ନରେନ ପଲେଇ

ଓଡ଼ିଆ ରାଜନୀତିଜ୍ଞ

ନରେନ ପଲେଇ (ଜନ୍ମ: ୧୭ ମଇ ୧୯୬୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ସେ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ନରେନ ପଲେଇ
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୦୯
ପୂର୍ବ ଅଧିକାରୀପ୍ରଫୁଲ୍ଲ ସାମଲ
ପର ଅଧିକାରୀଯୁଗଳ କିଶୋର ପଟ୍ଟନାୟକ
ନିର୍ବାଚନ ମଣ୍ଡଳୀଭଦ୍ରକ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1965-05-17) ୧୭ ମଇ ୧୯୬୫ (ବୟସ ୫୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀନିର୍ମଳା ପଲେଇ
ବାପା/ବୋଉକାହ୍ନୁ ଚରଣ ପଲେଇ (ବାପା)
ସମ୍ପର୍କୀୟବିରେନ ପଲେଇ (ଭାଇ)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ଶିକ୍ଷା ଓ ପରିବାର ସମ୍ପାଦନା

ନରେନ ପଲେଇ ୧୯୬୫ ମସିହାର ମଇ ମାସ ୧୭ ତାରିଖରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ କାହ୍ନୁଚରଣ ପଲେଇ ।[୩] ସେ ନିର୍ମଳା ପଲେଇଙ୍କୁ ବିବାହ କରିଥିଲେ ।[୩] ରାଜନେତା ବିରେନ ପଲେଇ ନରେନଙ୍କର ଭାଇ ଥିଲେ । ବିରେନ ୧୨ଶ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଥିବାବେଳେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା ।[୪]

ରାଜନୈତିକ ଜୀବନ ସମ୍ପାଦନା

ବିରେନ ପଲେଇ ଭଦ୍ରକ ପୌରପାଳିକାର ଅଧକ୍ଷ ଭାବରେ ୨୦୦୨ ମସିହାରୁ ୨୦୦୩ ମସିହାଯାଏଁ କାର୍ଯ୍ୟ କରିଥିଲେ ।[୨] ଏହାପରେ ସେ ୨୦୦୪ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୬୦,୦୧୬ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ଏହି ବିଧାନ ସଭାରେ ସେ ୨୦୦୪ ମସିହାରୁ ୨୦୦୯ ମସିହାଯାଏଁ କାର୍ଯ୍ୟ କରିଥିଲେ ।[୩]

ଏହାପରେ ୨୦୦୯ ଓ ୨୦୧୪ ମସିହାରେ ନରେନ ପଲେଇ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ହେଁ ଯଥାକ୍ରମେ ୫୩,୮୬୬ ଓ ୫୬,୯୯୫ ଖଣ୍ଡ ଭୋଟ ପାଇ ଯୁଗଳ କିଶୋର ପଟ୍ଟନାୟକଙ୍କଠାରୁ ପରାସ୍ତ ହୋଇଥିଲେ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Bhadrak Assembly Constituency Election Result - Legislative Assembly Constituency". resultuniversity.com. Retrieved 2019-05-04.
  2. ୨.୦ ୨.୧ "MLA Naren Pallai Profile | BHADRAK Constituency". naveenpatnaik.com. Archived from the original on 2017-10-26. Retrieved 2019-05-06.
  3. ୩.୦ ୩.୧ ୩.୨ "MLA Naren Pallai Profile | BHADRAK Constituency". odishahelpline.com. Retrieved 2019-05-06.
  4. "Sitting Congress MLA died in road accident in Bhubneshwar". Zee News (in ଇଂରାଜୀ). 2001-03-03. Retrieved 2019-05-05.

ବାହାର ଆଧାର ସମ୍ପାଦନା