ଦିନନାଥ ପାଠୀ

ଓଡ଼ିଆ ଚିତ୍ରଶିଳ୍ପୀ ଓ ଲେଖକ

ଦିନନାଥ ପାଠୀ (୯ ମଇ ୧୯୪୨ - ୨୯ ଅଗଷ୍ଟ ୨୦୧୬) ଜଣେ ଓଡ଼ିଆ ଚିତ୍ରଶିଳ୍ପୀ ଓ ସାହିତ୍ୟିକ ଥିଲେ । ନୃତ୍ୟ, କଳା ଓ ଇତିହାସର ଗବେଷକ ଭାବରେ ସେ ପରିଚିତ ଥିଲେ । ସାମାଜିକ କଥାବସ୍ତୁ ଓ ମାଟି ମା'ର କଥା ତାଙ୍କ ଚିତ୍ର ଓ ସାହିତ୍ୟ ମାଧ୍ୟମରେ ପ୍ରକାଶ ପାଇଥିଲା ।[୧]

ଦିନନାଥ ପାଠୀ
ଜନ୍ମ ନାଆଁ ଦିନନାଥ ପାଠୀ
ଜନ୍ମ ୯ ମଇ ୧୯୪୨(1942-05-09)
ଦିଗପହଣ୍ଡି
ମୃତ୍ୟୁ ୨୯ ଅଗଷ୍ଟ ୨୦୧୬ (୭୪ ବର୍ଷ)
ଭୀମଟାଙ୍ଗି, ଭୁବନେଶ୍ଵର
ଜାତୀୟତା ଭାରତୀୟ

ବିଷୟସୂଚୀ

ଜୀବନ କାଳସମ୍ପାଦନ କରନ୍ତୁ

ଦିନନାଥ, ୧୯୪୨ ମସିହା ମଇ ୯ତାରିଖ(ମାଘ ସପ୍ତମୀ)ରେ[୨] ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡିଠାରେ ରାଜବୈଦ୍ୟ ପରିବାରର ଶ୍ୟାମସୁନ୍ଦର ପାଠୀ ଓ କମଳାଦେବୀଙ୍କ ପୁତ୍ର ଭାବେ ଜନ୍ମଗ୍ରହଣ କରିଥିଲେ । ନାଟକର ପରଦା ଅଙ୍କନରୁ ଆରମ୍ଭ ହୋଇଥିଲା ଚିତ୍ର ଆଙ୍କିବା । ବଡ ଭାଇ ଲୋକନାଥଙ୍କ ଶିଳ୍ପ କଳା ମନ୍ଦିରରୁ ସେ ଚିତ୍ର କରିବା ଶିଖିଥିଲେ । ଖଲ୍ଲିକୋଟ କଳା ବିଦ୍ୟାଳୟ, ଉତ୍କଳ ବିଶ୍ଵବିଦ୍ୟାଳୟ ଓ ଶାନ୍ତିନିକେତନରୁ ଚିତ୍ରକଳା ଶିକ୍ଷା କରିଥିଲେ । ବଡ ଭାଇଥିଲେ ପ୍ରଥମ ଗୁରୁ ।[୩] ଆଗକୁ ଯାଇ ଦିନନାଥ ଚିତ୍ରକଳା ଏବଂ ଆର୍ଟ ହିଷ୍ଟ୍ରୀର ପି.ଏଚ.ଡି ହାସଲ କରିଥିଲେ । କେନ୍ଦ୍ରୀୟ ବିଦ୍ୟାଳୟରୁ ଶିକ୍ଷକତା ଆରମ୍ଭ କରି, ସେ ୧୯୭୨ ମସିହାରେ ରାଜ୍ୟ ସଂଗ୍ରହାଳୟରେ କ୍ୟୁରେଟର, ୧୯୭୯ରେ ଓଡ଼ିଶା ପର୍ଯ୍ୟଟନର ଡିଭିଜନାଲ ମ୍ୟାନେଜର, ୧୯୮୩ରେ ବିଭୂତି କାନୁନ୍‌ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ, ନୂଆଦିଲ୍ଲୀସ୍ଥିତ ଏକାଡେମୀ ଅଫ ଆର୍ଟର ସମ୍ପାଦକ ଓ କେନ୍ଦ୍ର ଲଳିତ କଳା ଏକାଡେମୀର ସଚିବ ଭାବରେ କାର୍ଯ୍ୟ କରିଥିଲେ । ଏତଦ ଭିନ୍ନ ଦେଶବିଦେଶରେ ବିଭିନ୍ନ ଚାରୁକଳା ପ୍ରଦର୍ଶନୀରେ ତାଙ୍କ କଳାକୃତି ପ୍ରଦର୍ଶିତ ହୋଇ, ସେ ଓଡ଼ିଶା ଚାରୁ କାରୁ କଳାକୁ ପରିଚିତି ଆଣି ଦେଇଥିଲା । ସୋଭିଏତ ସଂଘ ଓ ସୁଇଡେନ ହୋଇଥିବା ଭାରତ ଉତ୍ସବ, ବାଲି-ଇଣ୍ଡୋନେସିଆରେ କଳିଙ୍ଗ-ବାଲିଯାତ୍ରା, କାଏରୋରେ ଅନୁଷ୍ଠିତ ୪ର୍ଥ ବିନାଲେ, ବେଇଜିଙ୍ଗର ଆର୍ଟ ଏକ୍ସପୋ, ଓ ସପ୍ତମ ଭାରତ ଟ୍ରିନାଲେ ଆଦି ଜାତୀୟ କଳା-ପ୍ରକଳ୍ପର ସେ ମୁଖ୍ୟ ବିନ୍ଧାଣୀ ଥିଲେ । ସେ ତାଙ୍କ ଜୀବକାଳରେ ପ୍ରାୟ ୬୦୦ରୁ ଉର୍ଦ୍ଧ ଚିତ୍ର ଆଙ୍କିଥିଲେ ।

