ଜାକିର ହୁସେନ (ତବଲା ବାଦକ)

ଭାରତୀୟ ତବଲା ବାଦକ, ସଙ୍ଗୀତଜ୍ଞ

ଜାକିର ହୁସେନ ଆଲ୍ଲାରଖା କ୍ୟୁରେସି (୯ ମାର୍ଚ୍ଚ ୧୯୫୧ – ୧୫ ଡିସେମ୍ବର ୨୦୨୪) ଜଣେ ଭାରତୀୟ ତବଲା ବାଦକ, ସଙ୍ଗୀତ ନିର୍ଦ୍ଦେଶକ, ସଙ୍ଗୀତ ପ୍ରଯୋଜକ ଓ ଅଭିନେତା ଥିଲେ । ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତକୁ ବିଶ୍ୱବିଦିତ କରିବାରେ ତାଙ୍କର ବଳିଷ୍ଠ ଭୂମିକା ରହିଥିଲା । ସେ ତବଲା ବାଦକ ଆଲ୍ଲାରଖା ଖାଁଙ୍କର ଜ୍ୟେଷ୍ଠ ପୁତ୍ର ଥିଲେ । ସେ ସଙ୍ଗୀତରେ ୪ଟି ଗ୍ରାମୀ ପୁରସ୍କାର ଜିତିଥିଲେ ।[] [] ଭାରତ ସରକାରଙ୍କଦ୍ୱାରା ସେ ପଦ୍ମ ଶ୍ରୀ(୧୯୮୮) , ପଦ୍ମ ଭୂଷଣ(୨୦୦୨) ,ପଦ୍ମ ବିଭୂଷଣ(୨୦୨୩) ଓ କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ସମ୍ମାନ (୧୯୯୦) ରେ ସମ୍ମାନୀତ ହୋଇଥିଲେ ।

ଜାକିର ହୁସେନ
Background information
ଜନ୍ମ ସମୟରେ ନାମଜାକିର ହୁସେନ କ୍ୟୁରେସି
ଜନ୍ମ(1951-03-09)୯ ମାର୍ଚ୍ଚ ୧୯୫୧
ବମ୍ବେ, ଭାରତ
ଜନ୍ମସ୍ଥାନମୁମ୍ବାଇ, ମହାରାଷ୍ଟ୍ର, ଭାରତ
ମୃତ୍ୟୁ୧୫ ଡିସେମ୍ବର ୨୦୨୪(2024-12-15) (ବୟସ ୭୩)
ସାନଫ୍ରାନ୍ସିସ୍କୋ, କାଲିଫର୍ଣ୍ଣିଆ, ଯୁକ୍ତରାଷ୍ଟ୍ର ଆମେରିକା
ଶୈଳୀହିନ୍ଦୁସ୍ତାନୀ ଶାସ୍ତ୍ରୀୟ, ଜାଜ ଫ୍ୟୁଜନ
ପେଷାତବଲା ବାଦକ ଓ ଅଭିନେତା
ବାଦ୍ୟଯନ୍ତ୍ରତବଲା
କାର୍ଯ୍ୟକାଳ୧୯୬୩- ୨୦୨୪
ଲେବଲଏଚ ଏମ ଭି
ୱେବସାଇଟZakirhussain.com

ଜାକିର ସାତ ଥର ଗ୍ରାମୀ ପୁରସ୍କାରପାଇଁ ମନୋନୀତ ହୋଇ, ୪ଥର ଏହି ପୁରସ୍କାର ଜିତିଥିଲେ[] ଓ ତନ୍ମଧ୍ୟରୁ କେବଳ ୨୦୨୪ ମସିହାରେ ୩ଟି ପୁରସ୍କାର ଜିତିଥିଲେ । [][]

Ud. Zakir Hussain and Pt. Niladri Kumar, SSF-2022, Nazrul Mancha Kolkata
ଉସ୍ତାଦ ଜାକିର ହୁସେନ ଓ ପଣ୍ଡିତ ନୀଳାଦ୍ରୀ କୁମାର କଲିକତାର ନଜରୁଲ ମଞ୍ଚରେ ଏକାଠି ପ୍ରଦର୍ଶନ କରୁଥିବା ସମୟରେ

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

ସମ୍ପାଦନା

ଜାକିର ୧୯୫୧ ମସିହା ମାର୍ଚ୍ଚ ମାସ ୯ ତାରିଖରେ ମୁମ୍ବାଇରେ ତବଲା ବାଦକ ଆଲ୍ଲାରଖାଙ୍କର ଜ୍ୟେଷ୍ଠ ପୁତ୍ର ରୂପେ ଜନ୍ମଗ୍ରହଣ କରିଥିଲେ ।[][] ସେ ମୁମ୍ବାଇର ମାହିମଠାରେ ଥିବା ସେଣ୍ଟ ମାଇକେଲ୍ ହାଇସ୍କୁଲ ଓ ସେଣ୍ଟ ଜାଭିୟର କଲେଜରୁ ଶିକ୍ଷାଲାଭ କରିଥିଲେ ।[]

