ଗୌରୀ କୁମାର ବ୍ରହ୍ମା

ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ଗୌରୀକୁମାର ବ୍ରହ୍ମା (୨୦ ଫେବ୍ରୁଆରୀ ୧୯୨୦-୨୯ ସେପ୍ଟେମ୍ବର ୨୦୧୧) ଓଡ଼ିଶାର ଜଣେ ବାଗ୍ମୀ, ସମାଲୋଚକ, ସମୀକ୍ଷକ ଓ ପ୍ରଫେସର ଥିଲେ। ସେ ଓଡ଼ିଆ, ଇଂରାଜୀ, ସଂସ୍କୃତ ଓ ହିନ୍ଦୀ ଭାଷାରେ ଦୀର୍ଘ ସମୟ ଧରି ବକ୍ତୃତା ଦେବାରେ ଲୋକପ୍ରିୟ ଥିଲେ । ତାଙ୍କର ବକ୍ତୃତା ପ୍ରଧାନତଃ ଜଗନ୍ନାଥଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟ ସମ୍ବନ୍ଧରେ ଥିଲା । ଆକାଶବାଣୀ କଟକଦୂରଦର୍ଶନ ମାଧ୍ୟମରେ ତାଙ୍କର ଆଲୋଚନା ପ୍ରସାରିତ ହେଉଥିଲା । [] ସେ ଭୁବନେଶ୍ୱରଠାରେ ଦେହତ୍ୟାଗ କରିଥିଲେ । []

ଗୌରୀ କୁମାର ବ୍ରହ୍ମା
ଜନ୍ମ ଓ ଜନ୍ମସ୍ଥାନପ୍ରତାପଲକ୍ଷ୍ମଣପୁର, ଭଞ୍ଜନଗର, ଗଞ୍ଜାମ
ମୃତ୍ୟୁ୨୯ ସେପ୍ଟେମ୍ବର ୨୦୧୧(2011-09-29) (ବୟସ ୯୧)
ବୃତ୍ତିଲେଖକ,
ଭାଷାଓଡ଼ିଆ
ଶିକ୍ଷାସ୍ନାତକୋତ୍ତର
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ
ସାହିତ୍ୟ କୃତି
ପୁରସ୍କାରସାରଳା ସମ୍ମାନ, ଓଡ଼ିଶା ସାହିତ୍ୟ ଏକାଡେମୀ
[]
ସନ୍ତାନଦେବୁ ବ୍ରହ୍ମା

ପାରିବାରିକ ଜୀବନ

ସମ୍ପାଦନା

ଗୌରୀକୁମାର ପିତା ଚନ୍ଦ୍ରଶେଖର ବ୍ରହ୍ମାଙ୍କ ଔରସରୁ ମାତା ସାବିତ୍ରୀ ଦେବୀଙ୍କଠାରୁ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅନ୍ତର୍ଗତ ପ୍ରତାପ ଲକ୍ଷ୍ମଣପୁର ଗାଁରେ ଜନ୍ମ ନେଇଥିଲେ । [] ସେ ପ୍ରଖ୍ୟାତ ସାହିତ୍ୟିକ, କବି ତଥା ନିଆଁଖୁଣ୍ଟା ପତ୍ରିକା ପ୍ରତିଷ୍ଠାତା ଶ୍ରୀ ଗୋଦାବରୀଶ ମହାପାତ୍ରଂକ ପ୍ରଥମ ଜାମାତା ଥିଲେ, ତାଙ୍କ ପତ୍ନୀଂକ ନାମ ସତ୍ୟଭାମା []

ଶିକ୍ଷା ଜୀବନ

ସମ୍ପାଦନା

ତାଙ୍କର ବାଲ୍ୟ ଶିକ୍ଷା ଶିକ୍ଷା ଟିକିଲିଆସିକାରେ ହୋଇଥିଲା । ସେ ଆନ୍ଧ୍ର ପ୍ରଦେଶରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ପରେ ସେ ନିଜ ପ୍ରଚେଷ୍ଟାରେ ଓଡ଼ିଶାରେ ଘରୋଇ ଭାବରେ ସ୍ନାତକୋତ୍ତର ଡିଗ୍ରୀ ଲାଭ କରିଥିଲେ । ଛାତ୍ରାବସ୍ଥାରେ ସେ ଓଡ଼ିଆ ସହିତ ସଂସ୍କୃତ ଭାଷାରେ ମଧ୍ୟ ଅମରକୋଷ, କୁମାର ସମ୍ଭବ, ରଘୁବଂଶ, ମେଘଦୂତ, ଶିଶୁପାଳ ବଧ, କିରାତ ଅର୍ଜୁନ, ନୈଷଧ କାବ୍ୟ, କାଦ ́ରୀ, ଅଭିଜ୍ଞାନ ଶାକୁନ୍ତଳମ,ପ୍ରବୋଧ ଚନ୍ଦ୍ରୋଦୟ, ସାହିତ୍ୟ ଦର୍ପଣ, ସିଦ୍ଧାନ୍ତ ଦର୍ପଣ, ଗୀତଗୋବିନ୍ଦ, ସଂସ୍କୃତ ରାମାୟଣ, ଭାଗବତ, ସପ୍ତଚଣ୍ଡୀ ଆଦି ଶାସ୍ତ୍ର ଅଧ୍ୟୟନ କରିଥିଲେ । []

