ଝସକେତନ ସାହୁ
ଝସକେତନ ସାହୁ (୬ ଜୁଲାଇ ୧୯୩୧ - ୨ ମଇ ୧୯୮୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରଜନୀତିରେ ଜନତା ପାର୍ଟି ଓ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଓ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୭୧ ଓ ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଝାରସୁଗୁଡ଼ା ଓ ସମ୍ବଲପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ ଓ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଝସକେତନ ସାହୁ | |
---|---|
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୭ – ୧୯୮୦ | |
ପୂର୍ବ ଅଧିକାରୀ | ଶ୍ରୀବଲ୍ଲଭ ପାଣିଗ୍ରାହୀ |
ପର ଅଧିକାରୀ | ଅଶ୍ୱିନୀ କୁମାର ଗୁରୁ |
ନିର୍ବାଚନ ମଣ୍ଡଳୀ | ସମ୍ବଲପୁର |
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୧ – ୧୯୭୩ | |
ପୂର୍ବ ଅଧିକାରୀ | ମୂରାରୀ ପ୍ରସାଦ ମିଶ୍ର |
ପର ଅଧିକାରୀ | ଶୈରିନ୍ଦ୍ରୀ ନାୟକ |
ନିର୍ବାଚନ ମଣ୍ଡଳୀ | ଝାରସୁଗୁଡ଼ା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୬ ଜୁଲାଇ ୧୯୩୧ |
ମୃତ୍ୟୁ | ୨ ମଇ ୧୯୮୨ | (ବୟସ ୫୦)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଜନତା ପାର୍ଟି |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଭାରତୀୟ ଜାତୀୟ କଂଗ୍ରେସ (ଆର୍) |
ଜୀବନ ସାଥୀ | ଦୁତିକା ସାହୁ |
ବାପା/ବୋଉ | ମନ ସାହୁ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାଝସକେତନ ୧୯୩୧ ମସିହାର ଜୁଲାଇ ମାସ ୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମନ ସାହୁ ଓ ପତ୍ନୀଙ୍କ ନାମ ଦୁତିକା ସାହୁ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ଏମ୍.ବି.ବି.ଏସ୍. ।[୨]
ରାଜନୈତିକ ଜୀବନ
ସମ୍ପାଦନାଝସକେତନ ଓଡ଼ିଶା ରାଜନୀତିରେ ଜନତା ପାର୍ଟି ଓ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୭୭ ମସିହାରୁ ୧୯୮୦ ମସିହାଯାଏଁ ସେ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୨]
ମୃତ୍ୟୁ
ସମ୍ପାଦନାଝସକେତନ ସାହୁ ୧୯୮୨ ମସିହାର ମଇ ମାସ ୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁବେଳକୁ ତାଙ୍କୁ ୫୦ ବର୍ଷ ବୟସ ହୋଇଥିଲା ।
ଆଧାର
ସମ୍ପାଦନା- ↑ "LIST OF MEMBERS OF ODISHA LEGISLATIVE ASSEMBLY (1951–2004)" (PDF). ODISHA REFERENCE ANNUAL: 458. 2011. Archived from the original (PDF) on 2 October 2020. Retrieved 29 August 2020.
- ↑ ୨.୦ ୨.୧ ୨.୨ "Shri Jhasketan Sahu". odishaassembly.nic.in. Odisha Assembly. Retrieved 2 September 2020.