ଜ୍ୟୋତିନ୍ଦ୍ର ନାଥ ମିତ୍ର
ଓଡ଼ିଆ ରାଜନୀତିଜ୍ଞ
(ଜ୍ୟୋତିନ୍ଦ୍ରନାଥ ମିତ୍ରରୁ ଲେଉଟି ଆସିଛି)
ଜ୍ୟୋତିନ୍ଦ୍ର ନାଥ ମିତ୍ର (ଜନ୍ମ: ୩୦ ଅକ୍ଟୋବର ୧୯୫୧) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ଜ୍ୟୋତିନ୍ଦ୍ର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୦୦, ୨୦୦୪ ଓ ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଖୋର୍ଦ୍ଧା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ଶ, ୧୩ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜ୍ୟୋତିନ୍ଦ୍ର ନାଥ ମିତ୍ର | |
---|---|
ବିଧାୟକ: ୧୨ଶ, ୧୩ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୦ – ୨୦୦୯ | |
ପୂର୍ବ ଅଧିକାରୀ | ଦିଲ୍ଲୀପ ଶ୍ରୀଚନ୍ଦନ |
ପର ଅଧିକାରୀ | ରାଜେନ୍ଦ୍ର କୁମାର ସାହୁ |
ନିର୍ବାଚନ ମଣ୍ଡଳୀ | ଖୋର୍ଦ୍ଧା |
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୧୯ – ଏବେଯାଏଁ | |
ପୂର୍ବ ଅଧିକାରୀ | ରାଜେନ୍ଦ୍ର କୁମାର ସାହୁ |
ନିର୍ବାଚନ ମଣ୍ଡଳୀ | ଖୋର୍ଦ୍ଧା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୩୦ ଅକ୍ଟୋବର ୧୯୫୧ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ମମତା ଦେ (ମାଆ) |
ବାପା/ବୋଉ | ଶ୍ୟାମ ମାଧବ ମିତ୍ର (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାଜ୍ୟୋତିନ୍ଦ୍ର ନାଥ ମିତ୍ର ୧୯୫୧ ମସିହାର ଅକ୍ଟୋବର ମାସ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ଶ୍ୟାମ ମାଧବ ମିତ୍ର ଓ ପତ୍ନୀଙ୍କ ନାମ ମମତା ଦେ ।[୧] ତାଙ୍କର ଶିକ୍ଷାଗତ ଯୋଗ୍ୟତା ବିଜ୍ଞାନରେ ସ୍ନାତକ ।[୧]
ରାଜନୈତିକ ଜୀବନ
ସମ୍ପାଦନାଜ୍ୟୋତିନ୍ଦ୍ର ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।[୧]