ସଙ୍ଗୀତ ଜୀବନ

ସମ୍ପାଦନା
 
କୋଣାର୍କଠାରେ ଜାକିର ତବଲାବାଦନ କରୁଥିବା ଅବସରରେ

ଜାକିର, ଜର୍ଜ ହାରିସନଙ୍କର ୧୯୭୩ର ଆଲବମ ଲିଭିଂ ଇନ୍ ଦ ମାଟେରିଆଲ ୱାର୍ଲଡ଼ଜନ ହାଣ୍ଡିଙ୍କର ୧୯୭୩ ମସିହାର ଆଲବମ ହାର୍ଡ଼ ୱାର୍କରେ ତବଲାବାଦନ କରିଥିଲେ । ସେ ଭନ ମୋରିସନଙ୍କର ୧୯୭୯ ମସିହାର ଆଲବମ ଇଣ୍ଟୁ ଦ ମ୍ୟୁଜିକ, ଆର୍ଥ, ଉଇଣ୍ଡ ଆଣ୍ଡ ଫାୟାରଓ ୧୯୮୩ ମସିହାର ପାୱାର ଲାଇଟରେ ତବଲାବାଦନ କରିଥିଲେ ।[]

ଜାକିରଙ୍କ ସହ ୧୯୬୦ ଦଶକରୁ ପରିଚିତମିକି ହାର୍ଟ[] ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଆସିଥିବ ଡ୍ରମ ବାଦକମାନଙ୍କୁ ନେଇ ତିଆରି ହୋଇଥିବା ଆଲବମ ପ୍ଲାନେଟ ଡ୍ରମରେ ତବଲା ବଜାଇବାକୁ ଆମନ୍ତ୍ରଣ କରିଥିଲେ । ଏଥି ଆଲବମରେ ହୁସେନଙ୍କ ବ୍ୟତୀତ ଭାରତରୁ ଭିକ୍କୁ ବିନୟକ୍ରମ ମଧ୍ୟ ଅଂଶଗ୍ରହଣ କରିଥିଲେ । ପ୍ରଥମ ପ୍ଲାନେଟ ଡ୍ରମ ଭାଗ-୧ ୧୯୯୧ ମସିହାରେ ରାଇକୋଡିସ୍କ ଲେବଲରେ ପରିବେଷିତ ହୋଇଥିଲା ଓ ୧୯୯୨ ମସିହାରେ ଶ୍ରେଷ୍ଠ ମ୍ୟୁଜିକ ଆଲବମ ଭାବରେ ଗ୍ରାମୀ ପୁରସ୍କାର ଜିତିଥିଲା ।[][୧୦] ପ୍ଲାନେଟ ଡ୍ରମର ୧୫ ବର୍ଷ ପୂର୍ତ୍ତୀ ଅବସରରେ ମିକି ହାର୍ଟ, ଜାକିର ହୁସେନ, ସିକିରୁ ଆଡ଼େପୋଜୁଜିଓଭାନି ହିଡାଲ୍ଗୋ ପୁନଶ୍ଚ ଗ୍ଲୋବାଲ ଡ୍ରମ ପ୍ରୋଜେକ୍ଟ ଆଲବମରେ ଏକାଠି ହୋଇଥିଲେ । ଏହି ଆଲବମଟି ୨୦୦୯ ମସିହାରେ ୫୧ତମ ଗ୍ରାମୀ ପୁରସ୍କାର ଜିତିଥିଲା ।[୧୧]

୧୯୯୯ ମସିହାରେ ମାଲୟାଲାମ ଚଳଚ୍ଚିତ୍ରରେ ବାନପ୍ରସ୍ଥମରେ ଜାକିର ଜଣେ ସଙ୍ଗୀତ ନିର୍ଦ୍ଦେଶକ, ବାଦକ ଓ ଉପଦେଷ୍ଟା ଭାବରେ କାର୍ଯ୍ୟ କରିଥିଲେ । ଏହି ଚଳଚ୍ଚିତ୍ରଟି ୧୯୯୯ ମସିହାର କାନ୍ସ ଚଳଚ୍ଚିତ୍ର ଉତ୍ସବ, ଲସ ଆଞ୍ଜେଲ୍ସ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବକୁ ପୁରସ୍କାର ପାଇଁ ମନୋନୀତ ହୋଇଥିଲା ଏବଂ ୨୦୦୦ ମସିହାରଇସ୍ତାନବୁଲ ଚଳଚ୍ଚିତ୍ର ଉତ୍ସବ, ମୁମ୍ବାଇ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ ସମେତ ୨୦୦୦ ମସିହାରେ ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପୁରସ୍କୃତ ହୋଇଥିଲା । [୧୨][୧୩][୧୪][ଆଧାର ଲୋଡ଼ା] ଜାକିର ବହୁ ଚଳଚ୍ଚିତ୍ରରେ ତବଲାବାଦନ କରିଥିଲେ । ସେଥି ମଧ୍ୟରୁ ଇନ କଷ୍ଟୋଡ଼ି, ଇସ୍ମାଇଲ ମର୍ଚ୍ଚାଣ୍ଟଙ୍କର ଦ ମିଷ୍ଟିକ ମାସେୟର, ଫ୍ରାନ୍ସିସ କୋପାଲାଙ୍କର ଆପୋକାଲିପ୍ସୋ ନାଓ, ବର୍ଣ୍ଣାଡ଼ୋ ବର୍ସୋଲୁସିଙ୍କର ଲିଟିଲ ବୁଦ୍ଧ ଅନ୍ୟତମ ।[୧୫][୧୬]

