ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ

ପୂର୍ବ ଭାରତର ଏକ ମେଡ଼ିକାଲ କଲେଜ


ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ବା ଏସ.ସି.ବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ (ବଡ଼ମେଡ଼ିକାଲ ନାମରେ ମଧ୍ୟ ଜଣା) ଓଡ଼ିଶାର ତଥା ସମଗ୍ର ପୂର୍ବ ଭାରତର ଏକ ପୁରାତନ ଓ ଅଗ୍ରଣୀ ଭେଷଜ ମହାବିଦ୍ୟାଳୟ। ଏହା କଟକ ସହରର ମଙ୍ଗଳବାଗ ଅଞ୍ଚଳରେ ୮୭.୩୨ ଏକର ପରିମିତ ପରିସରରେ ଅବସ୍ଥିତ। ମୟୂରଭଞ୍ଜର ରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଙ୍କ ଉଦ୍ୟମ ଓ ଅର୍ଥ ସହାୟତା ଯୋଗୁଁ ଏହା ପ୍ରତିଷ୍ଠା ହୋଇଥିବାରୁ, ଏହି ମହାବିଦ୍ୟାଳୟଟି ତାଙ୍କ ନାମରେ ନାମିତ ହୋଇଛି ।

ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ
ଏସ.ସି.ବି. ମେଡିକାଲ
ଶ୍ରୀ ରାମଚନ୍ଦ୍ର ଭଞ୍ଜ (ଏସ ସି ବି) ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ
ଲକ୍ଷ୍ୟକ୍ଷୀପ୍ର ଉଚ୍ଚତର ଦୃଢ଼ (Citius, Altius, Fortius‌)
ପ୍ରତିଷ୍ଠା୧ଜୁନ ୧୯୪୪
ପ୍ରକାରସରକାରୀ
ସଭାପତିଦୀପକ କୁମାର ସାମଲ
ତଳସ୍ନାତକ୨୫୦ (ଭେଷଜ) , ୫୦(ଦନ୍ତ )
ସ୍ନାତକୋତ୍ତର୧୦୮ (୨୧ଟି ବିଭାଗରେ)
ଗବେଷକ ଛାତ୍ର୬ (୪ଟି ବିଭାଗରେ)
ଅବସ୍ଥାନକଟକ, ଓଡ଼ିଶା, ଭାରତ
20°28′23″N 85°53′28″E / 20.473°N 85.891°E / 20.473; 85.891
ପରିସରନଗର
ଅନୁବନ୍ଧନଭାରତୀୟ ଭେଷଜ କାଉନସିଲ (ଏମ. ସି. ଆଇ.)
ୱେବସାଇଟscbmch.ac.in
ଏସ୍.ସି.ବି ମେଡିକାଲ କଲେଜର ମୁଖ୍ୟ ଦ୍ୱାର(2021 ପୂର୍ବରୁ)
ପ୍ଲାଟିନମ ଜ୍ୟୂବଲି 2021 ନୂଆ ମୁଖ୍ୟ ଫାଟକ

ଇତିହାସ ସମ୍ପାଦନ କରନ୍ତୁ

୧୮୭୫ ମସିହାରେ 'ଓଡ଼ିଶା ମେଡିକାଲ ସ୍କୁଲ' ପ୍ରତିଷ୍ଠା କରିଥିଲେ ବ୍ରିଟିଶ ସରକାର। ଏହାର କାର୍ଯ୍ୟକାରିତା ଟି.ରେଭେନ୍ସା ନେଇଥିଲେ। ପରବର୍ତ୍ତୀ ସମୟରେ ମୟୁରଭଞ୍ଜର ରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବ ଏହାର ନବୀକରଣ କଲେ। ୧୯୫୧ ମସିହାରେ ତାଙ୍କର ଏହି ଅବଦାନ ନିମନ୍ତେ ସରକାର ଏହାର ନାମକୁ ଶ୍ରୀରାମ ଚନ୍ଦ୍ରଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ନାମରେ ନାମିତ କରିଥିଲେ। ୨୦୨୧ ଏହାର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ପ୍ଲାଟିନମ୍ ଜ୍ୟୁବଲି ପାଳିତ ହୋଇଥିଲା ।

 
ଏସ୍ ସି ବିମେଡିକାଲ୍ ୨ଟି ପୁରୁଣା ଫୋଟୋ

ଆହୁରି ଦେଖନ୍ତୁ ସମ୍ପାଦନ କରନ୍ତୁ

ଆଧାର ସମ୍ପାଦନ କରନ୍ତୁ

ବାହାର ଆଧାର ସମ୍ପାଦନ କରନ୍ତୁ

scbmch.ac.in