ନଳିନୀକାନ୍ତ ମହାନ୍ତି
ନଳିନୀକାନ୍ତ ମହାନ୍ତି (୧୯୪୯-୨୦୧୨) ରାଜନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୭ଥର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ସେ ୧୯୪୯ ମସିହା ଜାନୁଆରୀ୨୦ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଳକର ଫିରିକିଦାଣ୍ଡି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । [୨]
ନଳିନୀକାନ୍ତ ମହାନ୍ତି | |
---|---|
ବିଧାୟକ, ରାଜନଗର | |
କାର୍ଯ୍ୟକାଳ ୧୯୭୭ – ୨୦୦୯ | |
ପୂର୍ବ ଅଧିକାରୀ | ବିଜୟାନନ୍ଦ ପଟ୍ଟନାୟକ |
ପର ଅଧିକାରୀ | ଅଲେଖ କୁମାର ଜେନା |
ପୂର୍ତ୍ତ, ନଗର ଉନ୍ନୟନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ | |
କାର୍ଯ୍ୟକାଳ ୧୬ ମାର୍ଚ୍ଚ ୨୦୦୦ – ୯ ଜୁଲାଇ ୨୦୦୧ | |
ପୂର୍ତ୍ତ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ | |
କାର୍ଯ୍ୟକାଳ ୧୫ ମାର୍ଚ୍ଚ ୧୯୯୦ – ୧୫ ମାର୍ଚ୍ଚ ୧୯୯୫ | |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଫିରିକିଦାଣ୍ଡି, ରାଜନଗର, କେନ୍ଦ୍ରାପଡ଼ା | ୨୦ ଜାନୁଆରୀ ୧୯୪୯
ମୃତ୍ୟୁ | ୨୦ ଅପ୍ରେଲ ୨୦୧୨ ଭୁବନେଶ୍ୱର | (ବୟସ ୬୩)
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ବିଜୁ ଜନତା ଦଳ, ଜନତା ଦଳ, ଜନତା ପାର୍ଟି, ଭାରତୀୟ ଲୋକଦଳ |
ଜୀବନ ସାଥୀ | ଜ୍ୟୋତ୍ସ୍ନା ମହାନ୍ତି |
ସନ୍ତାନ | ୧ ପୁଅ, ୧ ଝିଅ |
ୱେବସାଇଟ | Official Website |
୧୯୬୯ରେ ଜଣେ ଛାତ୍ର ନେତା ଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ତତ୍କାଳୀନ ଭାରତୀୟ ଲୋକଦଳର ସମ୍ପାଦକ ଭାବେ ଓ ଜନତାପାର୍ଟିର କାର୍ଯ୍ୟକାରିଣୀ (ଯୁବଶାଖା)ର ସମ୍ପାଦକ ହୋଇ ପରେ ରାଜ୍ୟ ଜନତା ପାର୍ଟିର ବିଧାୟକ ଦଳ ସମ୍ପାଦକ ହୋଇଥିଲେ । ସର୍ବଭାରତୀୟ ଯୁବଜନତାର ଜାତୀୟ ପରିଷଦ ସଦସ୍ୟ ହୋଇଥିଲେ ଓ ୧୯୮୨ରେ ସେ ରାଜ୍ୟ ଯୁବଜନତାର ସଭାପତି ଦାୟିତ୍ୱ ନିର୍ବାହ କରିଥିଲେ ।
ଜନତା ଦଳରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ନଳିନୀ ୧୯୭୭ରେ ପ୍ରଥମ ଥର ପାଇଁ ରାଜନଗରରୁ ସପ୍ତମ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୦ରେ କଂଗ୍ରେସ ବହୁମତ ପାଇଥିବା ୮ମ ବିଧାନ ସଭାକୁ ଲୋକଦଳ ଟିକଟରେ, ୧୯୮୫ରେ ଜନତା ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୦ରେ ଜନତା ଦଳ ଟିକଟରେ ପୁନଃନିର୍ବାଚିତ ହୋଇ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ପୂର୍ତ୍ତ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀପଦ ଗ୍ରହଣ କରିଥିଲେ।[୩] ୧୯୯୫ରେ ବିଜୁ ଜନତା ଦଳ ପକ୍ଷରେ ବହୁମତ ଥିବାବେଳେ ମଧ୍ୟ ସେ ନିର୍ବାଚିତ ହୋଇଥିଲେ । ୧୯୯୭ରେ ବିଜୁ ଜନତା ଦଳ ଗଠନ ହେବା ସମୟରେ ଯୋଗଦେଇ ନ ଥିବା ନଳିନୀ ୨୦୦୦ରେ ନିର୍ବାଚନ ଅବ୍ୟବହିତ ପୂର୍ବରୁ ବିଜୁ ଜନତା ଦଳରେ ଯୋଗଦେବା ସହ ଦଳର କାର୍ଯ୍ୟକାରୀ ସଭାପତି ପଦ ଗ୍ରହଣ କରିଥିଲେ। [୪]ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ମନ୍ତ୍ରୀମଣ୍ଡଳରେ ସେ ପୂର୍ତ୍ତ, ନଗର ଉନ୍ନୟନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ପରେ ଦୁର୍ନିତି ଅଭିଯୋଗରେ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିସ୍କାର କରାଯାଇଥିଲା ।[୫][୬][୭] ୨୦୦୪ରେ ତାଙ୍କୁ ବିଜୁ ଜନତା ଦଳ ଟିକଟ ନ ମିଳିବାରୁ ସେ କଂଗ୍ରେସ ଟିକଟରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ।[୮] ୨୦୦୯ରେ ସେ ଲଢ଼ିଥିବା ଶେଷ ବିଧାନ ସଭା ନିର୍ବାଚନରେ ପ୍ରଥମ ଥର ନିମନ୍ତେ ପରାଜିତ ହୋଇଥିଲେ।[୯] ସେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ଭାବେ କିଛି ଦିନ କାର୍ଯ୍ୟ କରିଥିଲେ ।