ସେ ବହୁ ଚଳଚ୍ଚିତ୍ରରେ ଅଭିନୟ ମଧ୍ୟ କରିଥିଲେ । ସେଥି ମଧ୍ୟରୁ ଜାକିର ଆଣ୍ଡ ହିଜ ଫେଣ୍ଡ୍ସ[୧୭] ଦ ସ୍ପିକିଂ ହାଣ୍ଡ : ଜାକିର ହୁସେନ ଆଣ୍ଡ ଦ ଆର୍ଟ ଅଫ ଇଣ୍ଡିଆନ ଡ୍ରମ[୧୮] ଅନ୍ୟତମ । ୧୯୮୩ ମସିହାର ଚଳଚ୍ଚିତ୍ର ହିଟ ଆଣ୍ଡ ଡଷ୍ଟରେ ସେ ଇନ୍ଦର ଲାଲ ଚରିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ସେ ସହାୟକ ସଙ୍ଗୀତ ନିର୍ଦ୍ଦେଶକ ମଧ୍ୟ ଥିଲେ ।[୧୯] ସେ ବିଲ ଲସୱେଲଙ୍କର ତବଲା ବିଟ ସାଇନ୍ସ ନାମକ ମ୍ୟୁଜିକ ଗୋଷ୍ଠୀର ପ୍ରତିଷ୍ଠାତା ସଦସ୍ୟ ଥିଲେ ।[୨୦] ୨୦୧୬ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ବାରାକ ଓବାମା ତାଙ୍କୁ ଆନ୍ତର୍ଜାତିକ ଜାଜ୍ ଦିବସରୁ [ହ୍ୱାଇଟ ହାଉସ]]ରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରିଥିଲେ ।[୨୧] ଜାକିର ହୁସନେଙ୍କର ତବଲାକୁ ହରିଦାସ ଭାଟକର ୧୮ବର୍ଷ ଧରି ତିଆରି କରୁଥିଲେ ।[୨୨] ହରିଦାସ କହିଥିଲେ ଯେ, କେବଳ ଜାକିରଙ୍କ ପାଇଁ ତବଲା ତିଆରି କରିବା ପାଇଁ ସେ ତବଲା ତିଆରି କୌଶଳ ଶିଖିଥିଲେ ।[୨୨]

ଲେଖିକା ନସିର ମୁନୀ କବୀରଙ୍କ ସହିତ ସାକ୍ଷାତକାରରେ ଜାକିର ହୁସେନ କରିଥିଲେ ଯେ "ସେ କୌଣସି ବ୍ୟକ୍ତିଗତ ଅନୁଷ୍ଠାନ, କର୍ପୋରେଟ ଇଭେଣ୍ଟ ବା ବିବାହ ଅନୁଷ୍ଠାନରେ ତବଲା ବଜାନ୍ତି ନାହିଁ । କାରଣ ସେଠାରେ ଲୋକମାନେ ମଜା କରିବାକୁ ବା ଖିଆପିଆ କରିବାକୁ ଆସନ୍ତି । ସଙ୍ଗୀତ ସେହି ଅନୁଷ୍ଠାନରେ ପରିବେଷିତ ହେବା ଉଚିତ, ଯେଉଁଠାରେ କେବଳ ସଙ୍ଗୀତ ହିଁ ଏକମାତ୍ର ଆକର୍ଷଣ ହୋଇଥାଏ । ଏହି ଉପାଖ୍ୟାନକୁ ନସିର ମୁନୀ କବୀର ନିଜ ପୁସ୍ତକ ଜାକିର ହୁସେନ: ଏ ଲାଇଫ ଇନ୍ ମ୍ୟୁଜିକରେ ଲେଖିଛନ୍ତି । [୨୨]

ଜାକିରଙ୍କ ଜୀବନୀ

ସମ୍ପାଦନା

ଲେଖିକା ନସିର ମୁନୀ କବୀର, ଜାକିରଙ୍କ ସହିତ ୨୦୧୬-୨୦୧୭ରେ ହୋଇଥିବା ୧୫ଟି ସାକ୍ଷାତକାରକୁ ପର୍ଯ୍ୟବେସିତ କରି, ଏକ ପୁସ୍ତକ ରଚନା କରିଥିଲେ । ପୁସ୍ତକଟିର ନାମ ଥିଲା ଜାକିର ହୁସେନ: ଏ ଲାଇଫ ଇନ୍ ମ୍ୟୁଜିକ୍ । ଏହା ୨୦୧୮ ମସିହାରେ ପ୍ରକାଶିତ ହୋଇଥିଲା । ଏଥିରେ ଜାକିରଙ୍କ ବ୍ୟକ୍ତିଗତ ଜୀବନ, ତାଙ୍କ ତବଲା ଶିକ୍ଷା ଓ ଜଣେ ସଙ୍ଗୀତଜ୍ଞ ହେବାର ଯାତ୍ରା ଲେଖାଯାଇଛି ।[୨୨]

ବ୍ୟକ୍ତିଗତ ଜୀବନ

ସମ୍ପାଦନା

ଜାକିର, କଥକ ନୃତ୍ୟାଙ୍ଗନା ଆଣ୍ଟୋନିଆ ମିନେକୋଲାଙ୍କୁ ବିବାହ କରିଥିଲେ । ଆଣ୍ଟୋନିଆ ତାଙ୍କର ମାନେଜର ଭୂମିକା ମଧ୍ୟ ନିଭାଇଥିଲେ ।[୨୩] ସେମାନଙ୍କର ଆନିଶା କ୍ୟୁରେସି ଓ ଇସାବେଲା କ୍ୟୁରେସି ନାମରେ ୨ଟି ଝିଅ ଅଛନ୍ତି । ଆନିଶା ଜଣେ ଚଳଚ୍ଚିତ୍ର ନିର୍ମାତ୍ରୀ ଓ ଇସାବେଲା ନୃତ୍ୟ ଶିକ୍ଷାରତ ଛାତ୍ରୀ ।[୨୪]

