ତିଥି
ଚନ୍ଦ୍ର ପୃଥିବୀର ଚାରି ପାଖେ ଥରେ ବୁଲି ଆସିଲେ ଗୋଟିଏ ତିଥି ହୁଏ ଏହିପରି ୧୫ ଥର ବୁଲିଲେ ଏକ ପକ୍ଷ ହୁଏ ଦୁଇ ପକ୍ଷରେ ଏକ ମାସ ହୁଏ ଚନ୍ଦ୍ର ପୃଥିବୀକୁ ଥରେ ବୁଲି ଆସିଲାବେଳକୁ ଏକଦିନ ବା ୨୪ ଘଣ୍ଟା ପୁରି ନଥାଏ; ଏଥିପାଇଁ ଏକଦିନରେ ଏକତିଥିରୁ ଅଧିକା କେତେ ସମୟ ପଡ଼େ
ଶ୍ରେଣୀ ବିଭାଗ
ସମ୍ପାଦନାଜ୍ୟୋତିଷଶାସ୍ତ୍ରରେ ତିଥିମାନଙ୍କୁ ନାନା ଶ୍ରେଣୀରେ ବିଭକ୍ତ କରାଯାଇ ଅଛି; ଯଥା:
- କୃଷ୍ଣାତିଥି- କୃଷ୍ଣପକ୍ଷର ପ୍ରତିପଦଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ତିଥି
- ଶୁକ୍ଳାତିଥି- ଶୁକ୍ଳ ପ୍ରତିପଦଠାରୁ ପୂର୍ଣ୍ଣିମା ତିଥି
- ନନ୍ଦା ତିଥି- ପ୍ରତିପଦ, ଷଷ୍ଠୀ ଓ ଏକାଦଶୀ
- ଭଦ୍ରାତିଥି- ଦ୍ୱିତୀୟା, ସପ୍ତମୀ ଓ ଦ୍ୱାଦଶୀ
- ଜୟା ତିଥି – ତୃତୀୟା, ଅଷ୍ଟମୀ ଓ ତ୍ରୟୋଦଶୀ
- ରିକ୍ତା ତିଥି- ଚତୁର୍ଥୀ, ନବମୀ ଓ ଚତୁର୍ଦ୍ଦଶୀ
- ପୂର୍ଣ୍ଣାତିଥି- ପଞ୍ଚମୀ, ଦଶମୀ, ଅମାବାସ୍ୟା ଓ ପୂର୍ଣ୍ଣିମା
- ଐହସ୍ପର୍ଶତିଥି- ଏକାଦିନରେ ତିନିଗୋଟି ତିଥି ପଡ଼ିଥିବା ଦିବସ
କ୍ଷୟା ତିଥି
ସମ୍ପାଦନାପୃଥିବୀ ୨୪ ଘଣ୍ଟାରେ ଥରେ ସୂର୍ଯ୍ୟ ଚାରିପଟେ ବୁଲିଆସେ ଚନ୍ଦ୍ର ଥରେ ପୃଥିବୀକୁ ବୁଲିବାକୁ ୨୩ଘଣ୍ଟା ୩୬ ମିନଟ ଲାଗେ ୧ ସୌରମାସ = ୩୦ ସାବନ ଦିନ ଓ ୧ ଚାନ୍ଦ୍ର ମାସ = ୩୦ ତିଥି = ୨୯.୫୧୨ ଦିନ ବା ସୌର ଦିବସ ସୌରମାସଠାରୁ ଚାନ୍ଦ୍ର ମାସ ୧୧ଘଣ୍ଟା ୧୩ ମିନଟ୍ କମ୍ ଚାନ୍ଦ୍ରତିଥି ଓ ସୌର ଦିନ ମଧ୍ୟରେ ଥିବା ଏହି ପାର୍ଥ୍ୟକ୍ୟକୁ ମିଳାଇବା ପାଇଁ ୬୨ଦିନ ଅନ୍ତରରେ ଗୋଟିଏ କ୍ଷୟାତିଥି ଗଣନା କରାଯାଏ, ଅର୍ଥାତ୍ ଗୋଟିଏ ତିଥି ଗଣନା ନ କରି ଛାଡ଼ି ଦିଆଯାଏ ଏହି ଗଣନା କରା ନ ଯିବା ତିଥିକୁ କ୍ଷୟା ତିଥି ବା କ୍ଷୟାହ କୁହାଯାଏ ଆଜି ଦ୍ୱିତୀୟା ହେଲେ, ଆସନ୍ତା କାଲି ଦିନ ହିସାବରେ ତୃତୀୟା ତିଥି ହୁଅନ୍ତା; କିନ୍ତୁ ତୃତୀୟାକୁ କ୍ଷୟାତିଥି କଲେ ଆସନ୍ତା କାଲି ତୃତୀୟା ନହୋଇ ଚତୁର୍ଥୀ ହେବ ପ୍ରତି ୬୨ଦିନରେ ଗୋଟିଏ ତିଥି ଗଣା ନ ଯାଇ ଛଡ଼ାଯିବାରୁ ତିଥିସଂଖ୍ୟା ଓ ଦିନ ସଂଖ୍ୟା ମଧ୍ୟରେ ସମତା ରକ୍ଷା ହୁଏ
ପୌରାଣିକ ମତେ ତିଥି
