ଦିବ୍ୟଲୋଚନ ଶେଖର ଦେଓ

ଓଡ଼ିଆ ରାଜନୀତିଜ୍ଞ

ଦିବ୍ୟଲୋଚନ ଶେଖର ଦେଓ (୧୯ ଡିସେମ୍ବର ୧୯୨୩ - ୧୪ ଅକ୍ଟୋବର ୧୯୮୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୭୧ ଓ ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସୁନ୍ଦରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଦିବ୍ୟଲୋଚନ ଶେଖର ଦେଓ
ବିଧାୟକ: ୫ମ, ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୭
ପୂର୍ବ ଅଧିକାରୀହରିହର ପଟେଲ
ପର ଅଧିକାରୀକିଶୋର ଚନ୍ଦ୍ର ପଟେଲ
ନିର୍ବାଚନ ମଣ୍ଡଳୀସୁନ୍ଦରଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ(1923-12-19)୧୯ ଡିସେମ୍ବର ୧୯୨୩
ମୃତ୍ୟୁ୧୪ ଅକ୍ଟୋବର ୧୯୮୯(1989-10-14) (ବୟସ ୬୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀମିଥିଳା ଶେଖରେ ଦେଓ
ବାପା/ବୋଉବ୍ରଜଲାଲ ଶେଖରେ ଦେଓ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଦିବ୍ୟଲୋଚନ ଶେଖର ଦେଓ ୧୯୨୩ ମସିହାର ଡିସେମ୍ବର ୧୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବ୍ରଜଲାଲ ଶେଖରେ ଦେଓ ଓ ପତ୍ନୀଙ୍କ ନାମ ମିଥିଳା ଶେଖରେ ଦେଓ ।[୧]

ରାଜନୈତିକ ଜୀବନ ସମ୍ପାଦନା

ଦିବ୍ୟଲୋଚନ ଶେଖର ଦେଓ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୭୪ ମସିହାରୁ ୧୯୭୬ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ଦିବ୍ୟଲୋଚନ ଶେଖର ଦେଓ ୧୯୮୯ ମସିହାର ଅକ୍ଟୋବର ୧୪ ତାରିଖରେ ୬୫ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Dibyalochan Shekhar Deo". odishaassembly.nic.in. Odisha Assembly. Retrieved 1 July 2021.