ଟମ୍ ୟୁମ୍ଟମ୍ ୟାମ୍ (ଇଂରାଜୀ ଭାଷାରେ Tom yum ବା tom yam[୩], ଥାଇ ଭାଷାରେ ต้มยำ) ଏକ ରାଗ ଓ ଖଟା ଥାଇ ସୁପ୍ ।[୩] ଏହି ସୁପ୍ ପ୍ରସ୍ତୁତିରେ ସାଧାରଣତଃ ଚିଙ୍ଗୁଡ଼ି ବ୍ୟବହାର କରାଯାଏ ।[୪] ଟମ୍ ୟୁମ୍ ସୁପ୍‍ର ସୃଷ୍ଟି ଥାଇଲାଣ୍ଡରୁ ।

ଟମ୍ ୟୁମ୍‍
ଟମ୍ ୟାମ୍‍
ଥାଇଲାଣ୍ଡର ବ୍ୟାଂକ୍ ସହରର ଏକ ଭୋଜନାଳୟରେ ପରଶାଯାଇଥିବା ଟମ୍ ୟୁମ୍ କୁଂଗ୍
ପ୍ରକାରସୁପ୍
ପରଷାମଧ୍ୟାହ୍ନ ଓ ରାତ୍ର ଭୋଜନ
ମୂଳ ସ୍ଥାନକେନ୍ଦ୍ରୀୟ ଥାଇଲାଣ୍ଡ[୧][୨]
ଅଞ୍ଚଳ ବା ରାଜ୍ୟଦକ୍ଷିଣ-ପୂର୍ବ ଏସିଆ
ସମ୍ବନ୍ଧିତ ଜାତୀୟ ଖାଦ୍ୟଥାଇ ରାନ୍ଧଣା
ପରଷିବା ଉତ୍ତାପଗରମ ଅବସ୍ଥାରେ
ମୁଖ୍ୟ ଉପାଦାନବ୍ରଥ୍, ଶତବେଧୀ, କାଫିର୍ ଲେମ୍ବୁ ପତ୍ର, ଗାଲାଙ୍ଗଲ୍, ଲେମ୍ବୁ ରସ, ମାଛରୁ ପ୍ରସ୍ତୁତ ସସ୍, ଲଙ୍କା

ଟମ୍ ୟାମ୍ ନାମ ଦୁଇଟି ଥାଇ ଶବ୍ଦ ଟମ୍ୟାମ୍‍କୁ ନେଇ ଗଠିତ । ଟମ୍ ଶବ୍ଦର ଅର୍ଥ ହେଲା ଫୁଟିବା (ଗରମ କରିବା) ଓ ୟାମ୍ ଶବ୍ଦର ଅର୍ଥ ହେଲା ମିଶ୍ରିତ । ଟମ୍ ୟୁମ୍ ସୁପ୍‍ର ରାଗ ଓ ଖଟା ସ୍ୱାଦ ସ୍ୱତନ୍ତ୍ର ଏବଂ ଏହାର ବ୍ରଥ୍ ପ୍ରସ୍ତୁତ କରିବା ପାଇଁ ବହୁ ପ୍ରକାରର ସୁଗନ୍ଧିତ ମସଲା ଓ ପତ୍ର ଇତ୍ୟାଦି ଉପାଦାନ ବ୍ୟବହୃତ ହୋଇଥାଏ । ଏହି ସୁପରେ ଶତବେଧି, କାଫିର୍ ଲେମ୍ବୁ ପତ୍ର, ଗାଲାଙ୍ଗଲ୍, ଲେମ୍ବୁ ରସ, ମାଛର ସସ୍ ଓ କୁଟା ହୋଇଥିବା ଲାଲ୍ ଥାଇ ଲଙ୍କା ଆଦି ବ୍ୟବହୃତ ହୋଇଥାଏ ।

