ସୁନାମି

ପୋତାଶ୍ରୟରେ ଉଠୁଥିବା ଢେଉ


ସୁନାମି (English: tsunami; ଏହା Japanese: 津波ରୁ ଆସିଛି("ତ୍ସୁନାମି"ବୋଲି ଉଚ୍ଚାରଣ କରାଯାଏ ) ; ଅର୍ଥ: "ପୋତାଶ୍ରୟରେ ଉଠୁଥିବା ଢେଉ (harbor wave)"[୧]) ହେଉଛି କ୍ରମାନ୍ୱୟରେ ଆସୁଥିବା ଜଳ-ତରଙ୍ଗ, ଯାହାକି ମୁଖ୍ୟତଃ ହ୍ରଦ କିମ୍ବା ସମୁଦ୍ରରେ ବିଶାଳ ଜଳରାଶିର ସ୍ଥାନାନ୍ତରଣ ଯୋଗୁଁ ହୋଇଥାଏ । ଭୂମିକମ୍ପ, ଅଗ୍ନି ଉ‌ଦ୍‌ଗିରଣ‌, ଓ ପାଣି ଭିତରେ ହେଉଥିବା ଅନ୍ୟ ବିସ୍ଫୋରଣ, ଭୂ-ସ୍ଖଳନ, ଉଲକାପାତ ଏବଂ ଜଳସ୍ଥର ତଳେ କିମ୍ବା ଉପରେ ହେଉଥିବା ଯେକୌଣସି ଅସ୍ଥିରତା ଯୋଗୁଁ ହିଁ ସୁନାମି ସୃଷ୍ଟି ହୋଇଥାଏ ।[୨]

୨୦୦୪ ଭାରତୀୟ ମହାସାଗରରେ ହୋଇଥିବା ସୁନାମିଦ୍ୱାରା ଧରାଶାୟୀ ହୋଇଯାଇଥିବା ସୁମାତ୍ରା ଉପକୂଳର ଏକ ସହର "ବାନ୍ଦା ଆସେଃ" (Banda Aceh)

ସୁନାମି ସାଧାରଣ ସାମୁଦ୍ରିକ ଢେଉ ନୁହେଁ, କାରଣ ଏହାର "ତରଙ୍ଗ ଦୈର୍ଘ୍ୟ" ବହୁତ ଲମ୍ବା ହୋଇଥାଏ । ଏହା ସାଧାରଣ ଢେଉ ଭାଙ୍ଗିବା ପରି ଦେଖା ନ ଯାଇ ବରଂ କ୍ଷୀପ୍ର ଗତିରେ ଉଠୁଥିବା ଜୁଆର ପରି ଦେଖାଯାଏ, ଏଣୁ ଏହାକୁ ଇଂରାଜୀରେ tidal waves କହନ୍ତି । ସୁନାମି ସାଧାରଣତଃ ତରଙ୍ଗ ଶୃଙ୍ଖଳକୁ ନେଇ ତିଆରି ହୋଇଥାଏ ଓ ଏହାର ଆବର୍ତ୍ତିକାଳ ଗୋଟିଏ ମିନିଟରୁ ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ହୋଇପାରେ । (ଇଂରାଜୀରେ ଏହାକୁ wave train[୩] କୁହାଯାଏ) ସୁନାମିର ପ୍ରଭାବ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକ ମଧ୍ୟରେ ସୀମିତ ଥିଲେ ହେଁ ସେମାନଙ୍କର ଧ୍ୱଂସକାରୀ ଶକ୍ତି ବହୁତ ଅଧିକ ହୋଇଥାଏ ଓ ଏହା ସଂପୂର୍ଣ୍ଣ ମହାସାଗର ତଳକୁ ପ୍ରଭାବିତ କରିପାରେ । ୨୦୦୪ ଭାରତ ମହାସାଗରରେ ହୋଇଥିବା ସୁନାମି, ମାନବ ଇତିହାସରେ ସବୁଠାରୁ ଧ୍ୱଂସକାରୀ ପ୍ରକୃତିକ ବିପର୍ଜୟ ଥିଲା । ଏଥିରେ ଭାରତ ମହାସାଗରରେ ଥିବା ୧୪ଟି ଦେଶରେ ୨୩୦,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କର ପ୍ରାଣହାନୀ ହୋଇଥିଲା ।

ଖ୍ରୀ.ପୂ. ୪୨୬ରେ ଜଣେ ଗ୍ରୀସ ଐତିହାସିକ (ଇତିହାସକାର) Thucydides କହିଥିଲେ ଯେ ସୁନାମି ସବୁ ସମୁଦ୍ର ଭିତରେ ହେଉଥିବା ଭୂମିକମ୍ପ ଯୋଗୁଁ ସୃଷ୍ଟି ହେଇଥାଏ, [୪][୫] କିନ୍ତୁ ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ସୁନାମି ସମ୍ପର୍କିତ ଧାରଣା ସ୍ପଷ୍ଟ ହୋଇନଥିଲା ଓ ଆଜି ବି ଏହା ସଂପୂର୍ଣ୍ଣ ସ୍ପଷ୍ଟ ନୁହେଁ । ବର୍ତ୍ତମାନ ଗବେଷଣାର ମୁଖ୍ୟ ବିଷୟ ହେଉଛି, କାହିଁକି ବହୁତ ବଡ଼ ବଡ଼ ଭୂମିକମ୍ପ ସୁନାମି ସୃଷ୍ଟି କରୁନଥିବା ବେଳେ ଛୋଟ ଛୋଟ ଭୂମିକମ୍ପଦ୍ୱାରା ସୁନାମି ସମ୍ଭବ ହେଉଛି; ଚେଷ୍ଟା ଚାଲିଛି କିପରି ସଠିକ ଭାବେ ସୁନାମି ସମ୍ପର୍କିତ ଆଗୁଆ ସତର୍କ ସୂଚନା ମିଳିପାରିବ; ଓ ଏକଥା ବି ଆଗୁଆ ଜାଣିବା ପାଇଁ ଚେଷ୍ଟା ଚାଲିଛି ଯେ କିପରି ଏକ ସୁନାମି ତରଙ୍ଗ ନିର୍ଦ୍ଧିଷ୍ଟ ଉପକୂଳକୁ ପ୍ରଭାବିତ କରିବ ।

୨୦୦୪ରେ ଭାରତୀୟ ମହାସାଗରରେ ହୋଇଥିବା ସୁନାମି ବେଳେ ଥାଇଲାଣ୍ଡର ଆଓ ନାଙ୍ଗଠାରେ ଉଠାଯାଇଥିବା ଫୋଟ

ବ୍ୟୁତ୍ପତି ସମ୍ପାଦନା

 
ଇଣ୍ଡୋନେସିଆରେ ଦୁଇଟି ଭାଷାରେ ଲେଖାଯାଇଥିବା ଏକ ସୁନାମି ସୂଚନା ଫଳକ

ଏହି ସୁନାମି ଶବ୍ଦଟି ଜାପାନୀ ଶବ୍ଦ 津波ରୁ ଆସିଛି । ଏଥିରେ ଦୁଇଟି କାଞ୍ଜି (kanji- କିଛି ଚିନୀୟ ଶବ୍ଦ ଯାହା ଅଧୁନା ଜାପାନୀ ଭାଷାରେ ବ୍ୟବହୃତ ହେଉଛି) ଅଛି, ଯଥା : 津 (ସୁ)ମାନେ ପୋତାଶ୍ରୟ ଓ 波 (ନାମି)ମାନେ ଲହଡି ।

