ଏହି ଲେଖାଟି ଓଡ଼ିଶାର ଭୁବନେଶ୍ୱରରେ ଥିବା ଜୀବ ଉଦ୍ୟାନ ଉପରେ । ବାକି ସବୁ ପାଇଁ ନନ୍ଦନକାନନ ଦେଖନ୍ତୁ ।

ନନ୍ଦନକାନନ ଜୀବ ଉଦ୍ୟାନ
ନନ୍ଦନକାନନ ଜୀବ ଉଦ୍ୟାନର ମୁଖ୍ଯ ପ୍ରବେଶଦ୍ୱାର
Date opened୧୯୬୦
Locationଭୁବନେଶ୍ୱର, ଓଡ଼ିଶା, ଭାରତ
Land area୪୦୦ ha (୯୯୦ acres)
Coordinates20°24′00″N 85°48′53″E / 20.399965°N 85.814703°E / 20.399965; 85.814703Coordinates: 20°24′00″N 85°48′53″E / 20.399965°N 85.814703°E / 20.399965; 85.814703
Number of animals୧୬୫୯ (୨୦୧୦)
Number of species୧୨୦ (୨୦୧୦)
Annual visitors୩୩ ଲକ୍ଷ[୧]
MembershipsWorld Association of Zoos and Aquariums
South Asian Zoo Association for Regional Cooperation
Websitewww.nandankanan.org
ନନ୍ଦନକାନନର ମୂଖ୍ୟ ପ୍ରବେଶଦ୍ୱାର

ନନ୍ଦନକାନନରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ନିକଟରେ ଥିବା ଚନ୍ଦକା ଜଙ୍ଗଲ ଭିତରେ ପ୍ରାକୃତିକ ପରିବେଶରେ ଥିବା ଚିଡ଼ିଆଖାନା[୨] ଏହା ମୋଟ ୪୦୦ ହେକ୍ଟର ଜମି(୯୦୦ ଏକର)ମଧ୍ୟରେ ଚିଡିଆଖାନା ଓ ବଟାନିକାଲ ବଗିଚା ରହିଅଛି । ୧୯୬୦ ମସିହାରେ ଏହା ପ୍ରତିଷ୍ଠା କରାଯାଇଥିଲା ଓ ୧୯୭୯ ମସିହାରେ ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଥିଲ। ।[୩] ନନ୍ଦନକାନନର ଅର୍ଥ ସ୍ୱର୍ଗର ବଗିଚା ଏହା ଏସିଆର ସବୁଠୁ ବଡ଼ ଚିଡ଼ିଆଖାନା ଓ ପୃଥିବୀର ସବୁଠୁ ବଡ଼ ବିରଳ ଧଳାବାଘ ପ୍ରଜନନ କେନ୍ଦ୍ର । ଏହା ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ । ଜୀବଜନ୍ତୁ ଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନ । World Association of Zoos and Aquariums (WAZA)ର ସଦସ୍ୟତା ହାସଲ କରିବାରେ ଏହି ଚିଡ଼ିଆଖାନା ଭାରତରେ ପ୍ରଥମ ।[୪]

୧୯୯୯ ଓଡ଼ିଶା ମହାବାତ୍ୟା୨୦୧୯ ଫଣୀ ବାତ୍ୟାରେ ନନ୍ଦନକାନନର ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ୨୦୧୭-୧୮ର ରିପୋର୍ଟ ଅନୁଯାୟୀ ନନ୍ଦନକାନନକୁ ପ୍ରତିବର୍ଷ ୩୩ଲକ୍ଷ ଲୋକ ବୁଲିବାକୁ ଆସନ୍ତି ।[୧]

ଇତିହାସସମ୍ପାଦନ କରନ୍ତୁ

୧୯୬୦ମସିହାରେ ଦିଲ୍ଲୀଠାରେ ଅନୁଷ୍ଠିତ ହେଉଥିବା ବିଶ୍ୱ କୃଷି ମେଳାର ଓଡ଼ିଶା ଷ୍ଟଲରେ କିଛି ଦୁର୍ଲଭ ଗଛ ଓ ବଣ୍ୟଜନ୍ତୁଙ୍କୁ ସାମିଲ କରିବାକୁ ନିଷ୍ପତି ନିଆଯାଇଥିଲା । ଏଥିନିମନ୍ତେ ଓଡ଼ିଶାର ବିଭିନ୍ନ ସ୍ଥାନରୁ କିଛି ବଣ୍ୟଜନ୍ତୁଙ୍କୁ ଏକାଠି କରି ଦିଲ୍ଲୀ ନିଆଯାଇଥିଲା । ଦିଲ୍ଲୀ ଯାଇଥିବା ଏହି ବଣ୍ୟଜନ୍ତୁମାନେ ଓଡ଼ିଶା ଫେରିବା ପରେ, ସେମାନଙ୍କୁ ରଖିବା ନିମନ୍ତେ ଖଣ୍ଡଗିରିଠାରେ ଏକ ଅସ୍ଥାୟୀ ଗୃହ ନିର୍ମାଣ କରାଯାଇଥିଲା । ଏହି କାମରେ ନେତୃତ୍ୱ ନେଇଥିଲେ ପୁରୀର ଫରେଷ୍ଟ ଅଫିସର ପି ମହେନ୍ଦ୍ର ଓ ଦେଓଗଡ଼ର ଫରେଷ୍ଟ ଅଫିସର ଜି କେ ଦାସ । ଖଣ୍ଡଗିରିର ଜୈନମୁନୀମାନେ ଏହି ବଣ୍ୟଜନ୍ତୁମାନଙ୍କର ଖାଦ୍ୟପେୟର ଦାୟିତ୍ୱ ନେଇଥିଲେ । ସେତେବେଳର ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଏହି ବଣ୍ୟଜନ୍ତୁମାନଙ୍କୁ ଦେଖିବା ପରେ ଓଡ଼ିଶାରେ ଏକା ଚିଡ଼ିଆଖାନା ପ୍ରତିଷ୍ଠା କରିବାର ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ପ୍ରଥମେ ଖଣ୍ଡଗିରି ନିକଟସ୍ଥ ଘାଟିକିଆକୁ ଚିଡ଼ିଆଖାନା ନିମନ୍ତେ ବିଚାର କରାଯାଇଥିଲା କିନ୍ତୁ, ଆବଶ୍ୟକ ଜଳର ଅଭାବ ହେତୁ ଏହାକୁ ବାଦ ଦିଆଯାଇ ଚନ୍ଦକା ଜଙ୍ଗଲ ଭିତରେ ଥିବା କାଞ୍ଜିଆ ହ୍ରଦ ତଟରେ ଥିବା ଜୁଝାଗଡ଼କୁ ବଛାଗଲା । ଏହା ବାରଙ୍ଗ ରେଳ ଷ୍ଟେସନ ନିକରରେ ମଧ୍ୟ ଥିଲା । ଜୁଝାଗଡ଼ରେ ଜୀବ ଉଦ୍ୟାନ ଓ କୃଷ୍ଣସାଗର ଫରେଷ୍ଟ ବ୍ଲକରେ ଉଦ୍ଭିଦ ଉଦ୍ୟାନ ପ୍ରତିଷ୍ଠା କରାଯିବାକୁ ନିଷ୍ପତି ନିଆଯାଇଥିଲା । ଭୁବନେଶ୍ୱରରୁ ଏକ ସିଧା ରାସ୍ତା ତିଆରି କରାଯିବାକୁ ମଧ୍ୟ ନିଷ୍ପତି ନିଆଯାଇଥିଲା । କାଞ୍ଜିଆ ହ୍ରଦକୁ ଉନ୍ନତ କରାଯାଇ ବିଭିନ୍ନ ପ୍ରକାରର ଜଳଜୀବମାନଙ୍କୁ ରଖିବାକୁ ମଧ୍ୟ ନିଷ୍ପତି ନିଆଗଲା ।

୧୯୬୩ମସିହାରେ ଉଦ୍ଭିଦ ଉଦ୍ୟାନ ଖୋଲାଗଲା । ୧୯୬୪ମସିହାରେ କଲିକତାର ଆଲିପୁର ଚିଡ଼ିଆଖାନାରୁ ଗୋଟିଏ ବାଘ, ଦୁଇଟି ଆଫ୍ରିକୀୟ ସିଂହ, ଦୁଇଟି ମଗର ଓ ଗୋଟିଏ ପୁମା ଅଣା ଯାଇଥିଲା । ୧୯୮୧ ମସିହାରେ ଏହି ଚିଡ଼ିଆଖାନାକୁ "ନନ୍ଦନକାନନ ଜୀବ ଉଦ୍ୟାନ" ଭାବରେ ନାମିତ କରାଗଲା । ୨୦୦୯ ମସିହାରେ ନନ୍ଦନକାନନ ଜୀବ ଉଦ୍ୟାନ, ୱାଜାର(World Association of Zoos and Aquariums)ଅନ୍ତର୍ଭୁକ୍ତ ହେଇଥିଲା ।

ଅଧିବାସୀ ଜୀବଜନ୍ତୁସମ୍ପାଦନ କରନ୍ତୁ

ନନ୍ଦନକାନନରେ ୧୬୬ଟି ପ୍ରଜାତିର ୧୬୬୦ଟି ଜୀବଜନ୍ତୁ ଅଧିବାସ କରନ୍ତି । ଏଥିରେ ୬୭ଟି ପ୍ରଜାତିର ସ୍ତନ୍ୟପାୟୀ, ୮୧ ପ୍ରଜାତିର ପକ୍ଷୀ ଓ ୧୮ଟି ପ୍ରଜାତିର ସରୀସୃପ ଅନ୍ତର୍ଭୁକ୍ତ ।[୫] ୨୦୦୮-୦୯ ମସିହାରେ ଏଠାରେ ଜୀବଜନ୍ତୁଙ୍କ ମୃତ୍ୟୁହାର ୩.୧% ଥିଲା, ଯାହା ଜାତୀୟ ହାର ୧୦%ରୁ କମ ଥିଲା ।

ଛବିସମୂହସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ "Nandankanan Zoo Annual Report 2015-16" (PDF).
  2. "Nandankanan". Retrieved 31 May 2017.
  3. "Nandankanan Zoo travel". Retrieved 31 May 2017.
  4. "Nandankanan now a member of world zoo body". Retrieved 31 May 2017.
  5. Odisha Government Portal. Odisha.gov.in. Retrieved on 30 October 2016.

ବାହାର ଲିଙ୍କସମ୍ପାଦନ କରନ୍ତୁ