ଜଗନ୍ନାଥ ପଟ୍ଟନାୟକ

ଓଡ଼ିଆ ରାଜନୀତିଜ୍ଞ

ଜଗନ୍ନାଥ ପଟ୍ଟନାୟକ (ଜନ୍ମ: ୭ ଫେବୃଆରୀ ୧୯୪୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର ଏବଂ ଲୋକ ସଭାର ସାଂସଦ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନ ଏବଂ ୧୯୯୭ ମସିହାର ଉପ-ନିର୍ବାଚନରେ ସେ ନୂଆପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୬ଷ୍ଠ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୪ ଭାରତୀୟ ସାଧାରଣ ନିର୍ବାଚନରେ ସେ କଳାହାଣ୍ଡି ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୮ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।

ଜଗନ୍ନାଥ ପଟ୍ଟନାୟକ
Jagannath Patnaik.jpg
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା (ଉପ)
କାର୍ଯ୍ୟକାଳ
୨୦୧୯ – ଏବେଯାଏଁ
ପୂର୍ବ ଅଧିକାରୀଘାସିରାମ ମାଝି
ପର ଅଧିକାରୀବସନ୍ତ କୁମାର ପଣ୍ଡା
ନିର୍ବାଚନ ମଣ୍ଡଳୀନୂଆପଡ଼ା
ସାଂସଦ: ୮ମ ଲୋକ ସଭା
କାର୍ଯ୍ୟକାଳ
୧୯୮୪ – ୧୯୮୯
ନିର୍ବାଚନ ମଣ୍ଡଳୀକଳାହାଣ୍ଡି
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୭୭
ପୂର୍ବ ଅଧିକାରୀଘାସିରାମ ମାଝି
ପର ଅଧିକାରୀଘାସିରାମ ମାଝି
ନିର୍ବାଚନ ମଣ୍ଡଳୀନୂଆପଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1945-02-07) ୭ ଫେବୃଆରୀ ୧୯୪୫ (ବୟସ ୭୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀସାବିତ୍ରୀ ପଟ୍ଟନାୟକ
ବାପା/ବୋଉଚିନ୍ତାମଣି ପଟ୍ଟନାୟକ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷାସମ୍ପାଦନ କରନ୍ତୁ

ଜଗନ୍ନାଥ ପଟ୍ଟନାୟକ ୧୯୪୫ ମସିହାର ଫେବୃଆରୀ ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଚିନ୍ତାମଣି ପଟ୍ଟନାୟକ ଓ ପତ୍ନୀଙ୍କ ନାମ ସାବିତ୍ରୀ ପଟ୍ଟନାୟକ ।[୧]

ରାଜନୈତିକ ଜୀବନସମ୍ପାଦନ କରନ୍ତୁ

ଜଗନ୍ନାଥ ପଟ୍ଟନାୟକ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଦୁଇଥର ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ସାଂସଦ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]

ବିଧାନ ଓ ଲୋକ ସଭା ସଭ୍ୟ ବିବରଣୀସମ୍ପାଦନ କରନ୍ତୁ

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୭୪ ୧୯୭୭ ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା ନୂଆପଡ଼ା ଭାରତୀୟ ଜାତୀୟ କଂଗ୍ରେସ
୧୯୮୪ ୧୯୮୯ ସଭ୍ୟ, ୮ମ ଲୋକ ସଭା କଳାହାଣ୍ଡି ଭାରତୀୟ ଜାତୀୟ କଂଗ୍ରେସ
୩୧ ମଇ ୧୯୯୭ ୨୦୦୦ ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା ନୂଆପଡ଼ା ଭାରତୀୟ ଜାତୀୟ କଂଗ୍ରେସ

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ "Shri Jagannath Patnaik". odishaassembly.nic.in. Odisha Assembly. Retrieved 24 June 2021.