ସୁନାମିକୁ ବେଳେବେଳେ ଜୁଆରିଆ ଲହଡି (tidal wave) କୁହାଯାଇଥାଏ । କିଛି ବର୍ଷ ହେବ ଏହି ଶବ୍ଦର ବ୍ୟବହାର ବନ୍ଦ ହୋଇଯାଇଛି, ମୁଖ୍ୟତଃ ବୈଜ୍ଞାନିକ ଗୋଷ୍ଠୀ ଭିତରେ, କାରଣ ସୁନାମି ସହ ଜୁଆରର କୌଣସି ସମ୍ପର୍କ ନଥାଏ । ଦିନେ ଏତେ ଲୋକପ୍ରିୟ ଥିବା ନାଁ'ଟି ପ୍ରକୃତରେ ସେମାନଙ୍କର ଏକା ପ୍ରକାରର ଦୃଶ୍ୟପଟ ଯୋଗୁଁ ହୋଇଥିଲା । ସୁନାମି ଓ ଜୁଆର ଉଭୟ ଜଳ ଲହଡି ସୃଷ୍ଟି କରନ୍ତି ଯାହାକି ଭୁପୃଷ୍ଠ ଭିତରକୁ ମାଡି ଆସେ, କିନ୍ତୁ ସୁନାମି କ୍ଷେତ୍ରରେ ଏହା ବହୁତ ବିଶାଳ ହୋଇଥାଏ ଓ ଅଧିକ ଦିନ ପର୍ଯ୍ୟନ୍ତ ରହେ, ଏହାକୁ ଉଚ୍ଚ ଜୁଆର (high tides) କୁହାଯାଏ ।

ପ୍ରକୃତରେ ବହୁତ କମ୍ ଭାଷା ଅଛି ଯେଉଁଥିରେ "ସୁନାମି" ପାଇଁ କିଛି ନିଜସ୍ୱ ଶବ୍ଦ ରହିଛି । ଆସେନୀୟ ଭାଷାରେ (Acehenese) ଏହାକୁ ଇଏ ବେଉନା (ië beuna) [୬] କିମ୍ବା ଆଲୋନ ବୁଲୁଏକ୍ (alôn buluëk) କୁହାଯାଏ [୭] (ଏହା ଆଞ୍ଚଳିକ 'ବୋଲି' ଉପରେ ନିର୍ଭର କରେ) । ତାମିଲ ଭାଷାରେ ଏହା ହେଉଛି ଆଜାଇ ପେରାଲାଇ । ସୁମାତ୍ରାର ପଶ୍ଚିମ ତଟରେ ଥିବା ସିମେଉଲୁ (simeulue) ଦ୍ୱୀପରେ ଦେବ୍ୟାନ ଭାଷାରେ ଏହା ସ୍ମୋଙ୍ଗ ଓ ସିଗୁଲାଇ ଭାଷାରେ ଏହା ଏମୋଙ୍ଗ[୮] ଆସେଃ ରାଜ୍ୟର ସିଙ୍ଗକିଲ୍‌ରେ ସୁନାମିକୁ ସ୍ଥାନୀୟ ଲୋକ ଗ୍ଲୋରୋ କହନ୍ତି । [୯]

ଐତିହାସିକ ସୁନାମି ସମ୍ପାଦନା

 
୧୧ଶ ଶତାବ୍ଦୀରେ ଅଙ୍କା ଯାଇଥିବା ସୁନାମିର ଏକ ଚିତ୍ର
 
୧୭୫୫ର ଲିସବନରେ ହୋଇଥିବା ଭୂମିକମ୍ପ ଓ ସୁନାମି
 
The Russians of Pavel Lebedev-Lastochkin in Japan, with their ships tossed inland by a tsunami, meeting some Japanese in 1779

୪୨୬ ଖ୍ରୀ.ପୂ.ର ପ୍ରଥମାର୍ଦ୍ଧ ବେଳକୁ ଗ୍ରୀକ ଇତିହାସକାର Thucydides ତାଙ୍କ ବହି, History of Peloponnesian Warରେ ସୁନାମିର କାରଣ ବିଷୟରେ ଅନୁସନ୍ଧାନ କରିଥିଲେ ଓ ପ୍ରଥମେ ଯୁକ୍ତି ବଢିଥିଲେ ଯେ ମହାସାଗରୀୟ ଭୂମିକମ୍ପ ହିଁ ଏହାର କାରଣ ।[୪][୫]

