ତ୍ରିନାଥ ପଟ୍ଟନାୟକ

ତ୍ରିନାଥ ପଟ୍ଟନାୟକ (ଜନ୍ମ: ୧ ମଇ ୧୯୫୧) ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି, ଗୀତିକାର, ଗବେଷକ, କଥାକାର, ନାଟ୍ୟକାର ଓ ଶିଶୁ ସାହିତ୍ୟିକ । ସମାଜ, ପ୍ରଜାତନ୍ତ୍ର, ସମ୍ବାଦ, ଧରିତ୍ରୀ ଆଦି ଖବରକାଗଜ ଏବଂ ଶିଶୁସାହିତ୍ୟ ପତ୍ରିକାମାନଙ୍କରେ ତାଙ୍କ ରଚନାବଳୀ ପ୍ରକାଶ ପାଇଛି । ନିଜ ସାମଗ୍ରୀକ କୃତିତ୍ୱ ପାଇଁ ସେ ୨୦୨୩ରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଦ୍ୱାରା ବରିଷ୍ଠ ସାହିତ୍ୟିକ ସମ୍ମାନ ପାଇଥିଲେ ।[]

ତ୍ରିନାଥ ପଟ୍ଟନାୟକ
ଜନ୍ମ ଓ ଜନ୍ମସ୍ଥାନ (1951-05-01) ୧ ମଇ ୧୯୫୧ (ବୟସ ୭୩)
ମୃତ୍ୟୁଓଡ଼ଗାଁ ନୟାଗଡ଼
ଭାଷାଓଡ଼ିଆ
ଜାତୀୟତା ଭାରତୀୟ
ଜୀବନସାଥୀଛାୟାପୂରବୀ ପଟ୍ଟନାୟକ
ପିତାମାତାଭାଗବତ ପଟ୍ଟନାୟକ (ପିତା), ହାରାମଣି ଦେବୀ (ମାତା)

ସଂକ୍ଷିପ୍ତ ଜୀବନୀ

ସମ୍ପାଦନା

ତ୍ରିନାଥ ପଟ୍ଟନାୟକ ନୟାଗଡ଼ ଜିଲ୍ଲାର ଓଡ଼ଗାଁ ରେ ୧୯୫୧ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ କୋରପୀଠ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା, ଓଡ଼ଗାଁ ରଘୁନାଥବିଦ୍ୟାପୀଠରୁ ଏକାଦଶ, ପୁରୀ ସଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟରୁ ସଂସ୍କୃତରେ ପିଜି କରିବା ପରେ ଭାରତୀୟ ତନ୍ତ୍ର ସାହିତ୍ୟ (ହିନ୍ଦୀ) ଉପରେ ଥେସିସ୍ ଲେଖି ୧୯୯୫ରେ ଡକ୍ଟରେଟ୍ ଲାଭ କଲେ । ୧୯୭୮ରୁ ଶିକ୍ଷକତା ବୃତ୍ତିରେ ନିୟୋଜିତ ରହି ୨୦୦୯ରେ ଅବସର ନେଲେ । ପିତାମାତାଙ୍କ ଠାରୁ ଅନୁପ୍ରାଣୀତ ହୋଇ ଖୁବ୍ କମ୍ ବୟସରୁ ଲେଖାଲେଖି ପ୍ରତି ଆକୃଷ୍ଟ ହେଲେ । ୮ମ/୯ମ ଶ୍ରେଣୀରେ ସେ ଲେଖିଥିବା କିଛି ଗୀତ ତତ୍କାଳୀନ ପାଲାକାର, ଦସକାଠିଆ କଳାକାରମାନଙ୍କ ଦ୍ୱାରା ରାଜାଙ୍କ ଉଆସରେ ପ୍ରଦର୍ଶିତ ହୋଇ ଆଦୃତ ହୋଇଥିଲା । ପ୍ରାଚୀନ କାବ୍ୟକବିତାରେ ରୁଚି ରଖିଥିବା ତ୍ରିନାଥ ସାହିତ୍ୟର ବିଭିନ୍ନ ବିଭାଗରେ ନିରନ୍ତର ଲେଖନୀ ଚାଳନା କରି ସୃଷ୍ଟି କରିଛନ୍ତି ଶତାଧିକ ପୁସ୍ତକ । ୧୯୭୦ରେ ତାଙ୍କର ପାର୍ବତୀ ତପସ୍ୟା ପୁସ୍ତକଟି ବ୍ରହ୍ମପୁରର ରାଧାକୃଷ୍ଣ ପୁସ୍ତକାଳୟ ଦ୍ୱାରା ପ୍ରକାଶ ପାଇଥିଲା । ପୁନଶ୍ଚ ସଚ୍ଚି ରାଉତରାୟଙ୍କ ମୁଖବନ୍ଧରେ ପ୍ରକାଶିତ ତାଙ୍କ ଲଳିତବସନ୍ତ ଅଭିସାର ପୁସ୍ତକଟି ଲାଇବ୍ରେରୀ କଙ୍ଗ୍ରେସ୍ ଅଫ୍ ଆମେରିକା ଦ୍ୱାରା ନିର୍ବାଚିତ ହୋଇଥିଲା । ଜଣେ ସଂଗ୍ରାହକ ଭାବେ ସେ ବିଭିନ୍ନ ଭାଷାର ବହି ସଂଗ୍ରହ କରି ଏକ ପାଠାଗାର ସ୍ଥାପନ କରିଛନ୍ତି । ୧୯୮୪ରୁ ମାସିକ ପତ୍ରିକା ଆଲୌକିକ ଶକ୍ତି, ୨୦୦୦ରୁ ତ୍ରୟମାସିକ ଧର୍ମପଥ ଓ ୨୦୦୮ରୁ ସାମୟିକ ପତ୍ରିକା ପ୍ରାଚୀ ପରିକ୍ରମା ସମ୍ପାଦନା କରିଆସୁଛନ୍ତି । ପୁଣି କବିସୂର୍ଯ୍ୟ ଗ୍ରନ୍ଥାବଳୀ, କାଳିଦାସ ଗ୍ରନ୍ଥାବଳୀ, ଦୀନକୃଷ୍ଣ ଗ୍ରନ୍ଥାବଳୀ, ପ୍ରାଚୀନ କାବ୍ୟକବିତା ଓ ଚଉତିଶାମାଳା, ବାଙ୍କାଦାଶ ଚଉପଦୀ ସଂଗ୍ରହ, ଓଡ଼ିଆ ପ୍ରହେଳି ସଂଗ୍ରହ ଦନାଇ ଦାସ ବୋଲି, ରାଧାନାଥ ଗ୍ରନ୍ଥାବଳୀ ଆଦି ସମ୍ପାଦନା କରିଛନ୍ତି ।[][]

