ସୋଫିଆ ଆଲାମ
ସୋଫିଆ ଆଲମ୍ ଜଣେ ଓଡ଼ିଆ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ଓଡ଼ିଆ କଥାଚିତ୍ର ଏବଂ ଧାରାବାହିକରେ ଅଭିନୟ କରନ୍ତି । ସୋଫିଆ ଆଲାମ ପ୍ରଥମେ ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିବା ଆରମ୍ଭ କରିଥିଲେ । ଡିଡି ଓଡ଼ିଆରେ ପ୍ରସାରିତ ଧାରାବାହିକ ବିଧାତାର ଖେଳ ଜରିଆରେ ସେ ଅଭିନୟ ଜୀବନ ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ଦୁହିତା, ମହାଯଜ୍ଞ ଭଳି ଲୋକପ୍ରିୟ ଧାରାବାହିକର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏଥିସହିତ ସେ ଭାଗ୍ୟ ବିଧାତା, ଗାୟତ୍ରୀ, ସଂସ୍କାର ଭଳି ଧାରାବାହିକରେ ଚରିତ୍ର ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ । ୨୦୦୯ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା ଡ୍ରିମ୍ ଗାର୍ଲ । ପରେ ସେ ସୁନା ଚଢ଼େଇ ମୋ ରୂପା ଚଢ଼େଇ, ଏସିପି ରଣବୀର, ଗଞ୍ଜା ଲଢ଼େଇ, ପ୍ରେମ ସବୁଠୁ ବଳବାନ, ଆଶିକ୍ ଭଳି ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
ସୋଫିଆ ଆଲାମ | |
---|---|
![]() | |
ବୃତ୍ତି | (ଓଡ଼ିଆ) ଅଭିନେତ୍ରୀ |
Years active | ୨୦୦୧-ଏବେଯାଏଁ |
Parent(s) | ସିକନ୍ଦର ଆଲାମ (ବାପା) ନାଇମା ଆଲାମ (ମାଆ) |
ସମ୍ପର୍କୀୟ | ନାଜିଆ ଆଲାମ (ଭଉଣୀ) |
ପରିବାର ଓ ଶିକ୍ଷାସମ୍ପାଦନ କରନ୍ତୁ
ସୋଫିଆ ଆଲାମ ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ମହମ୍ମଦ ସିକନ୍ଦର ଆଲାମଙ୍କର ବଡ଼ ଝିଅ । ତାଙ୍କ ମାଆ ନାଇମା ଆଲାମ ଜଣେ ସୁଗାୟିକା ତଥା ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ କଳାକାର । ତାଙ୍କ ସାନ ଭଉଣୀ ନାଜିଆ ଆଲାମ ମଧ୍ୟ ଜଣେ ସୁନାମଧନ୍ୟା କଣ୍ଠଶିଳ୍ପୀ ।
ଅଭିନୟ ଜୀବନସମ୍ପାଦନ କରନ୍ତୁ
ସୋଫିଆ ଆଲାମ ବିଜେବି କଲେଜରୁ ବାଣିଜ୍ୟରୁ ସ୍ନାତକ କରିବାପରେ ବ୍ୟାଙ୍କିଙ୍ଗ୍ରେ ଯୋଗ ଦେବାପାଇଁ ଯାଇଥିଲେ ।[୧] ମାତ୍ର ୨୦୦୧ ମସିହାରେ ଓଡ଼ିଆ ନିର୍ଦ୍ଦେଶକ ସୁବ୍ରତ ନାୟକ ତାଙ୍କୁ ଓଡ଼ିଆ ଦୂରଦର୍ଶନ ଧାରାବାହିକ ବିଧାତାର ଖେଳରେ ଅଭିନୟ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ।[୧] ଏହାପରେ ସେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହାପରେ ସେ ଡିଡି ଓଡ଼ିଆର ଅନ୍ୟତମ ଲୋକପ୍ରିୟ ଧାରାବାହିକ ଦୁହିତା, ମହାଯଜ୍ଞ ଆଦିରେ ଅଭିନୟ କରିଥିଲେ ।[୧]