"ମୋ ମତରେ ଏହି ଘଟଣାର କାରଣ ଭୂମିକମ୍ପରେ ଖୋଜିବା ଯିବା ଉଚିତ । ଯେଉଁ କେନ୍ଦ୍ରରେ ଏହି ଝଟକା ଅଧିକ ହୋଇଥାଏ, ସମୁଦ୍ର ସେଠାରେ ପଛକୁ ଫେରିଯାଏ ଓ ଦୁଇଗୁଣ ଶକ୍ତି ସହକାରେ ପୁଣି ମାଡି ଆସେ, ଏବଂ ହଠାତ ବନ୍ୟା ପରିସ୍ଥିତି ସୃଷ୍ଟି କରେ । ବିନା ଭୂମିକମ୍ପରେ ମୁଁ ଏପରି ଦୁର୍ଘଟଣାକୁ ଅନୁମାନ କରିପାରେ ନାହିଁ ।" [୧୦]

୩୬୫ ଖ୍ରୀଷ୍ଟାବ୍ଦ ସୁନାମିରେ ଆଲେକ୍‌ଜାଣ୍ଡ୍ରିଆ ଧ୍ୱଂସ ହେବା ପରେ ରୋମାନୀୟ ଇତିହାସକାର Ammianus Marcellinus ଜଟିଳ ସୁନାମି ଶୃଙ୍ଖଳ, ପ୍ରାରମ୍ଭିକ ଭୂମିକମ୍ପ, ସାଗରର ହଠାତ ପଛକୁ ଫେରିଯିବା ଓ ତା ପଛେ ପଛେ ଆସୁଥିବା ବୃହଦାକାୟ ଲହଡି ସମ୍ପର୍କରେ ବିଶଦ ଭାବେ ବର୍ଣ୍ଣନା କରିଥିଲେ । [୧୧][୧୨]

ଜାପାନର ସବୁଠୁ ଲମ୍ବା ସୁନାମିର ଇତିହାସର ଥିଲେ ହେଁ ୨୦୦୪ ମସିହାରେ ଭାରତୀୟ ମହାସାଗରରେ ହୋଇଥିବା ଭୂମିକମ୍ପ ଓ ସୁନାମିର ଧ୍ୱଂସଲୀଳା, ୨୩୦,୦୦୦ ଲୋକଙ୍କ ଜୀବନ ନେଇ ଆଧୁନିକ ଯୁଗରେ ସବୁଠାରୁ ଭୟଙ୍କର ଚିତ୍ର ଛାଡିଗଲା । ସୁମାତ୍ରା ଅଞ୍ଚଳ ଭୂମିକମ୍ପ ସହ ଅନଭ୍ୟସ୍ତ ନୁହେଁ, ଏହାର ତଟୀୟ ଅଞ୍ଚଳ ପ୍ରାୟତଃ ବିଭିନ୍ନ ତୀବ୍ରତାର ଭୂମିକମ୍ପର ସମ୍ମୁଖୀନ ହୋଇଥାଏ ।[୧୩]

ଉତ୍ପନ୍ନ ଶୈଳୀ ସମ୍ପାଦନା

ସମୁଦ୍ରରେ ଏକକାଳୀନ ବହୁତ ପରିମାଣରେ ଜଳ ସ୍ଥାନାନ୍ତରିତ ହେବା ହିଁ ସୁନାମି ଉତ୍ପନ୍ନ ହେବାର ଏକ ମୁଖ୍ୟ ଶୈଳୀ (ବା କାରଣ) ଅଟେ ।[୧୪] ଜଳ ଭାଗରେ ଏପରି ବିଶାଳ ବିସ୍ଥାପନ ସାଧାରଣତଃ ଭୂମିକମ୍ପ, ଭୂ-ସ୍ଖଳନ, ଆଗ୍ନେୟ ଗିରି ଉଦ୍‌ଗିରଣ, ଗ୍ଲେସିଅର୍ କିମ୍ବା ବେଳେବେଳେ ଉଲ୍‌କାପାତ ଯୋଗୁଁ ହୋଇଥାଏ ।[୧୫][୧୬] ଏହି ଭଳି ସୃଷ୍ଟି ହୋଇଥିବା ତରଙ୍ଗ, ମାଧ୍ୟାକର୍ଷଣ ଯୋଗୁଁ ଶକ୍ତିଶାଳୀ ହୋଇଥାଏ । ସୁନାମୀ ସୃଷ୍ଟିରେ ଜୁଆରର କୌଣସି ଭୂମିକା ନଥାଏ ।

