ହରିହର ପଟେଲ
ହରିହର ପଟେଲ (୨୦ ସେପ୍ଟେମ୍ବର ୧୯୨୪ - ୧୬ ଡିସେମ୍ବର ୧୯୯୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ରାଜ୍ୟ ସଭାର ସାଂସଦ ଭାବରେ ଥରେ ଏବଂ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୬୧ ଓ ୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସୁନ୍ଦରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୩ୟ ଓ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ହରିହର ପଟେଲ | |
---|---|
ବିଧାୟକ: ୩ୟ, ୪ର୍ଥ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୧ – ୧୯୭୧ | |
ପୂର୍ବ ଅଧିକାରୀ | ଉଦିତ ପ୍ରତାପ ଶେଖର ଦେଓ, ଗଙ୍ଗାଧର ପ୍ରଧାନ |
ପର ଅଧିକାରୀ | ଦିବଲୋଚନ ଶେଖର ଦେଓ |
ନିର୍ବାଚନ ମଣ୍ଡଳୀ | ସୁନ୍ଦରଗଡ଼ |
ସାଂସଦ: ରାଜ୍ୟ ସଭା | |
କାର୍ଯ୍ୟକାଳ ୧୯୫୮ – ୧୯୬୧ | |
ନିର୍ବାଚନ ମଣ୍ଡଳୀ | ଓଡ଼ିଶା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୦ ସେପ୍ଟେମ୍ବର ୧୯୨୪ |
ମୃତ୍ୟୁ | ୧୬ ଡିସେମ୍ବର ୧୯୯୧ | (ବୟସ ୬୭)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ସ୍ୱତନ୍ତ୍ର ପାର୍ଟି |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଗଣତନ୍ତ୍ର ପରିଷଦ |
ଜୀବନ ସାଥୀ | କ୍ଷୀରୋଦ କୁମାରୀ ପଟେଲ |
ବାପା/ବୋଉ | ଦାଶରଥୀ ପଟେଲ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାହରିହର ପଟେଲ ୧୯୨୪ ମସିହାର ସେପ୍ଟେମ୍ବର ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦାଶରଥୀ ପଟେଲ ଓ ପତ୍ନୀଙ୍କ ନାମ କ୍ଷୀରୋଦ କୁମାରୀ ପଟେଲ ।[୧]
ରାଜନୈତିକ ଜୀବନ
ସମ୍ପାଦନାହରିହର ପଟେଲ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ପୂର୍ବରୁ ସେ ଗଣତନ୍ତ୍ର ପରିଷଦର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଭାରତୀୟ ସଂସଦର ଉପର ସଦନ ରାଜ୍ୟ ସଭାର ସାଂସଦ ଭାବରେ ୧୯୫୮ ମସିହାରୁ ୧୯୬୧ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲ ।[୨][୩][୪] ପରେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ସେ ଦୁଇଥର କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
ସମ୍ପାଦନାହରିହର ପଟେଲ ୧୯୯୧ ମସିହାର ଡିସେମ୍ବର ୧୬ ତାରିଖରେ ୬୭ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Shri Harihar Patel". odishaassembly.nic.in. Odisha Assembly. Retrieved 30 June 2021.
- ↑ "RAJYA SABHA MEMBERS BIOGRAPHICAL SKETCHES 1952 - 2003" (PDF). Rajya Sabha. Retrieved 19 September 2020.
- ↑ Sir Stanley Reed (1960). The Times of India Directory and Year Book Including Who's who. Bennett, Coleman & Company. p. 1098. Retrieved 20 September 2020.
- ↑ India. Parliament. Lok Sabha (1961). Lok Sabha Debates. Lok Sabha Secretariat. p. 7111. Retrieved 20 September 2020.