୧୧ ଅକ୍ଟୋବର ୨୦୧୧ରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଆଦିତ୍ୟ କେୟାର ହସପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ନ ହେବାରୁ ୨ ନଭେମ୍ବରରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନକୁ ତାଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା ।[୧୦] ମାତ୍ର ଉନ୍ନତ ଚିକିତ୍ସା ସତ୍ତ୍ୱେ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନ ହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଭୁବନେଶ୍ୱରକୁ ଅଣାଯାଇ ମୃତ୍ୟୁର କିଛିଦିନ ପୂର୍ବରୁ ଭୁବନେଶ୍ୱରସ୍ଥ ସମ ହସପିଟାଲକୁ ଅଣାଯାଇ ତାଙ୍କ ଚିକିତ୍ସା କରାଯାଉଥିଲା । ୨୦ ଅପ୍ରେଲ ୨୦୧୨ ଅପରାହ୍ନ ୨.୪୫ରେ କୋମା ଅବସ୍ଥାରେ ଥାଇ ତାଙ୍କର ପରଲୋକ ଘଟିଥିଲା । [୧୧][୧୨] ପୁରୀ ସ୍ୱର୍ଗଦ୍ୱାରଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।[୧୩]
ଆଧାର ସମ୍ପାଦନ କରନ୍ତୁ
- ↑ "Nalini Mohanty passes away". odishatv.in. 2012. Retrieved 18 May 2012.
Nalini, a seven time MLA from Rajnangar
- ↑ "Former Odisha Minister Nalini Mohanty dies of cardiac arrest". odishatoday.com. 2012. Retrieved 18 May 2012.
Born on January 20, 1949, at Firki Dandi village under Rajnagar block
- ↑ "Nalini Mohanty is no more | | | The New Indian Express". expressbuzz.com. 2012. Retrieved 18 May 2012.
Mohanty held important portfolios like Works and, Housing and Urban Development
- ↑ "outlookindia.com". m.outlookindia.com. 2012. Retrieved 18 May 2012.
appointing senior leader Nalini Mohanty as the working president of the BJD
{{cite web}}
: Cite has empty unknown parameter:|1=
(help) - ↑ "Naveen soft towards tainted ministers: Opposition - Times Of India". indiatimes.com. 2012. Retrieved 18 May 2012.
chief minister had sacked three ministers -- Nalini Kanta Mohanty, Kamala Das and Prashanta Nanda in 2002.
- ↑ "Patnaik: After a decade in office". deccanherald.com. 2012. Retrieved 18 May 2012.
Mohanty was the working president of the party as well as a cabinet minister, when he was sacked from both the posts.
- ↑ "Sack tainted ministers, Opp dares Naveen | The Asian Age". asianage.com. 2012. Retrieved 18 May 2012.
Naveen dropped Nalini Kanta Mohanty
- ↑ "Orissa Orissa CM Naveen Patnaik visits ailing Congress leader Nalini Mohanty, Orissa Current News". orissadiary.com. 2012. Retrieved 18 May 2012.
Mohanty then joined Congress and won the seat in 2004
- ↑ "<B>Homage to Cong leader</B>". telegraphindia.com. 2012. Retrieved 18 May 2012.
In 2009, he lost the elections for the first time.
- ↑ "Odisha: Former minister Nalini Mohanty passes away, Orissa Current News". orissadiary.com. 2012. Retrieved 18 May 2012.
he was shifted to All India Institute of Medical Science (AIIMS) in Delhi on November 2
- ↑ "Veteran political leader Nalini Mohanty passes away | OdishaEye - Odisha News Portal". odishaeye.com. 2012. Retrieved 18 May 2012.
Nalini Kanta Mohanty passed away at a private hospital
- ↑ "Veteran political leader Nalini Mohanty no more | Newzstreet". newzstreet.tv. 2012. Retrieved 18 May 2012.
Nalini Kanta Mohanty passed away at a private hospital in Bhubaneswar
- ↑ "Nalini Mohanty cremated at Puri". dailypioneer.com. 2012. Retrieved 18 May 2012.
Nalini Mohanty was consigned to flames at the Swargdwar crematorium