ବ୍ୟାବସାୟିକ ଦୃଷ୍ଟିରୁ ବର୍ତ୍ତମାନ ସମୟରେ ବଜାରରେ ଯେଉଁ ଟମ୍ ୟୁମ୍ ବଟା ମସାଲା ମିଳେ, ସେଥିରେ ସମସ୍ତ ଉପାଦାନକୁ ମିଶାଇ ବାଟି ତେଲରେ ଛାଣି ପ୍ରସ୍ତୁତ କରାଯାଏ । ତା’ ପରେ ସେଥିରେ ଅନ୍ୟ ସଂରକ୍ଷଣକାରୀ ଉପାଦାନ ମିଶାଇ ବୋତଲରେ ବନ୍ଦ କରି ବିକ୍ରୟ କରାଯାଏ । ତଟକା ପ୍ରସ୍ତୁତ ହୋଇଥିବା ଓ ବୋତଲ ମସଲା ବ୍ୟବହାର କରି ପ୍ରସ୍ତୁତ ହୋଇଥିବା ଟମ୍ ୟୁମ୍ ସୁପ୍‍ର ସ୍ୱାଦରେ ଯଥେଷ୍ଟ ଭିନ୍ନତା ରହିଥାଏ । ଏହି ସୁପ୍ ପ୍ରସ୍ତୁତି ସମୟରେ ଏଥିରେ ଚିଙ୍ଗୁଡ଼ି କିମ୍ବା ଘୁଷୁରୀ ଓ କୁକୁଡ଼ା ମାଂସ ମଧ୍ୟ ମିଶାଯାଏ ।

ପ୍ରସ୍ତୁତି ପ୍ରଣାଳୀ ସମ୍ପାଦନା

ଖଟା ଓ ମସଲା ଭରା ଉପାଦାନରେ ଟମ୍ ୟୁମ୍ ସୁପ୍ ପ୍ରସ୍ତୁତ ହୁଏ । ଏହି ସୁପ୍ ପାଇଁ ଆବଶ୍ୟକ ବଟା ମସଲାକୁ ନାମ୍ ଫ୍ରିକ୍ ପାଓ କୁହନ୍ତି ।[୫] ଏହି ମସଲାରେ ପାଣି, ବିଭିନ୍ନ ପତ୍ର, ବୁଟି, ମାଂସ ଆଦି ମିଶାଇ ଫୁଟାଯାଏ । ଲଙ୍କା, ଶାଲଟ୍ ପିଆଜ, ରସୁଣ ଇତ୍ୟାଦିଙ୍କୁ କୋଇଲା ଚୁଲିର ନିଆଁ ଧାସରେ ସିଝାଇ ତା’ ପରେ ବାଟି ନାମ୍ ଫ୍ରିକ୍ ପାଓ ପ୍ରସ୍ତୁତ ହୁଏ ।[୬]

ଟମ୍ ୟୁମ୍ ସୁପରେ ଅଧିକାଂଶରେ ଚିଙ୍ଗୁଡ଼ି କିମ୍ବା ଘୁଷୁରୀ ମାଂସ ମିଶାଯାଏ । ନଦୀର ମଧୁର ଜଳ ଚିଙ୍ଗୁଡ଼ି ବ୍ୟବହାର କରି ପ୍ରସ୍ତୁତ ହେଉଥିବା ଟମ୍ ୟୁମ୍ ସୁପ୍‍କୁ ‘’ଟମ୍ ୟୁମ୍ ଗୂଙ୍ଗ୍’’ କହିଥାନ୍ତି ।

ଟମ୍ ୟୁମ୍‍ର ବ୍ରଥରେ ମିଶାଯାଉଥିବା ଆବଶ୍ୟକୀୟ ଉଦ୍ଭିଦଜାତୀୟ ବା ବୁଟି ଉପାଦାନ ହେଲେ ଶତବେଧି, ଗାଲାଙ୍ଗଲ୍, କାଫିର୍ ଲେମ୍ବୁ ପତ୍ର ।[୫] ଥାଇ ଲଙ୍କା, ଛତୁ, ଧନିଆ ପତ୍ର, ବିଲାତି ବାଇଗଣ, ମିଠା ଧଳା ପିଆଜ, ଲେମ୍ବୁ ରସ, ଚିନି ଓ ମାଛ ସସ୍ ପ୍ରଭୃତି ମଧ୍ୟ ଏହି ସୁପ୍ ପାଇଁ ଆବଶ୍ୟକୀୟ ଉପାଦାନ ।[୫] ଟମ୍ ୟୁମ୍ ସୁପରେ ନଡ଼ିଆ କ୍ଷୀର ବ୍ୟବହାର କଲେ ତାହାକୁ ଟମ୍ ୟୁମ୍ ନାମ୍ ଖୋନ୍ କୁହନ୍ତି ।

