ଟୁ ଲେଟ୍

୨୦୨୩ ଓଡ଼ିଆ କଥାଚିତ୍ର

ଟୁ ଲେଟ୍ - ଘର ସହ ମଉସା ଫ୍ରୀ ୨୦୨୩ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅନୁପମ ପଟ୍ଟନାୟକ ଓ ବର୍ଷା ପଟ୍ଟନାୟକ । ନନ୍ଦଲାଲ ମହାପାତ୍ର ଓ ମାନସ ପଡ଼ିହାରୀ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଏହି କଥାଚିତ୍ରଟି କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତକାର ଅନୁରାଗ ପଟ୍ଟନାୟକ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଟୁ ଲେଟ୍ - ଘର ସହ ମଉସା ଫ୍ରୀ
ନିର୍ଦ୍ଦେଶକଅନୁପମ ପଟ୍ଟନାୟକ
ପ୍ରଯୋଜକଅନୁପମ ପଟ୍ଟନାୟକ
ବର୍ଷା ପଟ୍ଟନାୟକ
ସଂଳାପନନ୍ଦଲାଲ ମହାପାତ୍ର
ମାନସ ପଡ଼ିହାରୀ
ଚିତ୍ରନାଟ୍ୟନନ୍ଦଲାଲ ମହାପାତ୍ର
ମାନସ ପଡ଼ିହାରୀ
କାହାଣୀଅନୁପମ ପଟ୍ଟନାୟକ
କଳାକାରଦ୍ୱୀପନ୍ୱିତ ଦାଶମହାପାତ୍ର
ଅରୋଶିକ୍ତା ମିଶ୍ର
ଚୌଧୁରୀ ଜୟପ୍ରକାଶ ଦାସ
ଶକ୍ତି ବରାଳ
ସଙ୍ଗୀତଅନୁରାଗ ପଟ୍ଟନାୟକ
ଚିତ୍ରଗ୍ରହଣଦୀପକ କୁମାର
ସମ୍ପାଦକସବ୍ୟସାଚୀ ମିଶ୍ର
ମୁକ୍ତିଲାଭ ତାରିଖ
୪ ଜୁନ ୨୦୨୩
କଥାଚିତ୍ରର ସମୟ
୧୫୦ ମିନିଟ
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦ୍ୱୀପନ୍ୱିତ ଦାଶମହାପାତ୍ର ଓ ଅରୋଶିକ୍ତା ମିଶ୍ର । ଚୌଧୁରୀ ଜୟପ୍ରକାଶ ଦାସ, ଶକ୍ତି ବରାଳ, ରବି ମିଶ୍ର, ସ୍ୱାଗତିକା ମହାନ୍ତି, ମାଷ୍ଟର ସାଇ, ସୁନନ୍ଦା ପରିଡ଼ା, ଉଦିତଗୁରୁ ମହାପାତ୍ର, ରାକ୍ଷୀ ଦାଶ, ରାକେଶ ପରିଡ଼ା, ଦେବାନନ୍ଦ ସୋନି, ଦେବଦତ୍ତ ନନ୍ଦ, ନିରଞ୍ଜନ ଆଚାର୍ଯ୍ୟ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]

ଏହି କଥାଚିତ୍ରଟି ୨୦୨୩ ମସିହାର ଜୁନ ୪ ତାରିଖରେ ତରଙ୍ଗ ଟିଭିତରଙ୍ଗ ପ୍ଲସରେ ମୁକ୍ତିଲାଭ କରିଥିଲା ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅନୁରାଗ ପଟ୍ଟନାୟକ । ଜଗବନ୍ଧୁ ସାହୁ, ସୁମିତ ପଣ୍ଡା, ରିଷଭ ପ୍ରତୀକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସତ୍ୟଜିତ ପ୍ରଧାନ, ଅନ୍ତରା ଚକ୍ରବର୍ତ୍ତୀ, ଅଭିଜିତ ମଜୁମଦାର, ସ୍ୱୟମ ପାଢ଼ୀ, ରିଷଭ ପ୍ରତୀକ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୧]

ଗୀତ ସମ୍ପାଦନା

କ୍ରମଗୀତକବିଗାୟକସମୟ
1."ହସ ତୋ ମହୁ ରସ"ଜଗବନ୍ଧୁ ସାହୁସତ୍ୟଜିତ ପ୍ରଧାନ, ଅନ୍ତରା ଚକ୍ରବର୍ତ୍ତୀ 

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "ପରଦାରେ 'ଘରଭଡ଼ା'". No. ଭୁବନେଶ୍ୱର. 4 June 2023. p. ୧୮. Archived from the original on 26 September 2023. Retrieved 26 September 2023.

ବାହାର ଆଧାର ସମ୍ପାଦନା