ବୃତ୍ତିଗତ ଜୀବନ

ସମ୍ପାଦନା

ପଢ଼ା ପରେ ଗୌରୀକୁମାର ବ୍ରହ୍ମା କିଛିକାଳ କାଜିପୁରଦିଗପହଣ୍ଡିରେ ଶିକ୍ଷକତା ଆରମ୍ବ କରିଥିଲେ । ୧୯୪୬ରୁ ୧୯୫୮ ଯାଏଁ ସେ ଓଡ଼ିଆ ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ । ସେ ୧୯୫୮ରୁ ୧୯୬୯ ପର୍ଯ୍ୟନ୍ତ ଓଡ଼ିଶା ସାହିତ୍ୟ ଏକାଡେମୀଓଡ଼ିଶା ସଙ୍ଗୀତ ଏକାଡେମୀର ସମ୍ପାଦକ ଥିଲେ । ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଓ ଭୁବନେଶ୍ୱରସ୍ଥିତ ଲଳିତ କଳା ଏକାଡେମୀର ଉପନିର୍ଦ୍ଦେଶକ ରୂପେ ଦାୟିତ୍ୱ ତୁଲାଇଥିଲେ । ସେ ୧୯୬୯ରୁ ୧୯୭୬ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ମୁଖ୍ୟ ପର୍ଯ୍ୟଟନ ପରାମର୍ଶଦାତା ରୂପେ କାର୍ଯ୍ୟ କରିଥିଲେ । ଏହି ସମୟରେ ଓଡ଼ିଶା ଓ ଓଡ଼ିଶା ବାହାରୁ ଆସିଥିବା ବିଶିଷ୍ଟ ଅତିଥିଙ୍କୁ ଓଡ଼ିଶାର କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ, ସଙ୍ଗୀତ, ସାହିତ୍ୟ, ସଂସ୍କୃତି ତଥା ଓଡ଼ିଶୀ ନୃତ୍ୟ ସମ୍ପର୍କରେ ଅବଗତ କରାଉଥିଲେ ।

୧୯୭୬ରୁ ଫେବୃଆରୀ ୧୯୭୮ ପର୍ଯ୍ୟଂତ ସେ ରେଭେନ୍ସା ମହାବିଦ୍ୟାଳୟ କଟକରେ ଓଡ଼ିଆ ବିଭାଗରେ ରିଡର ଭବେ କାର୍ଯ୍ୟ କରି ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଥିଲେ ।[]


ସେ ପ୍ରାଚୀନ ଓଡ଼ିଆ ସାହିତ୍ୟର ଜଣେ ସମାଲୋଚକ ଭାବେ ଭଞ୍ଜ ସାହିତ୍ୟ ଓ ଜଗନ୍ନାଥ ସାହିତ୍ୟ ଉପରେ ଆଲୋଚନା କରି ଅଭିମନ୍ୟୁ ସାମନ୍ତସିଂହାର, ରସକଲ୍ଲୋଳ ସମୀକ୍ଷା, ଲେଖା ଓ ଲେଖକ, ଓଡ଼ିଆ ସାହିତ୍ୟରେ ପ୍ରକୃତି, ଓଡ଼ିଆ କବିତାର ଛନ୍ଦ, ଭଞ୍ଜଙ୍କ ନିର୍ବାଚନ ଇସ୍ତାହାର, ବୈଦେହୀଶ ବିଳାସ (ଟୀକା), ଶ୍ରୀକ୍ଷେତ୍ର ଭ୍ରମଣ ଆଦି ୮୦ଟିରୁ ଅଧିକ ପୁସ୍ତକ/ ଗ୍ରନ୍ଥ ରଚନା କରିଥିଲେ । କେତେକ ବହିର ପାଣ୍ଡୁଲିପି ଅପ୍ରକାଶିତ ଅବସ୍ଥାରେ ରହିଛି । ସେ ସେ ପୁରୁଷ ସରସ୍ୱତୀ, ସାହିତ୍ୟ ମାର୍ତ୍ତଣ୍ଡ, କବି କୋକିଳ, ଉକ୍ରଳ ବାଚସ୍ପତି ଆଦି ଉପାଧୀରେ ଭୂଷିତ ।[]

ସମ୍ମାନ

ସମ୍ପାଦନା
  1. "Gouri Kumar Brahma dead - Times Of India". indiatimes.com. Retrieved 14 December 2012. Brahma had received Orissa Sahitya Akademi and Sarala Samman for his contribution to the field of literature.[permanent dead link]
  2. ୨.୦ ୨.୧ ୨.୨ ୨.୩ ମହାପାତ୍ର, ଖଗେଶ୍ୱର (୨୯ ସେପ୍ଟେମ୍ବର ୨୦୧୪). "ପ୍ରଫେସର ଗୌରୀକୁମାର ବ୍ରହ୍ମା: ଏକ ସସ୍ନେହ ଦୃଷ୍ଟିପାତ". ସମାଜ. {{cite news}}: |access-date= requires |url= (help); Check date values in: |accessdate= and |date= (help)
  3. "Gauri Kumar Brahma passes away". dailypioneer.com. Retrieved 14 December 2012. Pandit Gauri Kumar Brahma passed away at the Vivekanand Hospital here at about 1.30 pm on Thursday.
  4. ଗୌରୀ କୁମାର ବ୍ରହ୍ମା, ବିବେକାନନ ପାଣିଗ୍ରାହୀ (2012-04-01). ଗୋଦାବରୀଶ ରଚନାବଳୀ- ପ୍ରଥମ ଖଣ୍ଡ. କଟକ: ଗ୍ରନ୍ଥମନ୍ଦିର. p. ୧୩.
  5. ପାତ୍ର, ସଂଜୀବ କୁମାର. "Prof. Gouri Kumar Brahma". Odiya.org. Retrieved 13 August 2016.

ଅଧିକ ତଥ୍ୟ

ସମ୍ପାଦନା

ଛାଞ୍ଚ:ଉତ୍କଳର ବାଚସ୍ପତି