ୍ଡ ଷ୍ଟୋରୀ କଥାଚିତ୍ରରେ ଗୀତ କୌନ୍ ତୁଝେ ଓ ଓଡ଼ିଆ ଗୀତ ଫ୍ୟୁଜନ୍ କରି ଏକ କଭର୍ ଗୀତ ପ୍ରସ୍ତୁତ କରିଥିଲେ ।[୪]

ପୁରସ୍କାର ଓ ସମ୍ମାନ ସମ୍ପାଦନା

ନାଜିଆ ୨୦୧୦ ମସିହାରେ ସଙ୍ଗୀତ ନାଟକ ଅକାଦେମୀ ପୁରସ୍କାରର "ଓସ୍ତାଦ ବିସମିଲ୍ଲା ଖାଁ ଯୁବ ପ୍ରତିଭା ପୁରସ୍କାର" ପାଇଥିଲେ ।[୬] ଏହି ପୁରସ୍କାର ୨୦୧୦ ମସିହାରେ ପ୍ରଥମ ଥର ପାଇଁ ଓଡ଼ିଶୀ ସଙ୍ଗୀତକୁ ପ୍ରଦାନ କରାଯାଇଥିଲା ।[୨]

ଆଧାର ସମ୍ପାଦନା

  1. "ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଓ ସନ୍ତୁର ବାଦନରେ ରାଜାରାଣୀ ମନ୍ଦିର ପ୍ରାଙ୍ଗଣ ମୁଖରିତ". Nitidin. 19 January 2020. Retrieved 15 February 2020.
  2. ୨.୦ ୨.୧ ୨.୨ Chakra, Shyamhari (30 July 2010). "Music is her life". The Hindu (in Indian English). Retrieved 7 February 2020.
  3. ୩.୦ ୩.୧ "Nazia Alam in HELLO ODISHA". ଡିଡି ଓଡ଼ିଆ. YouTube. Retrieved 15 February 2020. {{cite web}}: |first1= missing |last1= (help)
  4. ୪.୦ ୪.୧ BREAKFAST ODISHA with Nazia Alam (Singer) (29.09.27) (in ଇଂରାଜୀ), retrieved 2020-02-15
  5. ୫.୦ ୫.୧ "ୟୁଟ୍ୟୁବରେ ମନ୍ଦିରମାଳିନୀ ସହରର ମ୍ୟୁଜିକ୍ ଭିଡିଓ 'ଆମେ ଭୁବନେଶ୍ୱରିଆ' : ଝଲସିଲା ଓଡ଼ିଶାର କଳା, ସଂସ୍କୃତି | Kanak News". କନକ ନ୍ୟୁଜ୍. 30 March 2017. Retrieved 15 February 2020.
  6. "Nazia Sayeed". www.sangeetnatak.gov.in. Sangeet Natak Akademy. Archived from the original on 3 March 2021. Retrieved 3 March 2021.

ବାହାର ଆଧାର ସମ୍ପାଦନା