ଏକ ସ୍ଥିତି, ଏହା ହାରାହାରି ବାୟୁମଣ୍ଡଳିୟ ଚାପଠାରୁ କମ୍ ଚାପକୁ ବୁଝାଏ । ଲଘୁଚାପ ସୃଷ୍ଟ ଅଞ୍ଚଳରେ ନିକଟବର୍ତ୍ତୀ ଅଞ୍ଚଳ ଅପେକ୍ଷା ବାୟୁମଣ୍ଡଳିୟ ଚାପ କମ୍ ଥାଏ । ଲଘୁଚାପ ପ୍ରକ୍ରିୟା ବାୟୁମଣ୍ଡଳର ଟ୍ରପୋସ୍ପିଅର୍‌ର ଉପର ସ୍ତରରେ ଘଟିଥାଏ । ଅତ୍ୟଧିକ ସୂର୍ଯ୍ୟତାପଦ୍ୱାରା ବାୟୁ ଗରମ ହୁଏ ଓ ହାଲକା ହୋଇ ଉପରକୁ ଉଠିଯାଏ । ଫଳରେ ସେହି ସ୍ଥାନ ପୁରଣ କରିବା ପାଇଁ ନିକଟବର୍ତ୍ତୀ ସ୍ଥାନମାନଙ୍କରୁ ପବନ ବହେ ।

Schematic representation of flow around a low-pressure area in the Northern hemisphere. The pressure-gradient force is represented by blue arrows, the Coriolis acceleration (always perpendicular to the velocity) by red arrows
Infrared image of a powerful southern hemisphere cyclone, Winston, near its initial peak intensity

ଏହା ଋତୁଚକ୍ର ବଦଳିବା ସମୟରେ ଅଧିକାଂଶ ଦେଖାଯାଏ । ଆଉ ମଧ୍ୟ ସମୁଦ୍ର ମଧ୍ୟର ଗରମ ଜଳରେ ବିଜୁଳିପାତ କ୍ରିୟାଦ୍ୱାରା ସୃଷ୍ଟି ହୋଇଥାଏ । ଅଗଷ୍ଟରୁ ଫେବୃୟାରୀ ମଧ୍ୟରେ ମୌସୁମୀ ପ୍ରତ୍ୟାବର୍ତ୍ତନ ସମୟ ଉପନୀତ ହେଉଥିବାବେଳେ ସେପଟେ ଉତ୍ତର ପୁର୍ବ ମୌସୁମୀର ଅାଗମନ ହୋଇଥାଏ । ଉଭୟ କ୍ଷେତ୍ରରୁ ବାୟୁ ଚଳାଚଳ ଏକ ସମୟରେ ଘଟିବାର ସମ୍ଭାବନା ଥିବାରୁ ବଙ୍ଗୋପସଗରରେ ଲଘୁଚାପ ସୃଷ୍ଟି ହୁଏ । ଉଷ୍ମଦେଶୀୟ ବାତ୍ୟା ସମଗ୍ର ବିଶ୍ୱରେ ବର୍ଷର ଯେକୌଣସି ମାସରେ ହୋଇପାରେ । କିନ୍ତୁ ଉତ୍ତର ନଚେତ୍ ଦକ୍ଷିଣ ଗୋଲାର୍ଦ୍ଧରେ ନଭେମ୍ବର ମାସରେ ଘଟିଥାଏ ।


ଲଘୁଚାପ ସାଧାରଣତଃ ଘନ ବଦଲର ବଳୟ ସୃଷ୍ଟି କରେ ।ସ୍ ଥଳ ଭାଗରେ ତାପମାତ୍ରା କମ୍ ରହେ ଓ ରାତିରେ ସୃଷ୍ଟ ବାଦଲ ତାପ ବିକିରଣରେ ବାଧା ଉପୁଜୁଥିବା କାରଣରୁ ଗୁଲୁମୁଳି ହୁଏ । ପବନର ବେଗ ବୃଦ୍ଧି ପାଏ; ଏହା ଅଧିକ ଘନୀଭୂତ ହୋଇ ବୃଷ୍ଟି ହୁଏ ।