ଚିନି (ଓଡ଼ିଆ କଥାଚିତ୍ର)

୨୦୧୬ର ଓଡ଼ିଆ କଥାଚିତ୍ର

ଚିନି, ୨୦୧୬ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ନବଜୀବନ ଫିଲ୍ମସ୍ ବ୍ୟାନରରେ ନିର୍ମିତ ହୋଇଥିଲା ଏହି ଚଳଚ୍ଚିତ୍ରଟି । ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ନିର୍ଦ୍ଦେଶକ ପ୍ରଦୀପ ଭୋଳ ।[୨] ଚଳଚ୍ଚିତ୍ରଟିର ପ୍ରଯୋଜନା କରିଥିଲେ କୁମୁକ ପ୍ରକାଶ ପଣ୍ଡା ଏବଂ ସ‌ହ-ପ୍ରଯୋଜନା କରିଥିଲେ ଭବାନି ମାଝୀ ଓ ସ୍ନେହଲତା ପରିଡ଼ା ।[୩] ଶଙ୍କର ପ୍ରଧାନ ଏବଂ ହେମନ୍ତ ପାଣ୍ଡେ ଏହି କଥାଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ପଦ୍ମଶ୍ରୀ ହଳଧର ନାଗ ଏହି ଚଳଚ୍ଚିତ୍ରରେ ଗୀତ ରଚନା କରିଥିଲେ ।

ଚିନି
ନିର୍ଦ୍ଦେଶକପ୍ରଦୀପ ଭୋଳ
ପ୍ରଯୋଜକକୁମୁଦ ପ୍ରକାଶ ପଣ୍ଡା
ସଂଳାପପ୍ରଦୀପ ଭୋଳ
ଚିତ୍ରନାଟ୍ୟପ୍ରଦୀପ ଭୋଳ
କାହାଣୀପ୍ରଦୀପ ଭୋଳ
କଳାକାରଅମ୍ଳାନ ଦାସ
ପତ୍ରାଳୀ
ମିହିର ଦାସ
ମହାଶ୍ୱେତା ରାୟ
ଅଶ୍ରୁମୋଚନ ମହାନ୍ତି
ସଙ୍ଗୀତଶଙ୍କର ପ୍ରଧାନ
ହେମନ୍ତ ପାଣ୍ଡେ
ମୁକ୍ତିଲାଭ ତାରିଖ
୯ ସେପ୍ଟେମ୍ବର ୨୦୧୬[୧]
ଦେଶ ଭାରତ
ଭାଷାଓଡ଼ିଆ

ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ଅମ୍ଳାନ ଦାସ ଏବଂ ବଙ୍ଗୀୟ ନାୟିକା ପତ୍ରାଳୀ ।[୪] ମିହିର ଦାସ, ମହାଶ୍ୱେତା ରାୟ, ଅଶ୍ରୁମୋଚନ ମହାନ୍ତି, ଅଶୋକ ଦାସ, ପୃଥିରାଜ, ବାଙ୍କୁ, ବ୍ରଜ, ହର ରଥ ଆଦି କଳାକାରମାନେ ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୫]

ଅଭିନୟ ସମ୍ପାଦନ କରନ୍ତୁ

ଶିଶୁ କଳାକାର ସମ୍ପାଦନ କରନ୍ତୁ

  • ତିଥି
  • ସ୍ୱୟମ୍
  • ଦେବେଶ
  • ରୂପା

କାହାଣୀ ସମ୍ପାଦନ କରନ୍ତୁ

'ରୋଗକୁ ଘୃଣା କର, ରୋଗୀକୁ ନୁହେଁ' ଥିଲା କଥାଚିତ୍ରଟିର ମୁଖ୍ୟ ଉପଜୀବ୍ୟ । ସ୍କୁଲରେ ପଢୁଥିବା ଛୋଟ ଝିଅଟିଏ ଏଚଆଇଭି/ଏଡସ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ଆରମ୍ଭ ହୋଇଯାଏ ଗାଆଁ ଲୋକଙ୍କର ଘୃଣା, ଅବେହେଳା ଏବଂ ମାନସିକ ନିର୍ଯ୍ୟାତନା ତ‌ଥା ବାସନ୍ଦ ଭଳି ବ୍ୟାଧି । କେବଳ ଝିଅଟି ନୁହେଁ, ତା'ର ଦୁଇ ଭାଇ, ବାପା ଏବଂ ମାଆ ମଧ୍ୟ ଶୀକାର ହୁଅନ୍ତି ଏହିଭଳି ଘୃଣାର । ଏମାନଙ୍କ ପାଇଁ ସ୍କୁଲ, ଦୋକାନ ସମସ୍ତ ଜାଗା ବାସନ୍ଦ ହୁଏ । ଗାଆଁ ଦାଣ୍ଡରେ ଚାଲିପାରନ୍ତି ନାହିଁ କି ଗାଁ ପୋଖରୀରେ ଗାଧୋଇପାରନ୍ତି ନାହିଁ ଏମାନେ । ମାତ୍ର ଝିଅଟିକୁ ରୋଗମୁକ୍ତ କରିବା ପାଇଁ ପ୍ରଥମରୁ ହିଁ ଜଣେ ଯୁବ ଡାକ୍ତର ଉଦ୍ୟମ କରି ବିଭିନ୍ନ ଘାତ ପ୍ରତିଘାତ ଦେଇ ଗତି କରି ସଫଳତା ପାଆନ୍ତି ।[୬]

ଗୀତ ଓ ସଙ୍ଗୀତ ସମ୍ପାଦନ କରନ୍ତୁ

ଶଙ୍କର ପ୍ରଧାନ ଏବଂ ହେମନ୍ତ ପାଣ୍ଡେ ସ୍ୱର ସଂଯୋଜନା କରିଥିବା ବେଳେ ପଦ୍ମଶ୍ରୀ ହଳଧର ନାଗ, ଲାଲ ରତ୍ନାକର ସିଂହ, ବିନୋଦ ପଶାୟତ ଏବଂ ଦୁର୍ଗାମାଧବ ପଣ୍ଡା ପ୍ରମୁଖ ଗୀତଗୁଡ଼ିକୁ ରଚନା କରିଛନ୍ତି । ଓଡ଼ିଆ ଏବଂ ସମ୍ବଲପୁରୀ ଭାଷର ମିଶ୍ରଣରେ ନିର୍ମିତ ହୋଇଛି ଚଳଚ୍ଚିତ୍ରଟି । ଏହି ଚଲଚ୍ଚିତ୍ର ମାଧ୍ୟମରେ ଆଶା ଭୋସଲେ ପ୍ରଥମ କରି ସମ୍ବଲପୁରୀ ଭାଷରେ କଣ୍ଠଦାନ କରିଥିଲେ ।[୭] [୮]

ଗୀତ ସମ୍ପାଦନ କରନ୍ତୁ

ଗୀତ ରଚନା କଣ୍ଠଦାନ
ଝାଇଁରେ
ଆସ ଆସ ନୂଆ ଖାଇବା
କି ହେଲା ଯେ
ଉଆଁସ ରାତିର

ଆଧାର ସମ୍ପାଦନ କରନ୍ତୁ

  1. "ପରଦାରେ 'ଚିନି' କେମିତି ଲାଗୁଛି". ନଜର୍ (ନିତିଦିନ). Retrieved 11 September 2016.
  2. ୨.୦ ୨.୧ "ଏହି ଦୁଇ ବଙ୍ଗୀୟ ନାୟିକା ପ୍ରଥମ ସିନେମାରେ କିସିଂ ସିନ୍‌ ଦେଇଥିଲେ". Sambad. ଓଡ଼ିଶା. 8 January 2019. Archived from the original on 10 January 2019. Retrieved 10 January 2019.
  3. "ଫ୍ରାଇଡେ ରିଲିଜରେ ଓଲିଉଡ ପରଦାକୁ ଆସୁଛି ଫିଲ୍ମ "ଚିନି'". ସମ୍ବାଦ. 7 September 2016. Retrieved 18 August 2017.
  4. "ଚର୍ଚ୍ଚାରେ 'ଚିନି'". ସମାଜ. 4 September 2016. Retrieved 4 September 2016.
  5. "ଚିନିକୁ ଅପେକ୍ଷା". ଧରିତ୍ରୀ. 10 March 2016. Retrieved 18 March 2017.
  6. "ଓଲିଉଡ଼୍ ଅଫ୍ ବିଟ୍". ପ୍ରମେୟ. 8 January 2017. Retrieved 1 March 2017.
  7. "Asha Bhosle first Sambalpuri song". incredibleorissa.com. Retrieved 8 September 2016.
  8. "Chini Odia Movie wiki, Star Cast & crew". odialive.com. Retrieved 8 September 2016.