ପରବର୍ତ୍ତୀ ସମୟରେ ସେ ଇ ଟିଭି ଓଡ଼ିଆର ଲୋକପ୍ରିୟ ଧାରାବାହିକ ଭାଗ୍ୟ ବିଧାତା, ସଂସ୍କାର, ଗାୟତ୍ରୀ ଆଦିରେ ଅଭିନୟ କରିଥିଲେ ।[୧] ସୋଫିଆ ଏବେ ଜୀ ସାର୍ଥକରେ ପ୍ରସାରିତ ଓଡ଼ିଆ ଧାରାବାହିକ ରହିଛି ରହିବି ତୋ'ରି ପାଇଁରେ ଅଭିନୟ କରୁଛନ୍ତି । ଏଥିରେ ସେ ନାୟିକାର ମାଆ ଭୂମିକାରେ ଅଭିନୟ କରୁଛନ୍ତି ।
୨୦୦୯ ମସିହାରେ ସୋଫିଆ ଡ୍ରିମ୍ ଗାର୍ଲ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହାପରେ ସେ ସେହି ବର୍ଷ ଅନ୍ୟ ଏକ ଓଡ଼ିଆ କଥାଚିତ୍ର ସୁନା ଚଢ଼େଇ ମୋ ରୂପା ଚଢ଼େଇ ଏବଂ ଅସୀମ: ବିୟଣ୍ଡ୍ ବାଉଣ୍ଡରିଜ୍ରେ ଅଭିନୟ କରଥିଲେ । ସୁନା ଚଢ଼େଇ ମୋ ରୂପା ଚଢ଼େଇରେ ସେ ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ବିଜୟ ମହାନ୍ତି, ମିହିର ଦାସ, ବର୍ଷା ପ୍ରିୟଦର୍ଶିନୀ, ସ୍ନିଗ୍ଧା ମହାନ୍ତି ଆଦି କଳାକାରଙ୍କ ସହ ଅଭିନୟ କରିଥିଲେ ।
ପରବର୍ତ୍ତୀ ସମୟରେ ସେ ୨୦୧୨ ମସିହାରେ ଏସିପି ରଣବୀର କଥାଚିତ୍ରରେ ସନ୍ଧ୍ୟା ଭୂମିକାରେ, ୨୦୧୩ ମସିହାରେ ପ୍ରେମ ସବୁଠୁ ବଳବାନ ଚଳଚ୍ଚିତ୍ରରେ ବୈଶାଖୀ ଭୂମିକାରେ, ୨୦୧୪ ମସିହାରେ ଗଞ୍ଜା ଲଢ଼େଇ ଚଳଚ୍ଚିତ୍ରରେ ନନ୍ଦିନୀ ଭୂମିକାରେ ଏବଂ ୨୦୧୫ ମସିହାରେ ଆଶିକ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
ଅଭିନୀତ କଥାଚିତ୍ରସମ୍ପାଦନ କରନ୍ତୁ
ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୦୯ | ଡ୍ରିମ୍ ଗାର୍ଲ | ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ | |
ସୁନା ଚଢ଼େଇ ମୋ ରୂପା ଚଢ଼େଇ | ଶିବାନୀ | ||
ଅସୀମ: ବିୟଣ୍ଡ୍ ବାଉଣ୍ଡରିଜ୍ | |||
୨୦୧୨ | ଏସିପି ରଣବୀର | ସନ୍ଧ୍ୟା | |
୨୦୧୩ | ପ୍ରେମ ସବୁଠୁ ବଳବାନ | ବୈଶାଖୀ | |
୨୦୧୪ | ଗଞ୍ଜା ଲଢ଼େଇ | ନନ୍ଦିନୀ | |
୨୦୧୫ | ଆଶିକ୍ |
ଅଭିନୀତ ଧାରାବାହିକସମ୍ପାଦନ କରନ୍ତୁ
ଧାରାବାହିକ | ଚେନାଲ | ଭୂମିକା |
---|---|---|
ବିଧାତାର ଖେଳ | ଡିଡି ଓଡ଼ିଆ | |
ଦୁହିତା | ଡିଡି ଓଡ଼ିଆ | |
ମହାଯଜ୍ଞ | ଡିଡି ଓଡ଼ିଆ | |
ଭାଗ୍ୟ ବିଧାତା | ||
ସଂସ୍କାର | ଇ ଟିଭି ଓଡ଼ିଆ | |
ଗାୟତ୍ରୀ | ଇ ଟିଭି ଓଡ଼ିଆ | |
ରହିଚି ରହିବି ତୋ'ରି ପାଇଁ | ଜୀ ସାର୍ଥକ |
ଆଧାରସମ୍ପାଦନ କରନ୍ତୁ
- ↑ ୧.୦ ୧.୧ ୧.୨ ୧.୩ "Leaving an indelible mark". The New Indian Express. 5 June 2009. Retrieved 6 February 2020.
ବାହାର ଆଧାରସମ୍ପାଦନ କରନ୍ତୁ
- ସୋଫିଆ ଆଲାମ (ଇଣ୍ଟରନେଟ ମୁଭି ଡାଟାବେସରେ)