କୋଣାର୍କ
କୋଣାର୍କ ଓଡ଼ିଶାର ପୁରୀ ଜିଲ୍ଲାରେ ଅବସ୍ଥିତ ଏକ ସହର । ଏଠାରେ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ସ୍ଥାପିତ ସୂର୍ଯ୍ୟ ମନ୍ଦିର ଅବସ୍ଥିତ । ପୁରୀ ସହର ଠାରୁ ୩୨ କି.ମି. ଦୂରତାରେ ବଙ୍ଗୋପ ସାଗର କୂଳରେ ଅବସ୍ଥିତ। ଏହାର ଅବସ୍ଥିତ ସ୍ୱର୍ଣ୍ଣ ତ୍ରିଭୁଜର ଗୋଟିଏ ସୀମାରେ। ଏହା ବ୍ଲାକ ପାଗୋଡା ନାମରେ ବିଶ୍ୱ ବିଖ୍ୟାତ । [୧] ଏହି ସ୍ଥାନ ଭୁବନେଶ୍ୱରଠାରୁ ୬୫ କି.ମି. ଦୁରରେ ଅବସ୍ଥିତ । ଏଠାରେ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ସ୍ଥାପିତ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ରହିଅଛି । ଏହା ଚନ୍ଦ୍ରଭାଗା ଓ ବଙ୍ଗୋପସାଗର କୂଳରେ ଅବସ୍ଥିତ । କୋଣାର୍କରେ ବାର୍ଷିକ ନାଚ ଓ ଗୀତ ଉତ୍ସବ ପ୍ରତି ଡିସେମ୍ବର ମାସରେ ପାଳନ ହୁଏ । ଏଥିରେ ଅନେକ ଭାରତୀୟ ନାଚ ପ୍ରଦର୍ଶିତ ହୁଏ। କୋଣାର୍କ ଅର୍କ କ୍ଷେତ୍ର ନାମରେ ପୁରାଣ ପ୍ରସିଦ୍ଧ । ଏହା ମିତ୍ରବନ ଭାବେ ମଧ୍ୟ ପରିଚିତ ଥିଲା| [୨]
କୋଣାର୍କ | |
— ସହର — | |
ଦିଗବାରେଣି | 19°54′N 86°07′E / 19.90°N 86.12°ECoordinates: 19°54′N 86°07′E / 19.90°N 86.12°E |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଭାରତର ଜିଲାସବୁ | ପୁରୀ |
ଲୋକସଂଖ୍ୟା | ୧୫,୦୧୫ (2001[update]) |
ସମୟ ଜୋନ | ଆ.ଏସ.ଟି (ୟୁଟିସି +୫.୩୦) |
ପରିସୀମା |
• ୨ metres (୬.୬ ft) |
ବେବସାଇଟ | konark.nic.in http://www.konark.nic.in/ konark.nic.in |
କୋଣାର୍କ ସୂର୍ଯ୍ୟ ମନ୍ଦିରସମ୍ପାଦନ କରନ୍ତୁ
ଏହି ମନ୍ଦିରଟି ଗଢିଉଠିଥିଲା ଚନ୍ଦ୍ରଭାଗା ନଦୀ ଓ ବଙ୍ଗୋପସାଗରର ସଙ୍ଗମ ସ୍ଥଳରେ l ସେ ଯୁଗରେ ଏହା ଏକ ପୋତାଶ୍ରୟୀ ବନ୍ଦର ଥିଲା l ଏହାର ନାମଥିଲା କୋଣଗର l ବେଢାର ଦୈର୍ଘ୍ୟ ଓ ପ୍ରସ୍ଥ ଯଥାକ୍ରମେ ୮୫୭ ଓ ୫୪୦ଫୁଟ୍ l୧୩ ଫୁଟ୍ ଉଚ୍ଚ ପଥର ଚଟାଣ ଉପରେ ବିମାନ ଓ ଜଗମୋହନ ଗଢାହେଲା ରଥ ରୂପରେ l
ମନ୍ଦିରଟି କଳିଙ୍ଗ ସ୍ଥାପତ୍ୟ ନିୟମ ଅନୁଯାୟୀ ତିଆରି । ୧୨୩୮ ଠାରୁ ୧୨୬୪ଖ୍ରୀ.ଅ ମଧ୍ୟରେ ଓଡ଼ିଶାରେ ରାଜା ଲାଙ୍ଗୁଳା ନରସିଂହଦେବ ରାଜୁତୀ କରୁଥିଲେ l ସେ ସୂର୍ଯ୍ୟଙ୍କ ପୂଜାପାଇଁ ସୁନ୍ଦର ମନ୍ଦିରଟିଏ ତୋଳେଇବାକୁ ଇଛାକରିଥିଲେ l ରାଜାଙ୍କ ଆଦେଶରେ ରାଜ୍ୟର ଅନେକ କାରୀଗରଙ୍କ ମଧ୍ୟରୁ ୧୨୦୦ ଭଲ ଭଲ କାରୀଗରଙ୍କୁ ବଛାହେଇ ମନ୍ଦିରର କାମ ଆରମ୍ଭ ହୋଇଥିଲା l ମନ୍ଦିର ତିଆରିରେ ମୂଖ୍ୟ କାରିଗର ଥିଲେ ବିଶୁମହାରଣା l ସମୂଦ୍ରକୂଳ ଚନ୍ଦ୍ରଭାଗାନଦୀ ମୂହାଣରେ ମନ୍ଦିରର ଆରମ୍ଭ ହୋଇଥିଲା l ମନ୍ଦିରଟି ତିଆରିହେଲା ଏକ ରଥ ଆକାରରେ l ସେଥିରେ ସାତଟି ପଥର ଘୋଡା ଯୋଖା ହେଲା l ଏହାର ଚକ ସଂଖ୍ୟା ୨୪ ।
ଆଧାରସମ୍ପାଦନ କରନ୍ତୁ
- ↑ http://konark.nic.in/intro.htm. Official website.
- ↑ http://www.odisha.gov.in/portal/LIWPL/event_archive/Events_Archives/152Konark_Dance_Music_Festival_2010.pdf. 25th Konark Dance & Music festival
ଆଗକୁ ପଢ଼ିବେସମ୍ପାଦନ କରନ୍ତୁ
- G.C. Chauley, Sun Temple of Konark: History and Preservation ISBN 978-81-86867-73-0
ଅଧିକ ତଥ୍ୟସମ୍ପାଦନ କରନ୍ତୁ
- Government website for Konark
- Konark Sun Temple India Website
- Konark in the travel section of the New Indian Express
ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |