ଗୋପୀନାଥ ଭୋଇ

ଓଡ଼ିଆ ରାଜନୀତିଜ୍ଞ

ଗୋପୀନାଥ ଭୋଇ (୨୮ ଜୁଲାଇ ୧୯୨୮ - ୯ ଫେବୃଆରୀ ୨୦୧୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ, ଜନତା ପାର୍ଟି ଓ ଉତ୍କଳ କଂଗ୍ରେସ ଭଳି ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ଗୋପୀନାଥ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଥିଲେ । ୧୯୫୭, ୧୯୬୧, ୧୯୭୪ ଓ ୧୯୭୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ପିପିଲି ଓ ବାଲିପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ, ୩ୟ, ୬ଷ୍ଠ ଓ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଗୋପୀନାଥ ଭୋଇ
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ପୂର୍ବ ଅଧିକାରୀଜୟକୃଷ୍ଣ ମହାନ୍ତି
ପର ଅଧିକାରୀରାମଚନ୍ଦ୍ର ପଟ୍ଟନାୟକ
ନିର୍ବାଚନ ମଣ୍ଡଳୀପିପିଲି
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୬୭
ପର ଅଧିକାରୀହରିହର ଭୋଇ
ନିର୍ବାଚନ ମଣ୍ଡଳୀବାଲିପାଟଣା
ବିଧାୟକ: ୬ଷ୍ଠ, ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୮୦
ପୂର୍ବ ଅଧିକାରୀବସନ୍ତ ବେହେରା
ପର ଅଧିକାରୀବସନ୍ତ ବେହେରା
ନିର୍ବାଚନ ମଣ୍ଡଳୀବାଲିପାଟଣା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1928-07-28)ଜୁଲାଇ ୨୮, ୧୯୨୮
ମୃତ୍ୟୁ୯ ଫେବୃଆରୀ ୨୦୧୨(2012-02-09) (ବୟସ ୮୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ପାର୍ଟି, ଉତ୍କଳ କଂଗ୍ରେସ
ଜୀବନ ସାଥୀଆଶାଲତା ଦେଇ
ବାପା/ବୋଉଭୀମ ଭୋଇ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଗୋପୀନାଥ ଭୋଇ ୧୯୨୮ ମସିହାର ଜୁଲାଇ ମାସ ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ଭୀମ ଭୋଇ ଓ ପତ୍ନୀଙ୍କ ନାମ ଆଶାଲତା ଦେଇ ।[୧] ଗୋପୀନାଥଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ଇଣ୍ଟରମିଡିଏଟ୍ ।[୧]

ରାଜନୈତିକ ଜୀବନ ସମ୍ପାଦନା

ଗୋପୀନାଥ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ, ଜନତା ପାର୍ଟି ଓ ଉତ୍କଳ କଂଗ୍ରେସ ଭଳି ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ଗୋପୀନାଥ ଭୋଇ ୨୦୧୨ ମସିହାର ଫେବୃଆରୀ ମାସ ୯ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Shri Gopinath Bhoi". odishaassembly.nic.in. Odisha Assembly. Retrieved 8 June 2020.