ଧନୁଷ୍କୋଡ଼ି
ଧନୁଷ୍କୋଡ଼ି (ଇଂରାଜୀ ଉଚ୍ଚାରଣ Dhanushkodi) ଭାରତର ତାମିଲନାଡ଼ୁ ରାଜ୍ୟର ପମ୍ବନ୍ ଦ୍ୱୀପର ଦକ୍ଷିଣ-ପୂର୍ବର ଶେଷ ଭାଗରେ ରହିଥିବା ଏକ ପରିତ୍ୟକ୍ତ ପୁରାତନ ଜନବସତି ବା ସହର ।[୧] ଧନୁଷ୍କୋଡ଼ି ଶ୍ରୀଲଙ୍କାର ତଲାଇମନ୍ନାରଠାରୁ ପଶ୍ଚିମ ପଟକୁ ୨୪ କିଲୋମିଟର୍ ଦୂରରେ ଅବସ୍ଥିତ । ୧୯୬୪ ମସିହାର ରାମେଶ୍ୱରମରେ ହୋଇଥିବା ଏକ ଭୟାବହ ଝଡ଼ରେ ଏହି ସହର ସମ୍ପୂର୍ଣ୍ଣ ଭାବେ ଧ୍ୱସ୍ତ ହୋଇଯାଇଥିଲା ଓ ସେହି ସମୟରୁ ଲୋକେ ଏହି ସହର ପରିତ୍ୟାଗ କରିଥିଲେ ।
ଧନୁଷ୍କୋଡ଼ି | |
---|---|
ପରିତ୍ୟକ୍ତ ଜନବସତି | |
Nickname: ରାମସେତୁ | |
Coordinates: 9°09′07″N 79°26′45″E / 9.152011°N 79.445851°E | |
ଦେଶ | ଭାରତ |
ରାଜ୍ୟ | ତାମିଲନାଡ଼ୁ |
ଜିଲ୍ଲା | ରାମନାଥପୁରମ୍ |
ବିଧ୍ୱସ୍ତ | ୧୯୬୪ |
Time zone | UTC+୦୫ ଘଣ୍ଟା ୩୦ ମିନିଟ୍ (ଭାରତୀୟ ମାନକ ସମୟ) |
ଦୂରଭାଷ କ୍ରମାଙ୍କ | +୦୪୫୬୭ |
ଭୂଗୋଳ
ସମ୍ପାଦନାପମ୍ବନ୍ ଦ୍ୱୀପ (ବା ରାମେଶ୍ୱରମ ଦ୍ୱୀପ)ର ଶେଷାଗ୍ରରେ ଧନୁଷ୍କୋଡ଼ିର ଅବସ୍ଥିତି ଓ ପକ୍ ପ୍ରଣାଳୀ ଯୋଗୁଁ ଏହା ମୁଖ୍ୟ ଭୂଭାଗଠାରୁ ବିଚ୍ଛିନ୍ନ । ପକ୍ ପ୍ରଣାଳୀ ମଧ୍ୟରେ ଥିବା ଧନୁଷ୍କୋଡ଼ି ଭାରତ ଓ ଶ୍ରୀଲଙ୍କା ମଧ୍ୟର ସ୍ଥଳସୀମା ପରି ଓ ଏହା ବିଶ୍ୱର କ୍ଷୁଦ୍ରତମ ସ୍ଥଳସୀମା (୪୫ ମିଟର୍) ।[ଆଧାର ଲୋଡ଼ା]
ଯାତାୟତ
ସମ୍ପାଦନାମୁକୁନ୍ଦରୟାର ଚତିରମଠାରୁ ଧନୁଷ୍କୋଡ଼ି ପର୍ଯ୍ୟନ୍ତ ୫ କିଲୋମିଟର୍ ରାସ୍ତା ଏବଂ ଧନୁଷ୍କୋଡ଼ିରୁ ଅରିଚାମୁନାଇ ପର୍ଯ୍ୟନ୍ତ ୪.୫ କିଲୋମିଟର୍ ଜାତୀୟ ରାଜପଥର ଶେଷ ଅଂଶ ।[୨] ପର୍ଯ୍ୟଟକମାନେ ଆପଣା ଗାଡ଼ି ନେଇ ଧନୁଷ୍କୋଡ଼ିର ଅଶୋକ ସ୍ତମ୍ଭ ପର୍ଯ୍ୟନ୍ତ ଯାଇପାରିବେ । ୨୦୧୬ ମସିହା ପର୍ଯ୍ୟନ୍ତ ସମୁଦ୍ର କୂଳରେ ଚାଲି ବା ଜିପ୍ ମାଧ୍ୟମରେ ଧନୁଷ୍କୋଡ଼ିରେ ପହଞ୍ଚି ହେଉଥିଲା ।[୩] ୨୦୧୬ ମସିହାରେ ମୁକୁନ୍ଦରୟାର ଚତିରମ ଗ୍ରାମରୁ ରହିଥିବା ରାସ୍ତାର କାର୍ଯ୍ୟ ଶେଷ ହୋଇଥିଲା ।[୪][୫]
