ଝାରବନ୍ଧ
ଝାରବନ୍ଧ, ଭାରତୀୟ ରାଜ୍ୟ ଓଡ଼ିଶାର ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡର ଏକ ସହର ।
Jharbandh
ଝାରବନ୍ଧ झारबन्ध | |
---|---|
small city | |
Country | India |
State | ଓଡ଼ିଶା |
District | ବରଗଡ଼ |
Elevation | 265 m (869 ft) |
Population (2001) | |
• Total | ୩,୯୧୬ |
Languages | |
Time zone | UTC+5:30 (IST) |
PIN | 768042 |
ଯାନବାହାନ ପଞ୍ଚୀକରଣ | OD |
Website | odisha |
ଭୌଗୋଳିକ ଅବସ୍ଥିତି
ସମ୍ପାଦନାଝାରବନ୍ଧର ଅବସ୍ଥିତି 21°02′N 82°28′E / 21.03°N 82.47°E । ଏହା ସମୁଦ୍ରପତ୍ତାନଠାରୁ ହାରାହାରି ୮୬୯ ଫୁଟ ଉପରେ ଅବସ୍ଥିତ । ଏହାଜିଲ୍ଲା ମୁଖ୍ୟାଳୟ ବରଗଡ଼ଠାରୁ ୧୩୨ କିଲୋମିଟର ଦୂରରେ ଅବସ୍ଥିତ । ଏହା ପଦ୍ମପୁର ଉପଖଣ୍ଡର ଏକ ବ୍ଲକ ଅଞ୍ଚଳ ହେବା ସହ ଏହାର ଦୁରତ୍ୱ ପଦ୍ମପୁରଠାରୁ ୫୬ କିଲୋମିଟର । ଏହି ଅଞ୍ଚଳ ବର୍ଷା ଜଳ ଉପରେ ସର୍ବଦା ନିର୍ଭରଶୀଳ ଓ ଚିର ମରୁଡିଗ୍ରସ୍ତ । ଗନ୍ଧମର୍ଦନ ପର୍ବତ ଏଠାରୁ ୩୨ କିଲୋମିଟର ଦୁରବର୍ତୀ । ନୃସିଂହନାଥ ପର୍ବତ ଏହା ନିକଟସ୍ଥ ଦର୍ଶନୀୟ ସ୍ଥାନ ।
ଜନସଂଖ୍ୟା
ସମ୍ପାଦନା୨୦୧୧ ମସିହା ଜନଗଣନାରେ ଝରବନ୍ଧର ଜନସଂଖ୍ୟା ୬,୬୯୯ ଥିଲା । ଏଠି ମଧ୍ୟରୁ ପୁରୁଷ ସଂଖ୍ୟା ୧୮୧୩ ଥିଲା ବେଳେ ମହିଳା ସଂଖ୍ୟା ୧୮୫୬ ଥିଲା । ଝାରବନ୍ଧର ସାକ୍ଷରତା ହାର ୭୪.୧୭% ଯାହା ଜାତୀୟ ହାରଠାରୁ ଅଧିକ । ୬ ବର୍ଷରୁ କମ ସଂଖ୍ୟା ୪୨୮ ରହିଥିଲା । ଝାରବନ୍ଧରେ ଅନୁସୂଚିତ ଜାତିର ଲୋକ ସଂଖ୍ୟା ୪୬୫ ଓ ଅନୁସୂଚିତ ଉପଜାତିର ଲୋକ ୫୧୮ ସଂଖ୍ୟା ଥିଲା । ଶ୍ରମଜୀବୀଙ୍କ ସଂଖ୍ୟା ୧୬୫୫ ରହିଥିଲା ।[୧]
ରାଜନୀତି
ସମ୍ପାଦନାଝାରବନ୍ଧ ସହର ପଦ୍ମପୁର ବିଧାନ ସଭା ମଣ୍ଡଳୀ ମଧ୍ୟରେ ରହିଛି । ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳର ବିଜୟ ରଞ୍ଜନ ସିଂ ବରିହା ଏଠାରୁ ନିର୍ବାଚିତ ହୋଇଥିଲେ ।[୨]
ଆଧାର
ସମ୍ପାଦନା- ↑ http://www.census2011.co.in/data/village/379906-jharbandh-orissa.html
- ↑ "Shri Bijaya Ranjan Singh Bariha". odishaassembly.nic.in. odisha assembly. Retrieved 29 August 2019.