ଜାକିରଙ୍କର ତୌଫିକ କ୍ୟୁରେସିଫଜଲ କ୍ୟୁରେସି ନାମରେ ୨ ଭାଇ ଅଛନ୍ତି । ଉଭୟ ତବଲା ଓ ଅନ୍ୟ ତାଳବାଦ୍ୟ ବଜାନ୍ତି । ତାଙ୍କର ତୃତିୟ ଭାଇ ମୁନାୱରଙ୍କର ଏକ କୁକୁର କାମୁଡ଼ାରେ ମୃତ୍ୟୁ ଘଟିଥିଲା ।[୨୨] ତାଙ୍କ ଭଉଣୀ ବିଲିକିସଙ୍କର ଜାକିର ଜନ୍ମହେବା ଆଗରୁ ପରଲୋକ ଘଟିଥିଲା । ତାଙ୍କ ଅନ୍ୟ ଜଣେ ଭଉଣୀଙ୍କର ମୋତିଆବିନ୍ଦୁ ଅପରେସନରେ ପରଲୋକ ଘଟିଥିଲା । ଖୁର୍ସିଦ ନାମରେ ତାଙ୍କର ଅନ୍ୟ ଜଣେ ଭଉଣୀ ଅଛନ୍ତି । [୨୨]

ପ୍ରିନ୍ସଟନ ବିଶ୍ୱବିଦ୍ୟାଳୟରେ ସେ ୨୦୦୫-୨୦୦୬ ମସିହାରେ ଜଣେ ସଙ୍ଗୀତ ପ୍ରଫେସର ଭାବରେ କାମ କରିଥିଲେ ଓ ତାଙ୍କୁ ସେଠାରେ ଓଲ୍ଡ ଡୋମିନିୟନ ଫେଲୋ ନାମରେ ସମ୍ବୋଧନ କରାଯାଉଥିଲା ।[୨୫]ସେ ଷ୍ଟାନଫୋର୍ଡ଼ ବିଶ୍ୱବିଦ୍ୟାଳୟରେ ମଧ୍ୟ ଶିକ୍ଷାଦାନ କରିଥିଲେ ।[୨୬] ମୁମ୍ବାଇ ବିଶ୍ୱବିଦ୍ୟାଳୟ ତରଫରୁ ତାଙ୍କୁ ୨୦୨୨ ମସିହା ମେ ମାସରେ ଡକ୍ଟର ଅଫ ଲ ଭାବରେ ସମ୍ମାନୀତ କରାଯାଇଥିଲା ।[୨୭]

ମୃତ୍ୟୁ

ସମ୍ପାଦନା

ଜାକିରଙ୍କ ୨୦୨୪ ମସିହାରେ ଡିସେମ୍ବର ୧୫ ତାରିଖଦିନ ଆମେରିକାର ସାନ ଫ୍ରାନସିସ୍କୋ ସହରରେ ୭୩ ବର୍ଷ ବୟସରେ ପରଲୋକ ଘଟିଥିଲା ।[୨୮][୨୯][୩୦]

ତାଙ୍କ ମୃତ୍ୟୁ ପରେ ଶୋକବାର୍ତ୍ତାରେ ଅଲଜଜିରା ଟେଲିଭିଜନ ତାଙ୍କୁ ଇଣ୍ଡିଆନ ମ୍ୟୁଜିକ ଲିଜେଣ୍ଡ ବୋଲି ସମ୍ବୋଧନ କରିଥିଲା ।[୩୧] ବିବିସି ତରଫରୁ ତାଙ୍କୁ ବିଶ୍ୱର ଶ୍ରେଷ୍ଠତମ ତବଲା ବାଦକ ମଧ୍ୟରୁ ଜଣେ ବୋଲି କୁହାଯାଇଥିଲା ।[୩୦]ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତରେ କ୍ରାନ୍ତି ଆଣିଥିବା ଅସାଧାରଣ ବ୍ୟକ୍ତିତ୍ୱ ବୋଲି ସମ୍ବୋଧିତ କରିଥିଲେ ।[୩୦]