ଭାରତୀୟ ଭୂଖଣ୍ଡରେ ଥିବା ମଣ୍ଡପମ୍ ନାମକ ସ୍ଥାନରୁ ଧନୁଷ୍କୋଡ଼ି ପର୍ଯ୍ୟନ୍ତ ଏକ ମିଟର୍ ଗଜ୍ ରେଳ ବ୍ୟବସ୍ଥା ରହିଛି ।[୬] ୧୯୬୪ ମସିହା ପର୍ଯ୍ୟନ୍ତ ଚେନ୍ନାଇ ଏଗମୋର୍ ଷ୍ଟେସନରୁ ଧନୁଷ୍କୋଡ଼ି ପର୍ଯ୍ୟନ୍ତ “ବୋଟ୍ ମେଲ୍ ଏକ୍ସପ୍ରେସ୍” ରେଳଗାଡ଼ି ଚାଲୁଥିଲା । ୧୯୬୪ ମସିହାରେ ପମ୍ବନରୁ ଧନୁଷ୍କୋଡ଼ିକୁ ପଡ଼ିଥିବା ମିଟର ଗଜ୍ ରେଳପଥ ଏକ ଭୟଙ୍କର ବାତ୍ୟା ଯୋଗୁଁ ନଷ୍ଟ ହୋଇଯାଇଥିଲା ।[୭][୮] ୨୦୦୩ ମସିହାରେ ରାମେଶ୍ୱରମରୁ ଧନୁଷ୍କୋଡ଼ିକୁ ପୂର୍ବରୁ ରହିଥିବା ୧୬ କିଲୋମିଟର୍ ଲମ୍ବ ମିଟର୍ ଗଜ୍ ରେଳପଥର ପୁନଃସ୍ଥାପନା ପାଇଁ ଦକ୍ଷିଣ ରେଳ ବିଭାଗ କେନ୍ଦ୍ର ରେଳ ମନ୍ତ୍ରାଳୟକୁ ଜଣାଇଥିଲା । ଯୋଜନା ଆୟୋଗ ୨୦୧୦ ମସିହାରେ ଧନୁଷ୍କୋଡ଼ି ଓ ରାମେଶ୍ୱରମ ମଧ୍ୟରେ ରେଳ ଚଳାଚଳର ସମ୍ଭାବ୍ୟତା ବିଚାର କରିଥିଲା ।[୯][୧୦]
୧୯୬୪ ମସିହାର ବାତ୍ୟା
ସମ୍ପାଦନାରାମେଶ୍ୱରମ ପାଖ ଅଞ୍ଚଳ ଭୂ-ଆକୃତି ବିଜ୍ଞାନ ସମ୍ବନ୍ଧୀୟ କାର୍ଯ୍ୟକଳାପ ଦୃଷ୍ଟିରୁ ଯଥେଷ୍ଟ ସକ୍ରିୟ । ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣଦ୍ୱାରା ହୋଇଥିବା ଏକ ବୈଜ୍ଞାନିକ ପରୀକ୍ଷଣରୁ ଜଣାପଡ଼ିଥିଲା ଯେ ୧୯୪୮ ଓ ୧୯୪୯ ମସିହାରେ ଧନୁଷ୍କୋଡ଼ିର ଦକ୍ଷିଣାଂଶ ଆଉ ୫ ମିଟର୍ ଗଭୀରତା ପର୍ଯ୍ୟନ୍ତ ମନ୍ନାର ଉପସାଗର ତଳକୁ ପଶିଯାଇଥିଲା ବା ବୁଡ଼ିଯାଇଥିଲା । ଉପକୂଳକୁ ସମାନ୍ତରାଳ ଭାବେ ଥିବା ଭୂମିର ଅଭିଲମ୍ବ ଟେକ୍ଟୋନିକ୍ ସଞ୍ଚଳନ ଯୋଗୁଁ ଏପରି ଘଟିଥିଲା । ଏହି କାରଣରୁ ଉତ୍ତର-ଦକ୍ଷିଣ ଦିଗରେ ରହିଥିବା ୭ କିଲୋମିଟର୍ ଲମ୍ବା ଓ ୦.୫ କିଲୋମିଟର୍ ଓସାରିଆ ଏକ ଭୂଭାଗ ସମୁଦ୍ର ମଧ୍ୟରେ ନିମଜ୍ଜିତ ହୋଇଯାଇଥିଲା ।[୧୧]