ରଚନାବଳୀ

ସମ୍ପାଦନା
  • ଲଳିତବସନ୍ତ ଅଭିସାର
  • ଭାରତୀୟ ସଂସ୍କୃତିରେ ଦେବଦେବୀ ଓ ଦେବତା ମହିମା
  • ପୁରାଣ ତତ୍ତ୍ୱଶାସ୍ତ୍ର
  • ଔଷଧୀୟ ବୃକ୍ଷଲତା
  • ତୁଳସୀ
  • ରୁଦ୍ରାକ୍ଷ
  • ବ୍ୟାଘ୍ର ସୁନ୍ଦରୀର ଅଭିସାର
  • ଗୃହସ୍ଥ ଗୀତା
  • ସୁଶ୍ରୁତ ସଂହିତା
  • ମହାକବି ବ୍ୟାସଦେବ
  • ଆମ ଶରୀରର ରୋଗ
  • ବାସ୍ତୁଶାସ୍ତ୍ର
  • ଝଡ଼ାଫୁଙ୍କା
  • ଦଗ୍ଧ ଗୋଲାପର କଥା
  • ଶହେଟି ରାତି ଶହେଟି ପ୍ରୀତି
  • ଚନ୍ଦ୍ରକାନ୍ତା
  • ମହାକବି ମହର୍ଷି ବାଲ୍ମିକୀ
  • ସତ ମିଛର ଖେଳ (ବ୍ୟଙ୍ଗ ଗଳ୍ପ)
  • ପୁରାଣ ତତ୍ତ୍ବ ବିମର୍ଶ
  • ପୁରାଣ ତତ୍ତ୍ବ ଶାସ୍ତ୍ର
  • ପ୍ରାଚୀ ମାହାତ୍ମ୍ୟ
  • ଶ୍ରୀ ଚଣ୍ଡୀ ତତ୍ତ୍ବ ମାନସ
  • ପୁରାଣ ଜ୍ଞାନ ସଞ୍ଚୟନ
  • ପରଂବ୍ରହ୍ମ ଶ୍ରୀଜଗନ୍ନାଥ ও ନବକଳେବର ଲୀଳା
  • ଆମ ଶରୀର ଓ ସ୍ୱାସ୍ଥ୍ୟ

ସମ୍ମାନ

ସମ୍ପାଦନା
  • ଅର୍କପ୍ରଜ୍ଞା ସମ୍ମାନ ୨୦୨୪[]
  • ୧୯୮୫-୮୬ରେ ଆୟୋଜିତ ସର୍ବ-ଭାରତୀୟ ଆଧ୍ୟାତ୍ମିକ ସମ୍ମେଳନରେ ତତ୍ତ୍ୱ ସରସ୍ୱତୀ ସମ୍ମାନ
  • ୧୯୭୬ରେ ଯଦୁମଣି ସାରସ୍ୱତ ସମ୍ମାନ
  • ଜନଶିକ୍ଷା ଲେଖକ ସମ୍ମାନ
  • ମହାଚାର୍ଯ୍ୟ ବୃହସ୍ପତି ସମ୍ମାନ
  • ନୀଳାଚଳ ମାଧୁରୀ ସମ୍ମାନ
  • ସାହିତ୍ୟ ରତ୍ନ ସମ୍ମାନ
  • ସୁବର୍ଣ୍ଣ ଜୟନ୍ତୀ ସମ୍ମାନ
  • ରାଷ୍ଟ୍ରଦୀପ ଗଳ୍ପ ସମ୍ମାନ
  • ୨୦୧୨ - ରାଜଧାନୀ ପୁସ୍ତକମେଳା ପୁରସ୍କାର ସତ ମିଛର ଖେଳ ପାଇଁ[]
  • ପୂର୍ବାଶା ସାହିତ୍ୟ ସମ୍ମାନ
  • ସନ୍ଥ ଅରକ୍ଷିତ ଦାସ ସମ୍ମାନ
  • ଧନ୍ୱନ୍ତରୀ ସମ୍ମାନ
  • ପ୍ରାଚୀ ଗୌରବ ସମ୍ମାନ
  • ପଠାଣି ସାମନ୍ତ ସାହିତ୍ୟ ସମ୍ମାନ