ବିବିଧ ଟମ୍ ୟୁମ୍ ସୁପ୍ ସମ୍ପାଦନା

 
ଟମ୍ ୟାମ୍ କୁଂଗ୍ ମାଫ୍ରାଓ ଅନ୍ ନାମ୍ ଖୋନ୍ (ଉତ୍ତରାଦିତ, ଥାଇଲାଣ୍ଡରେ ଉଠାଯାଇଥିବା ଚିତ୍ର) । ମାଫ୍ରାଓ ଅନ୍ ଅର୍ଥ ହେଲା ପଇଡ଼ର କଅଁଳ ନଡ଼ିଆ ବା ଲାଳି ଓ ନାମ୍ ଖୋନ୍ ଅର୍ଥ ହେଲା ନଡ଼ିଆ କ୍ଷୀର ।
 
ଟମ୍ ୟାମ୍ ସୁପ୍‍ର ବଟା ପାଇଁ ଆବଶ୍ୟକୀୟ ଉପାଦାନର ପୁଡ଼ା ବା ବିଡ଼ା ପ୍ରସ୍ତୁତ କରି ଥାଇ ବଜାରରେ ବିକ୍ରି କରାଯିବାର ଚିତ୍ର । କୁକୁଡ଼ା ମାଂସ ଟମ୍ ୟାମ୍ ସୁପ୍ ପ୍ରସ୍ତୁତ କରିବା ପାଇଁ ଶତବେଧି, ଗାଲାଙ୍ଗଲ୍, ଲେମ୍ବୁ ପତ୍ର, ଗୋଟା ହଳଦି ଇତ୍ୟାଦି ଏହି ଚିତ୍ରରେ ପ୍ରଦର୍ଶିତ ।
ବିଭିନ୍ନ ଟମ୍ ୟୁମ୍ ସୁପ୍‍ର ନାମ ଓ ବିଶେଷତା
ଟମ୍ ୟାମ୍ ସୁପ୍‍ର ପ୍ରକାର ବିବରଣୀ ଓ ସ୍ୱାତନ୍ତ୍ର୍ୟ
ଟମ୍ ୟାମ୍ ନାମ୍ ସାଇ (ต้มยำน้ำใส) ସାମାନ୍ୟ ମୌଳିକ ଟମ୍ ୟାମ୍ ସୁପ୍‍ର ବ୍ରଥ୍ (କ୍ଲିୟର୍ ସୁପ୍)[୭]
ଟମ୍ ୟାମ୍ ନାମ୍ ଖୋନ୍ (ต้มยำน้ำข้น) ଏହି ଟମ୍ ୟୁମ୍ ସୁପ୍‍ର ସୃଷ୍ଟି ନିକଟ ଅତୀତରେ (୧୯୮୦ ଦଶନ୍ଧିରେ) ହୋଇଛି ।[୮] ଚିଙ୍ଗୁଡ଼ି ଏହି ସୁପ୍‍ର ବିଶେଷତ୍ୱ । କ୍ଷୀର କିମ୍ବା କ୍ରିମର୍ କ୍ଷୀର[୮] ସହିତ ଚିଙ୍ଗୁଡ଼ି ଓ ସୁପ୍‍ର ବ୍ରଥ୍ ମିଶାଇ ଏହା ପ୍ରସ୍ତୁତ କରାଯାଏ ।
ଟମ୍ ୟାମ୍ କାଥି (ต้มยำกะทิ) ନଡ଼ିଆ କ୍ଷୀର ମିଶ୍ରିତ ଟମ୍ ୟାମ୍ ସୁପ୍ । ଏହି ସୁପ୍ ଓ ''ଟମ୍ ଖା ଗାଇ'' (କୁକୁଡ଼ା ମାଂସ, ଗାଲାଙ୍ଗା ସୁପ୍) ସମାନ ବୋଲି ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥାଏ । ଟମ୍ ଖା ଗାଇରେ ନଡ଼ିଆ କ୍ଷୀର ସହ ଗାଲାଙ୍ଗଲ୍ ଅଧିକ ମାତ୍ରାରେ ବ୍ୟବହାର କରାଯାଏ ।