୧୯୬୪ ମସିହା ଡିସେମ୍ବର ୧୭ ତାରିଖ ଦିନ ଦକ୍ଷିଣ ଆଣ୍ଡାମାନ ସମୁଦ୍ରରେ ୫°ଉତ୍ତର ୯୩°ପୂର୍ବରେ ଏକ ଲଘୁଚାପ ସୃଷ୍ଟି ହୋଇଥିଲା । ୧୯ ଡିସେମ୍ବର ବେଳକୁ ଏହା ଏକ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଥିଲା । ୨୧ ଡିସେମ୍ବର ବେଳକୁ ଏହା ପଶ୍ଚିମାଭିମୁଖୀ ହୋଇ ପ୍ରତିଦିନ ୪୦୦-୫୫୦ କିଲୋମିଟର୍ ସରଳରୈଖିକ ଭାବେ ଆଗେଇବାକୁ ଲାଗିଲା । ୨୨ ଡିସେମ୍ବର ଦିନ ଶ୍ରୀଲଙ୍କାର ଭାଭୁନିଆ ଅତିକ୍ରମ କରିବା ପରେ ୨୨-୨୩ ଡିସେମ୍ବରକୁ ଏହି ବାତ୍ୟା ଧନୁଷ୍କୋଡ଼ିଠାରେ ସ୍ଥଳଭାଗରେ ପ୍ରବେଶ କରିଥିଲା । ଏହି ସମୟରେ ପବନର ବେଗ ଆନୁମାନିକ ୨୮୦ କି.ମି. ପ୍ରତି ଘଣ୍ଟା ଥିଲା ଏବଂ ସମୁଦ୍ରରେ ୭ ମିଟର୍ ଉଚ୍ଚ ଜୁଆର ବା ଲହଡ଼ି ସୃଷ୍ଟି ହୋଇଥିଲା ।[୧୨]
୨୨ ଡିସେମ୍ବର ଦିନ ବାତ୍ୟାରେ ପ୍ରାୟ ୧୮୦୦ ଲୋକ ମୃତ୍ୟୁବରଣ କରିଥିଲେ । ପମ୍ବନରୁ ଧନୁଷ୍କୋଡ଼ି ଅଭିମୁଖେ ଯାଉଥିବା ଯାତ୍ରୀବାହୀ ରେଳଗାଡ଼ିର ଯାତ୍ରୀମାନେ ମଧ୍ୟ ବାତ୍ୟା ଯୋଗୁଁ ମୃତ୍ୟୁମୁଖରେ ପଡ଼ିଥିଲେ ।[୧୩][୧୪][୧୫] ତତ୍କାଳୀନ ମାଡ୍ରାସ୍ ସରକାର ଏହି ସମ୍ପୂର୍ଣ୍ଣ ସହରକୁ ଖାଲି କରାଇଥିଲେ ଏବଂ ତାହା ପରଠାରୁ ଧନୁଷ୍କୋଡ଼ି ଏକ “ଭୂତ ସହର”ରେ ପରିଣତ ହେଲା ।[୧୬]
୨୦୦୪ ମସିହା ଡିସେମ୍ବର ମାସରେ (ବାତ୍ୟାର ୪୦ ବର୍ଷ ପରେ) ଧନୁଷ୍କୋଡ଼ି ନିକଟରେ ସମୁଦ୍ର ଉପକୂଳରୁ ପ୍ରାୟ ୫୦୦ ମିଟର୍ ଦୂରକୁ ହଟି ଯାଇଥିଲା ଓ ବାତ୍ୟାରେ ବୁଡ଼ିଯାଇଥିବା ପୁରୁଣା ଧନୁଷ୍କୋଡ଼ିର କିଛି ଅବଶେଷ ଦୃଶ୍ୟମାନ ହୋଇଥିଲା । ୨୦୦୪ ମସିହାରେ ଭାରତୀୟ ମହାସାଗରରେ ହୋଇଥିବା ସୁନାମିରେ ଏସବୁ ଅଞ୍ଚଳ ପୁଣିଥରେ ଜଳମଗ୍ନ ହୋଇଯାଇଥିଲା ।[୧୭][୧୮]
ଆହୁରି ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Did you know? Dhanushkodi is the place where you can see the origin of the Ram Setu!".