ଚିତ୍ର କରିବା ବ୍ୟତିତ ସାହିତ୍ୟ ସର୍ଜନା ଦିନନାଥଙ୍କ ବ୍ୟକ୍ତିତ୍ଵର ଅନ୍ୟଏକ ବିଭବ ଥିଲା । ଓଡ଼ିଆ, ଇଂରାଜୀ ଓ ଜର୍ମାନ ଭାଷାରେ ତାଙ୍କର ପ୍ରାୟ ୬୦ରୁ ଊର୍ଦ୍ଧ୍ୱ ପୁସ୍ତକ ପ୍ରକାଶିତ ହୋଇସାରିଛି । “ଅଂଗରାଗ” ନାମକ ଏକ ଇଂରାଜୀ ପତ୍ରିକା ସେ ସମ୍ପାଦନା କରୁଥିଲେ । [୪]

୨୦୧୬ ଅଗଷ୍ଟ ୨୯ ତାରିଖ ଦିନ ହୃଦ୍‌ଘାତରେ ଦିନନାଥଙ୍କ ମୃତ୍ୟୁ ହେଇଥିଲା ।[୫]

ଅଙ୍କିତ ଚିତ୍ରସମ୍ପାଦନ କରନ୍ତୁ

  • ଫସଲ ଅମଳର ଗୀତ
  • ଯମଜ
  • ପ୍ରେମୀ ଯୁଗଳ
  • ପକ୍ଷୀର ମୃତ୍ୟୁ
  • ଶ୍ରୀରାଧା
  • ନୀଳକନ୍ୟା
  • ଅଭିସାରିକା
  • ବ୍ୟାଘ୍ର ଓ ପଦ୍ମବନ
  • ପଦ୍ମ ପୁଷ୍କରିଣୀ
  • ପଦ୍ମବନ ଓ ମୃଗଯୁଥ

ପ୍ରକାଶିତ ବହିସମ୍ପାଦନ କରନ୍ତୁ

  • ଶିବାନନ୍ଦ ଓ ଦିବ୍ୟଜୀବନ
  • ଭଗବଦ୍‍ ଗୀତା
  • ଓଡ଼ିଶାର ଲୋକକଳା
  • ଓଡ଼ିଶାର ଆଦିବାସୀ କଳା
  • ଓଡ଼ିଶାର କଳା ଓ ସ୍ଥାପତ୍ୟ
  • ଆଦିମ ମଣିଷର କଳା
  • ଚିୟତେ ଇତି
  • ଚିତ୍ରଭାଷା ଓ ଚିତ୍ରିତ ଭାଷା
  • ରାମକଥାରେ କାବ୍ୟଭାଷା ଓ ଚିତ୍ରଭାଷା
  • ଭାଗବତ ଚିତ୍ରଭାଷ୍ୟ
  • ଅବନ୍ତୀ
  • ଚିତ୍ରଶାଳା
  • ଭବଘୁରା ଭବନାଥ
  • ସାୟୋନାରା(ଉପନ୍ୟାସ)
  • ଗଙ୍ଗାବତରଣ (ଚିତ୍ରୋପନ୍ୟାସ), ଅବନ୍ତୀ, ଭୀମଟାଙ୍ଗୀ, ଭୁବନେଶ୍ୱର, ୨୦୦୨
  • ପୁନର୍ନବା(ଉପନ୍ୟାସ)
  • ଶ୍ଳୋକଛନ୍ଦ(ଉପନ୍ୟାସ)
  • ଭବଘୁରା ଭବନାଥ(ଗଳ୍ପ)
  • ସୁନାମାଛ(ଗଳ୍ପ)
  • ଦିଗପହଣ୍ଡିର ଡ୍ରଇଂ ମାଷ୍ଟ୍ରେ (ଆତ୍ମଜୀବନୀ)
  • ପୁଞ୍ଜିକୟାଁର ଫକୀର(ଜୀବନୀ)
  • ଚିଲିକା ପାଣିରେ ଛାଇ(ଜୀବନୀ)
  • ନୀଳହ୍ରଦର ଚିତ୍ରକର(ଭ୍ରମଣ କାହାଣୀ)
  • ତୁମେ କୁଆଲାଲୁମପୁର ଦେଖିଛ(ଭ୍ରମଣ କାହାଣୀ)[୬]

ସମ୍ମାନ ଓ ପୁରସ୍କାରସମ୍ପାଦନ କରନ୍ତୁ

  • ବିଷୁବ ପୁରସ୍କାର, ୨୦୧୫ [୭]
  • ରାଷ୍ଟ୍ରପତିଙ୍କ ରଜତ ଫଳକ (କଳା ଇତିହାସର ଗବେଷଣାର ପାଇଁ)
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୩[୮]
  • ଜବାହରଲାଲ ଫେଲୋସିପ
  • ଚାଇନା ଆର୍ଟ ଏକ୍ସପୋଜିସନ - ୧୯୯୮[୯]
  • ପି.ଏଚ.ଡି (ବିଶ୍ୱଭାରତୀ ଶାନ୍ତିନିକେତନରୁ)
  • ପି.ଏଚ.ଡି (ଉତ୍କଳ ବିଶ୍ଵବିଦ୍ୟାଳୟରୁ)
  • ଡି.ଲିଟ ( ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରୁ)[୧୦]

ଆଧାରସମ୍ପାଦନ କରନ୍ତୁ