ସଙ୍ଗୀତରେ ଅବଦାନ

ସମ୍ପାଦନା
ଶିର୍ଷକ ତାରିଖ ସହଯୋଗୀ
ଇଭିନିଂ ରାଗାଜ୍ ୧୯୭୦ ବସନ୍ତ ରାୟ
ଶାନ୍ତି ୧୯୭୧
ରୋଲିଂ ଥଣ୍ଡର ୧୯୭୨ ମିକି ହାର୍ଟ
ଶକ୍ତି ଆଲବମ ୧୯୭୫ ଶକ୍ତି ବାଣ୍ଡ ଏବଂ ଜନ ମାକଲୌଲିନ
କରୁଣା ସୁପ୍ରିମ ୧୯୭୬ ଜନ ହାଣ୍ଡି ଏବଂ ଅଲି ଅକବର ଖାଁ
ହାର୍ଡ଼ ୱର୍କ ୧୯୭୬ ଜନ ହାଣ୍ଡି
ଏ ହାଣ୍ଡଫୁଲ ଅଫ ବିୟୁଟି ୧୯୭୬ ଶକ୍ତି ଏବଂ ଜନ ମାକଲୌଲିନ
ଦିଗ ଆଲବମ ୧୯୭୬ ଦିଗ ରିଦିମ ବ୍ୟାଣ୍ଡ
ନାଚୁରାଲ ଏଲିମେଣ୍ଟ୍ସ ୧୯୭୭ ଶକ୍ତି ଏବଂ ଜନ ମାକଲୌଲିନ
ମର୍ଣ୍ଣି ରାଗାଜ୍ ୧୯୭୯ ବସନ୍ତ ରାୟ
ହୁ ଇଜ ଟୁ ନୋ ୧୯୮୦ ଏଲ ଶଙ୍କର
ସଙ୍ଗ ଫର ଏଭ୍ରି ୱାନ ୧୯୮୫ ଏଲ ଶଙ୍କର
ମେକିଂ ମ୍ୟୁଜିକ 1987 ଜାନ ଗାର୍ବାରେକ, ଜନ ମାକଲୌଲିନ ଏବଂ ହରିପ୍ରସାଦ ଚୌରାଶିଆ
ତବଲା ଡୁଏଟ ୧୯୮୮ ଆଲ୍ଲାରଖା ଖାଁ
ବେଣୁ ୧୯୮୯ ହରିପ୍ରସାଦ ଚୌରାସିଆ
ଆଟ ଦ ଏଜ ୧୯୯୦ ମିକି ହାର୍ଟ
ମାଷ୍ଟ୍ରୋ ଚଏସ ସିରିଜ ୱାନ ୧୯୯୧ ଆଲ୍ଲାରଖା ଖାଁ
ପ୍ଲାନେଟ ଡ୍ରମ ୧୯୯୧ ମିକି ହାର୍ଟ
ହ୍ୱେନ ୱାର୍ଡ୍ସ ଡିସାପିୟର ୧୯୯୧ ଡେଭିଡ଼ ଟ୍ରାସଅଫ
ଫ୍ଲାଇଟ୍ସ ଅଫ ଇମ୍ପ୍ରୋଭାଇଜେସନ ୧୯୯୨
ସଙ୍ଗୀତ ସରତାଜ ୧୯୯୨
ଦ ୱାନ ଆଣ୍ଡ ଓନଲି ୧୯୯୨
ଜାକିର ହୁସେନ ଆଣ୍ଡ ରିଦିମ ଏକ୍ସପିରିଏନ୍ସ ୧୯୯୨
ମ୍ୟୁଜିକ ଅଫ ଡିଜର୍ଟ୍ସ ୧୯୯୩
ରାଜ ମଧୁୱନ୍ତି / ରାଜ ମିଶ୍ର ତିଲଙ୍ଗ ୧୯୯୩ ଶିବକୁମାର ଶର୍ମା
କନସର୍ଟ ଫର ପିସ ୧୯୯୩ ରବି ଶଙ୍କର
ଜଗ ଆଣ୍ଡ ରାଜେଶ୍ୱରୀ ୧୯୯୪
ଉସ୍ତାଦ ଅମଜାଦ ଅଲି ଖାନ & ଜାକିର ହୁସେନ ୧୯୯୪ ଅମଜାଦ ଅଲି ଖାନ
ଗୋଲ୍ଡେଅନ କ୍ରିଥିଜ କଲର୍ସ ୧୯୯୪ କୁନ୍ନକୁଡ୍ଡି ବୈଦନାଥନ
ରାଗ ଆବେରୀ ୧୯୯୫ ଶଙ୍କର
ମେଷ୍ଟ୍ରୋଜ ଚଏସ- ସିରିଜ ୨ ୧୯୯୫ ସୁଲତାନ ଖାନ
ୱର୍ଲଡ଼ ନେଟୱାର୍କ ସିରିଜ, ଭଲ୍ୟୁମ ୧ : ଇଣ୍ଡିଆ- ରାଗ ପୁର‍୍ୟ କଲ୍ୟାଣ ୧୯୯୫ ଶିବକୁମାର ଶର୍ମା
ଦ ଏଲିମେଣ୍ଟ୍ସ - ସ୍ପେସ ୧୯୯୬
ମିକି ହାର୍ଟଜ୍ ମିଷ୍ଟ୍ରି ବକ୍ସ ୧୯୯୬ ମିକି ହାର୍ଟ
କିରୱାନି ୧୯୯୭
ମ୍ୟାଜିକାଲ ମୋମେଣ୍ଟ୍ସ ଅଫ ରିଦିମ ୧୯୯୭