- ↑ http://www.thehindu.com/news/cities/Madurai/modi-to-inaugurate-dhanushkodi-road/article19360792.ece
- ↑ "Dhanushkodi still attracts tourists". The Hindu. 28 June 2010. Archived from the original on 3 July 2010. Retrieved 2 December 2019.
- ↑ D.J. Walter Scot (4 February 2016). "Road to Dhanushkodi may be opened by month-end". The Hindu.
- ↑ "Four-lane road planned for Dhanushkodi". The Hindu.
- ↑ Jethwa, Raja Pawan (2007). "Section II: Mileage wise available Details of Railway lines laid". Shree Kutch Gurjar Kshatriya Samaj: A brief History & Glory of our fore-fathers. pp. 63–70.
- ↑ Saqaf, Syed Muthahar (11 June 2010). "'Boat Mail' to run on main line from August 1". The Hindu.
- ↑ Jaishankar, C (17 July 2006). "Their sentiment to metre gauge train is unfathomable". The Hindu. Archived from the original on 27 October 2007. Retrieved 2 December 2019.
- ↑ C. Jaishankar (26 February 2010). "Railway budget may put Dhanushkodi back on track". The Hindu. Archived from the original on 2 March 2010. Retrieved 2 December 2019.
- ↑ "Poll-bound TN, Kerala will get more trains". The Asian Age. 26 February 2011.
- ↑ G. G. Vaz; M. Hariprasad; B. R. Rao; V. Subba Rao (10 March 2007). "Subsidence of southern part of erstwhile Dhanushkodi township, Tamil Nadu". Current Science. 92: 671–672.
- ↑ Shashi M Kulshreshta; Madan G Gupta (June 1966). "Satellite Study of the Rameswaram Cyclonic Storm of 20–23 December 1964". Journal of Applied Meteorology and Climatology. 5 (3): 373–376. doi:10.1175/1520-0450(1966)005<0373:ssotrc>2.0.co;2. ISSN 0021-8952.[permanent dead link]
- ↑ "India Train, 150 Aboard, Swept Away By Big Wave". St. Petersburg Times. UPI. 26 December 1964. p. 3A.
- ↑ "1,800 Asians Feared Dead After Cyclone and Tidal Wave". Reading Eagle. UPI. 28 December 1964. p. 4.
- ↑ "Ships, Planes Search for Survivors". The Age. A.A.P.-Reuters. 28 December 1964. p. 4.
- ↑ "Eye-witness account of the cyclone". The Hindu.
- ↑ "Submerged temple tower visible in Dhanushkodi". Zee news.
- ↑ G. G. Vaz; M. Hariprasad; B. R. Rao; V. Subba Rao (March 2007). "Subsidence of southern part of erstwhile Dhanushkodi township, Tamil Nadu – evidences from bathymetry, side scan and underwater videography" (PDF). Current Science (PDF). 92 (5): 671–675. Archived from the original (PDF) on 2016-03-04. Retrieved 2019-12-02.
{{cite journal}}
: Unknown parameter|last-author-amp=
ignored (|name-list-style=
suggested) (help)
ଅନ୍ୟାନ୍ୟ ଲିଂକ୍
ସମ୍ପାଦନା- Travel article on Dhanushkodi Archived 2004-10-14 at the Wayback Machine.