ଭୂମିକମ୍ପ ଯୋଗୁଁ ହେଉଥିବା ସୁନାମି ସମ୍ପାଦନା

ଭୂ-ସ୍ଖଳନ ଯୋଗୁଁ ହେଉଥିବା ସୁନାମି ସମ୍ପାଦନା

ପାଣିପାଗ ଜନିତ ହେଉଥିବା ସୁନାମି ସମ୍ପାଦନା

ବିଶେଷତ୍ୱ ସମ୍ପାଦନା

ଧ୍ୱଂସକରି ଅସ୍ତ୍ର ଭାବେ ବ୍ୟବହାର ସମ୍ପାଦନା

ଟୀକା ସମ୍ପାଦନା

  1. "Tsunami Terminology". NOAA. Archived from the original on 2011-02-25. Retrieved 2010-07-15.
  2. Barbara Ferreira (April 17, 2011). "When icebergs capsize, tsunamis may ensue". Nature (journal). Archived from the original on 2018-12-25. Retrieved 2011-04-27.
  3. Fradin, Judith Bloom and Dennis Brindell (2008). Witness to Disaster: Tsunamis. Witness to Disaster. Washington, D.C.: National Geographic Society. pp. 42, 43.
  4. ୪.୦ ୪.୧ Thucydides: “A History of the Peloponnesian War”, 3.89.1–4
  5. ୫.୦ ୫.୧ Smid, T. C. (April , 1970). 'Tsunamis' in Greek Literature. Vol. 17 (2nd ed.). pp. 100–104. {{cite book}}: |work= ignored (help); Check date values in: |date= (help)
  6. "Proposing The Community-Based Tsunami Warning System" (PDF). Archived from the original (PDF) on 2012-12-10. Retrieved 2012-11-23.
  7. Novel Alon Buluek
  8. Tsunami 1907: Early Interpretation and its Development
  9. 13 Pulau di Aceh Singkil Hilang
  10. Thucydides: “A History of the Peloponnesian War”, 3.89.5
  11. Kelly, Gavin (2004). "Ammianus and the Great Tsunami". The Journal of Roman Studies. 94 (141): 141–167. doi:10.2307/4135013. JSTOR 4135013.
  12. Stanley, Jean-Daniel & Jorstad, Thomas F. (2005), "The 365 A.D. Tsunami Destruction of Alexandria, Egypt: Erosion, Deformation of Strata and Introduction of Allochthonous Material Archived 2017-05-25 at the Wayback Machine."
  13. The 10 most destructive tsunamis in history Archived 2013-12-04 at the Wayback Machine., Australian Geographic, March 16, 2011.
  14. Haugen K, Løvholt F, Harbitz C, K; Lovholt, F; Harbitz, C (2005). "Fundamental mechanisms for tsunami generation by submarine mass flows in idealised geometries". Marine and Petroleum Geology. 22 (1–2): 209–217. doi:10.1016/j.marpetgeo.2004.10.016.{{cite journal}}: CS1 maint: multiple names: authors list (link)
  15. Margaritondo, G (2005). "Explaining the physics of tsunamis to undergraduate and non-physics students". European Journal of Physics. 26 (3): 401. Bibcode:2005EJPh...26..401M. doi:10.1088/0143-0807/26/3/007.
  16. Voit, S.S (1987). "Tsunamis". Annual Review of Fluid Mechanics. 19 (1): 217–236. Bibcode:1987AnRFM..19..217V. doi:10.1146/annurev.fl.19.010187.001245.

ଆଧାର ସମ୍ପାଦନା

ଅଧିକ ପଢନ୍ତୁ ସମ୍ପାଦନା

ବାହାର ଲିଙ୍କ ସମ୍ପାଦନା