ଦୁର୍ଗା ଶଙ୍କର ପଟ୍ଟନାୟକ

ଓଡ଼ିଆ ରାଜନୀତିଜ୍ଞ

ଦୁର୍ଗା ଶଙ୍କର ପଟ୍ଟନାୟକ (୨୬ ଅଗଷ୍ଟ ୧୯୩୯ - ୬ ମଇ ୨୦୧୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଓ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୯୦ ଓ ୧୯୯୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ସମ୍ବଲପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ ଓ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଦୁର୍ଗା ଶଙ୍କର ପଟ୍ଟନାୟକ
ବିଧାୟକ: ୧୦ମ, ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୨୦୦୦
ପୂର୍ବ ଅଧିକାରୀଶ୍ରଦ୍ଧାକର ସୁପକାର
ପର ଅଧିକାରୀଜୟନାରାୟଣ ମିଶ୍ର
ନିର୍ବାଚନ ମଣ୍ଡଳୀସମ୍ବଲପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1939-08-26)୨୬ ଅଗଷ୍ଟ ୧୯୩୯
ମୃତ୍ୟୁ୬ ମଇ ୨୦୧୭(2017-05-06) (ବୟସ ୭୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀମାଧୁରୀ ପଟ୍ଟନାୟକ
ବାପା/ବୋଉପୁରୁଷୋତ୍ତ ପଟ୍ଟନାୟକ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ସମ୍ପାଦନା

ଦୁର୍ଗାଶଙ୍କର ୧୯୩୯ ମସିହାର ଅଗଷ୍ଟ ମାସ ୨୬ ତାରିଖରେ ସମ୍ବଲପୁରର ପଟ୍ଟନାୟକପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ ।[] ତାଙ୍କ ବାପାଙ୍କ ନାମ ପୁରୁଷୋତ୍ତ ପଟ୍ଟନାୟକ ଓ ପତ୍ନୀଙ୍କ ନାମ ମାଧୁରୀ ପଟ୍ଟନାୟକ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ବାଣିଜ୍ୟରେ ସ୍ନାତକ ଓ ପରେ ସେ ଓକିଲାତି ପଢ଼ିଥିଲେ ।[]

ରାଜନୈତିକ ଜୀବନ

ସମ୍ପାଦନା

ଦୁର୍ଗାଶଙ୍କର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[] ସେ ୧୯୯୯ ମସିହାରୁ ୨୦୦୦ ମସିହାଯାଏଁ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ଶ୍ରମ ଓ ନିୟୋଜନ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[]

ମୃତ୍ୟୁ

ସମ୍ପାଦନା

ଦୁର୍ଗା ଶଙ୍କର ୨୦୧୭ ମସିହାର ମଇ ମାସ ୬ ତାରିଖରେ ଭୁବନେଶ୍ୱରଠାରେ ମୃତ୍ୟୁବରଣ କରିଥିଲେ ।[][] ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା ।

  1. ୧.୦ ୧.୧ ୧.୨ "ପରଲୋକରେ ବରିଷ୍ଠ କଂଗ୍ରେସ ନେତା ଦୁର୍ଗାଶଙ୍କର ପଟ୍ଟନାୟକ ! | Kanak News". Kanak News. kanaknews.com. 7 May 2017. Archived from the original on 28 August 2020. Retrieved 28 August 2020.
  2. "Shri Durga Shankar Pattanayak". odishaassembly.nic.in. Odisha Assembly. Retrieved 28 August 2020.
  3. "ରାସେଶ୍ୱରୀଙ୍କୁ ନେଇ ତେଜୁଛି ଅସନ୍ତୋଷ: ସଂଖ୍ୟାଲଘୁ ବିକାଶ ମଞ୍ଚ ଆଣିଲା ସାଂଘାତିକ ଅଭିଯୋଗ !". The Argus (in Odia). 25 March 2019. Archived from the original on 28 August 2020. Retrieved 28 August 2020.{{cite news}}: CS1 maint: unrecognized language (link)
  4. "Durga Shankar Patnaik passes away | Sambad English". sambadenglish.com. 7 May 2017. Archived from the original on 28 August 2020. Retrieved 28 August 2020.