୧୫ ତିଥିରେ ଏକ ପକ୍ଷ ହୁଏ ।

କୃଷ୍ଣପକ୍ଷସମ୍ପାଦନ କରନ୍ତୁ

ପୂର୍ଣ୍ଣିମାର ପରଦିନ କୃଷ୍ଣପକ୍ଷର ଆରମ୍ଭ ହୁଏ । କୃଷ୍ଣପକ୍ଷର ପ୍ରଥମ ତିଥି ପ୍ରତିପଦ, ତାପରେ ଯଥାକ୍ରମେ ଦ୍ୱିତୀୟା, ତୃତୀୟା, ଚତୁର୍ଥୀ, ପଞ୍ଚମୀ, ଷଷ୍ଠୀ, ସପ୍ତମୀ, ଅଷ୍ଟମୀ, ନବମୀ, ଦଶମୀ, ଏକାଦଶୀ, ଦ୍ୱାଦଶୀ, ତ୍ରୟୋଦଶୀ, ଚତୁର୍ଦ୍ଦଶୀଅମାବାସ୍ୟା ଏପରି ୧୫ ତିଥିରେ କୃଷ୍ଣପକ୍ଷ ଅମାବାସ୍ୟା ଦିନ ଶେଷ ହୁଏ ।ଚନ୍ଦ୍ର ଅମାବାସ୍ୟାର ଅନ୍ଧକାରକୁ ଅଗ୍ରସର ହେଉଥିବାରୁ କୃଷ୍ଣ ପକ୍ଷ ବା ଅନ୍ଧାର ପକ୍ଷ ମଧ୍ୟ କୁହାଯାଏ


ଶୁକ୍ଳପକ୍ଷସମ୍ପାଦନ କରନ୍ତୁ

ଅମାବାସ୍ୟାର ପରଦିନ ଶୁକ୍ଳପକ୍ଷ ଆରମ୍ଭ ହୁଏ – ଶୁକ୍ଳପକ୍ଷର ପ୍ରଥମ ତିଥି ପ୍ରତିପଦ, ତାପରେ ଯଥାକ୍ରମେ ଦ୍ୱିତୀୟା, ତୃତୀୟା, ଚତୁର୍ଥୀ, ପଞ୍ଚମୀ, ଷଷ୍ଠୀ, ସପ୍ତମୀ, ଅଷ୍ଟମୀ, ନବମୀ, ଦଶମୀ, ଏକାଦଶୀ, ଦ୍ୱାଦଶୀ, ତ୍ରୟୋଦଶୀ, ଚତୁର୍ଦ୍ଦଶୀ ଆଦି ୧୫ ତିଥିରେ ଶୁକ୍ଳପକ୍ଷ ପୂର୍ଣ୍ଣିମା ଦିନ ଶେଷ ହୁଏ ।

ଅପରପକ୍ଷସମ୍ପାଦନ କରନ୍ତୁ

ହିନ୍ଦୁ ଧର୍ମ ପରମ୍ପରା ଅନୁଯାୟୀ ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦଠାରୁ ଅମାବାସ୍ୟା ପଯ୍ୟନ୍ତ 'ଅପରପକ୍ଷ' ବା 'ପିତୃପକ୍ଷ' ପାଳନ କରାଯାଏ ।

ଦେବୀ ପକ୍ଷସମ୍ପାଦନ କରନ୍ତୁ

ଆଶ୍ୱିନ ଶୁକ୍ଳ ପକ୍ଷକୁ ‘ଦେବୀ ପକ୍ଷ' ମଧ୍ୟ କହାଯାଏ । ଏହି ପକ୍ଷରେ ନବରାତ୍ରି ଓ ଦୁର୍ଗା ପୂଜା ପାଳନ କରାଯାଏ ।[୧]

ଧାର୍ମିକ ମହତ୍ତ୍ୱସମ୍ପାଦନ କରନ୍ତୁ

ମହାଳୟା ଅମାବାସ୍ୟା ଦିନ ପିତୃ ପକ୍ଷ ଶେଷ ହେବା ସହ ଏହି ପକ୍ଷ ଆରମ୍ଭ ହୁଏ । ଏହି ଦିନରେ ଦେବ, ଦେବୀମାନେ ମଧ୍ୟ ଦୁର୍ଗା ପୂଜା ଲାଗି ପ୍ରସ୍ତୁତି ଆରମ୍ଭ କରୁଥିବା ଏକ ହିନ୍ଦୁ ଧାମିକ ବିଶ୍ୱାସ । ଦେବୀ ପକ୍ଷର ପ୍ରଥମ ଦିନ ମାଆ ଦୁର୍ଗାଙ୍କର ପୃଥିବୀ ଯାତ୍ରା ଆରମ୍ଭ ହୁଏ । ପ୍ରଭୁ ରାମଚନ୍ଦ୍ରଙ୍କ ପୂର୍ବରୁ ଚୈତ୍ର ମାସରେ ମାଆଙ୍କ ପୂଜା କରାଯାଉଥିଲା, ଯାହା ବାସନ୍ତୀ ଦୂର୍ଗା ପୂଜା ଭାବେ ଏବେ ବି ପ୍ରଚଳିତ । ରାମଚନ୍ଦ୍ର ହିଁ ଶାରଦୀୟ ଦୂର୍ଗା ପୂଜା ଆରମ୍ଭ କରିଥିଲେ। ଲଙ୍କାନରେଶ ରାବଣଙ୍କ ଉପରେ ବିଜୟ ପ୍ରାପ୍ତି ପାଇଁ ସେ ଅସମୟରେ ଦୂର୍ଗାଙ୍କୁ ଆବାହନ କରିଥିଲେ । ତେଣୁ, ଶାରଦୀୟ ଦୁର୍ଗା ପୂଜାକୁ ‘ଅକାଳ ବୋଧନ’ ମଧ୍ୟ କହାଯାଏ ।

ଆଧାରସମ୍ପାଦନ କରନ୍ତୁ

  1. "ଦେବୀ ପକ୍ଷ". Sambad. 16 October 2015. Retrieved 16 October 2015.