ଆଣ୍ଡ ଦ ରିଦିମ ଏକ୍ସିପେରିଏନ୍ସ ୧୯୯୮
ଏସେନ୍ସ ଅଫ ରିଦିମ' ୧୯୯୮
ନାଇଟ ସ୍ପିନର ୧୯୯୮ ଜର୍ଜ ବ୍ରୁକ୍ସ
ସୁପରଲିଙ୍ଗୁଆ ୧୯୯୮ ମିକି ହାର୍ଟ
ଫାୟାର ଡାନ୍ସ ୧୯୯୮ ପାର୍ଟ ମାର୍ଟିନୋ
ସେଭ୍ ଆୱାର ଚିଲଡ୍ରେନ ୧୯୯୮ ଫାରୋ ସାଣ୍ଡର୍ସ
ରିମେମ୍ବର ଶକ୍ତି ୧୯୯୯
ସ୍ପିରିଟ ଇଣ୍ଟୁ ସାଉଣ୍ଡ ୧୯୯୯ ମିକି ହାର୍ଟ
ରିମେମ୍ବର ଶକ୍ତି - ଦ ବିଲିଭର ୨୦୦୦ ରିମେମ୍ବର ଶକ୍ତି
ତାଳ ମାଟ୍ରିକ୍ସ ୨୦୦୦ ତବଲା ବିଟ୍ସ ସାଇନ୍ସ
ଗୋଲ୍ଡେନ ଷ୍ଟ୍ରିଙ୍ଗ୍ସ ଅଫ ଦ ସରୋଦ ୨୦୦୧ ଆଶିଷ ଖାନ
ରିମେମ୍ବର ଶକ୍ତି - ସଟରଡେ ନାଇଟ ଇନ୍ ବମ୍ବେ ୨୦୦୧ ରିମେମ୍ବର ଶକ୍ତି
ସିଲେକ୍ଟ୍ସ ଆଲବମ ୨୦୦୨
ସମିଟ ୨୦୦୨ ଜର୍ଜ ବ୍ରୁକ୍ସ
ଦ ବେଷ୍ଟ ଅଫ ମିକି ହାର୍ଟ: ଓଭର ଦ ଏଜ୍ ଆଣ୍ଡ ବ୍ୟାକ୍ ୨୦୦୨ ମିକି ହାର୍ଟ
ଲିଭ ଇନ୍ ସାନଫାନ୍ସିସ୍କୋ ଆଟ ଷ୍ଟର୍ଣ୍ଣ ଗ୍ରୋଭ ୨୦୦୨ ତବଲା ବିଟ୍ ସାଇନ୍ସ
ଉସ୍ତାଦ ମହମ୍ମଦ ଓମାର: ଭର୍ଚୁସୋ ଫ୍ରମ ଆଫଗାନିସ୍ତାନ ୨୦୦୨
ଏନର୍ଜି ୨୦୦୩
ଲିଭ୍ ଆଟ୍ ମାଇଲ୍ସ ଡେଭିସ ହଲ୍ ୮ ଜୁଲାଇ ୨୦୦୪ ରିମେମ୍ବର ଶକ୍ତି
ଲିଭ ଆଟ ୩୮ଥ୍ ମନ୍ଟ୍ରିକ୍ସ ଜାଜ୍ ଫେଷ୍ଟିଭାଲ୍ ୧୮ ଜୁଲାଇ ୨୦୦୪ ରିମେମ୍ବର ଶକ୍ତି
ପଞ୍ଜାବୀ ଧାମର ୨୦୦୪
ରାଗ ଚନ୍ଦ୍ରକୌନ୍ସ ୨୦୦୪
ସଙ୍ଗମ ୨୦୦୬ ଚାର୍ଲ୍ସ ଲଏଡ଼
ସୌଖ ୨୦୦୬ ଭି ସେଲ୍ଭଗଣେଶ ( ଜନ ମାକଲୌଲିନ, ଭିକ୍କୁ, ଶ୍ରୀନିବାସ)
ଗ୍ଲୋବାଲ ଡ୍ରମ ପ୍ରୋଜେକ୍ଟ ୨୦୦୭ ମିକି ହାର୍ଟ, ଇମ୍ରାନ ହୁସେନ, ଚନ୍ଦନ ଶର୍ମା, ଶିକିରୁ ଆଡେପୋଜୁ, ଜିଓଭାନି ହିଡାଲ୍ଗୋ
ଦ ମୋଲୋଡ଼ି ଅଫ ରିଦିମ୍ ୨୦୦୯ ବେଲା ଫ୍ଲେକ, ଏଜ୍ ମେୟେର
ବେଣୁ' ୨୦୧୧ ହରିପ୍ରସାଦ ଚୌରାସିଆ
ମିଷ୍ଟେରିୟମ ଟ୍ରେମେଣ୍ଡମ ୨୦୧୨ ମିକି ହାର୍ଟ ବ୍ୟାଣ୍ଡ
'ଗୁଡ଼ ହୋପ ୨୦୧୯ ଡେଭ୍ ହଲାଣ୍ଡ, କ୍ରିସ ପୋଟର
ଇଜ୍ ଦାଟ୍ ସୋ? ୨୦୨୦ ଜନ ମାକଲୌଲିନ, ଶଙ୍କର ମହାଦେବନ
ଇନ୍ ଦ ଗୃଭ (ପ୍ଲାନେଟ ଡ୍ରମ ଆଲବମ) ୨୦୨୨ ପ୍ଲାନେଟ ଡ୍ରମ
ଥିସ୍ ମୋମେଣ୍ଟ (ଶକ୍ତି ଆଲବମ) ୨୦୨୩ ଶକ୍ତି
ଆଜ ୱି ସ୍ପିକ ୨୦୨୩

