ଦିବାକର ପଟ୍ଟନାୟକ
ଦିବାକର ପଟ୍ଟନାୟକ (୭ ଅକ୍ଟୋବର ୧୮୯୯ - ୧ ମାର୍ଚ୍ଚ ୧୯୭୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଏବଂ ପରେ କାର୍ଯ୍ୟ କରିଥିଲେ । ସ୍ୱାଧୀନତା ପୂର୍ବରୁ ସେ ବ୍ରହ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନତା ପୂର୍ବର ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସ୍ୱାଧୀନତା ପରେ ୧୯୫୨ ଓ ୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପାତ୍ରପୁର ଓ ଚିକିଟି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ ଓ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଦିବାକର ପଟ୍ଟନାୟକ | |
---|---|
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୭ – ୧୯୭୧ | |
ପର ଅଧିକାରୀ | ସଚ୍ଚିଦାନନ୍ଦ ଦେଓ |
ନିର୍ବାଚନ ମଣ୍ଡଳୀ | ଚିକିଟି |
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୨ – ୧୯୬୭ | |
ନିର୍ବାଚନ ମଣ୍ଡଳୀ | ପାତ୍ରପୁର |
ବିଧାୟକ: ସ୍ୱାଧୀନତା ପୂର୍ବର ପ୍ରଥମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୩୭ – ୧୯୪୬ | |
ନିର୍ବାଚନ ମଣ୍ଡଳୀ | ବ୍ରହ୍ମପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୭ ଅକ୍ଟୋବର ୧୮୯୯ |
ମୃତ୍ୟୁ | ୧ ମାର୍ଚ୍ଚ ୧୯୭୬ | (ବୟସ ୭୬)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଫରଓ୍ୱାର୍ଡ ବ୍ଲକ |
ବାପା/ବୋଉ | ମଦନ ମୋହନ ଦିୱାନ ବକ୍ସି ପଟ୍ଟନାୟକ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାଦିବାକର ପଟ୍ଟନାୟକ ୧୮୯୯ ମସିହାର ଅକ୍ଟୋବର ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମଦନ ମୋହନ ଦିୱାନ ବକ୍ସି ପଟ୍ଟନାୟକ ।[୧]
ରାଜନୈତିକ ଜୀବନ
ସମ୍ପାଦନାଦିବାକର ଓଡ଼ିଶା ରାଜନୀତିରେ ପ୍ରଥମେ ଫରଓ୍ୱାର୍ଡ ବ୍ଲକର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ଏବଂ ପରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଥରେ[୨] ଏବଂ ସ୍ୱାଧୀନତା ପରେ ଦୁଇଥର କାର୍ଯ୍ୟ କରିଥିଲେ ।[୧] ସେ ପ୍ରଜା ସମାଜବାଦୀ ପାର୍ଟିର କର୍ମୀ ଭାବରେ ଭାରତୀୟ ସଂସଦର ଉପର ସଦନ ରାଜ୍ୟ ସଭାକୁ ୧୯୫୮ ମସିହାରେ ନିର୍ବାଚିତ ହୋଇଥିଲେ ।[୩][୪][୫]
ବିଧାନ ସଭା ସଭ୍ୟ ବିବରଣୀ
ସମ୍ପାଦନାଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୩୭ | ୧୯୪୬ | ସଭ୍ୟ, ସ୍ୱାଧୀନତା ପୂର୍ବରୁ ୧ମ ଓଡ଼ିଶା ବିଧାନ ସଭା | ବ୍ରହ୍ମପୁର | କଂଗ୍ରେସ |
୧୯୫୨ | ୧୯୬୭ | ସଭ୍ୟ, ୧ମ ଓଡ଼ିଶା ବିଧାନ ସଭା | ପାତ୍ରପୁର | ଫରଓ୍ୱାର୍ଡ ବ୍ଲକ |
୧୯୬୭ | ୧୯୬୧ | ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା | ଚିକିଟି | ଭାରତୀୟ ଜାତୀୟ କଂଗ୍ରେସ |
ମୃତ୍ୟୁ
ସମ୍ପାଦନାଦିବାକର ୧୯୭୬ ମସିହାର ମାର୍ଚ୍ଚ ୧ ତାରିଖରେ ୭୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Shri Dibakar Patnaik". odishaassembly.nic.in. Odisha Assembly. Retrieved 8 February 2021.
- ↑ ଉଦ୍ଧବ ଚରଣ ନାୟକ (2013). "୨". ଓଡ଼ିଶା ରାଜନୀତିର ଇତିହାସ (୧୯୩୬-୨୦୧୩) (in ଓଡ଼ିଆ). ଭୁବନେଶ୍ୱର: ଆମ ଓଡ଼ିଶା. p. ୨୭. ISBN 978-81-89436-54-4. Retrieved 7 November 2023.
{{cite book}}
: CS1 maint: unrecognized language (link) - ↑ "RAJYA SABHA MEMBERS BIOGRAPHICAL SKETCHES 1952 - 2003" (PDF). Rajya Sabha. Retrieved 19 September 2020.
- ↑ India. Parliament. Rajya Sabha (1976). Parliamentary Debates: Official Report. Council of States Secretariat. p. 1. Retrieved 19 September 2020.
- ↑ Sir Stanley Reed (1956). The Times of India Directory and Year Book Including Who's who. Times of India Press. p. 880. Retrieved 19 September 2020.