ପ୍ରଦୀପ ଭୋଳ
ପ୍ରଦୀପ ଭୋଳ (ମୃତ୍ୟ: ୧୮ ଡିସେମ୍ବର ୨୦୨୨) ଜଣେ ଓଡ଼ିଆ ଲେଖକ, ନାଟ୍ୟକାର, ପ୍ରଯୋଜକ ଓ ନିର୍ଦ୍ଦେଶକ ଥିଲେ । ସେ ସ୍ତ୍ରୀ, ସୁନା ସଙ୍ଖାଳୀ ଓ ପବିତ୍ର ବନ୍ଧନ ଭଳି ଓଡ଼ିଆ କଥାଚିତ୍ରର ପ୍ରଯୋଜନା କରିଥିଲେ ।[୧] ୨୦୧୬ରେ ତାଙ୍କ ନିର୍ଦ୍ଦେଶିତ ଓଡ଼ିଆ କଥାଚିତ୍ର ଚିନିକୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା ।[୨]
ପ୍ରଦୀପ ଭୋଳ | |
---|---|
ମୃତ୍ୟୁ | ୧୮ ଡିସେମ୍ବର ୨୦୨୨ |
ମୃତ୍ୟର କାରଣ | ହୃଦ୍ଘାତ |
ବୃତ୍ତି(s) | ଓଡ଼ିଆ ନାଟ୍ୟକାର ଲେଖକ ନିର୍ଦ୍ଦେଶକ |
ନାଟକରେ ଅବଦାନ ସମ୍ପାଦନ କରନ୍ତୁ
ସେ ୪୦ ବର୍ଷରୁ ଅଧିକ ସମୟ ଧରି ସୁନ୍ଦରଗଡ଼ର ବିଭିନ୍ନ ନାଟ୍ୟ ସଂସ୍ଥା ଓ ସାଂସ୍କୃତିକ ଅନୁଷ୍ଠାନ ସହ ଜଡ଼ିତ ରହି କଳାକାର ଓ କଳା ଅନୁଷ୍ଠାନର ଉନ୍ନତି ପାଇଁ କାର୍ଯ୍ୟ କରୁଥିଲେ । ତାଙ୍କ ଲିଖିତ ବହୁ ନାଟକ ପଶ୍ଚିମାଞ୍ଚଳ ସମେତ ରାଜ୍ୟ ଓ ରାଜ୍ୟ ବାହାରେ ମଞ୍ଚସ୍ଥ ହୋଇଥିଲା । ତାଙ୍କ ନିର୍ଦ୍ଦେଶିତ ନାଟକ ‘ମାଓ’ ୨୦୦୯ ମସିହାରେ ଲିମ୍କା ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିଲା ।[୩]
କଥାଚିତ୍ରରେ ଅବଦାନ ସମ୍ପାଦନ କରନ୍ତୁ
- ସ୍ତ୍ରୀ (ପ୍ରଯୋଜକ)
- ସୁନା ସଙ୍ଖାଳୀ (ପ୍ରଯୋଜକ)
- ପବିତ୍ର ବନ୍ଧନ (ପ୍ରଯୋଜକ)
- ଚିନି (କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା)
ମୃତ୍ୟୁ ସମ୍ପାଦନ କରନ୍ତୁ
୨୦୨୨ ମସିହାର ଡିସେମ୍ବର ୧୮ ତାରିଖରେ ସେ ହୃଦ୍ଘାତ ଯୋଗୁଁ ମୃତ୍ୟୁବରଣ କରିଥିଲେ ।[୨][୪] ସକାଳୁ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲା ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା ।[୧]
ଆଧାର ସମ୍ପାଦନ କରନ୍ତୁ
- ↑ ୧.୦ ୧.୧ "ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ପ୍ରଯୋଜକ ପ୍ରଦୀପ ଆଉ ନାହାନ୍ତି". Samaja Live. ସୁନ୍ଦରଗଡ଼. 18 December 2022. Archived from the original on 11 January 2023. Retrieved 11 January 2023.
- ↑ ୨.୦ ୨.୧ "ନାଟ୍ୟକାର ତଥା ସିନେ ନିର୍ଦ୍ଦେଶକ ପ୍ରଦୀପ ଭୋଳଙ୍କ ହୃଦଘାତରେ ପରଲୋକ". Prameya News7. ସୁନ୍ଦରଗଡ଼. 18 December 2022. Archived from the original on 11 January 2023. Retrieved 11 January 2023.
- ↑ Mohanty, Padmini (18 December 2022). "ସିନେ ନିର୍ଦ୍ଦେଶକ ପ୍ରଦୀପ ଭୋଳଙ୍କ ପରଲୋକ - Dharitri". Dharitri Odia News. ସୁନ୍ଦରଗଡ଼. Archived from the original on 11 January 2023. Retrieved 11 January 2023.
- ↑ Hritiq, Anirbaan (18 December 2022). "Renowned Odia film director, dramatist Pradeep Bhol dies of cardiac arrest". Odisha TV (in English). Archived from the original on 11 January 2023. Retrieved 11 January 2023.
{{cite news}}
: CS1 maint: unrecognized language (link)
ବାହାର ଆଧାର ସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ପ୍ରଦୀପ ଭୋଳ