ଟମ୍ ୟାମ୍ କୁଂଗ୍ (ต้มยำกุ้ง) ଏହି ଟମ୍ ୟୁମ୍ ସୁପ୍ ପର୍ଯ୍ୟଟକମାନଙ୍କ ମଧ୍ୟରେ ବେଶ ଆଦୃତ ଓ ଏହାର ବିଶେଷ ଉପାଦାନ ହେଲା ଚିଙ୍ଗୁଡ଼ି ।[୯] ରାତ୍ତାନାକୋସିନ ସାମ୍ରାଜ୍ୟ ସମୟରେ ଏହି ସୁପ୍‍ର ସୃଷ୍ଟି ।[୧୦]
ଟମ୍ ୟାମ୍ ପ୍ଲା (ต้มยำปลา) ପାରମ୍ପରିକ ଭାବେ ମାଛ ପଡ଼ିଥିବା ଏହି ମୌଳିକ ସୁପ୍‍କୁ ଭାତ ସହିତ ଖିଆଯାଇଥାଏ । ଥାଇଲାଣ୍ଡରେ ପର୍ଯ୍ୟଟନର ବିକାଶ ଓ ପ୍ରସାର ପୂର୍ବରୁ ଏହି ସୁପ୍ ଲୋକଙ୍କ ଗହଣରେ ଅଧିକ ଲୋକପ୍ରିୟ ଥିଲା । ଥାଇଲାଣ୍ଡର ସମୁଦ୍ର, ହ୍ରଦ, ନଦୀ, କେନାଲ ଇତ୍ୟାଦିରୁ ତଟକା ମାଛ ମିଳୁଥିବାରୁ ଓ ମାଛର ଚାହିଦା ନିୟନ୍ତ୍ରିତ ଥିବାରୁ ଏହି ସୁପ୍ ଅଧିକ ଲୋକପ୍ରିୟ ଥିଲା । ଅଧିକ କଠିନ ମାଂସ ଥିବା ମାଛ ଯାହାକୁ ପାଣିରେ ଫୁଟାଇଲେ ସହଜରେ ଭାଙ୍ଗେନାହିଁ ତାହା ଏହି ସୁପ୍ ପାଇଁ ଅଧିକ ପ୍ରଯୁଜ୍ୟ ।[୧୧]
ଟମ୍ ୟାମ୍ ଗାଇ (ต้มยำไก่) ଏହି ସୁପ୍‍ର ବିଶେଷ ଉପାଦାନ ହେଲା କୁକୁଡ଼ା ମାଂସ ।[୧୨]
ଟମ୍ ୟାମ୍ ପୋ ଟେକ୍ (ต้มยำโป๊ะแตก) କିମ୍ବା ଟମ୍ ୟାମ୍ ଥାଲେ (ต้มยำทะเล) ଏହି ସୁପରେ ବିଭିନ୍ନ ସାମୁଦ୍ରିକ ଜୀବ, ଚିଙ୍ଗୁଡ଼ି, ସ୍କ୍ୱିଡ୍, ଶାମୁକା, ମାଛ ଖଣ୍ଡ ଇତ୍ୟାଦି ପଡ଼େ ।[୧୩]
ଟମ୍ ୟାମ୍ କୁଂଗ୍ ମାଫ୍ରାଓ ଅନ୍ ନାମ୍ ଖୋନ୍ (ต้มยำมะพร้าวอ่อนน้ำข้น) ଘୁଷୁରୀ ମାଂସ ପଡ଼ିଥିବା ଏହି ଟମ୍ ୟୁମ୍ ସୁପରେ ନଡ଼ିଆ କ୍ଷୀର ଓ ପଇଡ଼ରେ ଥିବା କଅଁଳ ଅପରିପକ୍ୱ ନଡ଼ିଆ ବା ଲାଳି ମଧ୍ୟ ମିଶାଯାଏ ।
ଟମ୍ ୟାମ୍ ଖା ମୁ (ต้มยำขาหมู), ଘୁଷୁରୀ ଗୋଡ଼ର ପଡ଼ିଥିବା ଏହି ସୁପ୍‍କୁ ବହୁ ସମୟ ପର୍ଯ୍ୟନ୍ତ କମ୍ ଜାଳରେ ଫୁଟାଇ ପ୍ରସ୍ତୁତ କରାଯାଇଥାଏ ।[୧୪]