ସମ୍ପାଦନାପୁରାଣ ମତରେ ଚନ୍ଦ୍ରଙ୍କଠାରେ ଅମୃତ ଅଛି; ଦେବତାମାନେ କୃଷ୍ଣପକ୍ଷରେ ପ୍ରତିଦିନ ଚନ୍ଦ୍ରଙ୍କଠାରୁ ଗୋଟିଏ ଗୋଟିଏ କଳା ଅମୃତ ପାନ କରିବାରୁ ଚନ୍ଦ୍ରଙ୍କର କଳା କ୍ଷୟ ହୁଏ ଶେଷକଳାକୁ ଅମାବାସ୍ୟା ଦିନ ଜଳ ଓ ଓଷଧିମାନେ ପାନ କରନ୍ତି; ଜଳ ଓ ଓଷଧିକୁ ପଶୁମାନେ ପାନ କରି ଦୁଧ ଦିଅନ୍ତି; ଦୁଧରୁ ଘିଅ ହୁଏ; ଏହି ଘିଅ ପୁଣି ଆହୁତିରୂପେ ଚନ୍ଦ୍ରଙ୍କଠାରେ ପ୍ରବେଶ କରିବାରୁ ଚନ୍ଦ୍ର ପୁଣି ଶୁକ୍ଳପକ୍ଷରେ କଳାଏ କେଖାଁଏ ବଢ଼ନ୍ତି
ଚନ୍ଦ୍ରଙ୍କର ନିମ୍ନଲିଖିତ କଳାମାନଙ୍କୁ ନିମ୍ନଲିଖିତ ଦେବତାମାନେ କୃଷ୍ଣପ୍ରତିପଦଠାରୁ ଆରମ୍ଭ କରି ପାନ କରନ୍ତି
- ଅମୃତା- ଅଗ୍ନି
- ମାନଦା- ସୂର୍ଯ୍ୟ
- ପୂଷା- ବିଶ୍ୱେଦେବା
- ପୁଷ୍ଟି- ବରୁଣ
- ତୁଷ୍ଟି- ବଷଟ୍କାର
- ରତି- ଇନ୍ଦ୍ର
- ଧୃତି- ଦେବର୍ଷିଗଣ
- ଶଶନୀ- ଅଜ ଏକପାତ୍
- ଚନ୍ଦ୍ରିକା- ଯମ
- କାନ୍ତି- ବାୟୁ
- ଜ୍ୟୋତ୍ସ୍ନା- ଉମା
- ଶ୍ରୀ- ପିତୃଗଣ
- ପ୍ରୀତି- କୁବେର
- ଅଙ୍ଗଦା- ପଶୁପତି
- ପୂର୍ଣ୍ଣା- ପ୍ରଜାପତି
- ପୂର୍ଣ୍ଣାମୃତା- ଜଳ ଓ ଓଷଧିଗଣ
- (ଚନ୍ଦ୍ରମଣ୍ଡଳରେ ଷୋଳଟି କଳା ମଧ୍ୟରୁ, ‘ଅମା’ କଳାଟି ‘ମହାକଳା’ ନାମରେ ଅଭିହିତ ମାଳାର ସୂତ୍ରପରି ଏହି କଳାଟି ଅନ୍ୟ ସକଳ କଳାରେ ବିଦ୍ଧ ଏହା ନିତ୍ୟ, ଅର୍ଥାତ ଏହାର କ୍ଷୟ ବୃଦ୍ଧି ନାହିଁ ଏହି କଳାକୁ ଅପର ସମଗ୍ର କଳା ଆଶ୍ରୟ କରିଥାଏ ଅମାବାସ୍ୟା ଦିନ କେବଳ ଏହି ‘ଅମା’ କଳାଟି ଚନ୍ଦ୍ରଙ୍କଠାରେ ଥାଏ ।)
ତିଥିସ୍ୱାମୀ
ସମ୍ପାଦନାହୋମ କାର୍ଯ୍ୟରେ ତିଥିର ଅଧିପତିଙ୍କୁ ଦେବତାଙ୍କୁ ଆହୁତି ପ୍ରଦାନ କରାଯାଇଥାଏ ।[୧]
- ପ୍ରତିପଦ: ଅଗ୍ନି
- ଦ୍ୱିତୀୟା: ବ୍ରହ୍ମା
- ତୃତୀୟା: ପାର୍ବତୀ
- ଚତୁର୍ଥୀ: ଗଣେଶ
- ପଞ୍ଚମୀ: ନାଗ
- ଷଷ୍ଠୀ: କାର୍ତ୍ତିକେୟ
- ସପ୍ତମୀ: ସୂର୍ଯ୍ୟ
- ଅଷ୍ଟମୀ: ଶିବ
- ନବମୀ: ଦୁର୍ଗା
- ଦଶମୀ: ଯମରାଜ
- ଏକାଦଶୀ: ବିଶ୍ୱେଦେବ
- ଦ୍ୱାଦଶୀ: ବିଷ୍ଣୁ
- ତ୍ରୟୋଦଶୀ: କାମଦେବ
- ଚତୁର୍ଦ୍ଦଶୀ: ଶିବ
- ପୂର୍ଣ୍ଣିମା: ଚନ୍ଦ୍ର
- ଅମାବାସ୍ୟା: ପିତୃପୁରୁଷ
ଆଧାର
ସମ୍ପାଦନା- ↑ ମିଶ୍ର, ଡ. ଜୟକୃଷ୍ଣ. ବାମଦେବସଂହିତା (2008 ed.). ସଦ୍ଗ୍ରନ୍ଥ ନିକେତନ, ପୁରୀ. p. ୨୯୦. ISBN 9788190639002.
{{cite book}}
:|access-date=
requires|url=
(help)
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |