ଧନେଶ୍ୱର ସ୍ୱାଇଁ
ବାଦ୍ୟଶ୍ରୀ ଧନେଶ୍ୱର ସ୍ୱାଇଁ (ଜନ୍ମ : ୧୮ ମଇ ୧୯୫୩) ଜଣେ ମର୍ଦ୍ଦଳ ବାଦକ ଓ ଗୁରୁ ଅଟନ୍ତି ।[୧] ମର୍ଦ୍ଦଳ ବାଦନ ପାଇଁ ସେ କେନ୍ଦ୍ର ଓ ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ଲାଭ କରିଛନ୍ତି । ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ମର୍ଦ୍ଦଳ ଗୁରୁ ଭାବରେ କାର୍ଯ୍ୟଛନ୍ତି ।[୨]
ବାଦ୍ୟଶ୍ରୀ ଗୁରୁ ଧନେଶ୍ୱର ସ୍ୱାଇଁ | |
---|---|
ଜନ୍ମ | ନହନ୍ତର, ପୁରୀ | ୧୮ ମଇ ୧୯୫୩
ବୃତ୍ତି(ସମୂହ) | ଓଡ଼ିଶୀ ମର୍ଦ୍ଦଳ ଶିଳ୍ପୀ, ଗୁରୁ, ବାଦ୍ୟ ସଂଯୋଜକ, ଗବେଷକ |
ଶୈଳୀ | ଓଡ଼ିଶୀ ସଙ୍ଗୀତ |
ପୁରସ୍କାର | କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ |
ଜୀବନୀ
ସମ୍ପାଦନାଧନେଶ୍ୱର, ୧୯୫୩ ମସିହାରେ ପୁରୀ ଜିଲ୍ଲାର ନହନ୍ତରଠାରେ ଜନ୍ମଗ୍ରହଣ କରିଥିଲେ । ନିଜ ଗାଁରେ ଥିବା ଭାଗବତ ଟୁଙ୍ଗୀରେ ସଂକୀର୍ତ୍ତନ ଆଦି ଶୁଣି ସେ ମର୍ଦ୍ଦଳ ପ୍ରତି ଆକୃଷ୍ଟ ହୋଇଥିଲେ । ସିଂହାରୀ ଶ୍ୟାମସୁନ୍ଦର କର ଓ ଗୁରୁ ବନମାଳି ମହାରଣାଙ୍କଠାରୁ ସେ ବିଧିବଦ୍ଧ ମର୍ଦ୍ଦଳ ବାଦନ ଶିଖିଛନ୍ତି । ୧୯୭୯ ମସିହାରେ ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ମର୍ଦ୍ଦଲ ବିଭାଗରେ ଯୋଗଦେଇଥିଲେ । ୧୯୮୦ ମସିହାରୁ ସେ ବିଭିନ୍ନ ଓଡ଼ିଶୀ ନୃତ୍ୟଶିଳ୍ପୀମାନଙ୍କ ସହିତ ମର୍ଦ୍ଦଳ ବଜେଇ ଆସୁଛନ୍ତି । ଏକକ ମର୍ଦ୍ଦଳ ବାଦକ ଭାବରେ ମଧ୍ୟ ସେ ବହୁବାର ମଞ୍ଚରେ ପରିବେଷଣ କରିଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକା, ଜର୍ମାନୀ, ସ୍ପେନ, ବେଲଜିଅମ, ଡେନମାର୍କ, ନରୱେ, ଫିନଲ୍ୟାଣ୍ଡ, ଚୀନ, ସିଙ୍ଗାପୁର, ମାଲେସିଆ, ଦକ୍ଷିଣ କୋରିଆ, ଜୋର୍ଡାନ, ଇସ୍ରାଏଲ ଆଦି ଦେଶରେ ସେ ମର୍ଦ୍ଦଳ ବାଦନ ପରିବେଷଣ କରିସାରିଛନ୍ତି ।
ସେ ଓଡ଼ିଶୀ ନୃତ୍ୟରେ ସଙ୍ଗୀତ ସଂଯୋଜନା ମଧ୍ୟ କରନ୍ତି ।[୩] ତାଙ୍କର କିଛି ଲୋକପ୍ରିୟ ସଂଯୋଜନା ମଧ୍ୟରେ 'ପଞ୍ଚଦେବ ସ୍ତୁତି', 'ଦଶ ମହାବିଦ୍ୟା', 'ଯୁଗେ ଯୁଗେ ଜଗନ୍ନାଥ', 'ସୃଷ୍ଟି ଓ ପ୍ରଳୟ' ଆଦି ଅନ୍ୟତମ ।
ସମ୍ମାନ ଓ ପୁରସ୍କାର
ସମ୍ପାଦନା- କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୧୩
- ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୦୮
- ବାଦ୍ୟଶ୍ରୀ - ୧୯୯୯ (ଉତ୍କଳ ସାହିତ୍ୟ କଳା ପରିଷଦଦ୍ୱାରା ପ୍ରଦତ୍ତ)[୪]
ଆଧାର
ସମ୍ପାଦନା- ↑ Sruti. P.N. Sundaresan. 1998.
- ↑ "His own beat". www.thehindu.com. the hindu. Archived from the original on 22 June 2020. Retrieved 22 June 2020.
- ↑ Kala Vikash Kendra, Cuttack (2003). Journal.
- ↑ "Dhaneshwar Swain". sangeetnatak.gov.in. sangeet natak academy. Retrieved 22 June 2020.