[୩୨]

ବେଲା ଫେଲ୍କ, ଏଗର ମେୟେର ଏବଂ ରାକେଶ ଚୌରାସିଆ

[୩୩][୨୪]

ଅଭିନୀତ ଚଳଚ୍ଚିତ୍ର

ସମ୍ପାଦନା

ଚଳଚିତ୍ରରେ ସାଉଣ୍ଡ ଟ୍ର୍ରାକ

ସମ୍ପାଦନା

ସମ୍ମାନ ଓ ପୁରସ୍କାର

ସମ୍ପାଦନା
  • ପଦ୍ମ ଶ୍ରୀ ୧୯୮୮
  • ପଦ୍ମ ଭୂଷଣ ୨୦୦୨[୩୪][୩୫] and Padma Vibhushan in 2023.[୩୬]
  • ଇଣ୍ଡୋ-ଆମେରିକାନ ପୁରସ୍କାର ୧୯୯୦ [୩୭]
  • ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ୧୯୯୦ ( ପୁରସ୍କାର ପାଇଥିବା ସର୍ବକନିଷ୍ଠ ସଙ୍ଗୀତଜ୍ଞ )[୩୮]
  • ଶ୍ରେଷ୍ଠ ବିଶ୍ୱ ସଙ୍ଗୀତ ଆଲବମ ୧୯୯୨ ( ପ୍ଲାନେଟ ଡ୍ରମ )[୩୯] the Downbeat Critics' Poll for Best World Beat Album and the NARM Indie Best Seller Award for a World Music Recording.[୪୦]
  • ନେସନାଲ ହେରିଟେଜ ଫେଲୋସିପ ୧୯୯୯[]
  • ଓଲ୍ଡ ଡୋମିନିୟନ ଫେଲୋ[୪୧]
  • କାଲିଦାସ ସମ୍ମାନ ୨୦୦୬[୪୨]
  • ଗ୍ରାମୀ ମନୋନୟନ ୨୦୦୬ (ଗୋଲ୍ଡେନ ଷ୍ଟ୍ରିଙ୍ଗସ ଅଫ୍ ଦ ସରୋଦ)[୪୩]
  • ଶ୍ରେଷ୍ଠ ବିଶ୍ୱ ସଙ୍ଗୀତ ଓ ଶ୍ରେଷ୍ଠ ବିଶ୍ୱ ତାଳବାଦ୍ୟ ସମ୍ମାନ ୨୦୦୭ [୪୪]
  • ଗ୍ରାମୀ ସମ୍ମାନ ୨୦୦୯ (ଗ୍ଲୋବାଲ ଡ୍ରମ ପ୍ଫୋଜେକ୍ଟ ପାଇଁ)[]
  • ଗୁରୁ ଗଙ୍ଗାଧର ପ୍ରଧାନ ଜୀବନବ୍ୟାପି ସାଧନା ସମ୍ମାନ ୨୦୧୨[୪୫]
  • ପ୍ରେସିଡେଣ୍ଟସ ମେଡାଲ ଅଫ ଆର୍ଟସ ପାଇଁ ମନୋନୀତ ୨୦୧୬ (ସମର ଅଫ ୨୦୧୬)[୨୨]
  • ଜୀବନବ୍ୟାପି ସାଧନା ସମ୍ମାନ - ୨୦୧୭ (ସାନପ୍ରାନ୍ସିସ୍କୋ ଜାଜ ସେଣ୍ଟର)[୨୨]
  • ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ ୨୦୧୯[୨୨]
  • ଡକ୍ଟର ଅଫ ଲ - ୨୦୨୨ (ମୁମ୍ବାଇ ବିଶ୍ୱବିଦ୍ୟାଳୟ)[୨୭]
  • କାଇଟୋ ପୁରସ୍କାର ୨୦୨୨[୪୬]
  • ଗ୍ରାମୀ ସମ୍ମାନ ୨୦୨୪[୪୭][୪୮][୪୯]