ଆଜିକାଲି ଟମ୍ ୟୁମ୍ ସୁପରେ ଛତୁ, କଟା ଧନିଆ ପତ୍ର ପରି ଉପାଦାନ ମଧ୍ୟ ବ୍ୟବହୃତ ହେଉଛି । କେହି କେହି ଗାଢ଼ କମଳା ରଙ୍ଗ ବା ରାଗ ପାଇଁ ସୁପରେ ଥାଇ ଲଙ୍କାର ଚଟଣି ନାମ୍ ଫ୍ରିକ୍ ଫାଓ (น้ำพริกเผา) ମଧ୍ୟ ମିଶାଇଥାନ୍ତି ।

ଅନ୍ୟ ମସଲାଯୁକ୍ତ ଓ ଖଟା ସୁପ୍ ସମ୍ପାଦନା

ଥାଇଲାଣ୍ଡ ବାହାରେ ଟମ୍ ଖ୍ଲୋଂଗ୍ (ต้มโคล้ง) ସୁପ୍ ବିଷୟରେ ଅଳ୍ପ ଲୋକଙ୍କୁ ଜଣାଥିବ । ଏହି ସୁପରେ ଖଟାପଣ ଲେମ୍ବୁ ରସ ନୁହେଁ ବରଂ ତେନ୍ତୁଳି ଯୋଗୁଁ ଆସିଥାଏ ।[୧୫] ଟମ୍ ସୋମ୍ (ต้มส้ม) ସୁପ୍ ମଧ୍ୟ ଟମ୍ ୟୁମ୍ ସୁପ୍ ପରି କିନ୍ତୁ ସେଥିରେ ଶତବେଧି ଓ କାଫିର୍ ଲେମ୍ବୁ ପତ୍ର ପକାଯାଏ ନାହିଁ । ଟମ୍ ସୋମ୍‍ର ବିଭିନ୍ନ ପ୍ରକାରରେ ଖଟାପଣ ସେଥିରେ ପଡ଼ିଥିବା ଲେମ୍ବୁ ରସ ବା ତେନ୍ତୁଳିର ମାତ୍ରା ଉପରେ ନିର୍ଭର କରିଥାଏ ।[୧୬][୧୭]

ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Tom Yum Gai – Suwanee's Kitchen". Chiang Rai Times. Archived from the original on 4 July 2019. Retrieved 18 January 2016.
  2. "The homemade hot sour soup that packs a punch". whitsunday coast guardian. Archived from the original on 28 September 2017. Retrieved 28 September 2017.
  3. ୩.୦ ୩.୧ ଛାଞ୍ଚ:OED
  4. "Tom Yam Kung : Not only tasty but with medicinal properties - Thiaways". thaiwaysmagazine.com. Archived from the original on 1 ଫେବୃଆରୀ 2016. Retrieved 18 ଡିସେମ୍ବର 2015.
  5. ୫.୦ ୫.୧ ୫.୨ "Tom Yum Soup Recipe (ต้มยำกุ้ง) - Authentic Thai Style". Thai Street Food, Restaurants, and Recipes | Eating Thai Food (in ଆମେରିକୀୟ ଇଂରାଜୀ). 15 August 2014. Retrieved 26 April 2017.
  6. "Thai Roasted Chili Paste Nahm Prik Pao) Recipe - Food.com". Retrieved 26 April 2017.
  7. "Overview of Tom Yum soup from late 19th-century Siam to present day Thailand". Thaifoodmaster (in ଆମେରିକୀୟ ଇଂରାଜୀ). Retrieved 25 January 2017.
  8. ୮.୦ ୮.୧ "Ancient Siamese Recipe for Tom Yum Soup with Snakehead Fish, Roasted Chili Jam and Green Mango (First Published in 1890) (Dtohm Yam Bplaa Chaawn, ต้มยำปลาช่อนแบบโบราณ อย่างหม่อมซ่มจีน ราชานุประพันธุ์ ร.ศ.๑๐๙)". Thaifoodmaster (in ଆମେରିକୀୟ ଇଂରାଜୀ). 25 January 2017. Retrieved 25 January 2017.
  9. "Tom Yam Kung". thaiwaysmagazine.com. Retrieved 27 February 2015.
  10. "Tom Yam Kung Recipe, Hot and Sour Soup with Shrimp". thaifoodmaster.com. Retrieved 4 March 2010.
  11. "Spicecuisine.com". spicecuisine.com. Archived from the original on 14 February 2015. Retrieved 27 February 2015.
  12. "Merry's Kitchen – Sour and Spicy Chicken Soup (Tom Yam Kai)". melroseflowers.com. Retrieved 27 February 2015.
  13. "Spicecuisine.com". spicecuisine.com. Archived from the original on 27 February 2015. Retrieved 27 February 2015.
  14. "ต้มยำขาหมู". YouTube. 10 March 2011. Retrieved 27 February 2015.
  15. "Allthaifood.com". www.allthaifood.com. Retrieved 6 April 2018.
  16. "Clay's Kitchen : Tam Ra Ahan Thai (Thai Recipes) ตำราอาหารไทย". panix.com. Retrieved 27 February 2015.
  17. "Clay's Kitchen : Tam Ra Ahan Thai (Thai Recipes) ตำราอาหารไทย". panix.com. Retrieved 27 February 2015.

ଅନ୍ୟାନ୍ୟ ଲିଂକ୍ ସମ୍ପାଦନା