ଗର୍ବ କରିବାର କଥା
ଗର୍ବ କରିବାର କଥା ହୃଷୀକେଶ ପଣ୍ଡାଙ୍କଦ୍ୱାରା ରଚିତ ଏକ ଉପନ୍ୟାସ ଅଟେ । ଏହି ରଚନା ପାଇଁ ତାଙ୍କୁ ୨୦୧୨ ମସିହା ପାଇଁ ଶାରଳା ପୁରସ୍କାର ପ୍ରଦାନ କରାଯାଇଥିଲା ।[୧]
ଗର୍ବ କରିବାର କଥା | |
---|---|
ଲେଖକ | ହୃଷୀକେଶ ପଣ୍ଡା |
ମଲାଟ ଚିତ୍ରକର | ସରୋଜ |
ଦେଶ | ଭାରତ, ଓଡ଼ିଶା |
ଭାଷା | ଓଡ଼ିଆ |
ବିଷୟ | ଉପନ୍ୟାସ |
ବିଭାଗ | ଐତିହାସିକ ଉପନ୍ୟାସ |
ପ୍ରକାଶକ | ଫ୍ରେଣ୍ଡସ ପବ୍ଲିଶର୍ସ,ବିନୋଦବିହାରୀ, କଟକ |
ପ୍ରକାଶ ତାରିଖ | ୨୦୧୦ |
ମାଧ୍ୟମ ପ୍ରକାର | ଛପା ବହି, ମୋଟା ବନ୍ଧେଇ |
ପୃଷ୍ଠା | ୫୭୨ |
ISBN | 81-7401-702-X |
ପୁସ୍ତକ ସମୀକ୍ଷା
ସମ୍ପାଦନା'ଗର୍ବ କରିବାର କଥା' ଗତ ପାଞ୍ଚଶହ ବର୍ଷର ଉତ୍କଳର ଗୌରବ ଓ ସେ ଗୌରବର ଅବକ୍ଷୟର କଥା । ଏହା ରାଜାରାଜୁଡ଼ାଙ୍କ କଥା ନୁହେଁ; ସାଧାରଣ ଚାଷୀ, କାରିଗର, ଲୁଗା ବୁଣାଳି, ନାବିକ, ବଣିକ ଓ ସାଧବଙ୍କ କଥା । ଉତ୍ତର ଓଡ଼ିଶାର ଗୋଟିଏ ପରିବାରର କାହାଣୀ ମାଧ୍ୟମରେ ଏ ଉପନ୍ୟାସ ସମଗ୍ର ଓଡ଼ିଶାର ପାଞ୍ଚଶହ ବର୍ଷର ଅର୍ଥନୈତିକ ଉତ୍ଥାନ ପତନର କଥା ଆବିଷ୍କାର କରିବାକୁ ପ୍ରୟାସ କରେ । ଏହା ଇତିହାସ ନୁହେଁ ସତ, କିନ୍ତୁ ବହୁଦେଶର ଐତିହାସିକ ତଥ୍ୟ ଓ ଲୋକକଥା ଉପରେ ଆଧାରିତ । ଏହା ଅଳସ ଇତିହାସର ଅଲେଖ୍ୟ ନୁହେଁ; ସପ୍ତଦଶ ଶତାବ୍ଦୀ ପର୍ଯ୍ୟନ୍ତ ଭାରତର ସବୁଠାରୁ ବିଭବଶାଳୀ ଅଞ୍ଚଳ ଥାଇ,କୌଣସି ବେଦେଶୀ ଶାସକର ପରାଧୀନ ନ ହୋଇ, ଓଡ଼ିଶା କେବେ କାହିଁକି ଦରିଦ୍ର ହୋଇଗଲା, ସେ ପ୍ରଶ୍ନର ଉତ୍ତର ଏ ଉପନ୍ୟାସ ସାହିତ୍ୟିକ ମାଧ୍ୟମଦ୍ୱାରା ଅନ୍ୱେଷ କରେ । ବିଜେତା ଇତିହାସ ଲେଖେ, ସେ ଇତିହାସର ବିଜେତାକୁ ବଡ଼ କରି ଦେଖାଏ, ପରାଜିତକୁ ଉପହାସ କରେ, ସେ ବିଜେତା ଅଶୋକ ହୁଅନ୍ତୁ କି ଇଂରେଜ ହୁଅନ୍ତୁ । ଲିଖିତ ଇତିହାସ ମିଛ ହୋଇପାରେ, ଲୋକକଥା ଓ ଉପନ୍ୟାସ ଅଧିକ ସତ୍ୟାଶ୍ରୟୀ ହୋଇପାରେ ।[୨]
ବଂଶାବଳୀ
ସମ୍ପାଦନାଏହା ଉପନ୍ୟାସରେ ବର୍ଣ୍ଣିତ ଚରିତ୍ରମାନଙ୍କର ବଂଶାବଳୀ ।[୩]
ଆଧାର
ସମ୍ପାଦନା- ↑ "IMFA". ଶାରଳା ପୁରସ୍କାର ବିଜେତା. Archived from the original on 21 January 2016. Retrieved 7 September 2013.
- ↑ ହୃଷୀକେଶ ପଣ୍ଡା (2010). ଗର୍ବ କରିବାର କଥା (ଆଗ ମଲାଟର ଭିତର ଭାଗ). ବିନୋଦବିହାରୀ, କଟକ: ଫ୍ରେଣ୍ଡସ ପବ୍ଲିଶର୍ସ. ISBN 81-7401-702-X.
- ↑ ହୃଷୀକେଶ ପଣ୍ଡା (2012). ଗର୍ବ କରିବାର କଥା. ବିନୋଦବିହାରୀ, କଟକ: ଫ୍ରେଣ୍ଡସ. p. ୫୬୫. ISBN 81-7401-702-X.