  1. ୧.୦ ୧.୧ ୧.୨ "Artist: Zakir Hussain". Grammy.com. 2024. Archived from the original on 25 May 2024. Retrieved 15 June 2024.
  2. ୨.୦ ୨.୧ "Ustad Zakir Hussain Wins three Grammy Awards in different categories". Bru Times News (in ଇଂରାଜୀ). Archived from the original on 7 February 2024. Retrieved 7 February 2024.
  3. "Without harmony, we are nothing: Zakir Hussain wins 3 Grammy awards". Hindustan Times (in ଇଂରାଜୀ). 5 February 2024. Archived from the original on 6 February 2024. Retrieved 6 February 2024.
  4. ୪.୦ ୪.୧ "Zakir Hussain: North Indian Master Tabla Drummer". www.arts.gov. National Endowment for the Arts. n.d. Archived from the original on 5 July 2022. Retrieved December 30, 2020.
  5. "Zakir Hussain, Peerless Indian Tabla Player, Dies at 73" (in ଇଂରାଜୀ). 2024-12-16. Archived from the original on 2024-12-16. Retrieved 2024-12-16.
  6. "Zakir Hussain: His name spells magic on tabla". Hindustan Times (in ଇଂରାଜୀ). 30 September 2019. Archived from the original on 16 March 2022. Retrieved 16 March 2022.
  7. Jurek, Thom. "Zakir Hussain". allmusic.com. Allmusic.
  8. "The Tabla Master Who Jammed With The Grateful Dead". NPR.org. Archived from the original on 15 November 2017. Retrieved 15 November 2017.
  9. "The Global Drum Project". Planet Drum. Archived from the original on 25 February 2010.
  10. "Deconstructing 'world music' at the Grammys". Afrobeat Radio. 15 February 2010. Archived from the original on 28 June 2010. Retrieved 11 May 2010.
  11. "'Global Drum Project' featuring Zakir Hussain wins Grammy". Express India. 9 February 2009. Archived from the original on 8 April 2015. Retrieved 8 April 2015.
  12. "VANAPRASTHAM". Festival de Cannes (in ଆମେରିକୀୟ ଇଂରାଜୀ). Retrieved 2024-12-16.
  13. "Directorate of Film Festivals". web.archive.org. 2020-07-18. Archived from the original on 2020-07-18. Retrieved 2024-12-16.{{cite web}}: CS1 maint: bot: original URL status unknown (link)
  14. "FIPRESCI - Awards - 2000". archive.ph. 2012-07-30. Archived from the original on 2012-07-30. Retrieved 2024-12-16.{{cite web}}: CS1 maint: bot: original URL status unknown (link)
  15. Kumar, Anuj (2024-12-16). "Ustad Zakir Hussain tribute: Tabla loses its vibrant voice". The Hindu (in Indian English). ISSN 0971-751X. Retrieved 2024-12-16.
  16. Mukherjee, Vasudha (16 December 2024). "Who was tabla maestro Ustad Zakir Hussain?". Business Standard. Archived from the original on 16 December 2024. Retrieved 16 December 2024.
  17. Gates, Anita (2008). "Zakir and His Friends". Movies & TV Dept. The New York Times. Archived from the original on 2008-07-07.
  18. "The Speaking Hand: Zakir Hussain and the Art of the Indian Drum". Movies & TV Dept. The New York Times. 2008. Archived from the original on 2008-09-15.
  19. "Heat and Dust". Merchant Ivory Productions. Archived from the original on 8 May 2013. Retrieved 22 December 2012.
  20. "Tabla Beat Science". National Geographic Music. Archived from the original on 6 February 2009.
  21. "International Jazz Day". International Jazz Day (in ଆମେରିକୀୟ ଇଂରାଜୀ). 30 March 2016. Retrieved 2016-06-30.
  22. ୨୨.୦ ୨୨.୧ ୨୨.୨ ୨୨.୩ ୨୨.୪ ୨୨.୫ ୨୨.୬ ୨୨.୭ ୨୨.୮ Kabir, Nasreen (2018). Zakir Hussain: A Life in Music. Noida, Uttar Pradesh, India: HarperCollins Publisher India. ISBN 978-93-5277-049-6.
  23. "Bharatnatyam in Jeans". Little India. Archived from the original on 4 March 2016. Retrieved 8 April 2015.
  24. ୨୪.୦ ୨୪.୧ "Ustad Zakir Hussain". Cultural India. Archived from the original on 25 December 2018. Retrieved 31 December 2012.
  25. "Best Of Zakir Hussain – Tabla Samrat". Calcutta Music Blog. Archived from the original on 9 August 2011.
  26. "Zakir Hussain Shivkumar Sharma". Carnegie Hall. Archived from the original on 15 May 2008.
  27. ୨୭.୦ ୨୭.୧ "zakir hussain: Mu Confers Zakir Hussain With Doctorate". The Times of India (in ଇଂରାଜୀ). TNN. May 13, 2022. Archived from the original on 19 May 2022. Retrieved 2022-05-19.
  28. "Zakir Hussain, legendary Tabla virtuoso, dies at 73, confirms family". Hindustan Times. 16 December 2024. Retrieved 16 December 2024.
  29. Kim, Juliana (16 December 2024). "Zakir Hussain, legendary tabla virtuoso who defied genres, dies at 73". NPR. Retrieved 16 December 2024.
  30. ୩୦.୦ ୩୦.୧ ୩୦.୨ "Legendary Indian tabla player Zakir Hussain dies at 73". BBC news.
  31. "Indian music legend Zakir Hussain dies aged 73". Al Jazeera (in ଇଂରାଜୀ). Retrieved 2024-12-17.
  32. "Béla Fleck, Edgar Meyer, and Zakir Hussain Announce New LP 'As We Speak' with Rakesh Chaurasia". Relix. 3 March 2023. Retrieved March 3, 2023.
  33. "Zakir Hussain: Credits". AllMusic (in ଇଂରାଜୀ). Retrieved 2023-07-10.
  34. "Year wise list of recipients 1954-2014" (PDF). Ministry of Home Affairs (India). Archived from the original (PDF) on 15 ନଭେମ୍ବର 2016. Retrieved 22 ମାର୍ଚ୍ଚ 2016.
  35. "Padma Vibhushan for Rangarajan, Soli Sorabjee". The Hindu. 26 January 2002. Archived from the original on 19 July 2009. Retrieved 26 January 2002.
  36. "Padma Awards 2023 announced". www.pib.gov.in. Retrieved 2023-01-27.
  37. Hightower, Laura (n.d.). "Hussain, Zakir". Encyclopedia.com. Archived from the original on 15 June 2024. Retrieved 2024-06-15.
  38. "SNA: Awardees List". Sangeet Natak Academy. Archived from the original on 30 ମଇ 2015.
  39. "Album featuring Zakir Hussain wins Grammy for contemporary world music". The Times of India. 2009-02-09. ISSN 0971-8257. Archived from the original on 15 June 2024. Retrieved 2024-06-15.
  40. "Zakir Hussain". Drummerworld. 2023. Archived from the original on 15 June 2024. Retrieved 2024-06-15.
  41. "Zakir Hussain". Kennedy Center (in ଇଂରାଜୀ). February 25, 2011. Retrieved 2024-06-15.
  42. "Tabla maestro Ustad Zakir Hussain performs in Bhopal, India, Monday, Feb. 13, 2006. Hussain was conferred with Kalidas Samman by the Madhya Pradesh state government". Alamy.com (in ଇଂରାଜୀ). Retrieved 2024-06-15.
  43. "Artist: Aashish Khan". Grammy.com. 2024. Archived from the original on 15 June 2024. Retrieved 2024-06-15.
  44. "Zakir Hussain and Masters of Percussion". www.bucknell.edu (in ଇଂରାଜୀ). Retrieved 2024-06-15.
  45. "Spirit's triumph". The Hindu (in Indian English). 2013-02-28. ISSN 0971-751X. Retrieved 2024-06-15.
  46. "2022 Kyoto Prize Laureates: Zakir Hussain". kyotoprize.org. Inamori Foundation. 2022. Archived from the original on 17 June 2022. Retrieved 18 June 2022.
  47. "Shankar Mahadevan & Zakir Hussain Triumph at 2024 Grammy Awards with 'The moment' album". Bru Times News (in ଇଂରାଜୀ). Archived from the original on 5 February 2024. Retrieved 5 February 2024.
  48. "Grammy Awards 2024 winner Shakti: 5 things you need to know about Shankar Mahadevan and Zakir Hussain's fusion band". Hindustan Times (in ଇଂରାଜୀ). 5 February 2024. Archived from the original on 5 February 2024. Retrieved 5 February 2024.
  49. "Without harmony, we are nothing: Zakir Hussain wins 3 Grammy awards". Hindustan Times (in ଇଂରାଜୀ). 2024-02-05. Archived from the original on 6 February 2024. Retrieved 2024-02-06.