ପ୍ରଫୁଲ୍ଲ ସାମଲ
ପ୍ରଫୁଲ୍ଲ ସାମଲ ([pɾɔpʰullɔ samɔlɔ] (listen)) (ଜନ୍ମ: ୧୫ ଅଗଷ୍ଟ ୧୯୪୭[୧], ଭଦ୍ରକ) ଜଣେ ଭାରତୀୟ ରାଜନେତା ଏବଂ ବର୍ତ୍ତମାନ ବିଜୁ ଜନତା ଦଳର ସଭ୍ୟ । ସେ ୧୯୭୧ ମସିହାରେ ଓଡ଼ିଶାର ରାଜନୀତିରେ ଯୋଗ ଦେଇଥିଲେ ।[୧] ୧୯୯୫ ମସିହାରେ ସେ ୧୦ମ ବିଧାନ ସଭାରେ ଜନତା ଦଳର ପ୍ରତିନିଧି ଭାବରେ ଭଦ୍ରକ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ଏହାପରେ ସେ ୧୧ଶ ଓ ୧୨ଶ ବିଧାନ ସଭାରେ ଜନତା ଦଳର ପ୍ରତିନିଧି ଭାବରେ ଭଦ୍ରକରୁ, ୧୫ଶ ଓ ୧୬ଶ ବିଧାନ ସଭାରେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରୁ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ୧୪ଶ ବିଧାନ ସଭାରେ ପ୍ରଫୁଲ୍ଲ ପଞ୍ଚାୟତିରାଜ ବିଭାଗର ମନ୍ତ୍ରୀ ଥିଲେ । ୧୫ଶ ବିଧାନ ସଭାରେ ସେ ମହିଳା ଓ ଶିଶୁ ବିକାଶ କଲ୍ୟାଣ ଯୋଜନାର ମନ୍ତ୍ରୀ ଥିଲେ ।[୩]
ପ୍ରଫୁଲ୍ଲ ସାମଲ | |
---|---|
ବିଧାୟକ: ୧୪ଶ, ୧୫ଶ, ୧୬ଶ ବିଧାନ ସଭା | |
କାର୍ଯ୍ୟକାଳ ୧୯୯୦ – ୨୦୦୦ | |
ପୂର୍ବ ଅଧିକାରୀ | ଅନନ୍ତ ସେଠୀ |
ପର ଅଧିକାରୀ | ସଞ୍ଜୀବ କୁମାର ମଲ୍ଲିକ |
ନିର୍ବାଚନ ମଣ୍ଡଳୀ | ଭଦ୍ରକ, ଭଣ୍ଡାରିପୋଖରୀ |
ବିଧାୟକ: ୧୨ଶ ବିଧାନ ସଭା | |
ପୂର୍ବ ଅଧିକାରୀ | ବିରେନ ପଲେଇ |
ପର ଅଧିକାରୀ | ନରେନ ପଲେଇ |
ନିର୍ବାଚନ ମଣ୍ଡଳୀ | ଭଦ୍ରକ, ଭଣ୍ଡାରିପୋଖରୀ |
ବିଧାୟକ: ୧୦ମ, ୧୧ଶ ବିଧାନ ସଭା | |
ପୂର୍ବ ଅଧିକାରୀ | ଯୁଗଳ କିଶୋର ପଟ୍ଟନାୟକ |
ପର ଅଧିକାରୀ | ବିରେନ ପଲେଇ |
ନିର୍ବାଚନ ମଣ୍ଡଳୀ | ଭଦ୍ରକ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଭଦ୍ରକ, ଓଡ଼ିଶା | ୧୫ ଅଗଷ୍ଟ ୧୯୪୭
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଜନତା ଦଳ |
ଜୀବନ ସାଥୀ | ପ୍ରମିଳା ସାମଲ[୧] |
ଘର | ଭଦ୍ରକ, ଓଡ଼ିଶା |
୩୦ ଅକ୍ଟୋବର, ୨୦୧୮ ସୁଦ୍ଧା |
ଜନ୍ମ ଓ ପରିବାର
ସମ୍ପାଦନାପ୍ରଫୁଲ୍ଲ ସାମଲ ୧୯୪୭ ମସିହ ଅଗଷ୍ଟ ମାସ ୧୫ ତାରିଖ ଦିନ ଭଦ୍ରକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପା ଥିଲେ ପ୍ରହଲ୍ଲାଦ ସାମଲ ।[୩] ପ୍ରଫୁଲ୍ଲ ବିଜ୍ଞାନରେ ସ୍ନାତକ ପରେ ଆଇନରେ ପାଠ ପଢ଼ିଥିଲେ ।[୧] ସେ ୧୯୭୧ ମସିହାରେ ଓଡ଼ିଶାର ରାଜନୀତିରେ ଜଣେ କର୍ମକର୍ତ୍ତା ଭାବରେ ଯୋଗ ଦେଇଥିଲେ । ୧୯୮୨ରୁ ୧୯୮୫ ଯାଏ ପ୍ରଫୁଲ୍ଲ ଉତ୍କଳ ବିଶ୍ୱବିଦ୍ୟାଳୟରେ ଜଣେ ଅଧ୍ୟାପକ ଭାବରେ କାର୍ଯ୍ୟ କରିଥିଲେ ।[୧]
ଅନ୍ୟାନ୍ୟ କାର୍ଯ୍ୟ
ସମ୍ପାଦନା- ସଭାପତି: ଓଡ଼ିଶା ବେସରକାରୀ ବୈଷୟିକ ମହାବିଦ୍ୟାଳୟ ସଂଘ[୧]
- ସଭାପତି: ଓଡ଼ିଶା ବେସରକାରୀ ବୈଷୟିକ ବିଦ୍ୟାଳୟ ସଂଘ
- ସମ୍ପାଦକ: ଭଦ୍ରକ ଇନିଷ୍ଟିଚିଉଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି
ରାଜନୀତି
ସମ୍ପାଦନାପ୍ରଫୁଲ୍ଲ ସାମଲ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ ସକ୍ରିୟ ଅଛନ୍ତି । ପୂର୍ବରୁ, ସେ ଜନତା ଦଳରେ ସକ୍ରିୟ ଥିଲେ । ୧୯୯୦, ୧୯୯୫ ଓ ୨୦୦୧ (ଉପ) ନିର୍ବାଚନରେ, ସେ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ, ୧୧ଶ ଓ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
୨୦୦୯, ୨୦୧୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ, ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେଡିର ପ୍ରାର୍ଥୀ ଭାବରେ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୬୬,୨୧୪ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପାର୍ଥୀ ସୀତାଂଶୁ ଶେଖର ମହାପାତ୍ରଙ୍କ ଠାରୁ ୧୬,୦୬୮ ଖଣ୍ଡ ଭୋଟ୍ରେ ପରାସ୍ତ ହୋଇଥିଲେ ।[୪]
ବିଧାନ ସଭା ସଭ୍ୟ ବିବରଣୀ
ସମ୍ପାଦନାଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୯୦ | ୧୯୯୫ | ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା | ଭଦ୍ରକ | ଜନତା ଦଳ |
୧୯୯୫ | ୨୦୦୦ | ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା | ଭଦ୍ରକ | ବିଜୁ ଜନତା ଦଳ |
୨୦୦୧ | ୨୦୦୪ | ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା | ଭଦ୍ରକ (ଉପ) | ବିଜୁ ଜନତା ଦଳ |
୨୦୦୯ | ୨୦୧୪ | ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା | ଭଣ୍ଡାରିପୋଖରୀ | ବିଜୁ ଜନତା ଦଳ |
୨୦୧୪ | ୨୦୧୯ | ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା | ଭଣ୍ଡାରିପୋଖରୀ | ବିଜୁ ଜନତା ଦଳ |
୨୦୧୯ | ୨୦୨୪ | ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା | ଭଣ୍ଡାରିପୋଖରୀ | ବିଜୁ ଜନତା ଦଳ |
ମନ୍ତ୍ରୀ
ସମ୍ପାଦନାବିଭାଗ | କାର୍ଯ୍ୟ ଆରମ୍ଭ | କାର୍ଯ୍ୟ ଶେଷ | ମନ୍ତବ୍ୟ |
---|---|---|---|
ପଞ୍ଚାୟତରାଜ | ୨୨ ମଇ ୨୦୦୯ | ୧୦ ମଇ ୨୦୧୧ | |
ସୂଚନା ଏବଂ ଲୋକ ସମ୍ପର୍କ | ୨୨ ମଇ ୨୦୦୯ | ୧୦ ମଇ ୨୦୧୧ | |
ମହିଳା ଏବଂ ବାଳ ବିକାଶ | ୭ ଫେବୃଆରୀ ୨୦୧୧ | ୧୦ ମଇ ୨୦୧୧ | |
ପର୍ଯ୍ୟଟନ ଏବଂ ସଂସ୍କୃତି | ୧୦ ମଇ ୨୦୧୧ | ୨ ଅଗଷ୍ଟ ୨୦୧୨ | |
ସହଯୋଗ | ୧୦ ମଇ ୨୦୧୧ | ୨ ଅଗଷ୍ଟ ୨୦୧୨ | |
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ | ୭ ମଇ ୨୦୧୭ | ୨୯ ମଇ ୨୦୧୯ | |
ମହିଳା ଓ ବାଳ ବିକାଶ ଏବଂ ମିଶନ ଶକ୍ତି | ୭ ମଇ ୨୦୧୭ | ୨୯ ମଇ ୨୦୧୯ | |
କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ | ୭ ମଇ ୨୦୧୭ | ୨୯ ମଇ ୨୦୧୯ |
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "MLA Prafulla Samal Profile | BHANDARIPOKHARI Constituency". naveenpatnaik.com. Archived from the original on 13 January 2019. Retrieved 30 October 2018.
- ↑ "Prafulla Samal MLA of BHANDARIPOKHARI Odisha contact address & email". nocorruption.in. Retrieved 30 October 2018.
- ↑ ୩.୦ ୩.୧ "Council Of Minister". odishaassembly.nic.in. Retrieved 30 October 2018.
- ↑ "General Election to Assembly Constituencies 2024: Bhadrak (Odisha)". Election Commission of India. Retrieved 11 June 2024.
ବାହାର ଆଧର
ସମ୍ପାଦନା- ଉଇକିମିଡ଼ିଆ କମନ୍ସରେ ପ୍ରଫୁଲ୍ଲ ସାମଲ-ସମ୍ପର୍କିତ ମିଡ଼ିଆ